ମନମାନି କରୁଛନ୍ତି ମିଲର୍ସ ! ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଚାଷୀ, ଚରମବାଣୀ ଶୁଣାଇଲେ
FAQ ମାନର ଧାନକୁ ମିଲର୍ସଙ୍କ ମନମୁଖୀ କଟନୀ ଛଟନୀ କରୁଛନ୍ତି । ପ୍ରଶାସନ ସ୍କ୍ୱାର୍ଡ଼ର ପ୍ରଶାସନିକ ଅଧିକାରୀ ମଣ୍ଡି ଯାଞ୍ଚ କରିବାକୁ ଯାଉନାହାନ୍ତି ବୋଲି ଚାଷୀ ନେତା ଅଭିଯୋଗ ଆଣିଛନ୍ତି ।

Published : February 24, 2026 at 2:01 PM IST
|Updated : February 24, 2026 at 2:37 PM IST
ଖୋର୍ଦ୍ଧା: ରାଜ୍ୟରେ ବଢିଚାଲିଛି ଚାଷୀ ଅସନ୍ତୋଷ । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି ନବ ନିର୍ମାଣ କୃଷକ ସଂଘର ସଦସ୍ୟ । ମଣ୍ଡିରେ ଧାନକିଣା ନେଇ ବ୍ୟାପକ ଅବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଚେତାବନୀ ଦିଆଯାଇଛି । ବ୍ୟବସ୍ଥା ଶୀଘ୍ର ନ ସୁଧାରିଲେ ଆଗାମୀ ଦିନରେ ଅଶାନ୍ତିର ରାସ୍ତା ଆପଣେଇବୁ ବୋଲି ଚରମବାଣୀ ଶୁଣାଇଛନ୍ତି କୃଷକ ନେତା ।
ଚାଷୀ ସମସ୍ୟା:
ରାଜ୍ୟରେ ବିଭିନ୍ନସ୍ଥାନରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳୁଛି । ଧାନମଣ୍ଡିରୁ ଧାନ ନ ଉଠିବା, ମିଲର୍ସଙ୍କ ଜବରଦସ୍ତି କଟନୀ ଛଟନୀ, ଚାଷୀଙ୍କୁ ନିଜର ପରିଶ୍ରମର ପ୍ରାପ୍ୟ ନ ମିଳିବା, ସରକାରଙ୍କ ଉଦାସୀନତା ମନୋଭାବ ଏବଂ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଆଦି ସମସ୍ୟାକୁ ନେଇ ଖୋର୍ଦ୍ଧା ଜିଲ୍ଲାରେ ଗର୍ଜିଛି ନବ ନିର୍ମାଣ କୃଷକ ସଂଘ । ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ଗତକାଲି(ସୋମବାର) କୃଷକ ସଙ୍ଗଠନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ:


ସଠିକ ଯାଞ୍ଚ କରୁନାହିଁ ସ୍କ୍ୱାର୍ଡ଼:
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି, "FAQ ମାନର ଧାନ ଥିବା ସତ୍ତ୍ୱେ ମିଲର୍ସଙ୍କ ମନମୁଖୀ କଟନୀ ଛଟନୀ କରାଯାଉଛି । ପ୍ରଶାସନ ପକ୍ଷରୁ ସ୍କ୍ୱାର୍ଡ଼ ଗଠନ କରାଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ମଣ୍ଡି ଯାଞ୍ଚ କରିବାକୁ ଯାଉନାହାନ୍ତି । ଧାନ କ୍ବିଣ୍ଟାଲ ପିଛା ୨ କେଜିରୁ ଅଧିକ କଟାଗଲେ ପ୍ୟାକ୍ସ ସମ୍ପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ଚେତାବନୀ ଦେଇଥିଲେ । ଏହା ସତ୍ତ୍ବେ ଧାନକିଣାରେ ଅବ୍ୟବସ୍ଥା ଲାଗି ରହିଛି ।"

'ଜିଲ୍ଲାପାଳ ଏବଂ ସିଏସଓଙ୍କୁ ଘେରାଉ କରାଯିବ'
"ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଆଗାମୀ ଦିନରେ ଧାରଣା କିମ୍ବା ବିକ୍ଷୋଭ କରାଯିବ ନାହିଁ, ଏଥର ରାସ୍ତାରେ ଜିଲ୍ଲାପାଳ ଏବଂ ସିଏସଓଙ୍କୁ ଘେରାଉ କରାଯିବ । ବେଗୁନିଆ ବ୍ଲକ ବଡ଼ବେରଣା ସମବାୟ ସମିତିରେ ପଞ୍ଜୀକୃତ ଚାଷୀ ଅରୁଣ କୁମାର ମହାପାତ୍ରଙ୍କ ୭୫ କୁଇଣ୍ଟାଲ ଧାନ ଏଫ୍ଏକ୍ୟୁ ମାନ ସତ୍ତ୍ୱେ ଜବରଦସ୍ତ କୁଇଣ୍ଟାଲ ପିଛା ୫ କେଜି କଟାଯାଇଛି" ବୋଲି ଜିଲ୍ଲା ସଂଯୋଜକ ସୁରେଶ କୁମାର ମାନସିଂହ କହିଛନ୍ତି । ଏଥିସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହାର ଏକ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସେହିପରି ଏହାର ବିଧବଦ୍ଧ ଭାବେ ଯାଞ୍ଚ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହର୍ଲିକ୍ସ ପିଉଥିଲେ ସାବଧାନ ! ଅପମିଶ୍ରିତ ଖାଦ୍ୟ ତାଲିକାରେ ଅଛି ଏସବୁ ଖାଦ୍ୟ, ଖୋର୍ଦ୍ଧା ଜିଲ୍ଲା ହଟସ୍ପଟ୍ ଉଚ୍ଚଶିକ୍ଷିତା ରାଜଶ୍ରୀଙ୍କ ସମନ୍ବିତ ଚାଷ: ମିଳିଛି ସଫଳ ଚାଷୀର ଟ୍ୟାଗ, ବାର୍ଷିକ ଆୟ 700000 |
ଇଟିଭି ଭାରତ, ଖୋର୍ଦ୍ଧା

