ETV Bharat / state

ନୂଆବର୍ଷରେ ମିଳିବନି ଶୀତରୁ ତ୍ରାହି, ଆଗାମୀ 5 ଦିନ ଯାଏଁ ଥରିବ ଓଡ଼ିଶା

ଶୀତରେ ଥରୁଛି ସାରା ଓଡିଶା । ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଗାମୀ 5 ଦିନ ପର୍ଯ୍ୟନ୍ତ ଘନକୁହୁଡ଼ି ଚେତାବନୀ ଦେଇଛି ପାଣିପାଗ ବିଭାଗ ।

imd odisha winter cold wave dense fog warning weather update
ନୂଆବର୍ଷରେ ମିଳିବନି ଶୀତରୁ ତ୍ରାହି, ଆଗାମୀ 5 ଦିନ ଯାଏଁ ଥରିବ ଓଡ଼ିଶା (ETV Bharat Odisha)
author img

By ETV Bharat Odisha Team

Published : December 28, 2025 at 8:46 AM IST

1 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ ଶୀତ । ପଶ୍ଚିମ ଠାରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠାରେ ଦାଉ ସାଧୁଛି ଶୀତ ଲହରୀ । ଏହା ସହିତ ଘନ କୁହୁଡ଼ି ଜନଜୀବନ ଅସ୍ତବ୍ୟସ୍ତ କରୁଛି । ଆଗାମୀ 5 ଦିନ ପର୍ଯ୍ୟନ୍ତ ଘନକୁହୁଡ଼ି ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଏହା ସହିତ ୩ଦିନ ପରେ ଶୀତରୁ ସାମାନ୍ୟ ମିଳିପାରେ ଅସ୍ବସ୍ତି ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । କିଛି ସ୍ଥାନରେ ତାପମାତ୍ରାରେ ସାମାନ୍ୟ ପରବର୍ତ୍ତନ ଲକ୍ଷ୍ୟ କରାଯାଇଥିଲେ ହେଁ ଶୀତରେ ଥରୁଛି ସାରା ଓଡିଶା । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଆଗାମୀ 24 ଘଣ୍ଟା ମଧ୍ୟରେ ଢେଙ୍କାନାଳ, ନୟାଗଡ ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ଘନକୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପ୍ରବଳ କୁହୁଡି ଦୃଶ୍ୟମାନ ହେବ ବୋଲି ବିଭାଗ ଆକଳନ କରିଛି ।

ୟେଲୋ ୱାର୍ଣ୍ଣିଂ:

ଆଗାମୀ 24 ଘଣ୍ଟାରେ: ସୁନ୍ଦରଗଡ଼, ଢେଙ୍କାନାଳ, ନୟାଗଡ଼

29 ଡିସେମ୍ବର: ସୁନ୍ଦରଗଡ଼, ଢେଙ୍କାନାଳ, ନୟାଗଡ଼

30 ଡିସେମ୍ବର: ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ବର

ଆଗାମୀ 24 ଘଣ୍ଟାରେ ରାଜ୍ୟର 11ଟି ସ୍ଥାନରେ ତାପମାତ୍ରା 10 ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ସେହି ଜିଲ୍ଲା ଗୁଡ଼ିକ ହେଲେ...

  • କୋରାପୁଟ- 7 ଡିଗ୍ରୀ.
  • ଫୁଲବାଣୀ- 7 ଡିଗ୍ରୀ.
  • ଝାରସୁଗୁଡ଼ା- 8 ଡିଗ୍ରୀ.
  • ରାଉରକେଲା - 8 ଡିଗ୍ରୀ.
  • ଅନୁଗୋଳ- 9 ଡିଗ୍ରୀ.
  • ନବରଙ୍ଗପୁର- 10 ଡିଗ୍ରୀ.
  • ବୌଦ୍ଧ- 10 ଡିଗ୍ରୀ.
  • ଭବାନୀପାଟଣା- 10 ଡିଗ୍ରୀ.
  • ରାୟଗଡ଼ା- 10 ଡିଗ୍ରୀ.
  • ବଲାଙ୍ଗୀର- 10 ଡିଗ୍ରୀ.
  • କେଉଁଝର- 10 ଡିଗ୍ରୀ.
  • ସୁନ୍ଦରଗଡ଼- 10 ଡିଗ୍ରୀ.

ରାଜ୍ୟରେ ଦାଉ ସାଧୁଛି ଶୀତ ଲହରୀ । ଗତ 24 ଘଣ୍ଟାରେ 13 ସ୍ଥାନରେ ପାରଦ 10 ଡିଗ୍ରୀ ତଳେ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା । ଢେଙ୍କାନାଳ, ଫୁଲବାଣୀ ଓ ରାଉଲକେଲା ଭଳି ସହରରେ ଘନକୁହୁଡି ଦୃଶ୍ୟମାନ ହୋଇଛି ।

ସେହିପରି ଦେଶରେ ଉତ୍ତରାଖଣ୍ଡ, ମଣିପୁର, ତ୍ରିପୁରା ଓ ବିହାର ଆଦି ସ୍ଥାନରେ ଶୀତ ଲହରୀ ସହିତ ଦେଖିବାକୁ ମିଳିଛି । ଏହା ସହିତ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼ ଓ ଉତ୍ତରପ୍ରଦେଶ ଆଦି ସ୍ଥାନରେ ଘନକୁହୁଡ଼ି ଦେଖିବାକୁ ମିଳିଛି । ଦୃଶ୍ୟମାନ କ୍ଷମତା 50 ମିଟରରୁ ମଧ୍ୟ କମ୍ ରହିଥିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: ବଡ଼ଦିନରୁ ଆହୁରି ଥରିବ ଓଡ଼ିଶା, ୬ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ

ଇଟିଭି ଭାରତ, ଭୁବନେଶ୍ବର