ETV Bharat / state

ମୃତ୍ୟୁ ହୋଇ ଆସିଲା ଚିତି ସାପ, ନେଇଗଲା ନାବାଳିକାଙ୍କ ଜୀବନ

ଶୋଇଥିବା ବେଳେ କାମୁଡ଼ିଲା ବିଷାକ୍ତ ଚିତି ସାପ, ଚାଲିଗଲା ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଜୀବନ, ଗ୍ରାମରେ ଶୋକର ବାତାବରଣ । ରିପୋର୍ଟ: ସଞ୍ଜୟ ପରିଡ଼ା

Minor Girl Dies in snake bite in Mayurbhanj
ସାପ କାମୁଡାରେ ନାବାଳିକା ମୃତ (Etv Bharat)
author img

By ETV Bharat Odisha Team

Published : June 2, 2026 at 1:30 PM IST

2 Min Read
Choose ETV Bharat

ରାଇରଙ୍ଗପୁର: ମୃତ୍ୟୁ ଯେ କେତେବେଳେ କେଉଁ ରୂପରେ ଆସିବ ତାହା କହିବା ଅସମ୍ଭବ । ବିଷାକ୍ତ ସାପ ରୂପରେ ମୃତ୍ୟୁ ଆସି ଜଣେ ନାବାଳିକାର ଜୀବନ ନେଇଛି । ଗତକାଲି ରାତିରେ ପରିବାର ଲୋକଙ୍କ ସହିତ ଖାଇପିଇ ଶୋଇଥିଲେ । ହେଲେ କିଏ ଜାଣିଥିଲା ଯେ, ଘରେ ମୃତ୍ୟୁ ଛକି ରହିଛି । ବିଳମ୍ବିତ ରାତିରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଚତୁର୍ଥ ଶ୍ରେଣୀ ଝିଅର ଜୀବନ ଚାଲି ଯାଇଛି । ମୃତ ନାବାଳିକା ଜଣକ ହେଲେ ୧୧ ବର୍ଷିୟା ବର୍ଷା ଟୁଡୁ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଯୋଡାପୋଖରୀ ଗ୍ରାମର ମଝି ସାହିରେ ।

ସାପ କାମୁଡାରେ ନାବାଳିକା ମୃତ (ETV Bharat)


ଚିତି ସାପ ନେଲା ଜୀବନ:

ସୂଚନା ଅନୁଯାୟୀ, ଗତକାଲି ରାତିରେ ଯୋଡାପୋଖରୀ ଗ୍ରାମର ଡିବା ଟୁଡୁ, ତାଙ୍କ ସ୍ତ୍ରୀ ଏବଂ ତିନି ଝିଅ ଓ ଏକମାତ୍ର ଛୋଟ ପୁଅ ଏକାଠି ଖାଇ ସାରିବା ପରେ ଘରେ ଶୋଇଥିଲେ । ମୃତ ନାବାଳିକା ବର୍ଷା ଟୁଡୁ (ଡିବା ଟୁଡୁଙ୍କ ମଝିଆଁ ଝିଅ) ଓ ତାଙ୍କର ବଡ଼ ଭଉଣୀ ଏବଂ ସାନ ଭଉଣୀ ଖଟରେ ଶୋଇଥିବା ବେଳେ ବାପା ମାଆ ଓ ଛୋଟ ଭାଇ ତଳେ ବିଛଣାରେ ଶୋଇଥିଲେ ।ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ବର୍ଷାଙ୍କ ହାତକୁ କାମୁଡ଼ି ଦେଇଥିଲା । ବର୍ଷା ଏହା ଜାଣିବା ପରେ ତୁରନ୍ତ ଘର ଲୋକଙ୍କୁ କହିଥିଲେ । ପରିବାର ଲୋକେ ବିଷାକ୍ତ ଚିତି ସାପକୁ ଧରି ଏକ ବାଲ୍‌ଟି ଭିତରେ ରଖିବା ସହ ବର୍ଷାଙ୍କୁ ନିକଟସ୍ଥ ବିଜାତଳା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ବିଜାତଳା ମେଡିକାଲରେ ଚିକିତ୍ସା ଚାଲୁଥିବା ସମୟରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ରାଇରଙ୍ଗପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ରାଇରଙ୍ଗପୁର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Minor Girl Dies in snake bite in Mayurbhanj
ଚିତି ସାପ (ETV Bharat)

ମୃତକଙ୍କ ବଡ଼ ବାପା ହାଡ଼ିବନ୍ଧୁ ଟୁଡୁ କହିଛନ୍ତି, "ମୋ ସାନ ଭାଇର ଝିଅକୁ ସାପ କାମୁଡ଼ି ଥିଲା । ଆମେ ପ୍ରଥମେ ତାକୁ ବିଜାତଳା ମେଡିକାଲ ନେଇଥିଲୁ । ସେଠାରୁ ରାଇରଙ୍ଗପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ସରକାରଙ୍କ ତରଫରୁ କିଛି ସାହଯ୍ୟ ମିଳିଲେ ଆମେ ଉପକୃତ ହେବୁ ।"

Minor Girl Dies in snake bite in Mayurbhanj
ରାଇରଙ୍ଗପୁର ମେଡିକାଲ ପରିସରରେ ମୃତକଙ୍କ ପରିବାର ଲୋକ (ETV Bharat)

ଖବର ପାଇ ମୃତକଙ୍କ ସମ୍ପର୍କୀୟ ମେଡିକାଲକୁ ପହଞ୍ଚି ଥିଲେ । ରାଇରଙ୍ଗପୁର ମେଡିକାଲରେ ଜଣେ ସାପ ଧରାଳିଙ୍କୁ ଡାକି ସାପକୁ ବାଲ୍‌ଟିରୁ କଢା ଯାଇଥିଲା । ସାପଟିକୁ ନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଖବର ପାଇ ମେଡିକାଲ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗ୍ରାମାଞ୍ଚଳ ଥାନା କେସ ନମ୍ବର ୧୭/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି ।

Minor Girl Dies in snake bite in Mayurbhanj
ଚିତି ସାପ (ETV Bharat)

୧୧ ବର୍ଷିୟା ବର୍ଷା ଟୁଡୁ ଯାମଦା ବ୍ଲକ ସ୍ଥିତ ବଡକୁଲେଇବିରା ଆଶ୍ରମ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲା । ବର୍ଷାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଯୋଡାପୋଖରୀ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Minor Girl Dies in snake bite in Mayurbhanj
ଚିତି ସାପ (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ବାଇକ୍ ସିଟ୍ ତଳେ ଲୁଚିଥିଲା ମୃତ୍ୟୁ ! ସାଢେ 4 ଫୁଟର ନାଗକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

ନାଗ ସାପ ଓ ପୋଷା କୁକୁରଙ୍କ ଭିତରେ ଘମାଘୋଟ ଲଢେଇ ! ପଶୁପ୍ରେମୀଙ୍କ ପାଇଁ ସତର୍କ ସନ୍ଦେଶ ଦେଲେ ଶୁଭେନ୍ଦୁ ମଲ୍ଲିକ


ଇଟିଭି ଭାରତ, ମୟୂରଭଞ୍ଜ