ETV Bharat / state

୭ରେ ଗଞ୍ଜାମ ଗସ୍ତ କରିବେ ନବୀନ: ବନ୍ୟାଞ୍ଚଳ ପରିଦର୍ଶନ ସହ ରିଲିଫ୍, ପୁନରୁଦ୍ଧାର କାର୍ଯ୍ୟର କରିବେ ସମୀକ୍ଷା

ନବୀନ ଗସ୍ତ ସମୟରେ କ୍ଷତିଗ୍ରସ୍ତ ଲୋକ, ଚାଷୀ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ । ରିପୋର୍ଟ-ଭବାନୀ ଶଙ୍କର ଦାସ

Naveen to visit Ganjam on the 7th: Will inspect flood-affected areas and meet with affected farmers; will also review relief and restoration operations.
୭ରେ ଗଞ୍ଜାମ ଗସ୍ତ କରିବେ ନବୀନ: ବନ୍ୟାଞ୍ଚଳ ପରିଦର୍ଶନ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ; ରିଲିଫ୍, ପୁନରୁଦ୍ଧାର କାର୍ଯ୍ୟର କରିବେ ସମୀକ୍ଷା (ETV Bharat Odisha)
author img

By ETV Bharat Odisha Team

Published : November 4, 2026 at 10:27 PM IST

2 Min Read
Choose ETV Bharat

Naveen to visit Ganjam, ଭୁବନେଶ୍ୱର: ଆସନ୍ତା ନଭେମ୍ବର ୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏହି ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ନବୀନ । ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସେ କରିବେ ସମୀକ୍ଷା । ଏହାସହ କ୍ଷତିଗ୍ରସ୍ତ ଲୋକ, ଚାଷୀ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ସେ ଆଲୋଚନା କରିବେ । ଏଥିପାଇଁ ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ
ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ (ETV Bharat Odisha)

ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୭ ତାରିଖ ଶନିବାର ଦିନ ସକାଳ ୧୦ଟାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ନବୀନ ନିବାସରୁ ବାହାରି ୧୦ଟା ୧୫ରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ଗଞ୍ଜାମର ଶେରଗଡ଼ ଅଭିମୁଖେ ଯାତ୍ରା କରିବେ । ସକାଳ ୧୧ଟାରେ ଶେରଗଡ଼ ମହାତ୍ମା ଗାନ୍ଧୀ ହାଇସ୍କୁଲ ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ଏହାପରେ ଶେରଗଡ଼ ସହରର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ପ୍ରଭାବିତ ଲୋକଙ୍କୁ ଭେଟିବେ । ଏଥିସହ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ
ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ (ETV Bharat Odisha)


ପରେ ନବୀନ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଅନ୍ତର୍ଗତ ମିନି ଷ୍ଟାଡିୟମର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ନୂଆ ବୁରୁପଡ଼ା ଗ୍ରାମପଞ୍ଚାୟତ ଅଞ୍ଚଳ ଗସ୍ତ କରିବେ । ସେଠାରେ ବନ୍ୟା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ । ଚାଷୀଙ୍କ କ୍ଷତି ଏବଂ ରିଲିଫ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ତଥ୍ୟ ନେବେ । ଏହାପରେ ଅପରାହ୍ନ ପ୍ରାୟ ୧ଟା ୩୦ରେ ଆସିକା ସହରରେ ପହଞ୍ଚି ବନ୍ୟାଞ୍ଚଳ ପରିଦର୍ଶନ କରିବେ । ସେଠାରେ ପ୍ରଭାବିତ ଲୋକଙ୍କୁ ଭେଟିବା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ।



ସେହିପରି ଅପରାହ୍ନ ୨ଟା ୩୦ରେ ସୋରଡ଼ା ବ୍ଲକର ତାତାବାଲିସ୍ଥିତ କନ୍ଧୁଣିଦେବୀ ପଡ଼ିଆରେ ଅବତରଣ କରି ବାଲିଗୋଛା ଅଞ୍ଚଳକୁ ଯିବେ । ସେଠାରେ ବନ୍ୟା ପ୍ରଭାବିତ ଅଞ୍ଚଳ ଓ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ସୋରଡ଼ା ଅଞ୍ଚଳର ଲୋକ ଏବଂ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବେ । ସମସ୍ତ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନ ୪ଟା ୧୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହେବା ଏବଂ ସେମାନଙ୍କ ଦୁଃଖରେ ସାମିଲ ହେବା ହିଁ ପ୍ରକୃତ ନେତୃତ୍ୱର ପରିଚୟ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ନବୀନ । ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସେ କରିବେ ସମୀକ୍ଷା ।
ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ନବୀନ । ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସେ କରିବେ ସମୀକ୍ଷା । (ETV Bharat Odisha)



ବନ୍ୟା ପରିସ୍ଥିତିର ମୁକାବିଲାକୁ ନେଇ ରାଜ୍ୟର ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଦଳ କହିଛି, ଦିନେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବିଶ୍ୱସ୍ତରରେ ରୋଲ ମଡେଲ ଭାବେ ପରିଚିତ ଥିଲା । କିନ୍ତୁ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ବନ୍ୟା ପରିସ୍ଥିତି ଓ ଲୋକଙ୍କ ଦୁର୍ଦ୍ଦଶା ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଓ ପ୍ରସ୍ତୁତି ଉପରେ ବିଜେଡି ଗମ୍ଭୀର ପ୍ରଶ୍ନ ଉଠାଇଛି ।

ଏହା ମଧ୍ୟ ପଢ଼ନ୍ତୁ- ଗଞ୍ଜାମରେ ବନ୍ୟା ପରେ ପୁନଃରୁଦ୍ଧାର କାର୍ଯ୍ୟ ଜୋରଦାର, 2 ମାସରେ ଆନିକଟ ମରାମତି ଲକ୍ଷ୍ୟ
ଏହା ମଧ୍ୟ ପଢ଼ନ୍ତୁ- ବନ୍ୟାରେ ଭାସିଗଲା ଲକ୍ଷ ଲକ୍ଷ ଟଙ୍କାର ବାଣବଜାର; ଫିକା ପଡ଼ିବ ଆଲୋକର ପର୍ବ, ବତୁରା ବାଣ ଗୋଟାଇ ଖୁସି ସାଉଣ୍ଟୁଛନ୍ତି ପିଲା
ଇଟିଭି ଭାରତ, ଭୁବନେଶ୍ୱର