ETV Bharat / state

+2 ବାଣିଜ୍ୟ ଷ୍ଟ୍ରିମ୍‌ରେ ୫୯୨ ମାର୍କ ରଖିଛନ୍ତି ହଂସିକା, 'ଲକ୍ଷ୍ୟ ଅଛି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବି'

ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ 2026ରେ ବ୍ରହ୍ମପୁର ସହରର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ

Odisha CHSE 12th Result 2026 Berhampur Nilakantha Nagar Saraswati Vidya Mandir Commerce Topper success Story Arts Science Result
ବାଣିଜ୍ୟ ଷ୍ଟ୍ରିମ୍‌ ଟପ୍ପର କେ. ହଂସିକା ପାତ୍ର (ETV Bharat)
author img

By ETV Bharat Odisha Team

Published : May 22, 2026 at 9:40 AM IST

3 Min Read
Choose ETV Bharat

ବ୍ରହ୍ମପୁର: ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ । ଚଳିତବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ବ୍ରହ୍ମପୁର ସହରର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । କେବଳ ଚଳିତ ବର୍ଷ ନୁହେଁ, ପ୍ରତ୍ୟେକ ବର୍ଷ ଶିଶୁ ମନ୍ଦିରର ବିଦ୍ୟାର୍ଥୀମାନେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନରେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିବା ଦେଖାଯାଇଛି ।

ବାଣିଜ୍ୟ ଷ୍ଟ୍ରିମ୍‌ ଟପ୍ପର କେ. ହଂସିକା ପାତ୍ର (ETV Bharat)


ଚଳିତଥର ଯୁକ୍ତ ଦୁଇ ବାଣିଜ୍ୟରେ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧ମ ସ୍ଥାନରେ ଅଛନ୍ତି କେ. ହଂସିକା ପାତ୍ର । ସେ ୫୯୨ ମାର୍କ ଅର୍ଥାତ ୯୮.୬୭ ପ୍ରତିଶତ ହାସଲ କରିଛନ୍ତି । ହଂସିକାଙ୍କ ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ସେ ଏଭଳି ସଫଳତା ପାଇବାକୁ ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି ।

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବା ଲକ୍ଷ୍ୟ:

କେ. ହଂସିକା ପାତ୍ର କହିଛନ୍ତି, "ଶିକ୍ଷକମାନେ ଯାହା ପଢାଉଥିଲେ ତାହାକୁ ହିଁ ମନ ଦେଇ ପଢୁଥିଲି । ଏହି ସଫଳତାର ପ୍ରଥମ ଶ୍ରେୟ ମୋ ଶିକ୍ଷକ ଓ ବାପା-ମାଆଙ୍କୁ ଦେବି । ଆଗାମୀ ଦିନରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବା ପାଇଁ ଲକ୍ଷ୍ୟ ରଖିଛି ।"

Odisha CHSE 12th Result 2026 Berhampur Nilakantha Nagar Saraswati Vidya Mandir Commerce Topper success Story Arts Science Result
ବାଣିଜ୍ୟ ଷ୍ଟ୍ରିମ୍‌ ଟପ୍ପର କେ. ହଂସିକା ପାତ୍ର (ETV Bharat)

ସେହିପରି ବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଦ୍ୟାର୍ଥୀଙ୍କ ମଧ୍ୟରେ ଇଶାନ କାର୍ତ୍ତିକ ସୁବୁଦ୍ଧି ୫୯୦ ମାର୍କ (୯୮.୩୩ ପ୍ରତିଶତ) ରଖି ୨ୟ ସ୍ଥାନରେ ଅଛନ୍ତି । ପ୍ରତୀକ୍ଷା ପଟ୍ଟନାୟକ ୫୮୩ ମାର୍କ (୯୭.୧୭ ପ୍ରତିଶତ) ୩ୟ ସ୍ଥାନ, ଶ୍ଵେତା ସ୍ନିଗ୍ଧା ସାହୁ ୫୮୨ ମାର୍କ (୯୭ ପ୍ରତିଶତ) ୪ର୍ଥ ସ୍ଥାନ ଏବଂ ତ୍ରିସ୍ନା ପ୍ରହରାଜ ୫୮୧ ମାର୍କ (୯୬.୮୩ ପ୍ରତିଶତ ) ରଖି ୫ମ ସ୍ଥାନରେ ରହିଛନ୍ତି ।

ବାଣିଜ୍ୟ ଷ୍ଟ୍ରିମ୍‌ରେ ୪୧ ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି:

ତେବେ ଛାତ୍ରଛାତ୍ରୀଙ୍କ ଏହି ସଫଳତା ରାଜ୍ୟରେ ରେକର୍ଡ କରିବା ସହିତ ଶିକ୍ଷାନୁଷ୍ଠାନର ପୂର୍ବ ଗୌରବକୁ ବଜାୟ ରଖିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ କୁହାଯାଇଛି । ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାଣିଜ୍ୟ ଷ୍ଟ୍ରିମ୍‌ର ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ ୪୧ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

Odisha CHSE 12th Result 2026 Berhampur Nilakantha Nagar Saraswati Vidya Mandir Commerce Topper success Story Arts Science Result
ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ (ETV Bharat)


ବିଜ୍ଞାନ ଷ୍ଟ୍ରିମ୍‌ ରେଜଲ୍ଟ:

ସେହିପରି ଯୁକ୍ତ ଦୁଇ ବିଜ୍ଞାନ ଷ୍ଟ୍ରିମ୍‌ରେ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ୫ ଜଣଙ୍କ ମଧ୍ୟରେ ୧ମ ସ୍ଥାନରେ ଶାନ୍ତନୁ କୁମାର ସାହୁ ମୋଟ ୫୯୩ ମାର୍କ (୯୮.୮୩%), ଦ୍ବିତୀୟ ସ୍ଥାନରେ ଅନିମେଶ ପାତ୍ର ମୋଟ ୫୯୨ ମାର୍କ (୯୮.୬୭%), ୩ୟ ସ୍ଥାନରେ ଅପଣ୍ଡା ଆଚାର୍ଯ୍ୟ ମୋଟ ୫୯୧ ମାର୍କ(୯୮.୫୦%), ୪ର୍ଥ ସ୍ଥାନରେ ପି. ସ୍ମୃତିମୟୀ ପାତ୍ର ମୋଟ ୫୯୦ ମାର୍କ(୯୮.୩୩%), ୫ମ ସ୍ଥାନରେ ଚେତନା କିରଣ ଦାଶ ଓ ଏସ୍. ନିହାର ରଂଜନ ପାତ୍ର ମୋଟ ୫୮୭ମାର୍କ(୯୮.୮୩%)ମାର୍କ ରଖିଛନ୍ତି ।

ଗଞ୍ଜାମରେ ପାସ୍‌ ହାର ୮୮.୬୭ ପ୍ରତିଶତ:

ପ୍ରକାଶ ପାଇଥିବା ପରୀକ୍ଷାଫଳରେ ରାଜ୍ୟ ପାସ୍ ହାର ଠାରୁ ଗଞ୍ଜାମ ଜିଲ୍ଲାର ପାସ୍‌ ହାର ଅଧିକ ରହିଥିବା ରିପୋର୍ଟରୁ ଜଣାପଡିଛି । ରାଜ୍ୟର ଯୁକ୍ତ ଦୁଇ ପାସ ହାର ୮୫.୮୫ ପ୍ରତିଶତ ରହିଥ‌ିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହା ୮୮.୬୭ ପ୍ରତିଶତ ରହିଛି । ଜିଲ୍ଲାର ଛାତ୍ରଛାତ୍ରୀ ଆଶାତୀତ ସଫଳତା ହାସଲ କରିଛନ୍ତି । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାକୁ ମିଶାଇ ମୋଟ ୩୪୨୨୨ ଜଣ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୩୦୧୦୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୨୮୧ ଜଣ କମ୍ପାର୍ଟମେଣ୍ଟ ପାସ୍‌ ଏବଂ ୪୧୧୭ ଜଣ ଫେଲ ହୋଇଥିବା ଜଣାପଡିଛି ।

ଗଞ୍ଜାମରେ ବିଜ୍ଞାନ ଷ୍ଟ୍ରିମ୍‌ ରେଜଲ୍ଟ:

ଜିଲ୍ଲାରେ ଯୁକ୍ତ ଦୁଇ ବିଜ୍ଞାନରେ ୧୧୮୬୯ ଜଣ ପରୀକ୍ଷା ଦେଇଥିଲେ । ୧୦୬୨୬ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍‌ ହାର ୮୯.୫୨ ପ୍ରତିଶତ ରହିଛି । ବିଜ୍ଞାନରେ ମୋଟ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୭୨୧୯ ଜଣ ପ୍ରଥମ, ୨୩୩୯ ଜଣ ଦ୍ଵିତୀୟ ଓ ୮୩୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୨୩୬ ଜଣ କମ୍ପାର୍ଟମେଣ୍ଟରେ ପାସ୍‌ କରିଥିବା ସହିତ ମୋଟ ୧୨୪୩ ଜଣ ବିଦ୍ୟାର୍ଥୀ ଫେଲ ହୋଇଛନ୍ତି ।

ଗଞ୍ଜାମରେ ବାଣିଜ୍ୟ ଷ୍ଟ୍ରିମ୍‌ ରେଜଲ୍ଟ:
ସେହିପରି ବାଣିଜ୍ୟରେ ୨୨୨୮ ଜଣ ପରୀକ୍ଷା ଦେଇଥିଲେ । ୧୯୯୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରେ ୯୩୭ ଜଣ ପ୍ରଥମ, ୩୬୬ ଜଣ ଦ୍ଵିତୀୟ, ୬୭୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୩ ଜଣ କମ୍ପାର୍ଟମେଣ୍ଟରେ ପାସ୍‌ କରିଛନ୍ତି ଏବଂ ୨୩୮ ଜଣ ଫେଲ ହୋଇଛନ୍ତି । ବାଣିଜ୍ୟରେ ଉତ୍ତୀର୍ଣ୍ଣ ହାର ରହିଛି ୮୯.୩୧ ପ୍ରତିଶତ ।

ଗଞ୍ଜାମରେ କଳା ଷ୍ଟ୍ରିମ୍‌ ରେଜଲ୍ଟ:

ସେହିପରି ଯୁକ୍ତ ଦୁଇ କଳାରେ ମୋଟ ୧୯୮୫୪ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୧୭୩୦୪ ଜଣ ପାସ୍‌ ହୋଇଛନ୍ତି । ୪୮୯୩ ଜଣ ପ୍ରଥମ ଶ୍ରେଣୀରେ, ୪୦୩୦ ଜଣ ଦ୍ଵିତୀୟ ଶ୍ରେଣୀରେ ଏବଂ ୮୩୫୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୨୮ ଜଣ କମ୍ପାର୍ଟମେଣ୍ଟରେ ପାସ୍‌ କରିଥିବା ବେଳେ ମୋଟ ୨୫୪୫ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । କଳାରେ ଉତ୍ତୀର୍ଣ ହାର ୮୭.୧୮ ପ୍ରତିଶତ ରହିଛି ।

ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ:

ଧନ୍ଦାମୂଳକ ଶିକ୍ଷାରେ ୨୭୧ ଜଣ ପରୀକ୍ଷା ଦେଇ ୧୮୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯ ଜଣ, ଦ୍ଵିତୀୟ ଶ୍ରେଣୀରେ ୬୮ ଜଣ, ତୃତୀୟ ଶ୍ରେଣୀରେ ୮୯ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪ ଜଣ କମ୍ପାର୍ଟମେଣ୍ଟରେ ପାସ୍‌ କରିଥିବା ଏବଂ ୯୧ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହାର ୬୬.୪୨ ପ୍ରତିଶତ ରହିଛି ।

ଏହା ମଧ୍ଯ ପଢ଼ନ୍ତୁ...

ଇଂରାଜୀରେ 100ରୁ 102 ମାର୍କ, ତ୍ରୁଟି ମାନିଲେ CHSE କର୍ତ୍ତୃପକ୍ଷ

ଯୁକ୍ତ ଦୁଇ ବିଜ୍ଞାନରେ 89% ମାର୍କ ରଖିଲେ ମହାଲକ୍ଷ୍ମୀ, ଭବିଷ୍ୟତରେ IAS ହେବା ଲକ୍ଷ୍ୟ

ଯୁକ୍ତ ଦୁଇରେ ନୟାଗଡ଼ ଜିଲ୍ଲାର ସଫଳତା; ବିଜ୍ଞାନରେ ପଦ୍ମନାଭ, ବାଣିଜ୍ୟରେ ନୁପୂର ଓ କଳାରେ ରୋଜିନା ଟପ୍ପର

ଇଟିଭି ଭାରତ, ବ୍ରହ୍ମପୁର