
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜନ୍ମଦିନ (Etv Bharat)
ଭୁବନେଶ୍ବର: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜନ୍ମଦିନ । ୬୬ ତମ ବର୍ଷରେ ପଦାର୍ପଣ କରିଛି ନନ୍ଦନକାନନ। ଏହି ଅବସରରେ ନୂଆକରି ଜନ୍ମ ନେଇଥିବା ଜନ୍ତୁର ନାଁ ଘୋଷଣା କରିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଏପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କିଭଳି ଭାବରେ ବିଶ୍ୱସ୍ତରୀୟ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ଜୀବଜନ୍ତୁଙ୍କ ନାମକରଣ:
ଧଳା ବାଘୁଣୀ ରୂପାର ଦୁଇ ଅଣ୍ଡିରା ଶାଵକଙ୍କ ନାମ ଅରୁଣ ଓ ଅର୍ଜୁନ। ଧଳା ବାଘୁଣୀ ମୌସୁମୀର ମାଈ ଶାବକର ନାମ ଅନନ୍ୟା, ବାଘୁଣୀ ଅଙ୍କିତର ଶାବକର ନାମ କାହ୍ନା, ସିଂହୀ ରେବାର ଦୁଇ ଶାବକର ନାମ ରକି ଓ ମାଈ ଶାଵକର ନାମ ଲକି । ସିଂହୀ ବିଜୁଳିର ତିନି ଶାବକର ନାମ ହର୍ଷ ଓ ଧ୍ରୁବ, ଗୋଟିଏ ମାଈ ଶାବକର ନାମ ଶ୍ରେୟା। ସିମ୍ପାଜି ଦୁର୍ଗାର ଅଣ୍ଡିରା ଛୁଆର ନାମ ସୁରଜ, ସିମ୍ପାଜି ରାଖୀର ଅଣ୍ଡିରା ଛୁଆର ନାମ ଇସାନ, ହିମାଳୟ କଳାଭାଲୁ ମନିର ମାଈ ଛୁଆର ନାମ ସୁଭଦ୍ରା ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜନ୍ମଦିନ (ETV BHARAT ODISHA) କାଚ ଘରେ ବନ୍ୟପ୍ରାଣୀଙ୍କୁ ଦେଖିବେ ପର୍ଯ୍ୟଟକ: ବିଦେଶ ପ୍ରାଣୀ ଉଦ୍ୟାନ ଭଳି ନନ୍ଦନକାନନରେ ଏକ କାଚ ଘରର ବ୍ୟବସ୍ଥା କରାଯାଇଛି, ଯେଉଁଠି ଲୋକମାନେ କାଚ ମାଧ୍ୟମରେ ବନ୍ୟପ୍ରାଣୀଙ୍କୁ ଦେଖିପାରିବେ, ତାହା ପୁଣି ଅତି ନିକଟରୁ । ଏଭଳି ଦୃଶ୍ୟ କେବଳ ବିଦେଶରେ ହିଁ ଦେଖାଯାଇଥାଏ । ଏହି କାଚ ଘରେ ବାଘ ରହିବ, ଲୋକମାନେ ବାଘକୁ ଦେଖିପାରିବେ ବୋଲି କହିଛନ୍ତି ନନ୍ଦନକାନନର ନିର୍ଦ୍ଦେଶକ ।
Nandankanan Zoo (ETV BHARAT ODISHA) ୯ଟି ପ୍ରକଳ୍ପର ହେଲା ଶୁଭ ଉଦଘାଟନ: ୬୬ ତମ ବର୍ଷରେ ପଦାର୍ପଣ କରିଛି ନନ୍ଦନକାନନ ପ୍ରାଣୀଉଦ୍ୟାନ। ପ୍ରତିଷ୍ଠା ଦିବସ ଅବସରରେ ପ୍ରାକୃତିକ ପରିବେଶ ଆଧାରିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ସେଥି ମଧ୍ୟରେ ରହିଛି ଉତ୍ତର-ପୂର୍ବ ରାଜ୍ୟ ଦୃଶ୍ୟପଟ, କଲରାପତରିଆ ବାଘ ଖୁଆଡ଼, ତୃଣଭୋଜୀ ସଙ୍ଗରୋଧ କକ୍ଷ, ସରୀଶୃପ ସଙ୍ଗରୋଧ କକ୍ଷ, ଛୋଟ ବିରାଡିଙ୍କ ଖୁଆଡ଼, ଓଧ ଦେଶୀଭାଲୁ ଓ ଗାଡ଼ ଭାଲୁ ଖୁଆଡ଼, ଶାଳିଆପଟ୍ଟନୀ ଓ ଡାଳି ଓଧ ଖୁଆଡ଼ ସହ ଜଳ ଫୁଆରାଛକ ସୌନ୍ଦର୍ଯ୍ୟକରଣ,ଉଦ୍ୟାନ କୃଷି ଶାଖା । ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ପ୍ରକଳ୍ପର ଉଦଘାଟନ କରାଯାଇଛି। ଏହି ନୂଆ ପ୍ରକଳ୍ପର ମଜା ନେଇପାରିବେ ପର୍ଯ୍ୟଟକ ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ର୍ଦ୍ଦେଶକ ମନୋଜ ଭି ନାୟର (ETV BHARAT ODISHA) ବିଶ୍ୱସ୍ତରୀୟ ହେବାକୁ ପ୍ରୟାସ କରୁଛି ପ୍ରାଣୀ ଉଦ୍ୟାନ: ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବିଶ୍ୱସ୍ତରୀୟ କରିବାକୁ ଅଣ୍ଟା ଭିଡ଼ିଛି ଜଙ୍ଗଲ ବିଭାଗ। ଏନେଇ ୨୦୨୪-୨୫ ବର୍ଷରେ ସର୍ବାଧିକ ୧୨୦ କୋଟି ଟଙ୍କାର ବଜେଟ ଆଗତ ହୋଇଥିଲା। ଚଳିତବର୍ଷ ନନ୍ଦନକାନନ ପ୍ରାଣୀଉଦ୍ୟାନ ଅନେକ ସଫଳତା ହାସଲ କରିଛି। ନୂଆ ମାଷ୍ଟର ପ୍ଲାନ କାର୍ଯ୍ୟକ୍ଷମ ହୋଇଛି। ୧୯ ଟି ନୂଆ ଏନକ୍ଲୋଜର ନିର୍ମାଣ ସହ ଅନେକ ପ୍ରଜାତିର ନୂତନ ପ୍ରାଣୀ ଉଦ୍ୟାନରେ ସ୍ଥାନ ପାଇଛନ୍ତି। ପ୍ରାଣୀଉଦ୍ୟାନରେ ଏବେ ୧୭୭ ପ୍ରଜାତିର ପାଖାପାଖି ୪ ହାଜରରୁ ଅଧିକ ଜୀବଜନ୍ତୁ ଅଛନ୍ତି।
ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜନ୍ମଦିନ (ETV BHARAT ODISHA) ଚଳିତ ବର୍ଷ ନୂଆ ଥିମ ସେରିନ ଶିମିଳିପାଳ:
୨୦୨୪-୨୫ ରେ ନନ୍ଦନକାନନକୁ ୩୯ ଲକ୍ଷ ପର୍ଯ୍ୟଟକ ଆସିଥିଲେ। ବର୍ଷରେ ୨୪ କୋଟିର ରାଜସ୍ୱ ଆଦାୟ ହୋଇଛି। ଆସନ୍ତା ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇଁ ଲକ୍ଷ୍ୟ ଥିବା ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ନୂଆ ଥିମ କରାଯାଇଛି, ଯାହାର ନାମ ସେରିନ ଶିମିଳିପାଳ ରହିଛି । ଏହା ସହିତ ଉତ୍ତର ପୂର୍ବ ଭାରତର ବନ୍ୟପ୍ରାଣୀଙ୍କ ପାଇଁ ନୂଆ ଏନକ୍ଲୋଜରର ବ୍ୟବସ୍ଥା କରାଯାଇଛି । ନନ୍ଦନକାନନର ମୁଖ୍ୟ ଫାଟକ ଆଦି ନୂଆ କରାଯାଉଛି, ବୃକ୍ଷ ରୋପଣ ମଧ୍ୟ କରାଯାଇଛି, ୨ ବର୍ଷ ମଧ୍ୟରେ ସବୁକିଛି ନନ୍ଦନକାନନରେ ନିଜସ୍ୱ ହୋଇପାରିବ ବୋଲି କହିଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ।
୬୬ ତମ ବର୍ଷରେ ପଦାର୍ପଣ କରିଛି ନନ୍ଦନକାନନ (ETV BHARAT ODISHA) ଏପଟେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ ୩ ମାସ ମଧ୍ୟରେ ୧୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ, ଏହାରି ମଧ୍ୟରେ ୮୦ ପ୍ରତିଶତ ଖର୍ଚ୍ଚ କରାଯାଇଛି । ବିଶ୍ୱସ୍ତରୀୟ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ମାନେ ଆସିବେ ଏବଂ ନନ୍ଦନକାନନର ଅଧିକ ଆୟ ବଢିବ ମଧ୍ୟ । ଭାରତ ବର୍ଷର ଭଲ ଚିଡିଆଖାନା ବନାଇବା ପାଇଁ ଆଉ କିଛି ସମୟ ଲାଗିବ । ବାହାରୁ କିଭଳି ଭାବରେ ଅଧିକରୁ ଅଧିକ ଲୋକମାନେ ଆସିବେ ବାହାରେ ଓଡ଼ିଶାର ନାଁ ହେବ, ନନ୍ଦନକାନନରେ ନେଟୱାର୍କର ମଧ୍ୟ ବ୍ୟବସ୍ଥା କରାଯିବ । ଯାହା ଫଳରେ ପର୍ଯ୍ୟଟକମାନେ ମଧ୍ୟ ନନ୍ଦନକାନନ ଭିତରେ ନେଟୱାର୍କ ପାଇବାରୁ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ-୩ ମାସର ଗର୍ଭବତୀ ବାଘୁଣୀ ଜୀନତ, 24 ଘଣ୍ଟା ନଜର ରଖିଛି ବନ ବିଭାଗଏହା ମଧ୍ୟ ପଢନ୍ତୁ-ନନ୍ଦନକାନନରେ ବିରଳ ଘଟଣା, ୩ ବର୍ଷ ବୟସରେ ମା' ହେଲା ବାଘୁଣୀ ଜୟଶ୍ରୀ
ଇଟିଭି ଭାରତ, ଭୁବନେଶ୍ବର