ETV Bharat / state

ଗୋଟିଏ କଲେଜରେ +2 ଓ +3 ପାଠପଢ଼ା ସମସ୍ୟା; ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ପାଇଁ କସରତ

ଅନେକ କଲେଜ ରହିଛି, ଯେଉଁଥିରେ ଏକାସାଥିରେ ଯୁକ୍ତ ତିନି (+3) ସହିତ ଯୁକ୍ତ ଦୁଇ (+2) ପାଠପଢ଼ା ହେଉଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରାଙ୍କ ଅନେକ ସମସ୍ୟା ସୃଷ୍ଟି ହେଉଛି ।

Odisha colleges Plus 2 and Plus 3 Campuses Separation
ଗୋଟିଏ କଲେଜରେ +2 ଓ +3 ପାଠପଢ଼ା ସମସ୍ୟା; ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ପାଇଁ କସରତ (ETV Bharat)
author img

By ETV Bharat Odisha Team

Published : February 28, 2026 at 2:34 PM IST

2 Min Read
Choose ETV Bharat

ରିପୋର୍ଟ: ବିକାଶ କୁମାର ଦାସ

ଭୁବନେଶ୍ବର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ଶିକ୍ଷା ବିଭାଗ ସବୁବେଳେ ଗୁରୁତ୍ବ ଦେଉଛି । ଶିକ୍ଷାକ୍ଷେତ୍ରରେ ଉନ୍ନତି ଆମିବା ସହ ଛାତ୍ରଛାତ୍ରୀମାନେ କିଭଳି ଭଲରେ ପାଠ ପଢିବେ ସେନେଇ ପଦକ୍ଷେପ ନିଆଯାଉଛି । ଏହାରି ମଧ୍ୟରେ ଅନେକ କଲେଜ ରହିଛି, ଯେଉଁଥିରେ ଏକାସାଥିରେ ଯୁକ୍ତ ତିନି (+3) ସହିତ ଯୁକ୍ତ ଦୁଇ (+2) ପାଠପଢ଼ା ହେଉଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରାଙ୍କ ଅନେକ ସମସ୍ୟା ସୃଷ୍ଟି ହେଉଛି ।

ଗୋଟିଏ କଲେଜରେ +2 ଓ +3 ପାଠପଢ଼ା ସମସ୍ୟା; ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ପାଇଁ କସରତ (ETV Bharat)

ରାଜ୍ୟରେ ଏବେବି କିଛି କଲେଜରେ ଯୁକ୍ତ ତିନି ଓ ଯୁକ୍ତ ଦୁଇ ଏକାଠି ରହିଛି । ଫଳରେ ସଠିକ୍‌ ଭାବରେ ପିଲାଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚିପାରୁନାହିଁ । ଏକାର ବଡ଼ କାରଣ ହେଉଛି ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀମାନେ ଏକାଠି ପାଠ ପଢ଼ିବା । ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢା ସମେତ ପ୍ରାକ୍ଟିକାଲ ଓ ରିସର୍ଚ୍ଚ କରିବା ଆଦିରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି ।
ପାଠପଢ଼ାରେ ସମସ୍ୟା:
ରମାଦେଵୀ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ କହିଛନ୍ତି ଯେ, ଅନେକ ସମୟରେ ପ୍ରାକ୍ଟିକାଲ 10ଟା ସମୟରେ ରହିଥାଏ । 10ଟା ପରଠାରୁ ଯୁକ୍ତ ତିନି (+3) ଛାତ୍ରୀମାନଙ୍କ କ୍ଳାସ ଆରମ୍ଭ ହୋଇଥାଏ । ଫଳରେ ସଠିକ ଭାବରେ ପ୍ରାକ୍ଟିକାଲ କରିହୋଇନଥାଏ । ଗୋଟିଏ ମାତ୍ର ଲ୍ୟାବ ରହିଥିବାରୁ ଅନେକ ସମସ୍ୟା ଦେଖାଯାଉଛି । ପଢ଼ିବା ପାଇଁ ସମସ୍ୟା ହେଉଛି ।

କ୍ୟାମ୍ପସ ସମସ୍ୟା:
ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ କହିବା କଥା ଯେ, କଲେଜରେ ଯୁକ୍ତ ଦୁଇ (+2) ଛାତ୍ରଛାତ୍ରୀଙ୍କୁ ସକାଳ ୭ଟାରୁ ୧୦ଟା ମଧ୍ୟରେ ପାଠପଢ଼ା ଯାଉଛି । ୧୦ଟାରୁ ୪ଟା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି, ପିଜି ଏବଂ ପିଏଚଡି ପିଲାମାନେ ପାଠ ପଢ଼ୁଛନ୍ତି । ଏହା ସମେତ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଅନେକ ସମସ୍ୟା ରହିଛି । ସରକାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସମାଧାନର ବାଟ ମଧ୍ୟ ବହାରିପାରିନାହିଁ ।

ତେବେ ବିଗତ ଦିନରେ ରମାଦେବୀ ବିଶ୍ଵବିଦ୍ୟାଳୟରୁ ଯୁକ୍ତ ଦୁଇ କଲେଜ ଅଲଗା ହେବା ନେଇ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିଛି ବିରୋଧ ପରେ ଏହି ପ୍ରସଙ୍ଗକୁ ବନ୍ଦ କରାଯାଇଥିଲା । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ଏ ସମ୍ପର୍କରେ କିଛି ଦିନ ପୂର୍ବରୁ ଜିଲ୍ଲାପାଳଙ୍କ ସହିତ କଥା ହୋଇଥିଲି । ପୂର୍ବତନ ଛାତ୍ରୀ, ବର୍ତ୍ତମାନର ଛାତ୍ରୀ, ପ୍ରଫେସର ଓ ଅଧିକାରୀଙ୍କ ସହ ଆଲୋଚନା ପରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ବିଷୟରେ ନିଷ୍ପତି ନିଆଯିବ । ଯାହା ଯାହା ଆବଶ୍ୟକ ତାହା ଜିଲ୍ଲାପାଳ ଆମକୁ ଜଣାଇବେ ।"

ଗୁଣାତ୍ମକ ଶିକ୍ଷାରେ ବାଧା:

ରାଜ୍ୟରେ ଥିବା ଏକ ମାତ୍ର ମହିଳା ବିଶ୍ଵବିଦ୍ୟାଳୟ ହେଉଛି ରମାଦେବୀ ବିଶ୍ଵବିଦ୍ୟାଳୟ । ଏହି ବିଶ୍ଵବିଦ୍ୟାଳୟରୁ ଯୁକ୍ତ ଦୁଇ କଲେଜ ଅଲଗା କରିବା ପାଇଁ ବାରମ୍ବାର ନିଷ୍ପତ୍ତି ହୋଇଛି । ରମାଦେବୀ କଲେଜ ନିକଟରେ ଥିବା ଏକ ସ୍କୁଲକୁ ଯୁକ୍ତ ଦୁଇ ସ୍ଥାନାନ୍ତର କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଗୋଟିଏ କ୍ୟାମ୍ପସରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଏବଂ ପିଜି ପାଠ୍ୟକ୍ରମ ଭଳି କ୍ଲାସ କରାଯାଉଥିବା ବେଳେ ଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସ୍ଥାନନ୍ତାରିତକୁ ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଏପଟେ ସମ୍ବଲପୁରର ଜିଏମ୍ ବିଶ୍ବବିଦ୍ୟାଳୟରୁ ମଧ୍ୟ ଯୁକ୍ତ ଦୁଇ ଅଲଗା ନେଇ ନିଷ୍ପତ୍ତି କରାଯାଇଥିଲା । ତାହା ମଧ୍ୟ ନିଷ୍ପତ୍ତିରେ ହିଁ । ଏହାସହ ଅନେକ କଲେଜର କ୍ୟାମ୍ପସ ଭିତ୍ତିଭୂମି ସଠିକ ନଥିବାରୁ ନ୍ୟାକ ଗ୍ରେଡ୍‌ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଖୋଲିବ କ୍ୟାମ୍ପସ ରେଡିଓ

ଭବିଷ୍ୟତ ଯୁବପୀଢି ମା' ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ: ରାଜ୍ୟପାଳ


ଇଟିଭି ଭାରତ, ଭୁବନେଶ୍ବର