ETV Bharat / state

ଓଡ଼ିଶା ବଜେଟ ଏପାଖ ସେପାଖ: ଡାଲଖାଇ ଯୋଜନାରେ ୨୨୦ କୋଟି, ରେୟାର ଆର୍ଥ ଓ ଫିଟ୍ ଓଡ଼ିଶା ମିଶନ ପାଇଁ ବ୍ୟୟ ବରାଦ

୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବବର୍ଷ ତୁଳନାରେ ଏଥର ବଜେଟ ଆକାର ବଢ଼ିଥିବା ବେଳେ, ଏକାଧିକ ନୂଆ ଯୋଜନା ସାମିଲ ହୋଇଛି ।

odisha-budget-2026-2027
ଓଡ଼ିଶା ବଜେଟ 2026-2027 (ETV Bharat Odisha)
author img

By ETV Bharat Odisha Team

Published : February 21, 2026 at 10:52 AM IST

3 Min Read
Choose ETV Bharat

ଭୁବନେଶ୍ବର: ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବାର୍ଷିକ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟ ଆକାର ୩ ଲକ୍ଷ ୧୦ ହଜାର କୋଟି ରହିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ଅଧିକ । ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ମୋହନ ସରକାର ୨ ଲକ୍ଷ ୯୦ ହଜାର କୋଟି ବ୍ୟୟ ବରାଦ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ପାଖାପାଖି ଅଧିକ 20 ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଓଡ଼ିଶା ବଜେଟ 2026:

୨୦୨୫-୨୬ ରେ ପ୍ରାଶାସନିକ ଖର୍ଚ୍ଚ ୧ ଲକ୍ଷ ୦୮ ହଜାର ଥିବାବେଳେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ପ୍ରାଶାସନିକ ବ୍ୟୟ ପାଇଁ ୧ ଲକ୍ଷ ୧୪ହଜାର କୋଟି ରଖାଯାଇଛି। ଗତ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ବ୍ୟୟ ନେଇ ୧ ଲକ୍ଷ ୭୦ ହଜାର ବ୍ୟୟ ଅଟକଳ କରାଯାଇଥିବା ବେଳେ, ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କାର୍ଯ୍ୟକ୍ରମ ଖର୍ଚ୍ଚ ୧ ଲକ୍ଷ ୮୦ ହଜାର କୋଟି ବ୍ୟୟ ଅଟକଳ କରାଯାଇଛି।

ଗତବର୍ଷ ତୁଳନାରେ ୬.୯% ବଜେଟ ବୃଦ୍ଧି:

ନିଜସ୍ୱ ଟିକସ ରାଜସ୍ୱ ୨୦୨୫-୨୬ ରେ ୬୬ ହଜାର ଥିବାବେଳେ ୨୦୨୬-୨୭ ଆର୍ଥିକ ବର୍ଷରେ ୭୦ହଜାର ରହିଛି (୨୩%)।ରାଜ୍ୟର ନିଜସ୍ୱ ଟିକସ ୨୦୨୫-୨୬ ରେ ୧ ଲକ୍ଷ ୨୬ହଜାର ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୧ ଲକ୍ଷ ୪୧ ହଜାର କୁ ବୃଦ୍ଧି ପାଇଛି।


କେନ୍ଦ୍ରୀୟ ଅନୁଦାନ କମିଛି:
ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ୪୧,୫୯୨ କୋଟି କେନ୍ଦ୍ରୀୟ ଅନୁଦାନ ମିଳିଥିବା ବେଳେ ବଳିତ ଆର୍ଥିକ ବର୍ଷରେ ଏହା କମିକି ୪୦,୦୪୦ କୋଟି ରହିଛି। ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ରାଜସ୍ୱ ଆୟ ୨ ଲକ୍ଷ ୩୨ ହଜାର ଥିବାବେଳେ ,୨୦୨୬-୨୭.ଆର୍ଥିକ ବର୍ଷରେ ୨ ଲକ୍ଷ ୪୮,୫୦୦ ରେ ରହିଛି।


ସରକାରୀ ଋଣ ବୃଦ୍ଧି :
ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ୪୭,୪୦୦ ଥିବାବେଳେ ,୨୦୨୬-୨୭ ଆର୍ଥିକ ବର୍ଷରେ ୫୭,୮୦୦କୁ ବୃଦ୍ଧି ପାଇଛି।


ମୋଟ ପୁଞ୍ଜି ଆୟ:
ଗତ ୨୦୨୫-୨୬ ଆର୍ଥିକ ବର୍ଷ ରେ ମୋଟ ପୁଞ୍ଜି ଆୟ ୫୮୦୦୦ ଥିବାବେଳେ ୨୦୨୬-୨୭ ଆର୍ଥିକ ବର୍ଷରେ ଏହା ୬୧,୫୦୦ କୁ ବୃଦ୍ଧି ପାଇଛି ।


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବର୍ତ୍ତମାନ ମୁଁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆକଳନର ପ୍ରସ୍ତାବ ଦେଉଛି । ଆର୍ଥିକ ବର୍ଷ ୨୦୨୬-୨୭ ବଜେଟ୍ ଆକଳନରେ କାର୍ଯ୍ୟକ୍ରମ ବଜେଟର ପରିମାଣକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ମୁଁ ପ୍ରସ୍ତାବ ଦେଉଛି, ଯାହା ମୋଟ ବଜେଟ୍ ଆକଳନର ପ୍ରାୟ ୫୮ ପ୍ରତିଶତ ଅଟେ । ଚଳିତ ବଜେଟରେ ୭୨ ହଜାର ୧ ଶହ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ ଆକଳନ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ (GSDP)ର ୬.୫ ପ୍ରତିଶତ ଏବଂ ରାଜ୍ୟ ବଜେଟ ଆକଳନର ୨୩.୩ ପ୍ରତିଶତ ଅଟେ, ଯାହା ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧ‌ିକ ।



ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ପ୍ରଶାସନିକ ବ୍ୟୟ ବବାଦକୁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଛି । ବିପର୍ଯ୍ୟୟ ବିପରି ପରିଚାଳନା ପାଣ୍ଠି ପାଇଁ ୫ ହଜାର ୩ ଶହ ୭୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟରୁ ହସ୍ତାନ୍ତର ପାଇଁ ୧୦ ହଜାର ୬ ଶହ ୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଷୋଡଶ କେନ୍ଦ୍ର ଅର୍ଥ ଆୟୋଗଙ୍କ ସୁପାରିସ କ୍ରମେ ୩ ହଜାର ୫୬ କୋଟି ଟଙ୍କା ଏବଂ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିସ କ୍ରମେ ପ୍ରାୟ ୭ ହଜାର ୪ ଶହ ୫୦ କୋଟି ଟଙ୍କା ମିଳିବ ।


ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୬ ଏପ୍ରିଲ ପହିଲାଠାରୁ ପେଶା ବା ବୃଦ୍ଧି ଉପରେ ଟିକସ (Professional Tax) ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଉଛି । ଏହା ଫଳରେ ରାଜ୍ୟ ବାର୍ଷିକ ପ୍ରାୟ ୩୨୦ କୋଟି ଟଙ୍କାର ରାଜସ୍ବ ହରାଇବ ।


Odisha Budget Highlights:


ଶିକ୍ଷା ପାଇଁ ୪୨,୫୬୫ କୋଟି ଟଙ୍କା

ସ୍ୱାସ୍ଥ୍ୟ ସେବା ୨୩,୧୮୨ କୋଟି ଟଙ୍କା
କୃଷି ପାଇଁ ୪୨,୪୯୨ କୋଟି ଟଙ୍କା
ଜଳସମ୍ପଦ ବିଭାଗ ପାଇଁ ୧୭,୮୫୫ କୋଟି ଟଙ୍କା

ମହିଳା ସଶକ୍ତିକରଣ ପାଇଁ ୧୮,୯୫୭ କୋଟି ଟଙ୍କା

ଗ୍ରାମାଞ୍ଚଳ ବିକାଶ ପାଇଁ ୪୪,୩୦୯ କୋଟି ଟଙ୍କା

ସହରାଞ୍ଚଳ ବିକାଶ ପାଇଁ ୧୦,୭୩୮ କୋଟି ଟଙ୍କା

ସାମାଜିକ ସୁରକ୍ଷା ପାଇଁ ୨୫,୨୦୮ କୋଟି ଟଙ୍କା


ବଜେଟରେ ହଟିଲା ପୁରୁଣା ପଦ୍ଧତି, କାହା ମୃତ୍ୟୁ ପାଇଁ ଅପେକ୍ଷା କରିବାକୁ ପଡ଼ିବନି, ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଏବେ ୬୦ ବର୍ଷ ପରେ ମିଳିବ ସାମାଜିକ ସୁରକ୍ଷା ଭତ୍ତା ।
ରାଜ୍ୟରେ ଏବେ ପ୍ରାୟ ୬ ଲକ୍ଷ ଲୋକଙ୍କୁ ୩,୫୦୦ ଟଙ୍କା ମାସିକ ଭତ୍ତା ମିଳୁଛି। ଅପେକ୍ଷାରେ ଥିବା ଏହି ବର୍ଗର ସମସ୍ତ ଲୋକଙ୍କୁ ମିଳିବ ମାସିକ ୩,୫୦୦ ପେନସନ୍।
୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ଏହି ସୁବିଧା ମିଳିବ ବୋଲି ବଜେଟ ଉପସ୍ଥାପନ ବେଳେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବିରଳ ଖଣିଜ ଯୋଜନା ପାଇଁ ୧୦ କୋଟି ବ୍ୟୟ ବରାଦ ହୋଇଛି । ବିଶ୍ବର ସର୍ବବୃହତ ଶସ୍ୟ ଗଚ୍ଛିତ ଯୋଜନାରେ ୨୪୦ କୋଟି ଖର୍ଚ୍ଚ ହେବ।

ମୋଟ ଋଣ ଭାର:
୧,୫୫୭୧୦ କୋଟି , ମୋଟ ରଣଭାର ଓ ଘରୋଇ ଉତ୍ପାଦର ଅନୁପାତ ୧୪.୧%


ବିତ୍ତୀୟ ନିଅଣ୍ଟ:
୩୮,୮୦୦ କୋଟି ,ରାଜ୍ୟର ସକଳ ଉତ୍ପାଦର ୩.୫%

ସୁଧ ଦେୟ:
୮୨ ୦୦୦ କୋଟି ଟଙ୍କା ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୩.୩%

ମୁଣ୍ଡ ପିଛା ଋଣ ଭାର:
୨୭,୬୨୫ ଟଙ୍କା


ବଜେଟରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା:

ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଶୁଭାରମ୍ଭ
ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି
ବଜେଟ୍‌ରେ ଶ୍ରୀମନ୍ଦିରକୁ ନେଇ ବଡ଼ ଘୋଷଣା

ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ପାଠାଗାର ପାଇଁ ୧୦୦୦ କୋଟି

Online ପ୍ଲାଟଫର୍ମରେ ଡିଜିଟାଲ ହୁଣ୍ଡି
୧୦୦ ମଡେଲ୍ ମଣ୍ଡି ପାଇଁ ୧୦୦ କୋଟି
ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନାରେ ୧୦୦ କୋଟି
ବିଶ୍ବର ସର୍ବ ବୃହତ୍ ଶସ୍ୟ ଗଚ୍ଛିତ ଯୋଜନାରେ ୨୪୦ କୋଟି
Rare earth ପାଇଁ ୧୦ କୋଟି
Fit Odisha mission ପାଇଁ ୧୦ କୋଟି
ଡାଲଖାଇ ଯୋଜନା ପାଇଁ ୨୨୦ କୋଟି
ବେଙ୍ଗାଲୁୁରୁରେ ଓଡିଶା ଭବନ ନିର୍ମାଣ ପାଇଁ ୧୩ କୋଟି

ଏହା ମଧ୍ୟ ପଢ଼ନ୍ତୁ...

ମୋହନ ସରକାରଙ୍କ ବଜେଟକୁ ବିରୋଧୀଙ୍କ କଟାକ୍ଷ; ଶୂନ୍ୟ ପାକଶାଳାରେ ଫୁଲ୍ ମେନୁ କହିଲେ ନବୀନ

Odisha Budget; ସରକାରଙ୍କ ଫୋକସରେ ମହିଳା ସଶକ୍ତିକରଣ, 'ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା' ଘୋଷଣା

ମୋହନଙ୍କ ପେଡିରେ ଅନ୍ନଦାତା ଏବଂ ଗ୍ରାମୀଣ ବିକାଶ ଉପରେ ଫୋକସ, 12.3 ପ୍ରତିଶତ ବଢିଲା କୃଷି ବଜେଟ୍

ଇଟିଭି ଭାରତ, ଭୁବନେଶ୍ବର