ETV Bharat / state

ନୂଆବର୍ଷରେ କଂଗ୍ରେସ ପାଇଁ ଆହ୍ୱାନ, ଦଳ ପାଇଁ ଏକ ହୋଇ କାମ କରିବାକୁ ଭକ୍ତଙ୍କ ନିବେଦନ

ଓଡ଼ିଶାରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କ ସମର୍ଥନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଲେ ଭକ୍ତ ।

ନୂଆବର୍ଷରେ କଂଗ୍ରେସ ପାଇଁ ନାଁ ଆହ୍ୱାନ, ଦଳ ପାଇଁ ଏକ ହୋଇ କାମ କରିବାକୁ ଭକ୍ତଙ୍କ ନିବେଦନ
ନୂଆବର୍ଷରେ କଂଗ୍ରେସ ପାଇଁ ନାଁ ଆହ୍ୱାନ, ଦଳ ପାଇଁ ଏକ ହୋଇ କାମ କରିବାକୁ ଭକ୍ତଙ୍କ ନିବେଦନ (ETV BHARAT ODISHA)
author img

By ETV Bharat Odisha Team

Published : January 1, 2026 at 8:08 PM IST

2 Min Read
Choose ETV Bharat

ଭୁବନେଶ୍ବର: ନୂଆ ବର୍ଷକୁ ଧୂମଧାମରେ ପାଳନ କରୁଛନ୍ତି କଂଗ୍ରେସ ନେତା । ଚଳଚଞ୍ଚଳ କଂଗ୍ରେସ ଶିବିର । ଇଂରାଜୀ ନବ ବର୍ଷ ୨୦୨୬ ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଦଳୀୟ ନେତା ଓ କର୍ମୀ କଂଗ୍ରେସ ଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି । କିଏ ଫୁଲ ତୋଡା ତ କିଏ ମିଠା ଖୁଆଇ ଭକ୍ତଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ଦଳର ଉତ୍ତମ ପ୍ରଦର୍ଶନ କାମନା କରିଛନ୍ତି । ତେବେ ଆଗାମୀ ଦିନରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି । ଓଡ଼ିଶା ଆସି ପ୍ରିୟଙ୍କା ଗାନ୍ଧି, ରାଜ୍ୟରେ ବଡ଼ ମହିଳା ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ରାହୁଲଙ୍କୁ ଓଡ଼ିଶା ଆଣି ଆଉ ଏକ ସମାବେଶ କରିବାକୁ ଯୋଜନା କରିଛି କଂଗ୍ରେସ । ରାଜ୍ୟର ୧୦ଟି ଜିଲ୍ଲାରେ ବଡ଼ ସମାବେଶ କରିବ କଂଗ୍ରେସ ।

ନୂଆବର୍ଷରେ କଂଗ୍ରେସ ପାଇଁ ଆହ୍ୱାନ, ଦଳ ପାଇଁ ଏକ ହୋଇ କାମ କରିବାକୁ ଭକ୍ତଙ୍କ ନିବେଦନ (ETV BHARAT ODISHA)

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଭୁବନେଶ୍ୱରର କଂଗ୍ରେସ ଭବନରେ ଦଳୀୟ କର୍ମୀଙ୍କ ସହ ନୂତନ ବର୍ଷକୁ ସ୍ୱାଗତ କରିଥିଲେ । ସେ ଓଡ଼ିଶାରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଦଳୀୟ ନେତା ଓ କର୍ମୀଙ୍କ ସମର୍ଥନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, କଂଗ୍ରେସ ରାଜ୍ୟରେ ଦଳର ଉପସ୍ଥିତିକୁ ପୁନର୍ଜୀବିତ କରିବା ପାଇଁ କାର୍ଯ୍ୟ କରୁଛି ।


ପ୍ରଦେଶ କଂଗ୍ରେସର ମୁଖିଆ ଭାବେ ଦଳର ସଂଗଠନ କୁ ସୁଦୃଢ଼ ଏବଂ କ୍ରିୟାଶୀଳ କରିବା ପାଇଁ ଭକ୍ତ ଆହ୍ୱାନ ଦେଇଛନ୍ତି।ଓଡ଼ିଶାରେ କ୍ଷମତା ରେ ଥିବା ଡବଲ ଇଞ୍ଜିନ ସରକାର ର ସମାସଫ ବିଫଳତା କୁ ନେଇ ଓଡିଶାବାସୀଙ୍କ ପାଖରେ ପହଞ୍ଚିବ କଂଗ୍ରେସ ସେ ନେଇ ବିପ୍ଳବର ଆହ୍ୱାନ ଦେଇଛନ୍ତି ଭକ୍ତ। ଦଳୀୟ କର୍ମୀ ଏବଂ ନେତାଙ୍କ ସହିତ ସକ୍ରିୟ ଭାବରେ ଯୋଗାଯୋଗ କରି ଦଳର ଅନ୍ତକନ୍ଦଳକୁ ଦୂର କରିବା ମଧ୍ୟ ବଡ଼ ଚ୍ୟାଲେଞ୍ଜ ରହିବ । ତେବେ ସମସ୍ତଙ୍କୁ ଏକାଠି ହୋଇ ଆଗକୁ ଚାଲିବାକୁ ଭକ୍ତ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଆଜି ସକାଳୁ ପିସିସି ସଭାପତି ଭକ୍ତ ଦାସ ପୁରୀ ଯାଇ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭୁବନେଶ୍ୱର ଫେରି କର୍ମୀ ଓ ନେତା ମାନଙ୍କୁ ଭେଟି ନୂଆବର୍ଷରେ ଶୁଭେଚ୍ଛା ଜଣାଇଛନ୍ତି।


ରାଜ୍ୟବ୍ୟାପୀ ଆନ୍ଦୋଳନ କରି ଜନସାଧାରଣଙ୍କ ନ୍ୟାୟ ପାଇଁ କାର୍ଯ୍ୟ କରିବ କଂଗ୍ରେସ । ନାରୀ ନିର୍ଯାତନା ବିରୋଧରେ ପ୍ରତିବାଦ ଜାରି ରହିବ, ବିଦ୍ୟୁତ ଶୁଳ୍କ, ପଞ୍ଚାୟତିରାଜ ବ୍ୟବସ୍ଥାରେ ମହାତ୍ମା ଗାନ୍ଧିଙ୍କ ନାଁ କାଟିବା, କୃଷକ କଲ୍ୟାଣ ସହ ମଣ୍ଡି ସମସ୍ୟା, ସାମାଜିକ ସୁରକ୍ଷା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସରକାରଙ୍କ ନୀତି ସମେତ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ସ୍ୱର ଉଠାବାକୁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଭକ୍ତ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ନିଜ ସରକାରୀ ବାସଭବନରେ ଦଳୀୟ ନେତା ଓ କର୍ମୀଙ୍କ ସହ ନୂଆବର୍ଷ ପାଳନ କରିଛନ୍ତି । ଆଗାମୀ ଦିନରେ ଦଳ ସାଙ୍ଗଠନିକ କ୍ଷେତ୍ରରେ କିଭଳି ଅଧିକ ସୁଦୃଢ ହେବ ସେ ନେଇ ନୂଆବର୍ଷରେ ରିଜୋଲୁସନ କରିଛନ୍ତି କାଡାମ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ନିଜ ସରକାରୀ ବାସଭବନରେ ଦଳୀୟ ନେତା ଓ କର୍ମୀଙ୍କ ସହ ନୂଆବର୍ଷ ପାଳନ କରିଛନ୍ତି ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ନିଜ ସରକାରୀ ବାସଭବନରେ ଦଳୀୟ ନେତା ଓ କର୍ମୀଙ୍କ ସହ ନୂଆବର୍ଷ ପାଳନ କରିଛନ୍ତି । (ETV BHARAT ODISHA)



ଏହା ମଧ୍ୟ ପଢ଼ନ୍ତୁ- ଜାନୁଆରୀ ୫ରୁ କଂଗ୍ରେସ ଆରମ୍ଭ କରିବ 'ମନରେଗା ବଚାଓ ଅଭିଯାନ': CWC ବୈଠକରେ ନିଷ୍ପତ୍ତି

ଏହା ମଧ୍ୟ ପଢ଼ନ୍ତୁ- ବିଜୁଳି ଉପଭୋକ୍ତାଙ୍କ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ; ଟାଟା ପାୱାର କାର୍ଯ୍ୟାଳୟରେ ପକାଇଲା ତାଲା

ଇଟିଭି ଭାରତ, ଭୁବନେଶ୍ବର