ETV Bharat / state

21 ଘଣ୍ଟା ପରେ ଲିଭିଲା ଲିଙ୍ଗିପୁର ସୁପରମାର୍ଟ ନିଆଁ, ସ୍ଥିତି ନିୟନ୍ତ୍ରଣ ନେଇ ସୂଚନା ଦେଲେ ଅଗ୍ନିଶମ ଡିଜି

ଭୁବନେଶ୍ୱର ଧଉଳି-ଲିଙ୍ଗିପୁର ନିକଟ ସୁପରମାର୍ଟରେ ଭୟାବହ ଅଗ୍ନିକାଣ୍ଡ ଶେଷରେ ନିୟନ୍ତ୍ରଣକୁ ଆସିଛି । ଦୀର୍ଘ 21 ଘଣ୍ଟାର ପ୍ରୟାସ ଏବଂ ସଂଧ୍ୟାରେ ବର୍ଷା ହେବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

SUPERMARKET FIRE TRAGEDY
ସୁପରମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, 21 ଘଣ୍ଟା ପରେ ନିୟନ୍ତ୍ରଣ ହୋଇଥିଲା (ETV Bharat Odisha)
author img

By ETV Bharat Odisha Team

Published : February 24, 2026 at 9:33 AM IST

|

Updated : February 25, 2026 at 9:34 AM IST

3 Min Read
Choose ETV Bharat

Bhubaneswar Fire Incident ଭୁବନେଶ୍ୱର: ଦୀର୍ଘ 21 ଘଣ୍ଟା ପରେ ଲିଙ୍ଗିପୁର ସୁପରମାର୍ଟରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ଏକ ପାଞ୍ଚ ମହଲା ଘରର ତୃତୀୟ ମହଲରୁ ସର୍ଟ ସର୍କିଟ ଯୋଗୁଁ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ପ୍ରାୟ 70 ରୁ ଅଧିକ କର୍ମଚାରୀ, 10ଟି ଦମକଳ ଗାଡି, 50ରୁ ଅଧିକ ପାଣି ଟ୍ୟାଙ୍କର, ରୋବୋଟିକ୍ ଟେକ୍ନୋଲୋଜି ଏବଂ ଫୋମ ବ୍ୟବହାର ସହ ସନ୍ଧ୍ୟାବେଳେ ବର୍ଷା ଯୋଗୁଁ ନିଆଁ ଲିଭିଥିଲା । ଓଡ଼ିଶା ଅଗ୍ନିଶମ ଡିଜି ସୁଧାଂଶୁ ଷଢ଼ଙ୍ଗୀଙ୍କ ପକ୍ଷରୁ ଅଗ୍ନିକାଣ୍ଡ ନିୟନ୍ତ୍ରଣ ନେଇ ସୂଚନା ଦିଆଯାଇଛି ।

ଧଉଳି-ଲିଙ୍ଗିପୁର ନିକଟରେ ଥିବା ଏକ ସୁପରମାର୍ଟରେ ସୋମବାର ରାତିରେ ନିଆଁ ଲାଗିଥିଲା । ମଙ୍ଗଳବାର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରିତିବା ବେଳେ, ଲଗାତର ପ୍ରଚେଷ୍ଟା ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା।

ସୁପରମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ (ETV Bharat Odisha)


ସୁପର ମାର୍ଟ ମାଲିକଙ୍କ ମୁହଁରୁ....

ସୁପର ମାର୍ଟ ମାଲିକ ସୁବାସ ଚନ୍ଦ୍ର ଜଗତି କହିଥିଲେ , ସୋମବାର ରାତି ୯ଟା ୩୦ରେ ଗୋଦାମ ବନ୍ଦ କରି ଘରକୁ ଯାଇଥିଲେ। ରାତି ପ୍ରାୟ ୧୦ଟା ୨୦ରେ ତାଙ୍କୁ ଗୋଦାମ କର୍ମଚାରୀ କଲ କରିଥିଲେ। ଦ୍ଵିତୀୟ ମହଲାରେ ନିଆଁ ଲାଗିଥିବା ଜଣାଇଥିଲେ। ଏହାପରେ ଅନ୍ୟ ମହଲାକୁ ନିଆଁ ବ୍ୟାପିଯାଇଥିଲା । ଏହାପରେ ସେ ଅଗ୍ନିଶମ ବାହିନୀଙ୍କୁ କଲ କରି ଜଣାଇଥିଲେ । ଅଗ୍ନିଶମ ଟିମ୍ ପହଞ୍ଚିବା କ୍ଷଣି ସେ ମାର୍ଟରେ ପହଞ୍ଚିଥିଲେ। ଗୋଦାମ କର୍ମଚାରୀମାନେ ନିଜସ୍ଵ ଚେଷ୍ଟାରେ ପାଇପରେ ପାଣି ପକାଇଥିଲେ । ଛାତ ଉପରେ ୪ଟି ଟାଙ୍କି ରହିଛି । କୋଠା ଭିତରେ ଅଗ୍ନି ନିରାପତ୍ତା ଉପକରଣ ଥିଲା । ଅଗ୍ନିକାଣ୍ଡରେ ୪ରୁ ୫ରୁ କୋଟି ଟଙ୍କା କ୍ଷତି ହୋଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବ ବୋଲି ଅନୁମାନ କରୁଛି । ଉପର ମହଲରେ ଦୁଇ ଜଣ କର୍ମଚାରୀ ଫସି ରହିଥିଲେ । ସେମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ ।

ଦୁଇ କର୍ମଚାରୀଙ୍କୁ ଅଗ୍ନିଶମ ଟିମ୍ ଉଦ୍ଧାର କରିଥିଲା:
ମାର୍ଟ ମାଲିକ ସୁବାସ ଆହୁରି କହିଛନ୍ତି ଯେ, କୋଠାର ପ୍ରଥମ ମହଲାରେ ତେଜରାତି, ଷ୍ଟିଲ ଓ କପ ସାମଗ୍ରୀ ବ୍ୟବସାୟ ହେଉଛି । ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ମହଲା ପ୍ଲାଷ୍ଟିକ ହୋଲସେଲ ଗୋଦାମ । ଚତୁର୍ଥ ମହଲାରେ ୪ ଜଣ କର୍ମଚାରୀ ରାତିରେ ରୁହନ୍ତି । କୋଠାର ମାଲିକ ସୁଶାନ୍ତ କୁମାର ବାରିକ।ମାଲିକ ସୁଶାନ୍ତ କୁମାର ବାରିକଙ୍କ ଠାରୁ ୫ ବର୍ଷ ହେବ କୋଠାକୁ ଭଡ଼ା ନେଇଛି । ସାଢ଼େ ୪ବର୍ଷ ହେବ ସୁପର ମାର୍ଟ କରି ବ୍ୟବସାୟ କରୁଛି । କୋଠା ପାଇଁ ମାସିକ ୩ ଲକ୍ଷ ଟଙ୍କା ଭଡ଼ା ଦେଉଛି । ମାଲିକ ସୁବାସଙ୍କ ପୈତୃକ ଘର ଯାଜପୁରରେ ହୋଇଥିବା ବେଳେ ସେ ଭୁବନେଶ୍ୱର ପଳାଶପଲ୍ଲୀରେ ପରିବାର ସହ ରୁହନ୍ତି ।

ନିଆଁ ଆୟତ୍ତ କରିବାକୁ କଷ୍ଟ କରିବାକୁ ପଡିଥିଲା - ଡିଏଫଓ
ଡେପୁଟି ଫାୟାର ଅଫିସର (ଡିଏଫଓ) ନାରାୟଣ ଦାସ କହିଛନ୍ତି, କୋଠାରେ ପ୍ରଵେଶ ଓ ପ୍ରସ୍ଥାନ ଦ୍ୱାର ଗୋଟିଏ ଥିଲା । ଏପରିକି କୋଠାରେ କୌଣସି ଝରକା ମଧ୍ୟ ନାହିଁ । ଯାହା ଫଳରେ କୋଠାର ଧୂଆଁ ବାହାରକୁ ଆସିପାରି ନଥିଲା । ଫଳରେ ଦ୍ୱାର ଦେଇ ଆମେ ନିଆଁ ଲିଭାଇବାକୁ ଯାଉଥିଲୁ। ସେହି ଦ୍ୱାର ଦେଇ ଧୂଆଁ ବାହାରୁଥିଲା । ଏଥିପାଇଁ ଆମକୁ ବହୁତ କଷ୍ଟ କରିବାକୁ ପଡିଲା । କୋଠାଟି ପ୍ଲାଷ୍ଟିକ ସାମଗ୍ରୀରେ ଭର୍ତ୍ତି ଥିଲା । ଫାୟାର ସେଫଟି ସାର୍ଟିଫିକେଟ୍ ଅଛି କି ସେନେଇ ତଦନ୍ତରେ ଯାଞ୍ଚ କରିବୁ ।


ନିଆଁ ଲିଭାରେ ଭୁବନେଶ୍ୱର (କଳ୍ପନା), ସେକ୍ରେଟେରିଏଟ୍, ପାହାଳ, ବାଲିଅନ୍ତା, ତମଣ୍ଡୋ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର ଅଗ୍ନିଶମ କେନ୍ଦ୍ର ଟିମ୍ ଓ ଷ୍ଟ୍ରାଇକିଙ୍ଗ ଫୋର୍ସକୁ ମିଶାଇ ଏକାଧିକ ୟୁନିଟ ବ୍ୟବହାର କରାଯାଇଥିଲା ।


ଟ୍ରାଫିକ ଜାମରେ ଫସିଲେ ଲୋକେ:
ସୁପର ମାର୍ଟରେ ନିଆଁଲିଭା କାର୍ଯ୍ୟ ଚାଲୁଥିବାରୁ ଲୁଇସ୍ ରୋଡର ଗୋଟିଏ ପାର୍ଶ୍ଵକୁ ପୋଲିସ ପକ୍ଷରୁ ବନ୍ଦ କରିଦିଆଯାଇଥିଲା । ଫଳରେ ଗୋଟିଏ ପାର୍ଶ୍ଵରେ ଯାତାୟାତ ହୋଇଥିଲା । ଏଥିପାଇଁ ସେହି ଗୋଟିଏ ପାର୍ଶ୍ଵର ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ ହୋଇଥିଲା। ଆମ ବସ୍, ଘରୋଇ ବସ୍, ଦୁଇଚକିଆ ଯାନ ଏବଂ ଅନ୍ୟ ଗାଡ଼ି ଗୋଟିଏ ପଟରେ ହିଁ ଚାଲୁଥିଲା। ପୋଲିସ କର୍ମଚାରୀମାନେ ରାସ୍ତାରେ ମୁତୟନ ହୋଇ ଗାଡି ଚଳାଚଳ ସ୍ବଭାବିକ କରୁଥିଲେ।

କାନ୍ଥ ଖୋଳିଲା କ୍ରେନ, ବ୍ରୁଣ୍ଟୋରେ ଚଢ଼ି ଲିଭାଇଲେ ନିଆଁ:
ସୁପର ମାର୍ଟରେ କ୍ରେନ ଜରିଆରେ କୋଠାର ତୃତୀୟ ଓ ଚତୁର୍ଥ ମହଲା କାନ୍ଥ ଖୋଳି ନିଆଁ ଆୟତ୍ତ କରିବାକୁ ପ୍ରୟାସ କରାଯାଇଥିଲା। ବ୍ରୁଣ୍ଟୋ (brunto) ଜରିଆରେ ଅଗ୍ନିଶମ କର୍ମଚାରୀମାନେ ଉଚ୍ଚକୁ ଯାଇ ପାଣି ପକାଇ ନିଆଁ ଲିଭାଉଥିଲେ। କେବଳ ପାଣି ନୁହେଁ, ପାଣି ସହ ଫୋମ ମିଶଯାଇ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା। ଏପରିକି ଫାୟାର ଫାଇଟିଂ ରୋବର୍ଟ ମଧ୍ୟ ବ୍ୟବହାର କରାଯାଇଥିଲା।

ଓଡ଼ିଶା ଅଗ୍ନିଶମ ଡିଜି ଆଇପିଏସ ସୁଧାଂଶୁ ଷଢ଼ଙ୍ଗୀ କହିଛନ୍ତି," ନିଆଁକୁ ଆୟତ୍ତ କରିବାକୁ ପାଖାପାଖି 21 ଘଣ୍ଟା ସମୟ ଲାଗିଲା । ପାଣି ଦ୍ଵାରା ନିଆଁ ଲିଭିଭା ସମ୍ଭବ ହୋଇନଥିବା ବେଳେ ଫୋମ୍ ବ୍ୟବହାର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ପୁଣି ବାଣ ବିସ୍ଫୋରଣରେ ଥରିଲା ବୌଦ୍ଧ; 5 ମାସ ତଳ ଘଟଣାର ପୁନରାବୃତ୍ତି, ଭୟରେ ଅଞ୍ଚଳବାସୀ

ଏହା ମଧ୍ୟ ପଢନ୍ତୁ... ବନ୍ଦ ଫ୍ୟାକ୍ଟ୍ରିରେ ବଡ଼ଧରଣର ବିସ୍ଫୋରଣ, 7 ଜୀବନ୍ତ ଦଗ୍ଧ

ଇଟିଭି ଭାରତ, ଭୁବନେଶ୍ବର

Last Updated : February 25, 2026 at 9:34 AM IST