ETV Bharat / state

'ଶକ୍ତି ସମ୍ମିଳନୀ'ରେ ମହିଳା ସୁରକ୍ଷା ଓ ସଶକ୍ତୀକରଣକୁ ଗୁରୁତ୍ବ, ଏକାଠି ହେଲେ 25 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ମହିଳାଙ୍କ ସୁରକ୍ଷା, ସଂରକ୍ଷଣ ଓ ସଶକ୍ତୀକରଣ ପାଇଁ ସାମୂହିକ ଉଦ୍ୟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀମାନେଶକ୍ତି ସମ୍ମିଳନୀରେ ଏକାଠି ହୋଇଛନ୍ତି । ରିପୋର୍ଟ: ମନୋରଞ୍ଜନ ଶଙ୍ଖୁଆ

NCW Shakti Summit in Bhubaneswar
'ଶକ୍ତି ସମ୍ମିଳନୀ' (ETV Bharat)
author img

By ETV Bharat Odisha Team

Published : September 2, 2026 at 11:53 AM IST

2 Min Read
Choose ETV Bharat

Shakti Sammilani ଭୁବନେଶ୍ବର: ପ୍ରତ୍ୟେକ ମହିଳାଙ୍କୁ ସୁରକ୍ଷା, ସଶକ୍ତୀକରଣ, ସମ୍ମାନ ଓ ସମାନ ସୁଯୋଗ ପାଇଁ କେନ୍ଦ୍ର ଓ ରାଜ୍ୟ ଗୁଡ଼ିକ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ 25ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ 'ଶକ୍ତି ସମ୍ମିଳନୀ'ରେ ଏକାଠି ହୋଇଛନ୍ତି । ଏହି ଜାତୀୟ ସମ୍ମିଳନୀ ଦେଶବ୍ୟାପୀ ମହିଳା ଏବଂ ଶିଶୁ ବିକାଶ ବିଭାଗର ସଚିବ, କମିଶନର ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛି ।

ଜାତୀୟ ମହିଳା କମିଶନ (NCW) ଏବଂ ଓଡ଼ିଶା ସରକାରଙ୍କ ଯୁଗ୍ମ ଆନୁକୂଲ୍ୟରେ ଗତକାଲି (ମଙ୍ଗଳବାର) ଭୁବନେଶ୍ୱରଠାରେ ଦୁଇଦିନିଆ "ଶକ୍ତି ସମ୍ମିଳନୀ– ରାଜ୍ୟ WCD ନେତୃତ୍ୱ କର୍ମଶାଳା’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାସହ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହାଟକର, ଜାତୀୟ ମହିଳା କମିଶନର ମେମ୍ବର ସେକ୍ରେଟେରୀ ପ୍ରମୁଖ ଉପସ୍ଥିତ ରହି ମହିଳା ସଶକ୍ତୀକରଣ ଓ ସୁରକ୍ଷା ବୃଦ୍ଧି ଉପରେ ଆଲୋକପାତ କରିଛନ୍ତି ।

କାର୍ଯ୍ୟକ୍ରମର ପ୍ରଥମ ଦିନ:

ପ୍ରଥମ ଦିନର କାର୍ଯ୍ୟକ୍ରମରେ "ସମନ୍ୱୟ, ଆଲୋଚନା, ସଂକଳ୍ପ, ସମାଧାନ" ଥିମ୍‌କୁ ଆଧାର କରି ଆୟୋଜିତ ଏହି ସମ୍ମିଳନୀରେ 25ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ, କମିଶନର ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ପ୍ରଥମ ଦିନରେ POSH ଆଇନର କାର୍ଯ୍ୟକାରିତା, ୱାନ୍ ଷ୍ଟପ୍ ସେଣ୍ଟରର ସୁଦୃଢ଼ୀକରଣ, ପୀଡ଼ିତା କ୍ଷତିପୂରଣ ବ୍ୟବସ୍ଥା ଏବଂ ହିଂସା ନିରୋଧ ଆଇନ ଅଧୀନରେ ସୁରକ୍ଷା ଅଧିକାରୀଙ୍କ ଭୂମିକା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।

ରାଜ୍ୟସ୍ତରୀୟ ସଫଳ ପ୍ରୟାସଗୁଡ଼ିକର ଆଦାନପ୍ରଦାନ ସହ ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ଏକ ‘ଯୁଗ୍ମ କାର୍ଯ୍ୟପନ୍ଥା’ (Joint Action Plan) ପ୍ରସ୍ତୁତି ଉପରେ ବୈଠକରେ ବ୍ୟାପକ ମନ୍ଥନ କରାଯାଇଛି ।

ଆଜି ସମ୍ମିଳନୀର ଦ୍ୱିତୀୟ ଦିନରେ ଭୁବନେଶ୍ୱର ସ୍ଥିତ KIIT ଠାରେ 'ଶକ୍ତି ଶୋ' – ଆତ୍ମରକ୍ଷା ପରେଡ୍ ଆୟୋଜିତ ହେବ । ଏଥିରେ ବିଭିନ୍ନ ଜିଲ୍ଲାରୁ ତାଲିମପ୍ରାପ୍ତ ୩୦୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳା ନିଜର ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିବେ ।

ସୁଭଦ୍ରା ଯୋଜନାକୁ ପ୍ରଶଂସା:

କାର୍ଯ୍ୟକ୍ରମରେ ଯୋଗ ଦେଇ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହାଟକର ଓଡିଶାରେ ମହିଳାମାନଙ୍କୁ ଦିଆଯାଉଥିବା ପାଇଁ ଯୋଜନା, ବିଶେଷକରି ସୁଭଦ୍ରା ଯୋଜନାକୁ ପ୍ରଶଂସା କରିଛନ୍ତି । ସେହିପରି ଓଡିଶାର ପର୍ଯ୍ୟଟନକୁ ମଧ୍ୟ ପ୍ରଶଂସା କରିଛନ୍ତି । ମହିଳାଙ୍କ ସୁରକ୍ଷାକୁ ନେଇ ଅଭିଭାଷଣ ରଖି କହିଛନ୍ତି, "ଯେତେବେଳେ ଯେଉଁ ପରିସ୍ଥିତିରେ ମହିଳାଙ୍କୁ ଯେଉଁ ଆବଶ୍ୟକତା ଅଛି ତାହା ସେମାନଙ୍କ ପାଖରେ ତୁରନ୍ତ ପହଞ୍ଚିବା ଦରକାର । ଏଥିପାଇଁ ସମସ୍ତଙ୍କ ସହଯୋଗ ରହିବା ଦରକାର । ଆମକୁ ଏମିତି ସଂସ୍କୃତି ତିଆରି କରିବାକୁ ପଡିବ ଯେଉଁଠି 'ହାରାସମେଣ୍ଟ ପୂର୍ବରୁ ରେସ୍ପେକ୍ଟ' କରାଯାଉଥିବ ।"

‘Shakti Summit’ organized by NCW in Bhubaneswar
ଶକ୍ତି ସମ୍ମିଳନୀ (ETV Bharat)

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳାଙ୍କ ବର୍ତ୍ତମାନ ସମୟର ଆବଶ୍ୟକତା ଓ ସେମାନେ କିପରି ସମ୍ମାନର ସହ ସମାଜରେ ଆଗକୁ ବଢିବେ ଓ ସରକାରୀ ସ୍ତରରେ ସମସ୍ତ ସୁବିଧା ପହଞ୍ଚିବ ସେନେଇ ଉଦବୋଧନ ରଖିଥିଲେ ।

‘Shakti Summit’ organized by NCW in Bhubaneswar
ଶକ୍ତି ସମ୍ମିଳନୀ (ETV Bharat)

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଷ୍ଟ୍ରୀୟ ମହିଳା କମିଶନ ଦ୍ୱାରା ସମସ୍ତ ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ସଚିବମାନଙ୍କୁ ନେଇ ଆୟୋଜିତ ଦୁଇଦିନିଆ 'ଶକ୍ତି ସମ୍ମିଳନୀ'ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରି ପ୍ରତ୍ୟେକ ମହିଳାଙ୍କ ପାଇଁ ସୁରକ୍ଷା, ସମ୍ମାନ ଓ ସମାନ ସୁଯୋଗ ସୁନିଶ୍ଚିତ କରିବାରେ ‘ଶକ୍ତି ସମ୍ମିଳନୀ’ର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କଲି ।"

ସିଙ୍ଗିଲ ୱମେନ୍‌, ମହିଳା ଚାଷୀଙ୍କ ସମସ୍ୟା ଏବଂ ତାର ସମାଧାନ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପଲିସିକୁ ଗୁରୁତ୍ୱ ଦେଇଛନ୍ତି ଏନସିଡବ୍ଲୁ ଅଧକ୍ଷା ବିଜୟା କିଶୋର ରାହଟକର ।

ଏହା ମଧ୍ୟ ପଢ଼ନ୍ତୁ...

'ଶିକ୍ଷା କ୍ଷେତ୍ରର ଆହ୍ୱାନକୁ ଏକାକୀ ମୁକାବିଲା କରିବା କୌଣସି ଦେଶ ପାଇଁ ସମ୍ଭବ ନୁହେଁ': କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଡିଜିପି ଏବଂ ଆଇଜିପି ସମ୍ମିଳନୀ-୨୦୨୫; ପୋଲିସ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ୧୦ ମାର୍ଗଦର୍ଶନ


ଇଟିଭି ଭାରତ, ଭୁବେନଶ୍ବର