ଚାଷୀଙ୍କଠୁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ଜାଲରେ ଫରେଷ୍ଟର
ବଲାଙ୍ଗୀର ମୁରିବାହାଳ ରେଞ୍ଜର ଫରେଷ୍ଟର ଅଶୋକ କୁମାର ନାୟକ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ଚାଷୀଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଗତକାଲି ମୟୂରଭଞ୍ଜରୁ ଧରାପଡିଥିଲେ ଦୁଇ ଯନ୍ତ୍ରୀ ।

Published : January 6, 2026 at 4:30 PM IST
Vigilance Raid ବଲାଙ୍ଗୀର: ଚାଷୀଙ୍କଠୁ 10 ହଜାର ଲାଞ୍ଚ ନେଇ ଧରାପଡିଲେ ଫରେଷ୍ଟର । ବଲାଙ୍ଗୀର ଜିଲ୍ଲା ମୁରିବାହାଳ ରେଞ୍ଜ ଅଧିନସ୍ଥ ଗୁଲ୍ମୀ ବନଖଣ୍ଡ ଅଧିକାରୀ ଫରେଷ୍ଟର ଅଶୋକ କୁମାର ନାୟକଙ୍କ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ଏକକାଳୀନ ଦୁଇଟି ସ୍ଥାନରେ ଚଢାଉ ଜାରି । ଗତକାଲି ମୟୂରଭଞ୍ଜର ଦୁଇ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ଧରାପଡିଥିଲେ ।
Today, Sri Ashok Kumar Nayak, Forester, Gulumi Section under Muribahal Range, #Bolangir was nabbed by #Odisha #Vigilance while taking bribe of Rs.10,000/- from a farmer to give permission for transportation of logs of one Teak & one Sal Tree cut few days back from his own land.
— Odisha Vigilance (@OdishaVigilance) January 6, 2026
ଲାଞ୍ଚ ନେଇ ଧରାପଡିଲେ..
ଭିଜିଲାନ୍ସ ବିଭାଗ ଦେଇଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ମୁରିବାହାଳ ରେଞ୍ଜ ଅଧିନସ୍ଥ ଗୁଲ୍ମୀ ବନଖଣ୍ଡ ଅଧିକାରୀ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ତେବେ ଗୁଲ୍ମୀ ଅଞ୍ଚଳର ଜଣେ ଚାଷୀ ନିଜ ବିଲରେ ଥିବା ଗଛ କରିବା ଓ ତାକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ଆବେଦନ କରିଥିଲେ । ଏହାକୁ ନେଇ ଫରେଷ୍ଟର ଅଶୋକ ନାୟକ ତାଙ୍କୁ ଦଶ ହଜାର ଲାଞ୍ଚ ମାଗିବା ସହ ଦୁଇ ହଜାର ଟଙ୍କା ଫାଇନ କରିଥିଲେ । ସେପଟେ ସଂପୃକ୍ତ ଚାଷୀ ଜଣକ ଭିଜିଲାନ୍ସ ବିଭାଗରେ ଏହାର ଅଭିଯୋଗ କରିଥିଲେ । ଯାହା ପରେ ଆଜି(ମଙ୍ଗଳବାର) ଚାଷୀ ଜଣକ ତାଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଭିଯୁକ୍ତ ଫରେଷ୍ଟର ଅଶୋକ କୁମାର ନାୟକଙ୍କୁ ଗିରଫ କରିଛି ।

ତଦନ୍ତ ଜାରି:
ସେହିପରି ତାଙ୍କଠୁ ଦଶ ହଜାର ଲାଞ୍ଚ ଟଙ୍କା ସମେତ 12 ହଜାର ଟଙ୍କା ଜବତ କରିଛି । ସମାନ ଭାବରେ ଭିଜିଲାନ୍ସ ବିଭାଗ ଏକ କାଳୀନ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ସମ୍ବଲପୁର ଭିଜିଲାନ୍ସ ବିଭାଗ କେସ ନମ୍ବର 1/2026 ଆଇପିସି 7ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସେପଟେ ଭିଜିଲାନ୍ସ ବିଭାଗ ଏହାର ତଦନ୍ତ ଜାରି ରଖିଥିବା ବେଳେ ସେ କେବେଠୁ ଚାକିରି କରିଥିଲେ । ତାଙ୍କର କୌଣସି ଆୟ ବହିର୍ଭୂତ ସମ୍ପତ୍ତି ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।
ଗତବର୍ଷ ବଲାଙ୍ଗୀରରୁ ଧରାପଡିଥିଲେ 9 ଲାଞ୍ଚୁଆ ଅଧିକାରୀ:
ବଲାଙ୍ଗୀରର ଅନେକ ଲାଞ୍ଚୁଆ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ ବାନ୍ଧିଥିବା ବେଳେ ନୂଆବର୍ଷ ଆରମ୍ଭରେ ଆଜି ପୁଣି ଏହି ଫରେଷ୍ଟରଙ୍କୁ ଧରିଛି । ଗତ ବର୍ଷ କେବଳ ବଲାଙ୍ଗୀର ଜିଲ୍ଲାରୁ 9 ଜଣ ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ସାରିଛନ୍ତି । ଏବେ ପୁଣି ବର୍ଷ ଆରମ୍ଭରୁ ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଛନ୍ଦି ହୋଇଛନ୍ତି ।
ଗତକାଲି ଧରାପଡିଥିଲେ ଦୁଇ ଯନ୍ତ୍ରୀ:

ଗତକାଲି(ସୋମବାର) ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି)ର ଉଦଳା ଉପ-ବିଭାଗରେ କାର୍ଯ୍ୟରତ ଦୁଇ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିଥିଲେ । ସେମାନେ ହେଲେ ସହକାରୀ ନିର୍ବାହୀ ଇଞ୍ଜିନିୟର (ଏଇଇ) ହରେକୃଷ୍ଣ ସିଂ ଏବଂ ଜୁନିୟର ଇଞ୍ଜିନିୟର (ଜେଇ) ସୁବ୍ରତ ମହାନ୍ତି (ବାରିପଦାରୁ ଉଦଳାରେ ଦାୟିତ୍ୱରେ ଥିବା ଜେଇ)। ଜଣେ ଠିକାଦାରଙ୍କ ଠାରୁ ପାର୍ସିଆଲ କିସ୍ତି ଭାବେ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା ।
ଇଟିଭି ଭାରତ, ବଲାଙ୍ଗୀର

