ETV Bharat / state

Odisha Budget; ସରକାରଙ୍କ ଫୋକସରେ ମହିଳା ସଶକ୍ତିକରଣ, 'ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା' ଘୋଷଣା

ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା । ଗରିବ ଝିଅଙ୍କ ନାଁରେ 20 ହଜାର ଟଙ୍କାର ସଞ୍ଚୟ କରାଯିବ । ସ୍ନାତକ ସମାପ୍ତ ପରେ 1 ଲକ୍ଷ 1 ଟଙ୍କା ପ୍ରଦାନ କରାଯିବ ।

Woman budget
ସରକାରଙ୍କ ଫୋକସରେ ମହିଳା (ETV GFX)
author img

By ETV Bharat Odisha Team

Published : February 20, 2026 at 10:44 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଆର୍ଥିକ ଦୁର୍ବଳ ଶ୍ରେଣୀର ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ସ୍କୁଲ ଡ୍ରପ୍ ଆଉଟ୍ ରୋକିବା ପାଇଁ ଏକ ପ୍ରମୁଖ ପ୍ରୟାସ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ 'କନ୍ୟା ସୁମଙ୍ଗଳ ଯୋଜନା' ଆରମ୍ଭ କରିବାର ଘୋଷଣା କରିଛନ୍ତି । ଏହା ଏକ ନୂତନ କଲ୍ୟାଣକାରୀ ଯୋଜନା ଯାହା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଝିଅମାନଙ୍କୁ ସ୍ନାତକ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ।

ଆଜି ବିଧାନସଭାରେ ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଆଗତ ହୋଇଯାଇଛି । ଚଳିତ ବଜେଟ୍‌ରେ ଯୁବତୀଙ୍କ ପାଇଁ ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା ପାଇଁ ସରକାର 'ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ' ନାମରେ ଏକ ନୂଆ ଯୋଜନା ଆରମ୍ଭ କରାଯିବ । ଏହି ଯୋଜନାରେ ଆର୍ଥିକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ନାମରେ 20 ହଜାର ଟଙ୍କାର ଏକ ସଞ୍ଚୟ ଉପକରଣ ସୃଷ୍ଟି କରାଯିବ । ଏହା ପରେ ସ୍ନାତକ ଶେଷ ହେବା ପରେ ତାଙ୍କୁ 1 ଲକ୍ଷ 1 ଟଙ୍କା ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଆରମ୍ଭ ହେବା ଫଳରେ ଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ପାଇଁ ଅର୍ଥ ଆଉ ବାଧକ ସାଜିବନାହିଁ । ସେହିଭଳି ସୁଭଦ୍ରା ଶକ୍ତି ସମ୍ବାଦ ଯୋଜନା ଓ ସମୃଦ୍ଧ ଅଙ୍ଗନୱାଡ଼ି ଯୋଜନା ଭଳି ନୂଆ ଯୋଜନା ମହିଳାଙ୍କ ବିକାଶ ସହ ଶିଶୁ କଲ୍ୟାଣ ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ସାଜିବ ।

ସୁଭଦ୍ରା ଯୋଜନା, କନ୍ୟା ବିବାହ ଯୋଜନା ଏବଂ ଅନ୍ୟ ମହିଳା ଓ ଶିଶୁ କଲ୍ୟାଣ ସହ ଜଡ଼ିତ ଯୋଜନା ପାଇଁ ଏହି ବଜେଟ୍‌ରେ ବଡ଼ ପରିମାଣର ବ୍ୟୟ ବରାଦ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲେଖିଛନ୍ତି ।


ଏହା ବ୍ୟତୀତ ଜୀବନଶୈଳୀ ମାର୍ଗଦର୍ଶନ ଏବଂ ପରାମର୍ଶ ସହାୟତା ସହିତ ସମସ୍ତ ବୟସ ବର୍ଗର ମହିଳାଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ପୁଷ୍ଟିକର ଖାଦ୍ୟ, ମାନସିକ ସୁସ୍ଥତା ଏବଂ ଅର୍ଥନୈତିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ 'ସୁଭଦ୍ରା ଓ୍ବେଲନେସ୍‌ ସେଣ୍ଟର' ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରକାଶ କରିଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ସଶକ୍ତିକରଣ-

ଶିଳ୍ପ ହବ୍ ସ୍ଥାପନ ଓ ବ୍ରାଣ୍ଡିଂ ସହାୟତା ମାଧ୍ୟମରେ ମହିଳାମାନଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟ

NRLM ମାଧ୍ୟମରେ ୧ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାରୀ ଚୁକ୍ତିନାମା ଓ ସେବା ସୁବିଧା

ଏହି ଯୋଜନା ପାଇଁ ୧,୩୩୩ କୋଟି ଟଙ୍କା ବ୍ୟୟ ବରାଦ

ମିଶନ ଶକ୍ତି ବିଭାଗ ଅଧୀନରେ ମହିଳା ସଶକ୍ତିକରଣ ପାଇଁ ଆବଣ୍ଟନ ବୃଦ୍ଧି କରି ୨,୮୦୪ କୋଟି ଟଙ୍କା

ଲିଙ୍ଗ ସମାନତା ଓ ମହିଳା କଲ୍ୟାଣ-

ଭଉଣୀ ଓ ଝିଅମାନଙ୍କ ସମର୍ଥନ ପାଇଁ ବିଶେଷ କାର୍ଯ୍ୟକ୍ରମ

ଲିଙ୍ଗ ସମାନତା ଓ ସମାଜର ଅର୍ଧାଂଶକୁ ସଶକ୍ତ କରିବା ଲକ୍ଷ୍ୟ

ଏହି ପାଇଁ ୧୮,୯୫୭ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା-

ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ”— ଝିଅ ଜନ୍ମରେ 20000 ସଞ୍ଚୟ + ସ୍ନାତକ ପରେ 1 ଲକ୍ଷ

ସୁଭଦ୍ରା ଯୋଜନା — ବାର୍ଷିକ 10000 ସହାୟତା; 10145 କୋଟି ଆବଣ୍ଟନ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ 12 କୋଟି

ମିଶନ ଶକ୍ତି ପାଇଁ 2804 କୋଟି ଘୋଷଣା ହୋଇଛି ।

ଏହା ବି ପଢନ୍ତୁ- ବଜେଟ୍ ୨୦୨୬-୨୭: ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ, ବିଶ୍ୱମାନର ଭିତ୍ତିଭୂମିକୁ ଅଗ୍ରାଧିକାର

ଇଟିଭି ଭାରତ, ଭୁବନେଶ୍ୱର