ETV Bharat / state

ମୋହନଙ୍କ ବଜେଟ ପେଡ଼ିରେ କେନ୍ଦ୍ରାପଡ଼ା ପାଇଁ ଉପହାର: ନୂଆ ବିଶ୍ବବିଦ୍ୟାଳୟ, ଜିଲ୍ଲାରେ ଖୁସିରେ ଲହରୀ

କେନ୍ଦ୍ରାପଡ଼ାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ସହିତ ବିଶ୍ବବିଦ୍ୟାଳୟର ସ୍ଥାପନା ଓ ଜାହାଜ କାରଖାନାର ପ୍ରତିଷ୍ଠା ନେଇ ରାଜ୍ୟ ବଜେଟର ମିଳିଛି ପ୍ରତିଶ୍ରୁତି । ଏଥିପାଇଁ ବିଧିବଦ୍ଧ ଯୋଜନାର ଆବଶ୍ୟକତା ରହିଛି ବୁଦ୍ଧିଜୀବୀ କହିଛନ୍ତି ।

New University announcement to kendrapara in State Budget 2026-27
ରାଜ୍ୟ ବଜେଟ 2026: ଫୋକସରେ କେନ୍ଦ୍ରାପଡ଼ା, ଜିଲ୍ଲାରେ ବିଶ୍ବବିଦ୍ୟାଳୟ ସ୍ଥାପନା ନେଇ ଖୁସିର ଲହରୀ (ETV Bharat Odisha)
author img

By ETV Bharat Odisha Team

Published : February 22, 2026 at 3:40 PM IST

|

Updated : February 23, 2026 at 3:53 PM IST

3 Min Read
Choose ETV Bharat

କେନ୍ଦ୍ରାପଡା: ବଜେଟ 2026-27ର ଫୋକସରେ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା । ଚଳିତବର୍ଷର ରାଜ୍ୟ ବଜେଟ ଜିଲ୍ଲା ପାଇଁ ଖୁସି ଖବର ଆଣି ଦେଇଛି । କେନ୍ଦ୍ରାପଡ଼ାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ସହିତ ବିଶ୍ବବିଦ୍ୟାଳୟର ସ୍ଥାପନା ଓ ଜାହାଜ କାରଖାନାର ପ୍ରତିଷ୍ଠା ନେଇ ବଜେଟର ମିଳିଛି ପ୍ରତିଶ୍ରୁତି । ଏନେଇ ଜିଲ୍ଲାର ଅଧିବାସୀଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଥିବା ବେଳେ ବୁଦ୍ଧିଜୀବୀ ଏହି ସବୁ ବିକାଶ ପାଇଁ ବିଧିବଦ୍ଧ ଯୋଜନାର ଆବଶ୍ୟକତା ରହିଛି ବୋଲି ମତ ପୋଷଣ କରିଛନ୍ତି ।

ପ୍ରତିଶ୍ରୁତି ପାଳିଛନ୍ତି ସରକାର:
ବିକଶିତ ହେବ କେନ୍ଦ୍ରାପଡା । ଆଗତ ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ରଖି ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗାପ୍ରସନ୍ନ ନାୟକ କହିଛନ୍ତି,"ଚାଷୀ କୂଳର ସମସ୍ୟା ଉପରେ ସରକାର ଧ୍ୟାନ ଦେଇଛନ୍ତି । ପ୍ରତିଶ୍ରୁତିର ପାଳନ ସହିତ 100 ଟଙ୍କାର ବୋନସ ଓ MSP ପ୍ରଦାନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ମଣ୍ଡିରୁ ପ୍ରଥମ ପର୍ଯ୍ୟାୟର ଧାନ ଉଠିଛି । ଦ୍ବିତୀୟ ପର୍ଯ୍ୟାୟରେ ପୁଣି 500 ମେଟ୍ରିକ ଟନ ଧାନ ଉଠିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।"

ମୋହନଙ୍କ ବଜେଟ ପେଡିରେ କେନ୍ଦ୍ରାପଡା ପାଇଁ ଉପହାର: ନୂଆ ବିଶ୍ବବିଦ୍ୟାଳୟ, ଜିଲ୍ଲାରେ ଖୁସିରେ ଲହରୀ (ETV Bharat Odisha)

ଜିଲ୍ଲାରେ ବିଶ୍ଵବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ:
୨୦୨୬-୨୭ ବିଧାନସଭା ବଜେଟରେ କେନ୍ଦ୍ରାପଡା ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଘୋଷଣା କରାଯାଇଛି । ଏହି ଘୋଷଣା ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ରାଜ୍ୟର ସର୍ବ ପୁରାତନ କେନ୍ଦ୍ରାପଡା ସ୍ୱୟଂଶାସିତ ଘରୋଇ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଲେ ଅନେକ ଛାତ୍ରଛାତ୍ରୀ ଓ ଜିଲ୍ଲାବାସୀ ଉପକୃତ ହୋଇପାରନ୍ତେ ବୋଲି ମତ ରଖିଛନ୍ତି ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ।

New University announcement to kendrapara in State Budget 2026-27
ରାଜ୍ୟ ବଜେଟ 2026: ଫୋକସରେ କେନ୍ଦ୍ରାପଡ଼ା, ଜିଲ୍ଲାରେ ବିଶ୍ବବିଦ୍ୟାଳୟ ସ୍ଥାପନା ନେଇ ଖୁସିର ଲହରୀ (ETV Bharat Odisha)

ବିଶ୍ବବିଦ୍ୟାଳୟ ସ୍ଥାପନ ହେଲେ ଉପକୃତ ହେବେ ଛାତ୍ରଛାତ୍ରୀ:
କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ଶେଷବର୍ଷର ବିଜ୍ଞାନ ଛାତ୍ରୀ ଇତିଶ୍ରୀ ଜେନା କହିଛନ୍ତି,"କେନ୍ଦ୍ରାପଡ଼ା ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବା ଖବରକୁ ନେଇ ଖୁସି ଅଛୁ । ଦୀର୍ଘଦିନ ଧରି ଏଥିପାଇଁ ଦାବି ରହିଥିଲା । ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟତଃ ସ୍ନାତକୋତ୍ତର ପାଠପଢା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର, ବ୍ରହ୍ମପୁର ଆଦି ସ୍ଥାନମାନଙ୍କରେ ଥିବା ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ । ଅର୍ଥାଭାବ ଯୋଗୁଁ କେତେକ ଛାତ୍ରଛାତ୍ରୀ ଆଗକୁ ପଢୁନଥିଲେ । ହେଲେ ଆମ ଜିଲ୍ଲାରେ ବିଶ୍ବବିଦ୍ୟାଳୟ ହେଲେ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଉପକୃତ ହେବେ ।"

New University announcement to kendrapara in State Budget 2026-27
ରାଜ୍ୟ ବଜେଟ 2026: ଫୋକସରେ କେନ୍ଦ୍ରାପଡ଼ା, ଜିଲ୍ଲାରେ ବିଶ୍ବବିଦ୍ୟାଳୟ ସ୍ଥାପନା ନେଇ ଖୁସିର ଲହରୀ (ETV Bharat Odisha)



କୃଷି ବିଶ୍ୱବିଦ୍ୟାଳୟର ଆବଶ୍ୟକତା:
ବଜେଟ ଅଧିବେଶନରେ କେନ୍ଦ୍ରାପଡା ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ସ୍ଥାପନା ଦାବିକୁ ସରକାର ଆନ୍ତରିକତାର ସହ ବିଚାର କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି ସମାଜସେବୀ । ଜିଲ୍ଲାର ସମାଜସେବୀ ଚିତ୍ତରଞ୍ଜନ ଦାସ କହିଛନ୍ତି, "କେନ୍ଦ୍ରାପଡା ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପାଇଁ ବଜେଟରେ ଘୋଷଣା ହୋଇଛି । ନିଶ୍ଚିତ ଭାବରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବି । ଆଗକୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା କଲେ ଆମେମାନେ ଅଧିକ ଖୁସି ହେବୁ । ଏହା ସହିତ କୃଷି ପ୍ରଧାନ ଜିଲ୍ଲାରେ ଏକ କୃଷି ବିଶ୍ୱବିଦ୍ୟାଳୟ ନିହାତି ଆବଶ୍ୟକ ଏଥିପାଇଁ ଅନୁରୋଧ କରୁଛୁ । ଏପରି ହେଲେ ବହୁ କେନ୍ଦ୍ରାପଡ଼ାବାସୀ ଉପକୃତ ହେବା ସହିତ ନିଯୁକ୍ତି ପାଇବେ ।

New University announcement to kendrapara in State Budget 2026-27
ରାଜ୍ୟ ବଜେଟ 2026: ଫୋକସରେ କେନ୍ଦ୍ରାପଡ଼ା, ଜିଲ୍ଲାରେ ବିଶ୍ବବିଦ୍ୟାଳୟ ସ୍ଥାପନା ନେଇ ଖୁସିର ଲହରୀ (ETV Bharat Odisha)

ପ୍ରଭୁ ବଳଦେବଜୀଉ ମନ୍ଦିର ବିକାଶର ଆବଶ୍ୟକତା:
ବର୍ତ୍ତମାନ ସରକାର ଗତବର୍ଷ ବଜେଟରେ କେନ୍ଦ୍ରାପଡା ଜିଲ୍ଲାର ଆଖଡାଶାଳୀଠାରେ ଏକ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । ତେଣୁ ଅବିଳମ୍ବେ ଏହାକୁ ପୂରଣ କରିବା ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ । ଏଥିସହ ଜିଲ୍ଲାର ପର୍ଯ୍ୟଟନ ଓ ବୌଦ୍ଧିକ ବିକାଶ ପାଇଁ ବଳଦେବଜୀଉ ମନ୍ଦିରର ଉନ୍ନତିକରଣ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି,"ସରକାର ଆମର ଆରାଧ୍ୟ ଠାକୁର ପ୍ରଭୁ ବଳଦେବଜୀଉ ମନ୍ଦିରର ବିକାଶ ପାଇଁ ପାଖାପାଖି ୧୦୦ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରିବାକୁ କହିଛନ୍ତି । ଏହା ହେଲେ କେନ୍ଦ୍ରାପଡା ଜିଲ୍ଲାର ପର୍ଯ୍ୟଟନ ବିକାଶ ସହ ବୌଦ୍ଧିକ ବିକାଶ ମଧ୍ୟ ହେବ । ପର୍ଯ୍ୟଟନ ବିକାଶ ହେଲେ ଜିଲ୍ଲାର ଆର୍ଥିକ ସମ୍ବଳ ମଧ୍ୟ ବଢିବ ।

କୃଷିକ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତୁ ସରକାର:
କେନ୍ଦ୍ରାପଡ଼ା ଏକ କୃଷିଭିତ୍ତିକ ଜିଲ୍ଲା, କିନ୍ତୁ କୃଷିକ୍ଷେତ୍ରରେ ଆମେ ବହୁତ ପଛରେ ରହିଛୁ । କୃଷିକ୍ଷେତ୍ର ପାଇଁ ଜଳ ପରିଚାଳନା ପାଇଁ କୌଣସି ସରକାର ଗୁରୁତ୍ୱ ଦେଇନାହାନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ଯେତିକି ଉର୍ବର ଜମି ଭୂଖଣ୍ଡ ଅଛି ସେଗୁଡିକ ବର୍ତ୍ତମାନ କେବଳ ଖରିଫ ଧାନ ଚାଷରେ ସୀମିତ ହୋଇଗଲାଣି । ପୁର୍ବରୁ ଆମେ ଧାନ ପରେ ମୁଗ, ବିରି, ଚିନାବାଦାମ, ଆଳୁ, ବିଭିନ୍ନ ପ୍ରକାର ପନିପରିବା ଭଳି ଅର୍ଥକାରୀ ଫସଲ କରୁଥିଲୁ । କିନ୍ତୁ ବର୍ତ୍ତମାନ ଚାଷୀ କେବଳ ଖରିଫ ଧାନଚାଷରେ ସୀମିତ ହୋଇଯାଇଛି ।

କେନ୍ଦ୍ରାପଡା ଜିଲ୍ଲାରେ ଝୋଟ ଶିଳ୍ପ ବିପର୍ଯ୍ୟସ୍ତ:
ଝୋଟଚାଷ ପାଇଁ କେନ୍ଦ୍ରାପଡା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିଲା । ତାହା ବର୍ତ୍ତମାନ ବିପର୍ଯ୍ୟସ୍ତ । ପ୍ଲାଷ୍ଟିକ ଆସିବା ପରେ ଝୋଟ ଚାଷର ଚାହିଦା କମିଗଲା । ଝୋଟର ବିକଳ୍ପ ଉପଯୋଗ କରିବା ପାଇଁ ଯେଉଁ ଗବେଷଣା ଓ ବିକାଶ ଦରକାର, ସେସବୁ ହୋଇ ପାରିନାହିଁ । ସେଥିପ୍ରତି ବର୍ତ୍ତମାନ ସରକାର କୃଷିକୁ ଅଗ୍ରାଧିକାର ଦେଲେ ଅର୍ଥନୀତି ସୁଦୃଢ଼ ହେବ ବୋଲି ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ମଦ ପିଇ ଘରେ ଗଣ୍ଡଗୋଳ କରୁଥିଲେ ସ୍ବାମୀ: ତାତିଲେ ମହିଳା, ଭାଙ୍ଗିଲେ ଦୋକାନ

ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୪୧ ଛାତ୍ର; ଅଭାବ ବାଧ୍ୟ କଲା ପାଠ ଛାଡି ଦାଦନ ଖଟିବାକୁ

4 ଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ; ଦୁଇ ବର୍ଷ ଧରି ଛାତ୍ରୀଙ୍କୁ କରୁଥିଲେ ଅସଦାଚରଣ, 5 ଜଣଙ୍କୁ ଅଟକ ରଖି ପୋଲିସର ଜେରା

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : February 23, 2026 at 3:53 PM IST