ETV Bharat / state

ଆସନ୍ତାକାଲିଠୁ ବଜେଟ ଅଧିବେଶନ; ଜାଣନ୍ତୁ କେଉଁ ଦିନ କ'ଣ ରହିଛି...

ବିଧାନସଭାର ଷଷ୍ଠ ଅଧିବେଶନରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜାଣନ୍ତୁ କେଉଁ ଦିନ କ'ଣ କାର୍ଯ୍ୟକ୍ରମ ରହିଛି...

Odisha Budget 2026
ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ (ETV Bharat Odisha)
author img

By ETV Bharat Odisha Team

Published : February 16, 2026 at 8:53 PM IST

1 Min Read
Choose ETV Bharat

ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ । ଚଳିତ ବର୍ଷ ମୋହନ ସରକାରଙ୍କ ବଜେଟ ସାଇଜ ବୃଦ୍ଧି ହେବା ନେଇ ଆକଳନ କରାଯାଉଥିବା ବେଳେ ୩ ଲକ୍ଷ କୋଟି ଟଙ୍କାର ବଜେଟ ଆଣିପାରନ୍ତି ସରକାର। ଏହି ବଜେଟରେ ନିଯୁକ୍ତି ସୃଷ୍ଟି ଏବଂ ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି ଉପରେ ଫୋକସ ରହିବ ବୋଲି ଆଶା କରାଯାଉଛି ।

ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକ ଉପରେ ମଧ୍ୟ ନଜର ରହିଛି । ସେଗୁଡ଼ିକ ହେଲା କୃଷି, ଶିଳ୍ପ, ଗ୍ରାମାଞ୍ଚଳ ବିକାଶ, ପର୍ଯ୍ୟଟନ, ପ୍ରଯୁକ୍ତିବିଦ୍ୟା ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ ବୋଲି ଆକଳନ କରାଯାଉଛି । ସାଧାରଣତଃ ବଜେଟ ଅଧିବେଶନ ଲମ୍ବା ଅଧିବେଶନ ହୋଇଥାଏ । କାରଣ ପ୍ରତି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୁଏ ଏବଂ ବ୍ୟୟ ବରାଦକୁ ନେଇ ପ୍ରସ୍ତୁତ ହୋଇଥିବା ବଜେଟ ଉପରେ ଚୂଡାନ୍ତ ମୋହର ବାଜିଥାଏ । ତେବେ ଆସନ୍ତୁ ଜାଣିବା ଏପ୍ରିଲ ୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ କେଉଁ ଦିନ କଣ କାର୍ଯ୍ୟକ୍ରମ ରହିଛି ?

Odisha Budget 2026
ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ (ETV Bharat Odisha)

୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଅଧିବେଶନରେ କେଉଁ ଦିନ କ'ଣ ରହିଛି କାର୍ଯ୍ୟକ୍ରମ ?

  • ୧୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ।
  • ୧୮ ଏବଂ ୧୯ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ।
  • ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ୨୧ ତାରିଖରେ ସରକାରୀ କାର୍ଯ୍ୟ ।
  • ୨୩ ,୨୪ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା ହେବ।
  • ୨୫ ମାର୍ଚ୍ଚ ଠାରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ବୈଠକ ହେବନାହିଁ ।
  • ମାର୍ଚ୍ଚ ୯ ତାରିଖରେ ବିଭାଗୀୟ ସ୍ଥାୟୀ କମିଟି ମାନଙ୍କର ରିପୋର୍ଟ ଉପସ୍ଥାପନ।
  • ୧୦ରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ବଜେଟ ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ଆଲୋଚନା।
  • ୩୧ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପରେ ବିନିଯୋଗ ବିଲ ଆସିବ।
  • ୨ ଏପ୍ରିଲରେ ବେସରକାରୀ ସଭ୍ୟଙ୍କ ବିଲ୍ ଏବଂ ସଂକଳ୍ପ ଆସିବ।
  • ୪ ତାରିଖରେ ସରକାରୀ ସରକାରୀ କାର୍ଯ୍ୟକ୍ରମ ରହିଛି ।
  • ୬, ୭ ଏବଂ ୮ ତାରିଖରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ଜରିଆରେ ଶେଷ ହେବ ବଜେଟ ଅଧିବେଶନ ।

ଏହା ମଧ୍ୟ ପଢନ୍ତୁ...କାଲିଠୁ ବଜେଟ ଅଧିବେଶନ; ବିଧାନସଭା ସୁରକ୍ଷାରେ ୩୫ ପ୍ଲାଟୁନ ଫୋର୍ସ, ୧୦୦ ଅଧିକାରୀ

ଏହା ମଧ୍ୟ ପଢନ୍ତୁ...କାଲିଠୁ ବଜେଟ୍ ଅଧିବେଶନ; ବସିଲା ସର୍ବଦଳୀୟ ବୈଠକ, ମାଳ ମାଳ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ସଜବାଜ

ଇଟିଭି ଭାରତ, ଭୁବନେଶ୍ବର