ETV Bharat / state

ସ୍ୱାୟତ୍ତ ଶାସନ ଦିବସ; ନବ ଗଠିତ ୨୮ଟି NAC ପାଇଁ ୫୬୦ କୋଟି ଟଙ୍କା ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବଗଠିତ ୨୮ଟି NACରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ରିପୋର୍ଟ- ଦେବସ୍ମିତା ରାଉତ

State level Local Self Government Day celebrations in Bhubaneswar
ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ (ETV Bharat Odisha)
author img

By ETV Bharat Odisha Team

Published : August 31, 2026 at 8:29 PM IST

3 Min Read
Choose ETV Bharat

ଭୁବନେଶ୍ବର: ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସହରର ଭିତ୍ତିଭୂମି ସହ ଅର୍ଥନୈତିକ ବିକାଶକୁ ନେଇ ରୋଜଗାର, ଉଦ୍ୟମ, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର କରିବାକୁ ଯାଇ ୨୮ଟି ନବ ଗଠିତ NACରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟି ଟଙ୍କାର ୫୯୩ଟି ପ୍ରକଳ୍ପ ଏବଂ ବିଏମସିର ୨୩ଟି ନୂଆ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

State level Local Self Government Day celebrations in Bhubaneswar
ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ (ETV Bharat Odisha)

୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍:

ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବଗଠିତ ୨୮ଟି NAC ରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ସହ ପ୍ରତ୍ୟେକ NAC ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସମ୍ପନ୍ନ ହେବ ।ଏଥି ସହିତ ୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟି ଟଙ୍କା ବିନିଯୋଗରେ ୫୯୩ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଅଧିନରେ କାର୍ଯ୍ୟକାରୀ ହେବ। ଏଥିରେ ୧୦୨ କୋଟି ଟଙ୍କା ମୂଲ୍ୟର ୪୨୩ଟି ପ୍ରକଳ୍ପର ଉଦ୍‌ଘାଟନ ଥିବା ବେଳେ, ୨୨୧ କୋଟି ଟଙ୍କା ମୂଲ୍ୟର ୧୭୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି ।

State level Local Self Government Day celebrations in Bhubaneswar
ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ (ETV Bharat Odisha)

ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୌର ସଂସ୍ଥା ଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଆଜି ଓଡ଼ିଶା ଅର୍ବାନ ଏକାଡେମୀ ସହିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, Indian School of Business ଏବଂ National Institute of Urban Affairs ର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏଥି ସହିତ CRUT ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି । ଆହୁରି ମଧ୍ୟ ୧୧୫ଟି ପୌର ସଂସ୍ଥାରେ OSWAN ଭିଡିଓ କନଫରେନ୍ସିଂ ସୁବିଧା ଏବଂ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ବନ୍ଧୁ’, ଓଡ଼ିଶା ଯାତ୍ରୀ ଏସ୍.ଓ.ଏସ୍. ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ।

ଲୋକଙ୍କୁ ସମ୍ମାନର ସହ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ:

ସେପଟେ ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ପାଇଁ ପୌର ପ୍ରଶାସନର ଅଧିକାରୀ, କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ନୂଆ ଢ଼ାଞ୍ଚାରେ ନୂଆ ପ୍ରଯୁକ୍ତୁବିଦ୍ୟା ସହ କାମ କରିବାର ଧାରା ବା ସଂସ୍କୃତିକୁ କୁ ବଦଳାଇ ସହରାଞ୍ଚଳ ଲୋକଙ୍କୁ ସହଜ ଓ ଉତ୍ତମ ସେବା ଯୋଗାଇଦେବା ପାଇଁ ଅଧିକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

State level Local Self Government Day celebrations in Bhubaneswar
ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ:

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ସମୟ ହିସାବରେ ଆମକୁ ବିକାଶର ଧାରାରେ ଚାଲିବାର ଅଛି, ତେଣୁ ସମୟ ବଂଚାଇ ନୂଆ ଟେକ୍ନୋଲୋଜି ସହ ଅଧିକାରୀମାନେ ଲୋକଙ୍କୁ ମୌଳିକ ସେବା ଯୋଗାଦିଅନ୍ତୁ ଆଉ ସେମାନଙ୍କ ଅସୁବିଧାର ସମାଧାନ କରନ୍ତୁ । ଯାହାଦ୍ୱାରା ସାଧାରଣ ଲୋକଟିଏ ସେବା ଏବଂ ତାର ଅଧିକାରକୁ ଠିକ ଭାବେ ପାଇପାରିବ। ପୌର ସଂସ୍ଥା ଗୁଡିକରେ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର, କାର୍ଯ୍ୟପଦ୍ଧତିର ସରଳୀକରଣ ଓ ସମୟବଦ୍ଧ ସମାଧାନକୁ ଗୁରୁତ୍ୱ ଦେଇ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଆଣିବା ।"ଏହାସହ ପ୍ରତ୍ୟେକ ସହରକୁ ଓଡ଼ିଶାର ଅର୍ଥନୈତିକ ବିକାଶର ଶକ୍ତିଶାଳୀ ଇଞ୍ଜିନ ଭାବେ ଗଢି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସବୁଠାରୁ ବଡ କଥା ହେଉଛି ସହଯୋଗ କାର୍ଯ୍ୟକ୍ରମ ଜରିଆରେ ୭୮୮୬ ପରିବାର, ୨,୭୭,୫୯୫ ବ୍ୟକ୍ତିଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସଂଯୋଗ କରାଯାଇଛି ।

State level Local Self Government Day celebrations in Bhubaneswar
ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ (ETV Bharat Odisha)

ସେହିପରି ସହରାଞ୍ଚଳର ନିର୍ବାଚିତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କ ଆଶା, ଆକାଂକ୍ଷା ଓ ଆବଶ୍ୟକତାକୁ କେନ୍ଦ୍ରରେ ରଖି ଆମେ କାମ କରୁଛୁ । ତେଣୁ ଲୋକଙ୍କ ସହିତ ରହି, ଲୋକଙ୍କ ସମସ୍ୟାକୁ ଶୁଣି ଅଧିକାରୀମାନଙ୍କ ସହିତ ସମନ୍ୱୟ ରକ୍ଷା କରି କାମ କରିବା । ସହର ଗୁଡିକୁ ଆମକୁ ଏଭଳି ଅର୍ଥନୈତିକ କେନ୍ଦ୍ର ଭାବେ ଗଢିବାକୁ ହେବ, ଯେଉଁଠି ଯୁବ ପିଢି ନୂଆ ସୁଯୋଗ ପାଇବେ, ଉଦ୍ୟୋଗୀମାନେ ଆଗକୁ ବଢିବେ ଏବଂ ନୂଆ ରୋଜଗାର ସୃଷ୍ଟି ହେବ ।

State level Local Self Government Day celebrations in Bhubaneswar
ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ (ETV Bharat Odisha)

ଏହି ଅବସରରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱାୟତ୍ତ ଶାସନ ଦିବସର ଶୁଭେଚ୍ଛା ଦେବା ସହ କହିଛନ୍ତି," ଆମ ସରକାର ଦାୟିତ୍ୱ ନେବା ପରେ ୨୮ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ, ୭ଟି ନୂତନ ପୌର ପରିଷଦ ଗଠନ ସହିତ ପୁରୀକୁ ମହାନଗର ନିଗମର ମାନ୍ୟତା ପ୍ରଦାନ କରାଯାଇଛି । ଆମେ କେବଳ ରାଜ୍ୟର ବଡ ସହର ନୁହେଁ, ଛୋଟ ଛୋଟ NAC ଓ ପୌରାଞ୍ଚଳ ଗୁଡିକର ସହରୀୟ ଭିତ୍ତିଭୂମି ବିକାଶକୁ ମଧ୍ୟ ସମାନ ଗୁରୁତ୍ୱ ଦେଉଛୁ । "

ସେହିପରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ୨୦୩୬ ସୁଦ୍ଧା ରାଜ୍ୟରେ ସହରୀକରଣ ୪୦ ପ୍ରତିଶତ ଓ ୨୦୪୭ ସୁଦ୍ଧା ୬୦ ପ୍ରତିଶତ କରିବା ପାଇଁ ଆମର ଲକ୍ଷ୍ୟ ରହିଛି । "

ଏହା ମଧ୍ୟ ପଢନ୍ତୁ... ଜରିପାଲ ତଳେ ଜୀବନ, ମୌଳିକ ସୁବିଧା ଅପହଞ୍ଚ: କଟକରେ 272 ବସ୍ତି ବାସିନ୍ଦାଙ୍କ ପାଇଁ ସ୍ବାୟତ୍ତ ଶାସନ ଦିବସର ଅର୍ଥ କଣ ?

ଇଟିଭି ଭାରତ, ଭୁବନେଶ୍ବର