ETV Bharat / state

ଉତ୍କଳିକା ସହ ଏମଓୟୁ ସ୍ୱାକ୍ଷର; ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟାଙ୍କୁ ଦେବ ଶାଢ଼ୀ-ଚୁଡ଼ି-ପାଉଁଜି

ଝିଅ ବାହାଘରରେ ସରକାର ଦେବେ ବେଭାର । ମୋଟ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ ସରକାର। ବାହାଘର ପଞ୍ଜୀକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ

Mou  signed with Utkalika
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟାଙ୍କୁ ବେଭାର ଦେବ ଉତ୍କଳିକା (Etv Bharat)
author img

By ETV Bharat Odisha Team

Published : January 8, 2026 at 8:20 PM IST

1 Min Read
Choose ETV Bharat

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ପରିଚାଳିତ ଉତ୍କଳିକା ଓ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମଧ୍ୟରେ ବିବାହ ଉପହାର ସାମଗ୍ରୀ ଯୋଗାଣ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି l ଏ ନେଇ ଆଜି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।



ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟାଙ୍କୁ ଶାଢ଼ୀ, ଚୁଡ଼ି, ପାଉଁଜି, ବିନ୍ଦି ଯୋଗାଇବ ଉତ୍କଳିକା। ଏଥି ପାଇଁ ଉତ୍କଳିକା ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଏହା ଦ୍ବାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି କୁହାଯାଇଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ MOU ସ୍ବାକ୍ଷରିତ ହୋଇଛି।

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟାଙ୍କୁ ବେଭାର ଦେବ ଉତ୍କଳିକା (Etv Bharat)

ଝିଅ ବାହାଘରରେ ସରକାର ଦେବେ ବେଭାର

ଏହି ମୁଖ୍ୟମନ୍ତ୍ରୀ କନ୍ୟା ଵିଵାହ ଯୋଜନାରେ ମୋଟ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ ସରକାର। ବାହାଘର ପଞ୍ଜୀକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ଉପହାର ପାଇଁ ୧୦ ହଜାର ଓ ସାଜସଜା ପାଇଁ ୬ ହଜାର ଟଙ୍କା ଦେବେ ସରକାର। ପ୍ରତି ଜିଲ୍ଲାର 15ରୁ 35 ବର୍ଷ ମଧ୍ୟରେ ବିବାହ କରୁଥିବା ଯୁବତୀଙ୍କୁ ଏହି ଉପହାର ଦେବେ ସରକାର । ପୂର୍ବରୁ ମୁଖ୍ୟମନ୍ତ୍ରୀ କନ୍ୟା ଵିଵାହ ଯୋଜନା ପାଇଁ ଗାଇଡଲାଇନ ଆସିଥିବା ବେଳେ ଆଜି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

MoU signed with Utkalika
ଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟାଙ୍କୁ ବେଭାର ଦେବ ଉତ୍କଳିକା (Etv Bharat)



ଏହି ସହଯୋଗ ମାଧ୍ୟମରେ ମହିଳା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ଉପ ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଥିଲେ ।

ବିଧାନସଭାରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରେ 2025-26 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ବେଳେ ରାଜ୍ୟ ସରକାର ଏହି ଯୋଜନା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନା ଅନୁସାରେ, ରାଜ୍ୟ ସରକାର ସାମୁହିକ ବିବାହ ଆୟୋଜନ କରାଇବେ । ଏଥିପାଇଁ 12 କୋଟିର ବ୍ୟୟବରାଦ ହୋଇଛି । ଫଳରେ ଗରିବ ଘରର ଝିଅମାନଙ୍କ ବିବାହ ସୁୁରୁଖୁରୁରେ ହୋଇପାରିବ ।

ଇଟିଭି ଭାରତ ଭୁବନେଶ୍ବର

ଏହା ମଧ୍ୟ ପଢନ୍ତୁ ଦୂର ହେବ ଗରିବ ବାପାର ଦୁଃଖ, ଆରମ୍ଭ ହେବ 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା

ଏହା ମଧ୍ୟ ପଢନ୍ତୁ ନୂଆ ସରକାରର ନୂଆ ଯୋଜନା; ବଜେଟରେ 16 ନୂଆ ସ୍କିମ୍, ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା