ETV Bharat / state

ଜୁଲାଇ 2ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, 24470 ପରୀକ୍ଷାର୍ଥୀ, 30 ଜିଲ୍ଲାରେ 254 ପରୀକ୍ଷା କେନ୍ଦ୍ର

ଜୁଲାଇ 2ରୁ 10 ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଓଟିଇଟି ପରୀକ୍ଷା ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ପ୍ରଭାବିତ ହେବ ନାହିଁ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।ରିପୋର୍ଟ-ନାରାୟଣ ସାହୁ

Matric supplementary exam from July 2 passing candidates wont lose a year
ଜୁଲାଇ 2ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, କୃତକାର୍ଯ୍ୟ ହେଲେ ଛାତ୍ରଛାତ୍ରୀଙ୍କ ନଷ୍ଟ ହେବ ନାହିଁ ଏକ ବର୍ଷ (ETV Bharat Odisha)
author img

By ETV Bharat Odisha Team

Published : June 29, 2026 at 5:06 PM IST

|

Updated : June 29, 2026 at 5:28 PM IST

2 Min Read
Choose ETV Bharat

MATRIC SUPPLEMENTARY EXAM 2026 , କଟକ: ଜୁଲାଇ 2 ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଏହା ଜୁଲାଇ 10 ତାରିଖରେ ଶେଷ ହେବ । ଚଳିତବର୍ଷ 24 ହଜାର 470 ଜଣ ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ 15 ହଜାର 71 ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ଏବଂ ଚଳିତ ବର୍ଷ ଅକୃତକାର୍ଯ୍ୟ ହୋଇଥିବା 9 ହଜାର 399 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ରାଜ୍ୟର 30ଟି ଜିଲ୍ଲାର 254ଟି କେନ୍ଦ୍ରରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ । ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।




ଓଟିଇଟି ପାଇଁ ପ୍ରଭାବିତ ହେବ ନାହିଁ ସପ୍ଲିମେଣ୍ଟାରୀ ପରୀକ୍ଷା: ବୋର୍ଡ ସଭାପତି
କୌଣସି ଛାତ୍ରଛାତ୍ରୀଙ୍କର ଯେପରି ଗୋଟିଏ ବର୍ଷ ନଷ୍ଟ ନହେବ, ତାହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରିଛି ବୋର୍ଡ । ଜୁଲାଇ 2 ତାରିଖରୁ 10 ତାରିଖ ମଧ୍ୟରେ ପରୀକ୍ଷା ଶେଷ ହେବ । ଏହାର ଏକ ମାସ ମଧ୍ୟରେ ପରୀକ୍ଷା ଫଳ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି ବୋର୍ଡ । ଫଳରେ ଚଳିତ ଶିକ୍ଷାବର୍ଷରେ ସେମାନେ ପୁନର୍ବାର ପାଠ୍ୟକ୍ରମରେ ସାମିଲ ହୋଇ ପାରିବେ ବୋଲି ସଭାପତି କହିଛନ୍ତି । ଆଗକୁ ଥିବା ଓଟିଇଟି ପରୀକ୍ଷା ପାଇଁ ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ପ୍ରଭାବିତ ହେବନାହିଁ, ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସ୍ପଷ୍ଟ କରିଛନ୍ତି ।

ଜୁଲାଇ 2ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା (ETV Bharat Odisha)

ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ଅନୁସାରେ, ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ପରୀକ୍ଷା ସକାଳ 9ଟାରୁ ଆରମ୍ଭ ହୋଇ 11.30ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ 15 ମିନିଟ ସମୟ ଦିଆଯିବ । ଅର୍ଥାତ ଏହି ପରୀକ୍ଷା 11.45 ମିନିଟ ପର୍ଯ୍ୟନ୍ତ ଚାଲିବ । ଜୁଲାଇ 2 ତାରିଖରେ ପ୍ରଥମ ଭାଷା ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ 4 ତାରିଖରେ ଦ୍ୱିତୀୟ ଭାଷା, ଜୁଲାଇ 6ରେ ଗଣିତ ପରୀକ୍ଷା, ଜୁଲାଇ 8ରେ ସାଧାରଣ ବିଜ୍ଞାନ ପରୀକ୍ଷା, ଜୁଲାଇ 9 ରେ ସାମାଜିକ ବିଜ୍ଞାନ ଏବଂ ଜୁଲାଇ 10 ରେ ତୃତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବ ।

କେଉଁ ଦିନ କେଉଁ ପରୀକ୍ଷା :

  • ଜୁଲାଇ 2: ପ୍ରଥମ ଭାଷା
  • ଜୁଲାଇ 4: ଦ୍ୱିତୀୟ ଭାଷା
  • ଜୁଲାଇ 6: ଗଣିତ
  • ଜୁଲାଇ 8: ସାଧାରଣ ବିଜ୍ଞାନ
  • ଜୁଲାଇ 9: ସାମାଜିକ ବିଜ୍ଞାନ
  • ଜୁଲାଇ 10: ତୃତୀୟ ଭାଷା

ପରୀକ୍ଷା ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବ ପରୀକ୍ଷା ଭଳି ଏହି ପରୀକ୍ଷାରେ ମଧ୍ୟ ସିସିଟିଭି ବ୍ୟବସ୍ଥା କରାଯିବ । ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବା ପାଇଁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ

କେନ୍ଦ୍ରାପଡ଼ାରେ ୧୧୬ଟି ବିଦ୍ୟାଳୟରେ ଫଳାଫଳ ଶତ ପ୍ରତିଶତ, ଦେବଦର୍ଶୀ ମଣ୍ଡଳ ଜିଲ୍ଲାରେ ମାଟ୍ରିକ ଟପ୍ପର


ଇଟିଭି ଭାରତ, କଟକ

Last Updated : June 29, 2026 at 5:28 PM IST