ETV Bharat / state

ମୋହନ ଖୋଲିଲେ ପେଡି; ବଜେଟରେ ନୂଆ ପଦକ୍ଷେପ, ଫୋକ୍ସରେ ପଞ୍ଚାୟତ ନିର୍ବାଚନ

ବଜେଟରେ ମାଳମାଳ ନୂଆ ଯୋଜନା ପାଇଁ ମୋହନ ସରକାର ବାଟ ଖୋଲିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଆକଳନ କରାଯାଉଛି ।

ମୋହନ ଖୋଲିଲେ ପେଡି; ବଜେଟରେ ନୂଆ ପଦକ୍ଷେପ, ଫୋକ୍ସରେ ପଞ୍ଚାୟତ ନିର୍ବାଚନ
ମୋହନ ଖୋଲିଲେ ପେଡି; ବଜେଟରେ ନୂଆ ପଦକ୍ଷେପ, ଫୋକ୍ସରେ ପଞ୍ଚାୟତ ନିର୍ବାଚନ (ETV BHARAT ODISHA)
author img

By ETV Bharat Odisha Team

Published : February 20, 2026 at 10:11 PM IST

3 Min Read
Choose ETV Bharat

ଭୁବନେଶ୍ବର: ୨୦୨୬/୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋଲିଛନ୍ତି ଅର୍ଥ ପେଡ଼ି । ଚଳିତ ବଜେଟ ୩ ଲକ୍ଷ କୋଟି ଟପିଛି । ବଜେଟରେ ମାଳମାଳ ନୂଆ ଯୋଜନା ପାଇଁ ମୋହନ ସରକାର ବାଟ ଖୋଲିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଆକଳନ କରାଯାଉଛି ।

ମଧୁବାବୁ ପେନସନ ଯୋଜନା ଅଧୀନରେ ୬ ଲକ୍ଷ ୮୨ ହଜାର ହିତାଧିକାରୀଙ୍କୁ ଅତିରିକ୍ତ କଭରେଜ ମିଳିବ ।
ମଧୁବାବୁ ପେନସନ ଯୋଜନା ଅଧୀନରେ ୬ ଲକ୍ଷ ୮୨ ହଜାର ହିତାଧିକାରୀଙ୍କୁ ଅତିରିକ୍ତ କଭରେଜ ମିଳିବ । (ETV BHARAT ODISHA)

୧୦୦୦ କୋଟି ଟଙ୍କା ବ୍ୟୟରେ ପୁରୀରେ ଶ୍ରୀ ଜଗନ୍ନାଥଙ୍କ Interpretation Centre ଏବଂ ପୁରୀରେ ବିଶ୍ବ ପର୍ଯ୍ୟଟନ କେନ୍ଦ୍ର ବା WTC ପ୍ରତିଷ୍ଠା ହେବ । ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ଅନଲାଇନ ଦାନ ପ୍ଲାଟଫର୍ମ 'ଡିଜିଟାଲ୍ ହୁଣ୍ଡି-ସମର୍ପଣ' । ମଧୁବାବୁ ପେନସନ ଯୋଜନା ଅଧୀନରେ ୬ ଲକ୍ଷ ୮୨ ହଜାର ହିତାଧିକାରୀଙ୍କୁ ଅତିରିକ୍ତ କଭରେଜ ମିଳିବ । ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଅଧୀନରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅ ନାମରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ । ସ୍ନାତକ ସମାପ୍ତ କରିବା ପରେ ସେମାନଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ ।

ବଜେଟରେ ମାଳମାଳ ନୂଆ ଯୋଜନା ପାଇଁ ମୋହନ ସରକାର ବାଟ ଖୋଲିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଆକଳନ କରାଯାଉଛି ।
ବଜେଟରେ ମାଳମାଳ ନୂଆ ଯୋଜନା ପାଇଁ ମୋହନ ସରକାର ବାଟ ଖୋଲିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଆକଳନ କରାଯାଉଛି । (ETV BHARAT ODISHA)



କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ । ପାରାଦୀପ ଏବଂ ବଲାଙ୍ଗିରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହେବ । ସେହିପରି ମୟୂରଭଞ୍ଜ ଏବଂ ବଲାଙ୍ଗିରରେ ନୂତନ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଚିପିଲିମାରେ ନୂତନ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଏବଂ ସୋନପୁରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା କରିବେ ସରକାର । ଗଜପତି, ମାଲକାନଗିରି ଏବଂ ରାୟଗଡ଼ାରେ ତିନିଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଏବଂ ନୂଆପଡ଼ାରେ ଦୁଇଟି ନୂତନ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ ।

୨୦୨୬/୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋଲିଛନ୍ତି ଅର୍ଥ ପେଡ଼ି ।
୨୦୨୬/୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋଲିଛନ୍ତି ଅର୍ଥ ପେଡ଼ି । (ETV BHARAT ODISHA)

ଦକ୍ଷିଣ ଓଡ଼ିଶା ବିକାଶ ଯୋଜନା ଅଧୀନରେ ୩ ବର୍ଷରେ ୨୪୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । Rare Earth Corridor ପାଇଁ ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୨୩ କୋଟି ଟଙ୍କାର ବ୍ୟୟ ବରାଦ ସହିତ ଓଡ଼ିଶା AI ମିଶନ କାର୍ଯ୍ୟକାରୀ କରାଯିବ । ୧୦୦ କୋଟି ଟଙ୍କା ବ୍ୟବସ୍ଥା ସହିତ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ କାର୍ଯ୍ୟକାରୀ ହେବ । ନୂତନ CSS ଯୋଜନା ବିକଶିତ ଭାରତ - ରୋଜଗାର ଏବଂ ଆଜୀବିକା ମିଶନ ବା ଭିବି-ଜି ରାମ ଜି ପାଇଁ ୫୫୭୫ କୋଟି ଟଙ୍କା ଆବଣ୍ଟନ ହୋଇଛି । ଏଥିରେ ୧୨୫ ଦିନର ଅତିରିକ୍ତ କାର୍ଯ୍ୟ ଦିବସ ବ୍ୟବସ୍ଥା ହେବ । ସଂଯୋଗ ହୋଇନଥିବା ଜନବସତିକୁ ସଂଯୋଗ ସୁନିଶ୍ଚିତ କରିବା ପାଇଁ ୧୦୦୦ କୋଟି ଟଙ୍କା ଆବଣ୍ଟନ ହୋଇଛି ।

ଔଦ୍ୟୋଗିକ ଭିତ୍ତିଭୂମି ରକ୍ଷଣାବେକ୍ଷଣ ପାଣ୍ଠି ବା IIMF ପାଇଁ ୩୨୦ କୋଟି ଟଙ୍କା ଆବଣ୍ଟନ ହୋଇଛି । ସମନ୍ବିତ ଜଳ ନିଷ୍କାସନ ଉନ୍ନତି ଏବଂ ଆଧୁନିକୀକରଣ କାର୍ଯ୍ୟକ୍ରମ ପାଇଁ ୨୩୫ କୋଟି ଟଙ୍କା ଆବଣ୍ଟନ ହୋଇଛି । Livelihood Augmentation through Graduation Approach ଜୀବିକା ବୃଦ୍ଧି ଅଧୀନରେ 220 କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ଓଡ଼ିଶା ସାମୁଦ୍ରିକ ବୋର୍ଡ ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି ପାଇଁ ୧୫୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ଭୁବନେଶ୍ଵରରେ ସାଇନ୍ସ ସିଟି ପ୍ରତିଷ୍ଠା ହେବ । ଆଗାମୀ ପିଢ଼ିର ଆବଶ୍ୟକତା ପୂରଣ ପାଇଁ ଭୁବନେଶ୍ବରରେ ନୂତନ ସରକାରୀ ଭିତ୍ତିଭୂମି ନିର୍ମାଣ ହେବ ।

ମୋହନ ଖୋଲିଲେ ପେଡି; ବଜେଟରେ ନୂଆ ପଦକ୍ଷେପ, ଫୋକ୍ସରେ ପଞ୍ଚାୟତ ନିର୍ବାଚନ
ମୋହନ ଖୋଲିଲେ ପେଡି; ବଜେଟରେ ନୂଆ ପଦକ୍ଷେପ, ଫୋକ୍ସରେ ପଞ୍ଚାୟତ ନିର୍ବାଚନ (ETV BHARAT ODISHA)

ବିଭିନ୍ନ କାର୍ଯ୍ୟ ପାଇଁ ରାଜଧାନୀକୁ ଆସୁଥିବା ବିଭିନ୍ନ ଜିଲ୍ଲାର ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଭୁବନେଶ୍ବରରେ ଏକ ଗେଷ୍ଟ ହାଉସ 'ଜନ ଆଶ୍ରୟ ଭବନ' ନିର୍ମାଣ ହେବ । ସେହିପରି ନୂତନ ରାଜ୍ୟ ବିଧାନସଭା ଓ ନୂତନ ରାଜ୍ୟ ସଚିବାଳୟ ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି । ଏକ ନୂତନ ବିଶ୍ବ ସ୍ତରୀୟ ସଂଗ୍ରହାଳୟ ଏବଂ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର ନିର୍ମାଣ ହେବ । ସେହିପରି ଭୁବନେଶ୍ଵରରେ ପୋଲିସ ସ୍ମାରକୀ ନିର୍ମାଣ ପାଇଁ ୧୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ସମସ୍ତ ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ର ବା AWCକୁ ସମ୍ପୂର୍ଣ୍ଣ କରିବାକୁ ସମୃଦ୍ଧ ଅଙ୍ଗନୱାଡ଼ି ଯୋଜନ ପାଇଁ ୬୩୫ କୋଟି ଟଙ୍କା ଆବଣ୍ଟନ ହୋଇଛି ।

ରାଜ୍ୟର ବିକାଶ ପାଇଁ ଯୋଗାଯୋଗର ବଡ଼ ଭୂମିକା ରହିଛି । ସେଥିପାଇଁ ତିନିଟି ନୂତନ ଏକ୍ସପ୍ରେସ ୱେ ନିର୍ମାଣ ହେବ । କୋରାପୁଟ ଜିଲ୍ଲାର ଦକ୍ଷିଣ ସହର ଜୟପୁରକୁ ଉପକୂଳବର୍ତ୍ତୀ ବ୍ରହ୍ମପୁର ସହର ସହିତ ସଂଯୋଗ କରିବା ପାଇଁ ପ୍ରାୟ ୯୦୦୦ କୋଟି ଟଙ୍କା ବ୍ୟୟରେ ୨୮୭ କିଲୋମିଟର ଦୈର୍ଘ୍ୟ ବ୍ରହ୍ମପୁର-ଜୟପୁର ରାସ୍ତା ନିର୍ମାଣ ହେବ । ନମୋ ଏକ୍ସପ୍ରେସ ୱେ ପୂର୍ବ-ପଶ୍ଚିମ କରିଡରର ଏକ ଅଂଶ ଭାବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିକୁ ବରଗଡ଼ ଜିଲ୍ଲାର ଅମ୍ଵାହୋନା ସହିତ ସଂଯୋଗ କରିବ । ଅଟଳ ଏକ୍ସପ୍ରେସ ୱେ ଉତ୍ତର-ଦକ୍ଷିଣ କରିଡରର ଏକ ଅଂଶ ଭାବେ ମାଲକାନାଗିରି ଜିଲ୍ଲାର ମୋଟୁକୁ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗୀ ସହିତ ସଂଯୋଗ କରିବ । ଏହିପରି ୯୬୯ କିମି ଏକ୍ସପ୍ରେସ ୱେ ନିର୍ମାଣ ହେବ ।

ଏହା ମଧ୍ୟ ପଢ଼ନ୍ତୁ- ବଜେଟ୍ ୨୦୨୬-୨୭: ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ, ବିଶ୍ୱମାନର ଭିତ୍ତିଭୂମିକୁ ଅଗ୍ରାଧିକାର

ଏହା ମଧ୍ୟ ପଢ଼ନ୍ତୁ- ପୁରୀରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ଡିଜିଟାଲ୍ ହୁଣ୍ଡି ସହ ଶାମୁକା ପ୍ରକଳ୍ପ

ଏହା ମଧ୍ୟ ପଢ଼ନ୍ତୁ- Odisha Budget 2026: ବଜେଟରେ 16 ନୂଆ ଯୋଜନା, ମଡେଲ୍ ମଣ୍ଡି ପାଇଁ 100 କୋଟି

ଏହା ମଧ୍ୟ ପଢ଼ନ୍ତୁ- Budget Highlights; 3 ଲକ୍ଷ 10 ହଜାର କୋଟିର ବଜେଟ୍‌ ଆଗତ କଲେ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ କେଉଁ ଯୋଜନାକୁ ମିଳିଲା କେତେ ?

ଏହା ମଧ୍ୟ ପଢ଼ନ୍ତୁ- ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ବଜେଟରେ 10 ହଜାର 145 କୋଟି ଟଙ୍କା

ଇଟିଭି ଭାରତ, ଭୁବନେଶ୍ବର