ETV Bharat / state

NEET ପରୀକ୍ଷା ଚାପରେ ଜୀବନ ହାରିଲେ ଛାତ୍ର ! କାନ୍ଦ ବୋବାଳିରେ ଫାଟି ପଡୁଛି ହସ୍ପିଟାଲ୍ ପରିସର

ନିଟ ପରୀକ୍ଷାରେ ଖରାପ ରେଜଲ୍ଟ ଆଶଙ୍କାରେ ଘରେ କେହି ନ ଥିବାର ସୁଯୋଗ ନେଇ ଜୀବନ ହାରିଛନ୍ତି ଛାତ୍ର । ରିପୋର୍ଟ: ଦେବାଶିଷ ମହାପାତ୍ର

Student found dead in Bhadrak
NEET ପରୀକ୍ଷା ଚାପରେ ଜୀବନ ହାରିଲେ ଛାତ୍ର (ETV Bharat)
author img

By ETV Bharat Odisha Team

Published : May 7, 2026 at 3:20 PM IST

1 Min Read
Choose ETV Bharat

ଭଦ୍ରକ: ଜୀବନ ହାରିଲେ ନିଟ୍‌ (NEET) ପରୀକ୍ଷାର୍ଥୀ । ନିଟ୍‌ ପରୀକ୍ଷାରେ ଖରାପ ରେଜଲ୍ଟ ଆଶଙ୍କା କରି ଘରେ କେହି ନ ଥିବାର ସୁଯୋଗ ନେଇ ନିଜ ଜୀବନ ହାରିଛନ୍ତି ଛାତ୍ର ଜ୍ୟୋତି ପ୍ରକାଶ ବାରିକ । ଭଦ୍ରକ ତିହିଡ଼ି ନୁନ୍ଦର ଗାଁରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

NEET ପରୀକ୍ଷା ଚାପରେ ଜୀବନ ହାରିଲେ ଛାତ୍ର (ETV Bharat)

ନିଟ୍‌ ଚାପରେ ଜୀବନ ହାରିଲେ ଛାତ୍ର:

ମୃତ ଛାତ୍ରଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ନୁନ୍ଦର ଗାଁର ଜ୍ୟୋତି ପ୍ରକାଶ ବାରିକ ଭୁବନେଶ୍ବରରେ ରହି NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ପୂର୍ବରୁ ଜ୍ୟୋତି ପ୍ରକାଶ ଥରେ ନିଟ୍‌ ପରୀକ୍ଷା ଦେଇଥିବା ବେଳେ ଫଳାଫଳ ଖରାପ ହୋଇଥିଲା । ପରେ ଭୁବନେଶ୍ବର ଛାଡି ଭଦ୍ରକ ଆସି ବାପା ଓ ମାଆଙ୍କ ସହ ସହରର ଟ୍ରେଜେରୀ ଅଫିସ ପଛ ପଟେ ଭଡା ଘରେ ରହି ପାଠ ପଢୁଥିଲେ । ଜ୍ୟୋତି ପ୍ରକାଶଙ୍କ ବାପା ଗିରିଧାରୀ ବାରିକ ଦୀର୍ଘ ବର୍ଷ ହେବ ଭଦ୍ରକ ସହରରେ ଏକ ଭଡା ଘରେ ରହି ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ ।

Student found dead
ମୃତ ଛାତ୍ର ଜ୍ୟୋତି ପ୍ରକାଶ ବାରିକ (ETV Bharat)

ଗତ ରବିବାର (3 ତାରିଖ)ରେ ଜ୍ୟୋତି ପ୍ରକାଶ ଦ୍ବିତୀୟ ଥର ପାଇଁ ନିଟ୍ ପରୀକ୍ଷା ଦେଇଥ‌ିଲେ । ପରୀକ୍ଷାରେ ଭଲ ପ୍ରଦର୍ଶନ ହୋଇ ନଥିବା ନେଇ ଆଶଙ୍କା ଭିତରେ ଥିଲେ । ଶେଷରେ ଖରାପ ମାର୍କ ରହିବ ବୋଲି ଆଶଙ୍କା କରି ସେ ନିଜ ଜୀବନ ହାରି ଦେଇଥିଲେ ।

ମୃତ ଛାତ୍ରଙ୍କ ମାଉସୀ ପୁଷ୍ପାଞ୍ଜଳି ବେହେରା କହିଛନ୍ତି, "ପରୀକ୍ଷା ଫଳକୁ ନେଇ ଜ୍ୟୋତି ପ୍ରକାଶ ଚିନ୍ତିତ ରହୁଥିଲେ । ଭବିଷ୍ୟତରେ କିଛି କରି ପାରିବେ ନାହିଁ ବୋଲି ପରିବାର ଲୋକଙ୍କୁ ବାରମ୍ବାର କହୁଥିଲେ । ବାପା-ମାଆ ଚା ଦୋକାନକୁ ଯାଇଥିଲା ସମୟରେ ଘରେ କେହି ନ ଥିବାର ସୁଯୋଗ ନେଇ ଭଦ୍ରକ ସ୍ଥିତି ଭଡା ଘରେ ଜ୍ୟୋତି ପ୍ରକାଶ ନିଜ ଜୀବନ ହାରିଛନ୍ତି । ସେପଟେ ଘରକୁ ଫେରି ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ(ଜ୍ୟୋତି ପ୍ରକାଶ) ମୃତ ଘୋଷଣା କରିଛନ୍ତି ।"

Student found dead in Bhadrak
NEET ପରୀକ୍ଷା ଚାପରେ ଜୀବନ ହାରିଲେ ଛାତ୍ର (ETV Bharat)

ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନା ଅଞ୍ଚଳ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡିବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ....

ଚାଲିଥିଲା ହାଟ, କାଳ ହୋଇ ଆସିଲା କାଳବୈଶାଖୀ: ଗଛ ପଡି 2 ମହିଳା ମୃତ

ସଡକ ଦୁର୍ଘଟଣାରେ ତାମିଲ ଫିଲ୍ମ ନିର୍ମାତା ଆରବି ଚୌଧୁରୀଙ୍କ ଦେହାନ୍ତ, ଶୋକରେ ଇଣ୍ଡଷ୍ଟ୍ରି

ଇଟିଭି ଭାରତ, ଭଦ୍ରକ