ETV Bharat / state

ବଲାଙ୍ଗୀରରେ ପାଳିତ ହେଲା ମହମ୍ମଦଙ୍କ ଜନ୍ମ ଜୟନ୍ତୀ; ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କଲେ ଇସଲାମ୍ ଧର୍ମାବଲମ୍ବୀ

ଆଜି ଇସଲାମ ଧର୍ମ ଗୁରୁ ମହମ୍ମଦଙ୍କ ଜନ୍ମ ଜୟନ୍ତୀ । ବିଶ୍ୱରେ ଶାନ୍ତି ମୈତ୍ରୀ ପ୍ରତିଷ୍ଠା ପାଇଁ ବଲାଙ୍ଗୀର ସହରରେ ବିରାଟ୍ ଶୋଭାଯାତ୍ରା । ରିପୋର୍ଟ-ଶେଖ ମହମ୍ମଦ ୱାହିଦ

Muhammad Jayanti 2026
ବଲାଙ୍ଗୀରରେ ପାଳିତ ହେଲା ମହମ୍ମଦଙ୍କ ଜନ୍ମ ଜୟନ୍ତୀ; ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କଲେ ଇସଲାମ୍ ଧର୍ମାବଲମ୍ବୀ (ETV Bharat Odisha)
author img

By ETV Bharat Odisha Team

Published : August 26, 2026 at 6:22 PM IST

1 Min Read
Choose ETV Bharat

ବଲାଙ୍ଗୀର: ଆଜି ଇସଲାମ ଧର୍ମ ଗୁରୁ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବା ପବିତ୍ର 'ଇଦ୍ ମିଲାଦ୍ ଉନ୍ ନବି' । ଆଜିର ଦିନରେ ସାରା ବିଶ୍ୱରେ ଇସଲାମ୍ ଧର୍ମାବଲମ୍ବୀ ଭାଇମାନେ ଶାନ୍ତି ମୈତ୍ରୀ ପ୍ରତିଷ୍ଠା ପାଇଁ ଶାନ୍ତି-ସଦ୍ଭାବନା ଶୋଭା ଯାତ୍ରା ଓ ସାମୂହିକ ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ବଲାଙ୍ଗୀର ସହରରେ ମଧ୍ୟ 'ଇଦ୍ ମିଲାଦ୍ ଉନ୍ ନବି' ହସ ଉଲ୍ଲାସରେ ପାଳିତ ହୋଇଯାଇଛି ।

ବଲାଙ୍ଗୀରରେ ପାଳିତ ହେଲା ମହମ୍ମଦଙ୍କ ଜନ୍ମ ଜୟନ୍ତୀ; ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କଲେ ଇସଲାମ୍ ଧର୍ମାବଲମ୍ବୀ (ETV Bharat Odisha)

ବିଶ୍ୱ ଶାନ୍ତି ପାଇଁ ଆଜି ବଲାଙ୍ଗୀର ସହରରେ ମୁସଲମାନ ଭାଇମାନେ ଏକ ଭବ୍ୟ ଶୋଭା ଯାତ୍ରା କରିବା ସହ ସାମୂହିକ ପ୍ରାର୍ଥନା କରିଥିଲେ ।ଏହାକୁ ଇଦ୍ ପର୍ବଠାରୁ ମଧ୍ୟ ବଡ଼ ଧୁମଧାମରେ ପାଳନ କରିଛନ୍ତି ସେମାନେ । ସହରର ସମସ୍ତ ମୁସଲମାନ ଭାଇମାନେ ବିଶ୍ୱରେ ଶାନ୍ତି ମୈତ୍ରୀ ପ୍ରତିଷ୍ଠା ପାଇଁ ଏକ ବିରାଟ୍ ଭବ୍ୟ ଶୋଭାଯାତ୍ରା କରିଥିଲେ । ଏହାସହ ସୁନ୍ନି ସଦର ମସଜିଦ ଠାରେ ସମସ୍ତେ ଏକାଠି ହୋଇ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ ଏବଂ ପରସ୍ପରକୁ ଇଦ୍ ମିଲାଦୁନ ନବୀର ଶୁଭେଚ୍ଛା ଜଣାଇଥିଲେ । ଏହା ବଲାଙ୍ଗୀର ସହରରେ ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରବଚନ ଏବଂ ସାମୂହିକ ପ୍ରସାଦ ସେବନର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Muhammad Jayanti 2026
ବଲାଙ୍ଗୀରରେ ପାଳିତ ହେଲା ମହମ୍ମଦଙ୍କ ଜନ୍ମ ଜୟନ୍ତୀ; ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କଲେ ଇସଲାମ୍ ଧର୍ମାବଲମ୍ବୀ (ETV Bharat Odisha)

ବଲାଙ୍ଗୀର ସୁନ୍ନି ସଦର ମସଜିଦ ଇମାମ ଶୟଦ ମୌଲାନା ମସୁଦ ରାଜା କହିଛନ୍ତି,"ଆଜି ଆମର ଧର୍ମ ଗୁରୁ ମହମ୍ମଦଙ୍କ ଜନ୍ମ ଦିନ ଅଟେ । ଆମେ ଆଜିର ଦିନକୁ ଅତି ହସ୍ ଉଲ୍ଲାସରେ ପାଳନ କରିଥାଉ । ସାରା ବିଶ୍ବ ତଥା ଦେଶରେ ଶାନ୍ତି, ମୈତ୍ରୀ ଏବଂ ଏକତା ବଜାୟ ରଖିବା ପାଇଁ ଆମେ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜନ କରିଥିଲୁ । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଆମକୁ ବେଶ୍ ସହଯୋଗ ମିଳିଛି । ଏବଂ ବଲାଙ୍ଗୀରବାସୀ ମଧ୍ୟ ଆମକୁ ଶୁଭେଚ୍ଛା ଜଣାଇଛନ୍ତି ।"

Muhammad Jayanti 2026
ବଲାଙ୍ଗୀରରେ ପାଳିତ ହେଲା ମହମ୍ମଦଙ୍କ ଜନ୍ମ ଜୟନ୍ତୀ; ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କଲେ ଇସଲାମ୍ ଧର୍ମାବଲମ୍ବୀ (ETV Bharat Odisha)


ସେହିପରି ଆଉ ଜଣେ ମୁସଲିମ ଭାଇ ଅବଦୁଲ୍ ମୁଜିବ କହିଛନ୍ତି," ଏହି ଇଦ୍ ମିଲା ଦୁନ ନବୀ ଯାହା ମହମ୍ମଦଙ୍କ ଜନ୍ମ ଦିବସ ଅଟେ । ଏହା ଇଦ୍ ଠାରୁ ମଧ୍ୟ ବଡ଼ ପର୍ବ ଅଟେ ।ମହମ୍ମଦ ଆମକୁ ରୋଜା, ଇଦ୍, ରମଜାନ ଏସବୁ ପ୍ରଦାନ କରିଛନ୍ତି । ତାଙ୍କ ଜନ୍ମ ଅବସରରେ ସେ ଦେଇଥିବା ଶାନ୍ତିର ବାର୍ତ୍ତା ଆମେ ବାଣ୍ଟିଛୁ ।"

ଏହା ମଧ୍ୟ ପଢନ୍ତୁ...ନଭେମ୍ବର 24ରୁ ଡିସେମ୍ବର 1 ଐତିହାସିକ ବାଲିଯାତ୍ରା; ଉପର ଓ ତଳ ପଡ଼ିଆରେ ହେବ ବିଶ୍ୱପ୍ରସିଦ୍ଧ ବାଣିଜ୍ୟିକ ମହାକୁମ୍ଭ !

ଇଟିଭି ଭାରତ, ବଲାଙ୍ଗୀର