ETV Bharat / state

ମହୁ ସଂଗ୍ରହ ପାଇଁ ଆସି ପଥର ସନ୍ଧିରେ ଫସିଗଲେ ନାବାଳକ; 7 ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ଦଳ

ଶରୀରର ଉପର ଭାଗରେ ପଥର..ଦୁଇ କଡରେ ପଥର । ଖୋଲ ଭିତରେ ସାପ । ଆଉ ତା ଭିତରେ ଫସି ରହିଥିଲେ 14 ବର୍ଷର ନାବାଳକ । ରିପୋର୍ଟ-ବିଶ୍ୱଭୂଷଣ ମହାପାତ୍ର

minor trapped in rock crevice in nayagarh forest rescued successfully by fire service team
ମହୁ ସଂଗ୍ରହ ପାଇଁ ଆସି ପଥର ସନ୍ଧିରେ ଫସିଗଲେ ନାବାଳକ; 7 ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ବାହୀନି (Etv Bharat)
author img

By ETV Bharat Odisha Team

Published : May 6, 2026 at 6:39 PM IST

|

Updated : May 6, 2026 at 6:53 PM IST

3 Min Read
Choose ETV Bharat

ନୟାଗଡ: ପଥର ସନ୍ଧିରେ ଅଟକି ରହିଥିଲା ଜୀବନ । ଶରୀରର ଗୋଟିଏ ଭାଗ ପଥର ଖୋଲର ବାହାରେ ଥିବାବେଳେ ମୁଣ୍ଡ ଥିଲା ଭିତରେ । ଏ ସଂକୀର୍ଣ୍ଣ ରାସ୍ତା ଭିତରେ ମୁଣ୍ଡ କେମିତି ପଶିଲା କେଜାଣି, ଆଉ ବାହାରି ପାରି ନ ଥିଲା । ଶରୀରର ଉପର ଭାଗରେ ପଥର..ଦୁଇ କଡରେ ପଥର । ଖୋଲ ଭିତରେ ସାପ । ଆଉ ତା ଭିତରେ ଫସି ରହିଥିଲେ 14 ବର୍ଷର ନାବାଳକ । ଉଦ୍ଧାର ପାଇଁ ଲାଗି ପଡିଥିଲେ ଅଗ୍ନିଶମ ବାହୀନି । ଜୀବନ ଆଉ ମରଣ ଭିତରେ ଯେମିତି ଲାଗିଥିଲା ଯୁଦ୍ଧ । ଶେଷରେ ଜୀବନ ଜିତିଲା । ଅକ୍ଳାନ୍ତ ପରିଶ୍ରମ ପରେ ନାବାଳକକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ଦଳ ।

ମହୁ ସଂଗ୍ରହ ପାଇଁ ଆସି ପଥର ସନ୍ଧିରେ ଫସିଗଲେ ନାବାଳକ; 7 ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ବାହୀନି (Etv Bharat)

ଦୁଇ-ତିନି ଥର ମହୁ ଆଣିଲେ, ଶେଷ ଥର ଫସି ଯାଇଥିଲେ

ଘଟଣା ଥିଲା ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକର । ଆଜି ସକାଳ ପ୍ରାୟ 7ଟାରେ ସ୍ଥାନୀୟ କାଣିପଡା ଗାଁର ଚୋରଖୋଲ ମୁଣ୍ଡିଆକୁ ମହୁ ସଂଗ୍ରହ କରିବା ପାଇଁ ଯାଇଥିଲେ ଶିବ ପ୍ରାସାଦ ପ୍ରଧାନ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଶିବୁଙ୍କ ନିଜ ଘର ଶରଣକୁଳ ହୋଇଥିବାବେଳେ ସେ ତାଙ୍କ ମାମୁ ଘର ଗାଁ ଗଜେନ୍ଦ୍ରାପାଲି ବୁଲି ଆସିଥିଲେ । ନିକଟସ୍ଥ ଚୋରଖୋଲ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ସକାଳୁ ସକାଳୁ ବାହାରିଥିଲେ । ସାଙ୍ଗରେ କିଛି ସମ୍ପର୍କୀୟ ମଧ୍ୟ ଥିଲେ। ମାଟିଆ ସମ୍ପ୍ରଦାୟର ହୋଇଥିବାରୁ ମୁଣ୍ଡିଆର କେଉଁ ଜାଗାରେ ମହୁ ରହିଛି ସେମାନଙ୍କୁ ଜଣା ଥିଲା । ତେଣୁ ମୁଣ୍ଡିଆର ପ୍ରାୟ 500 ରୁ 700 ମିଟର ଉପରକୁ ଯିବାପରେ ପଥର ଖୋଲ ମଧ୍ୟରେ ମହୁମାଛି ଉଡୁଥିବା ଦେଖି ଶିବ ମହୁ ଥିବା ଆଶାରେ ଖୋଲ ଭିତରକୁ ପଶିଥିଲେ । ଦୁଇ ତିନି ଥର ମହୁ ସଂଗ୍ରହ କରି ବି ଆଣିଥିଲେ । ହେଲେ ପୁଣି ଥରେ ପଥର ଭିତରୁ ମାଟି ଖୋଳି ଅଧିକ ମହୁ ସଂଗ୍ରହ କରିବାକୁ ଗଲାବେଳେ ଫସି ଯାଇଥିଲେ । ଖୋଲ ଭିତରୁ ତାଙ୍କ ମୁଣ୍ଡ ବାହାରି ପାରି ନ ଥିଲା ।

minor trapped in rock crevice in nayagarh forest rescued successfully by fire service team
ମହୁ ସଂଗ୍ରହ ପାଇଁ ଆସି ପଥର ସନ୍ଧିରେ ଫସିଗଲେ ନାବାଳକ; 7 ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ଦଳ (Etv Bharat)

ଦୀର୍ଘ 7ଘଣ୍ଟାର ପରିଶ୍ରମ ଶେଷରେ ସଫଳ ହୋଇଥିଲା

ସାଙ୍ଗରେ ଯାଇଥିବା ସମ୍ପର୍କୀୟମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବାପରେ ପାଖରେ ଥିବା ସ୍ଥାନୀୟ ଯୁବକଙ୍କୁ ଡାକିଥିଲେ । ସ୍ଥାନୀୟ ଯୁବକମାନେ ପରିସ୍ଥିତି ଦେଖି ଓଡ଼ଗାଁ ଅଗ୍ନିଶମ ବାହିନୀର ସହାୟତା ନେଇଥିଲେ। ପରେ ନୟାଗଡ଼ ଏବଂ ଭୁବନେଶ୍ବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପଥରକାଟି ଅତ୍ୟାଧୁନିକ ସରଞ୍ଜାମ ଓ ଅକ୍ସିଜେନ ମାଧ୍ୟମରେ ନାବାଳକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ଦୀର୍ଘ 7ଘଣ୍ଟା ପରିଶ୍ରମ ପରେ ଶେଷରେ ଶିବୁଙ୍କୁ ପଥର ସନ୍ଧିରୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଓଡଗାଁ ଡାକ୍ତରଖାନା ନିଆ ଯାଇଥିଲା ।

ଖୁସି ଆଉ କୃତଜ୍ଞତାରେ କାନ୍ଦୁଥିଲେ ଶିବୁ ତାଙ୍କ ମା'

minor trapped in rock crevice in nayagarh forest rescued successfully by fire service team
ମହୁ ସଂଗ୍ରହ ପାଇଁ ଆସି ପଥର ସନ୍ଧିରେ ଫସିଗଲେ ନାବାଳକ; 7 ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ଦଳ (Etv Bharat)

ଉଦ୍ଧାର ସମୟରେ କାନ୍ଦୁଥିଲେ ଶିବୁ ଆଉ ତାଙ୍କ ମା' । ମୃତ୍ୟୁ ମୁଖରୁ ଫରି ଆସିଥିବାରୁ ଅଗ୍ନିଶମ ବାହିନୀ ପ୍ରତି କୃତଜ୍ଞତାରେ ସେମାନେ ଗଦଗଦ୍ ହୋଇ ପଡୁଥିଲେ । ପିଲାଟିକୁ ଭଲରେ ଉଦ୍ଧାର କରି ପାରିଥିବାରୁ ଅଗ୍ନିଶମ ବାହିନୀ ବି ଖୁବ ଖୁସି ଥିଲେ । ଜଣେ ଅଗ୍ନିଶମ କର୍ମୀଙ୍କ କହିବା ଅନୁଯାୟୀ, ‘ଏତେ ସଂକୀର୍ଣ୍ଣ ପଥର ସନ୍ଧିରୁ ନାବାଳକଙ୍କୁ ଉଦ୍ଧାର କରିବା ଖୁବ ଚାଲେଞ୍ଜିଂ ଥିଲା । ତଥାପି ଆମେ ପ୍ରାଣପଣେ ଚେଷ୍ଟା କରିଥିଲୁ । ତା ମନୋବଳ ବଢାଇବା ପାଇଁ ଆମେ ତା ସହ କଥା ହେଉଥିଲୁ । ତାକୁ ପାଣି ବି ଦେଇଥିଲୁ । ହେଲେ ଖାଦ୍ୟ ଖାଇବା ପାଇଁ ସେ ମନା କରୁଥିଲା । କିନ୍ତୁ ସେ କଥାବାର୍ତ୍ତା କରୁଥିଲା ଏବଂ ମେସିନ ଚାଲୁ ରଖିବାକୁ କହୁଥିଲା । ଖୋଲ ଭିତର ଅନ୍ଧାର ଥିଲା । କେବଳ ମେସିନ ଶବ୍ଦରୁ ସେ ଜାଣି ପାରୁଥିଲା ଯେ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଉଛି । ଏହି ଶବ୍ଦ ତାର ମନୋବଳ ବଢାଇଥିଲା । ଯାହା ହେଉ, ଶେଷରେ ତାକୁ ଆମେ ଉଦ୍ଧାର କରି ପାରିଥିଲୁ । ତେବେ ଭୁବନେଶ୍ୱରରୁ ଆସିବାରୁ ଉଦ୍ଧାରରେ ଟିକେ ବିଳମ୍ବ ହୋଇଗଲା । ’

minor trapped in rock crevice in nayagarh forest rescued successfully by fire service team
ମହୁ ସଂଗ୍ରହ ପାଇଁ ଆସି ପଥର ସନ୍ଧିରେ ଫସିଗଲେ ନାବାଳକ; 7 ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ଦଳ (Etv Bharat)

ଏହି ଉଦ୍ଧାର କାମରେ ଅଗ୍ନିଶମ ବିଭାଗର 50ରୁ ଅଧିକ କର୍ମୀ ଲାଗିଥିଲେ । 7ଘଣ୍ଟାରୁ ଅଧିକ ସମୟ ଚେଷ୍ଟା କରିବା ପରେ ଉଦ୍ଧାର କାର୍ଯ୍ୟ ସରିଥିଲା । ନୟାଗଡ, ଭୁବନେଶ୍ୱର ଏବଂ ପୁରୀ ଅଗ୍ନିଶମ ବିଭାଗର ଟିମ ଉଦ୍ଧାର କାର୍ଯ୍ୟ କରିଥିଲେ । ସ୍ଥାନୀୟ ବାସିନ୍ଦା ମଧ୍ୟ ଅଗ୍ନିଶମ ବାହିନୀକୁ ବହୁତ ସାହାଯ୍ୟ କରିଥିଲେ ବୋଲି ଟିମ ମେମ୍ବର କହିଛନ୍ତି ।

minor trapped in rock crevice in nayagarh forest rescued successfully by fire service team
ମହୁ ସଂଗ୍ରହ ପାଇଁ ଆସି ପଥର ସନ୍ଧିରେ ଫସିଗଲେ ନାବାଳକ; 7 ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ଦଳ (Etv Bharat)

ଏ ସଂକ୍ରାନ୍ତରେ ଅଗ୍ନିଶମ ଡିଜି ଡ.ସୁଧାଂଶୁ ଷଡଙ୍ଗୀ କହିଛନ୍ତି, 'ଓଡଗାଁ ଫାୟାର ଷ୍ଟେସନ ଟିମଠାରୁ ଆମେ ଏ ଖବର ପାଇଥିଲୁ । ନୟାଗଡ ଫାୟାର ଷ୍ଟେସନ କର୍ମଚାରୀ ଓ ପୁରୀ ଡିଏଫଓ ଆସି ପହଞ୍ଚିଥିଲେ । ଭିଡିଓ ଦେଖି ଜାଣିଲୁ ପିଲାଟି ସୁସ୍ଥ ଅଛି । ହେଲେ 2ଟି ବିପଦ ରହିଥିଲା । ଉପରେ ପଥର ରହିଛି । ତାକୁ କାଢିବା ସମୟରେ ଖସି ପଡିଲେ ବିପଦ । ତା ଛଡା ଖୋଲ ଭିତରେ ଥିଲା ଅଜଗର ସାପ । ଏସବୁ ଭିତରେ ଆମ ଅଗ୍ନିଯୋଦ୍ଧାମାନେ ବହୁତ ଭଲ ଭାବେ କାମ କରିଛନ୍ତି । ସେମାନେ ପଛପଟୁ ପଥର କାଢି ପିଲାକୁ ଉଦ୍ଧାର କରିଥିଲେ ।'

ଇଟିଭି ଭାରତ, ନୟାଗଡ

ଏହା ମଧ୍ୟ ପଢନ୍ତୁ ସାରା ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ, ସବୁ ଜିଲ୍ଲାକୁ ସତର୍କତା ଜାରି

ଏହା ମଧ୍ୟ ପଢନ୍ତୁ ଶ୍ରୀ ମେଟାଲିକ୍ସ ସ୍ପଞ୍ଜ ଆଇରନ୍ ଟ୍ରାଜେଡି ପରେ ଆକ୍ସନ ମୋଡରେ ଅନୁଗୋଳ ଜିଲ୍ଲା ପ୍ରଶାସନ, ୨ କିଲନ୍ ବନ୍ଦ

Last Updated : May 6, 2026 at 6:53 PM IST