ETV Bharat / state

'ମୋ ପରିବାର ଅସୁରକ୍ଷିତ, ହତ୍ୟା ଘଟଣାରେ ନିବେଦିତାଙ୍କ ମା' ଓ ମାମୁଙ୍କ ସଂପୃକ୍ତି ରହିଛି'- ରଶ୍ମିତା ପାତ୍ର

ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ରଖିଲେ, ସୁଧୀରଙ୍କ ପତ୍ନୀ ରଶ୍ମିତା ପାତ୍ର । ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ

MY FAMILY IS UNSAFE, NIVEDITA'S MOTHER AND UNCLE ARE INVOLVED IN THE MURDER' RASHMITA PATRA
'ମୋ ପରିବାର ଅସୁରକ୍ଷିତ, ହତ୍ୟା ଘଟଣାରେ ନିବେଦିତାଙ୍କ ମା' ଓ ମାମୁଙ୍କ ସଂପୃକ୍ତି ରହିଛି'- ରଶ୍ମିତା ପାତ୍ର (ETV BHARAT ODISHA)
author img

By ETV Bharat Odisha Team

Published : May 6, 2026 at 8:00 PM IST

|

Updated : May 7, 2026 at 1:40 PM IST

3 Min Read
Choose ETV Bharat

ବ୍ରହ୍ମପୁର: ମୋ ସ୍ବାମୀଙ୍କୁ ହତ୍ୟା କରିବା ପରେ ବର୍ତ୍ତମାନ ଆମ ପରିବାର ଅସୁରକ୍ଷିତ । ଏଣୁ ଏହି ହତ୍ୟା ଘଟଣାରେ ମୁଖ୍ୟ ଭୂମିକାରେ ରହିଥିବା ନିବେଦିତାଙ୍କ ମା ଓ ମାମୁ ସଂପୃକ୍ତ ରହିଛନ୍ତି । ଏଣୁ ପୋଲିସ ସେମାନଙ୍କୁ ତୁରନ୍ତ ଗିରଫ କରୁ । ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି, ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ପତ୍ନୀ ରଶ୍ମିତା ।

'ମୋ ପରିବାର ଅସୁରକ୍ଷିତ, ହତ୍ୟା ଘଟଣାରେ ନିବେଦିତାଙ୍କ ମା' ଓ ମାମୁଙ୍କ ସଂପୃକ୍ତି ରହିଛି'- ରଶ୍ମିତା ପାତ୍ର (ETV BHARAT ODISHA)

ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ଶେଷରେ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ଅନେକ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି, ସୁଧୀରଙ୍କ ପତ୍ନୀ ରଶ୍ମିତା ପାତ୍ର । ହତ୍ୟାକାଣ୍ଡ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମୁଖରେ ଆସି ହତ୍ୟାକାଣ୍ଡର ପୁରା କାହାଣୀ କହିଛନ୍ତି ସୁଧୀରଙ୍କ ପତ୍ନୀ । ଏହି ହତ୍ୟାକାଣ୍ଡରେ ପୋଲିସ ସୁଧୀରଙ୍କ ଝିଆରୀ ନିବେଦିତା ଓ ପୁତୁରା ତୁଷାରକୁ ଗିରଫ୍ କରିଛି । ହେଲେ ଘଟଣାରେ ରଶ୍ମିତା, ଝିଆରୀ ଓ ପୁତୁରାଙ୍କୁ କ୍ଲିନ୍ ଚିଟ୍ ଦେବା ସହ ଏଥିରେ ନିବେଦିତାଙ୍କ ମା' ଓ ମାମୁଙ୍କୁ ଗିରଫ୍ କରିବା ପାଇଁ ଦାବି କରିଛନ୍ତି । କାରଣ ନିବେଦିତାଙ୍କ ମା' ଓ ମାମୁ ହିଁ ସୁଧୀରଙ୍କୁ କଲବଲ କରି ହତ୍ୟା କରିଛନ୍ତି," ବୋଲି ସେ କହିଛନ୍ତି ।


ଜମି ବ୍ୟବସାୟୀ ସୁଧୀରଙ୍କ ଭାଇ ମନୋଜଙ୍କର ସ୍ବାସ୍ଥ୍ୟଗତ କାରଣରୁ ମୃତ୍ୟୁ ଘଟିବା ସମ୍ପର୍କରେ ରଶ୍ମିତା କହିଛନ୍ତି ଯେ, ଦେଢଶୁର ସେହି ସମୟରେ ପ୍ରାୟ ଅଢ଼େଇ କୋଟି ଟଙ୍କା ସେୟାର ମାର୍କେଟରେ ନିବେଶ କରିଥିଲେ, କିନ୍ତୁ ତାହା ବୁଡ଼ିଯିବା ପରେ ତାଙ୍କର ଚିନ୍ତା ବଢ଼ିଯାଇଥିଲା, ଆଉ ଶେଷରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ମନୋଜଙ୍କ ସ୍ବାସ୍ଥ୍ୟ ଖରାପ ପରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍.କେ.ସି.ଜି ଏବଂ ପରେ ବିଶାଖାପାଟଣା ନେଇ ଯାଇଥିଲେ ମୃତ ମନୋଜଙ୍କ ପୁଅ ସମେତ ଭାଇ ସୁଧୀର । ହେଲେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ବି ତାହାକୁ ନେଇ କିନ୍ତୁ ମନୋଜଙ୍କ ମୃତ୍ୟୁ ପାଇଁ ସୁଧୀରଙ୍କୁ ତାଙ୍କ ଭାଉଜ ବସୁନ୍ଧରା, ଦାୟୀ କରିବା ସହ ସୁଧୀରଙ୍କ ସମ୍ପତ୍ତି ଅଧିକା ଯୋଗୁଁ ଇର୍ଷା କରି ତାଙ୍କୁ ହତ୍ୟା କରାଯାଇଛି, ବୋଲି ଅଭିଯୋଗ କରିଛନ୍ତି ରଶ୍ମିତା ।

Sudhir's wife Rashmita Patra
ସୁଧୀରଙ୍କ ପତ୍ନୀ ରଶ୍ମିତା ପାତ୍ର (ETV BHARAT ODISHA)


ସୁଧୀରଙ୍କ ହତ୍ୟା ଘଟଣାକୁ ନେଇ ଗତ କିଛି ଦିନ ଧରି ଏହା ପଛରେ ରହିଥିବା କାରଣକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି । ହେଲେ ହତ୍ୟାକାଣ୍ଡକୁ ନେଇ ପ୍ରଥମଥର ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସି ସୁଧୀରଙ୍କ ପତ୍ନୀ ରଶ୍ମିତା ତଥ୍ୟ ରଖିବା ପରେ ଏହି ଘଟଣାକୁ ନୂଆ ଦିଗ ମିଳିଛି । ସୁଧୀରଙ୍କ ଭାଇ ମନୋଜ ଅଢ଼େଇ କୋଟି ଟଙ୍କା ସେୟାର ମାର୍କେଟରେ ନିବେଶ କରିବା ଏବଂ ତାହା ବୁଡିଯିବା ଯୋଗୁଁ ଚିନ୍ତାରେ ରହିଥିବା କହିଥିବା ବେଳେ ଏହି ଚିନ୍ତା ଯୋଗୁଁ ହିଁ ମନୋଜଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । କିନ୍ତୁ ମନୋଜଙ୍କ ମୃତ୍ୟୁ ପଛରେ ସୁଧୀରଙ୍କ ହାତ ଥିବା ଦାୟୀ କରିଥିଲେ ନିବେଦିତାଙ୍କ ମା' ବସୁନ୍ଧରା ।

ଏପରିକି ଗତ ୧୭ ବର୍ଷ ହେଲା ସୁଧୀରଙ୍କୁ ରଶ୍ମିତା ବିବାହ କରିଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ ସୁଧୀରଙ୍କ ବ୍ୟବସାୟରେ ବ୍ୟାପକ ଲାଭ ହୋଇଥିଲା । ସୁଧୀରଙ୍କ ସଫଳତାକୁ ଦେଖି ସହ୍ୟ କରିପାରିନଥିଲେ ଭାଉଜ ବସୁନ୍ଧରା । ଗୋଟିଏ ପଟେ ମନୋଜଙ୍କ ଠାରୁ ସୁଧୀରଙ୍କ ଅଧିକ ସମ୍ପତ୍ତି ଓ ଅନ୍ୟପଟେ ମନୋଜଙ୍କ ମୃତ୍ୟୁକୁ ନେଇ ସୁଧୀର ହି ଦାୟୀ । ଏହିପରି ଦୁଇ କଥାକୁ ନେଇ ସୁଧୀରଙ୍କ ଭାଉଜ ବସୁନ୍ଧାର ଏକପ୍ରକାର ଇର୍ଷାରେ ଅସହ୍ୟ ହୋଇପଡ଼ିଥିଲେ । ଯାହାଫଳରେ ମନୋଜଙ୍କ ମୃତ୍ୟୁ ଘଟିବା ଦିନ ହିଁ ରଶ୍ମିତାଙ୍କୁ ଅଙ୍ଗୁଳି ଦେଖାଇ, ତୋତେ ଶାନ୍ତିରେ ରଖାଇ ଦେବି ନାହିଁ ବୋଲି କହିଥିଲେ ବସୁନ୍ଧରା । ତେଣୁ ବସୁନ୍ଧରା ହିଁ ସୁଧୀରଙ୍କୁ ପ୍ରଥମେ ଅପହରଣ, ପରେ ଶାରୀରିକ ନିର୍ଯାତନା ଦେବା ଓ ଶେଷରେ କଲବଲ କରି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରଶ୍ମିତା ।

Sudhir's wife Rashmita Patra
ସୁଧୀରଙ୍କ ପତ୍ନୀ ରଶ୍ମିତା ପାତ୍ର (ETV BHARAT ODISHA)
ନିବେଦିତା ଓ ତୁଷାରଙ୍କୁ ସୁଧୀର ନିଜ ଝିଅ ଏବଂ ପୁଅ ଭଳି ଦେଖୁଥିଲେ । କିନ୍ତୁ ବସୁନ୍ଧରା ନିଜ ପୁଅ ଓ ଝିଅ ମନରେ ସୁଧୀରଙ୍କ ପ୍ରତି କ୍ରୋଧ ଭାବନା ସୃଷ୍ଟି କରିଥିଲେ । ସ୍ବାମୀଙ୍କୁ ହରାଇଥିବା ବସୁନ୍ଧରା ପ୍ରତିଶୋଧ ପରାୟଣ ହୋଇ ନିବେଦିତା ଓ ତୁଷାରଙ୍କ ହାତରେ ସୁଧୀରଙ୍କୁ ହତ୍ୟା କରିଛନ୍ତି । ତେଣୁ ନିବେଦିତାଙ୍କ ମା ଓ ମାମୁଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ସୁଧୀରଙ୍କ ପତ୍ନୀ । ସେମାନେ ହିଁ ପ୍ରକୃତ ଦୋଷୀ । ସେମାନେ ଯଦି ବାହାରେ ବୁଲିବେ ତେବେ ମୋ ପୁଅ ଓ ଝିଅ ଘରୁ ବାହାରକୁ ବାହାରିବା ବିପଦ ଓ ଆମ ଜୀବନ ବିପଦରେ ବୋଲି କହିଛନ୍ତି ରଶ୍ମିତା ।

ଉଭୟ ମନୋଜ ଓ ସୁଧୀର ରାମ ଲକ୍ଷ୍ମଣ ପରି ଏକାଠି ହୋଇ ରହିଥିଲେ । କିନ୍ତୁ ବସୁନ୍ଧରା ଓ ତାଙ୍କ ଭାଇ ସୁନା ଘରକୁ ଚୁନା କରିଦେଲେ ବୋଲି କ୍ଷୋଭର ସହ କହିଛନ୍ତି, ସୁଧୀରଙ୍କ ମା' ସୁକାନ୍ତି ପାତ୍ର । ତେଣୁ ପୋଲିସ ସେମାନଙ୍କୁ ଗିରଫ କରୁ ବୋଲି ସେ ଦାବି କରିଛନ୍ତି ।

ସୁଧୀର ହତ୍ୟାକାଣ୍ଡ ଘଟଣାରେ ପୋଲିସ ଇତି ମଧ୍ୟରେ ନଅ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଖୋଜୁଛି । ସେପଟେ ନିଜେ ସୁଧୀରଙ୍କ ପତ୍ନୀ, ନିବେଦିତାଙ୍କ ମା ଓ ମାମୁଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ପୋଲିସ ଏହି ଅଭିଯୋଗକୁ କେତେ ଗୁରୁତ୍ବର ସହ ନେଇ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରୁଛି, ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢ଼ନ୍ତୁ- ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା: ତୃତୀୟ ପର୍ଯ୍ୟାୟରେ ବୋଲେରୋ ଡ୍ରାଇଭର ଓ ସହଯୋଗୀକୁ ଜେରା
ଏହା ମଧ୍ୟ ପଢ଼ନ୍ତୁ- ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ତିନି ଦିନିଆ ପୋଲିସ ରିମାଣ୍ଡରେ ପାଞ୍ଚ ଅଭିଯୁକ୍ତ

ଇଟିଭି ଭାରତ, ବ୍ରହ୍ମପୁର

Last Updated : May 7, 2026 at 1:40 PM IST