ETV Bharat / state

କେରଳମ ଛୁଇଁଲା ମୌସୁମୀ: ଜୁନ୍ ୧୦ରୁ ୧୨ ମଧ୍ୟରେ ଛୁଇଁପାରେ ଓଡ଼ିଶା

ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିବା ତାରିଖରେ 10 ଦିନର ବିଳମ୍ବ ଦେଖିବାକୁ ମିଳିଛି । ମୌସୁମୀ 26 ମେ'ରେ କେରଳମ ପହଞ୍ଚିବା ନେଇ ପୂର୍ବାନୁମାନ କରିଥିଲା ବିଭାଗ । ରିପୋର୍ଟ- ଦେବସ୍ମିତା ରାଉତ

Visitors at the Marine Drive on a rainy afternoon, in Kochi
Visitors at the Marine Drive on a rainy afternoon, in Kochi (File/PTI)
author img

By ETV Bharat Odisha Team

Published : June 4, 2026 at 4:39 PM IST

2 Min Read
Choose ETV Bharat

ଭୁବନେଶ୍ବର: ଆଜି (ଗୁରୁବାର) କେରଳମରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ସହିତ ଚାରି ମାସର ବର୍ଷା ଋତୁର ଆରମ୍ଭ ହୋଇଛି । ଯାହା ପ୍ରଚଣ୍ଡ ଗରମରୁ ଆଶ୍ୱସ୍ତି ଆଣିଛି । ଭାରତ ପାଣିପାଗ ବିଭାଗ (IMD) ମୌସୁମୀର ଆଗମନ ଘୋଷଣା କରିଛି । ଫଳସ୍ବରୁପ ଆଜି ରାଜ୍ୟର ଅନେକ ଭାଗରେ ପ୍ରବଳ ବର୍ଷା ହୋଇଯାଇଛି । ଯଦିଓ କେରଳମକୁ ମୌସୁମୀର ସାଧାରଣ ଆଗମନ ତାରିଖ ଜୁନ୍ 1 ଅଟେ, ଏହି ବର୍ଷ ଏହା ଜୁନ୍ 4ରେ, ଅର୍ଥାତ୍ ତିନି ଦିନ ବିଳମ୍ବରେ ପହଞ୍ଚିଛି । ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁର ଆରମ୍ଭ (ଜୁନ୍ ରୁ ସେପ୍ଟେମ୍ବର)କୁ ଚିହ୍ନିତ କରେ ।

ସାରା ଦେଶରେ ବର୍ଷା ବୃଦ୍ଧି ପାଇବ

IMD କହିଛି ଯେ ଜୁନ୍ 4 ରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ଆରବ ସାଗରର ଅବଶିଷ୍ଟ ଅଂଶ, ପଶ୍ଚିମ-କେନ୍ଦ୍ରୀୟ ଏବଂ ପୂର୍ବ-କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ, ସମଗ୍ର ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ, କେରଳମ ଏବଂ ମାହେ, କର୍ଣ୍ଣାଟକ ଏବଂ ତାମିଲନାଡୁର କିଛି ଅଂଶ, କୋମୋରିନ୍ ଅଞ୍ଚଳର ଅବଶିଷ୍ଟ ଅଂଶ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ-ପଶ୍ଚିମ, ପଶ୍ଚିମ-କେନ୍ଦ୍ରୀୟ, ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅନ୍ୟ ଅଞ୍ଚଳକୁ ଅଗ୍ରସର ହୋଇଥିଲା।

ଏପରି ବି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିବା ତାରିଖରେ 10 ଦିନର ବିଳମ୍ବ ଦେଖିବାକୁ ମିଳିଛି । ମୌସୁମୀ 26 ମେ'ରେ କେରଳମ ପହଞ୍ଚିବା ନେଇ ପୂର୍ବାନୁମାନ କରିଥିଲା ବିଭାଗ । ଗତ ସପ୍ତାହରେ IMD ଏହାର ମୌସୁମୀ ବର୍ଷା ପୂର୍ବାନୁମାନକୁ ସଂଶୋଧନ କରି କହିଛି ଯେ, ଚଳିତ ବର୍ଷ ବର୍ଷା ସ୍ୱାଭାବିକଠାରୁ କମ୍ ହେବାର ସମ୍ଭାବନା ଅଛି ।

Monsoon to hit Kerala: May hit Odisha between June 10-12
କେରଳମ ଛୁଇଁଲା ମୌସୁମୀ: ଜୁନ୍ ୧୦ରୁ ୧୨ ମଧ୍ୟରେ ଛୁଇଁପାରେ ଓଡ଼ିଶା (File Photo/ANI)

ଜୁନ୍ ୧୦ରୁ ୧୨ ମଧ୍ୟରେ ଛୁଇଁପାରେ ଓଡ଼ିଶା

ଏହିକ୍ରମରେ ମୌସୁମୀ ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ଥାଏ ବା ଓଡ଼ିଶାକୁ ଅଗ୍ରସର ହୋଇଥାଏ । ହେଲେ ଏଥର ସେହି ସମୟରେ କିମ୍ବା 3 ଦିନ ପୂର୍ବରୁ ପାଗ ଅନୁକୂଳ ରହିଲେ ବି ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ୪ ଦିନ ପରେ କୁହାଯାଇପାରିବ ବୋଲି ବିଭାଗ କହିଛି ।

ଏପଟେ ରାଜ୍ୟରେ ପ୍ରଚଣ୍ଡ ରୁଦ୍ର ତାପ ସହ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ଆହୁରି ଦୁଇ ଦିନ ଆଭ୍ୟନ୍ତରୀଣ ଓ ଉପକୂଳରେ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ୫ ଦିନ ଯାଏ ତାତିରୁ ତ୍ରାହି ନଥିବା ସହ କାଳବୈଶାଖୀର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଂଟାରେ ଉପକୂଳର ଓ ଆଭ୍ୟନ୍ତରୀଣ ଓଓଡିଶାର ୧୯ଟି ଜିଲ୍ଲାକୁ ୨ ଦିନ ପାଇଁ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱର୍ଣ୍ଣିଂ ଜାରି କରିଛି ବିଭାଗ ।

ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ସାରା ରାଜ୍ୟରେ କାଳବୈଶାଖୀର ଚେତାବନୀ ରହିଥିବା ବେଳେ ଗଂଜାମ, ଗଜପତି, ନୟାଗଡ଼, ମାଲକାନଗିରି, କେନ୍ଦୁଝର ଓ ବାଲେଶ୍ୱର ଏହି ୬ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦ କିମି ବେଗରେ ଝଟକା ପବନ ରହିଥିବା ବେଳେ ଅରେଞ୍ଜ ୱର୍ଣ୍ଣିଂ ଜାରି କକରିଛି ପାଣିପାଗ ବିଭାଗ । ଅବଶିଷ୍ଟ ୨୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ୪୦ ରୁ ୫୦ କିମି ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମଧ୍ୟ ସାରା ଓଡ଼ିଶାରେ କାଳବୈଶାଖୀ ବର୍ଷା ଚେତାବନୀ ରହିଥିବା ବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ବିଜୁଳି ଘଡଘଡ଼ି ସହ ୫୦ ରୁ ୬୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅବଶିଷ୍ଟ ୨୮ ଜିଲ୍ଲାକୁ ୪୦ରୁ ୫୦ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ପାଇଁ ଚେତାବନୀ ଦେଇଛି ବିଭାଗ । ସେପଟେ ରାଜ୍ୟରେ ଗରମ ସହ ଅସହ୍ୟ ତାତି ଲାଗିରହିଥିବା ବେଳେ ୫ ଦିନ ଯାଏ ତାତିରୁ ବ୍ରେକ ଲାଗିବ ନାହିଁ ବୋଲି ଆକଳନ କରିଛି ବିଭାଗ ।

ଅନ୍ୟଅଟେ ଗତ ୨୪ ଘଂଟାରେ ୧୦ ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ଟିଟିଲାଗଡ ରେ ୪୨ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଏବେବି ଅନୁଗୁଳ କଟକ ଓ କଳାହାଣ୍ଡି ୩ ଜିଲ୍ଲାରେ ନିଅଁଟିଆ ବର୍ଷା ରହିଛି।

ଏହା ମଧ୍ୟ ପଢ଼ନ୍ତୁ- କାଳବୈଶାଖୀ ବର୍ଷା ସତର୍କତା, ଜୁନ ୭ ଯାଏଁ ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଏହା ମଧ୍ୟ ପଢ଼ନ୍ତୁ- ଜୁନ୍ ୪ରେ କେରଳମ ଛୁଇଁବ ମୌସୁମୀ, ସ୍ପଷ୍ଟ କଲା IMD

ଇଟିଭି ଭାରତ, ଭୁବନେଶ୍ବର

ବାଇଟ_ ମନୋରମା ମହାନ୍ତି, ନିର୍ଦେଶକ