Odisha Budget 2026; ଜାଣନ୍ତୁ କେଉଁ ବିଭାଗକୁ କେତେ ? ଗତଥର ତୁଳନାରେ କମ୍ ସମୟ ଅଭିଭାଷଣ ପଢିଲେ ମୁଖ୍ୟମନ୍ତ୍ରୀ
ଗତବର୍ଷ ଅପେକ୍ଷା ବଜେଟ୍ ଆକାର 6.9 ପ୍ରତିଶତ ବୃଦ୍ଧି ପାଇଛି । ଗତଥର ତୁଳନାରେ କମ୍ ସମୟ ବଜେଟ୍ ଉପସ୍ଥାପନ ଅଭିଭାଷଣ ପଢିଥିଲେ ମୁଖ୍ୟମନ୍ତ୍ରୀ ।


Published : February 20, 2026 at 8:20 PM IST
ଭୁବନେଶ୍ୱର: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ 2026-27 ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥର ମୋଟ୍ ବଜେଟ୍ ଅଟକଳ 3 ଲକ୍ଷ 10 ହଜାର କୋଟି ଟଙ୍କା ରଖାଯାଇଛି । ଗତବର୍ଷ ଅପେକ୍ଷା ବଜେଟ୍ ଆକାର 6.9 ପ୍ରତିଶତ ବୃଦ୍ଧି ପାଇଛି । ମୋଟ୍ ରାଜସ୍ୱ ପ୍ରାପ୍ତି 2 ଲକ୍ଷ 48 ହଜାର 500 କୋଟି ଟଙ୍କା ହେବା ଅନୁମାନ କରାଯାଇଛି । ସେହିପରି ଅନ୍ୟ ସୂତ୍ରରୁ ପୁଞ୍ଜି ପ୍ରାପ୍ତି 48,500 କୋଟି ଟଙ୍କା ହେବା ଅନୁମାନ କରାଯାଇଛି ।
ତେବେ ରାଜସ୍ୱ ବ୍ୟୟ ପାଇଁ 2 ଲକ୍ଷ 15 ହଜାର 500 କୋଟି ଟଙ୍କା ରଖାଯାଇଛି । ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଥା ପୁଞ୍ଜି ବ୍ୟୟ ପାଇଁ 94,500 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ବଜେଟରେ 33, 000 କୋଟି ଟଙ୍କାର ରାଜସ୍ୱ ବଳକା ରହିବ ବୋଲି ଆକଳନ କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷରେ ଆର୍ଥିକ ନିଅଣ୍ଟ ପରିମାଣ ୩୮, ୮୦୦ କୋଟି ଟଙ୍କା ରହିପାରେ ବୋଲି ଆକଳନ । ତେବେ ପ୍ରାଥମିକ ନିଅଣ୍ଟ 30,600 କୋଟି ହେବ ବୋଲି ଆକଳନ କରାଯାଇଛି ।
ତେବେ ରୋଚକ କଥା ହେଉଛି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗତଥର ତୁଳନାରେ କମ୍ ସମୟ ବଜେଟ୍ ଉପସ୍ଥାପନ ଅଭିଭାଷଣ ପଢିଥିଲେ । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ସମୟ ଥିଲା ଠିକ୍ 2 ଘଣ୍ଟା ( ଆପାତତଃ ସନ୍ଧ୍ୟା 4ଟା 18ରେ ଅଭିଭାଷଣ ଆରମ୍ଭ କରି 6ଟା 18ରେ ଶେଷ) । 17 ଫେବୃଆରୀ 2025ରେ ବଜେଟ୍ ଉପସ୍ଥାପନ ସମୟରେ ମୋହନ ମାଝୀଙ୍କ ଅଭିଭାଷଣ 2 ଘଣ୍ଟା 44 ମିନିଟ୍ ଥିଲା । ସେହିପରି 25 ଜୁଲାଇ 2025ରେ ତାଙ୍କ ପ୍ରଥମ ବଜେଟ୍ ଅଭିଭାଷଣ 2 ଘଣ୍ଟା 9 ମିନିଟ୍ ଥିଲା ।
ତେବେ ନଜର ପକାନ୍ତୁ କେଉଁ ବିଭାଗ ପାଇଁ କେତେ ବ୍ୟୟ ବରାଦ ହୋଇଛି-
ପଞ୍ଚାୟତି ରାଜ ଓ ପାନୀୟ ଜଳ - ୧୧.୦%
ସ୍କୁଲ ଓ ଗଣଶିକ୍ଷା - ୧୦.୩%
ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ - ୭.୫%
ଜଳ ସମ୍ପଦ - ୫.୩%
ମହିଳା ଓ ଶିଶୁ ବିକାଶ -୫.୨%
କୃଷି ଓ କୃଷକ ସଶକ୍ତିକରଣ - ୪.୭%
କାର୍ଯ୍ୟ (Works) - ୪.୩%
ଗୃହ ବିଭାଗ - ୩.୬%
ଗୃହ ଓ ସହର ଉନ୍ନୟନ - ୩.୪%
ଗ୍ରାମ୍ୟ ଉନ୍ନୟନ – ୩.୩%
SSEPD ବିଭାଗ - ୩.୧%
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ - ୨.୧%
ବିପର୍ଯ୍ୟୟ ପରିଚାଳନା - ୧.୮%
ଶକ୍ତି ବିଭାଗ - ୧.୫%
ପରିବହନ ବିଭାଗ - ୧.୩%
ଓଡ଼ିଶା ବଜେଟ୍ ୨୦୨୬–୨୭
ବଜେଟ୍ରେ ସର୍ବାଧିକ ଆର୍ଥିକ ଅନୁଦାନ ପାଇଥିବା ୬ଟି ବିଭାଗ-
ଆର୍ଥିକ ବିଭାଗ - 65,292.27 କୋଟି
ପଞ୍ଚାୟତି ରାଜ ବିଭାଗ - 34,166.14 କୋଟି
ସ୍କୁଲ ଓ ଗଣଶିକ୍ଷା ବିଭାଗ - 31,997.53 କୋଟି
ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ - 23,182.14 କୋଟି
ଜଳ ସମ୍ପଦ ବିଭାଗ -16,488.92 କୋଟି
କୃଷି ଓ କୃଷକ ସଶକ୍ତିକରଣ ବିଭାଗ - 14,701.39 କୋଟି
ଇଟିଭି ଭାରତ, ଭୁବନେଶ୍ୱର

