ETV Bharat / state

ବଡ଼ ଧରଣର ସାଇବର ଠକାମୀର ପର୍ଦ୍ଦାଫାଶ, ୪ ଗିରଫ, ୪୯ ଚେକବୁକ, ୧୪୭ ଏଟିଏମ ଜବତ

‘ସାଇବର କବଚ’ ସ୍ୱତନ୍ତ୍ର ଡ୍ରାଇଭ୍ ଜରିଆରେ ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ।

ବଡ଼ ଧରଣର ସାଇବର ଠକାମୀର ପର୍ଦ୍ଦାଫାଶ, ୪ ଗିରଫ, ୪୯ ଚେକବୁକ, ୧୪୭ ଏଟିଏମ ଜବତ
ବଡ଼ ଧରଣର ସାଇବର ଠକାମୀର ପର୍ଦ୍ଦାଫାଶ, ୪ ଗିରଫ, ୪୯ ଚେକବୁକ, ୧୪୭ ଏଟିଏମ ଜବତ (ETV BHARAT ODISHA)
author img

By ETV Bharat Odisha Team

Published : February 18, 2026 at 8:16 PM IST

|

Updated : February 18, 2026 at 8:38 PM IST

2 Min Read
Choose ETV Bharat

ବାଲେଶ୍ୱର: ବାଲେଶ୍ୱରରେ ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି । ସାଇବର ଅପରାଧୀଙ୍କ ଉପରେ ବାଲେଶ୍ୱର ପୋଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ୪ ଅନ୍ତଃରାଜ୍ୟ ସାଇବର ଠକଙ୍କୁ ଗିରଫ କରିବା ସହ, ୫୮ ଲକ୍ଷ ଟଙ୍କାର ଠକେଇ ପରିମାଣ ଠାବ କରାଯାଇଛି । ୧୪୭ଟି ଏଟିଏମ୍ କାର୍ଡ ଓ ୪୯ଟି ଚେକ୍ ବୁକ୍ ସହ ବିଳାସପୂର୍ଣ୍ଣ କାର୍ ଜବତ କରାଯାଇଛୁ । ‘ସାଇବର କବଚ’ ସ୍ୱତନ୍ତ୍ର ଡ୍ରାଇଭ୍ ଜରିଆରେ ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ମ୍ୟୁଲ୍ ଆକାଉଣ୍ଟ (Mule Accounts) ମାଧ୍ୟମରେ ନିର୍ଦ୍ଦୋଷ ଲୋକଙ୍କୁ ଠକି ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ଵର ସାଇବର ପୋଲିସ ।

ବଡ଼ ଧରଣର ସାଇବର ଠକାମୀର ପର୍ଦ୍ଦାଫାଶ, ୪ ଗିରଫ, ୪୯ ଚେକବୁକ, ୧୪୭ ଏଟିଏମ ଜବତ (ETV BHARAT ODISHA)

ଗିରଫ ଅଭିଯୁକ୍ତମାନେ ହେଲେ ଖନ୍ତାପଡ଼ା ଥାନା ଅଞ୍ଚଳର ଗୌତମ କୁମାର ଦାସ, ରବୀନ୍ଦ୍ର କୁମାର ମାଝୀ, କାର୍ତ୍ତିକ ସିଂହ ଓ ଦୀନକୃଷ୍ଣ ବେହେରା । ନିରୀହ ଲୋକଙ୍କ ନାମରେ ଥିବା ସଞ୍ଚୟ ଏବଂ ଚଳନ୍ତି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଅନ୍ୟ ରାଜ୍ୟର ସାଇବର ଅପରାଧୀଙ୍କୁ ଭଡ଼ାରେ ଦେଇ ଠକାମୀ କରାଯାଉଥିଲା । ପୋଲିସ ସେମାନଙ୍କ ନିକଟରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି, ଯେଉଁଥିରେ ରହିଛି ୧୪୭ଟି ଏଟିଏମ୍ କାର୍ଡ, ୪୯ଟି ଚେକ୍ ବୁକ୍, ୪ଟି ସ୍ମାର୍ଟଫୋନ୍ ଏବଂ ଏକ ଧଳା ରଙ୍ଗର ହ୍ୟୁଣ୍ଡାଇ କାର୍ । ଏହି ଠକମାନଙ୍କ ନାମରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୫ଟି ସାଇବର ଅପରାଧ ମାମଲା ରହିଥିବା ବେଳେ ପ୍ରାୟ ୫୮ ଲକ୍ଷ ଟଙ୍କାର କାରବାର ହୋଇଥିବା ସୂଚନା ମିଳିଛି ।

ସାଇବର ଅପରାଧୀଙ୍କ ଉପରେ ବାଲେଶ୍ୱର ପୋଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ ।
ସାଇବର ଅପରାଧୀଙ୍କ ଉପରେ ବାଲେଶ୍ୱର ପୋଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । (ETV BHARAT ODISHA)

ସାଇବର ଠକେଇ ବାବଦରେ ଅଧିକ ସୂଚନା ଦେଇ ଅତିରିକ୍ତ ଏସପି ଗାୟତ୍ରୀ ପ୍ରଧାନ କହିଛନ୍ତି ଯେ," ଆମର ଯେଉଁ ସ୍ୱତନ୍ତ୍ର ଡ୍ରାଇଭ ଚାଲିଛି ସାଇବର କବଚ, ଏସପି ପ୍ରତ୍ୟୁଷ ଦିବାକରଙ୍କ ସୁପରଭିଜନରେ ସଫଳତା ପୂର୍ବକ ଆମର ସାଇବର ଥାନା ପୋଲିସ 4 ଜଣଙ୍କୁ ଚିହ୍ନଟ କରିଥିଲା । ସେମାନଙ୍କ ମଧ୍ୟରୁ ତିନି ଜଣ ହେଉଛନ୍ତି ମ୍ୟୁଲ ଆକାଉଣ୍ଟ ଧାରୀ ଓ ଜଣେ ହେଉଛନ୍ତି କଷ୍ଟମର ସର୍ଭିସ ପ୍ରୋଭାଇଡର (CSP)। ଏମାନେ ଗରିବ ଲୋକମାନଙ୍କ ଠାରୁ କିଛି ପଇସା ଦେଇ ଆକାଉଣ୍ଟ କିଣି କିଛି ପଇସା ଦେବେ କହି ଠକମାନଙ୍କୁ ବିକୁଛନ୍ତି । ସେମିତି ଏହି କେଶରେ ସେମାନେ ବହୁତ କରେଣ୍ଟ ଓ ସେଭିଂ ଆକାଉଣ୍ଟ ବ୍ୟବହାର କରିଥିଲେ, ଯାହାକୁ ଆମେ ଜବତ କରିଛୁ । ଏଥିରେ ଆମେ ୫୮ ଲକ୍ଷ ଟଙ୍କା ରହିଛି ଯାହା ଫ୍ରିଜ୍ ଅଛି । ଏହାସହ ୪୯ଟି ଚେକ୍ ବୁକ୍, ୧୪୭ଟି ଏଟିଏମ୍ ଆଉ ୪ଟି ପାସବୁକ ଜବତ କରିଛୁ । ମ୍ୟୁଲ ଆକାଉଣ୍ଟ ହେଉଛି- ଯାହା ସରଳ ନିରୀହ ଲୋକଙ୍କର ଥିବ, ଯାହା ବେଆଇନ ନେଣଦେଣ ହେଉଥିବ କିନ୍ତୁ ତାଙ୍କ ଜ୍ଞାତ ସାରରେ ନଥିବ । ସେମାନେ କିଛି କମିଶନ ଦେବେ କହିକି ତାଙ୍କଠୁ ସେମାନେ ମ୍ୟୁଲ୍ ଆକାଉଣ୍ଟ ବିକ୍ରି କରି ଆଣନ୍ତି । ସେହିଭଳି ଲୋକଙ୍କ ଆକାଉଣ୍ଟ ବ୍ୟବହାର କରି ଆଜିକାଲି ଯେଉଁ ପ୍ରକାରର ସାଇବର ଠକେଇ ହେଉଛି ସେଇଥିରେ ଏମାନେ ତାଙ୍କର ଆକାଉଣ୍ଟ ବ୍ୟବହାର କରୁଥିଲେ । ସେଥିପାଇଁ ତାଙ୍କର ଆକାଉଣ୍ଟକୁ ବହୁତ ଟଙ୍କା ଆସୁଥିଲା । ଏହିଭଳି ଠକେଇ ପୁରା ସର୍ବ ଭାରତୀୟ ସ୍ତରରେ ହୋଇଛି । ଆମର କ୍ରାଇମବ୍ରାଞ୍ଚ ସବୁ ଜିଲ୍ଲା ସ୍ତରୀୟ ତାଲିକା ଦେଇଛନ୍ତି । ଯେଉଁମାନଙ୍କୁ ଚିହ୍ନଟ କରାଯାଇ ତଦନ୍ତ କରାଯାଉଛି ।"

ଠକମାନଙ୍କ ନାମରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୫ଟି ସାଇବର ଅପରାଧ ମାମଲା ରହିଥିବା ବେଳେ ପ୍ରାୟ ୫୮ ଲକ୍ଷ ଟଙ୍କାର କାରବାର ହୋଇଥିବା ସୂଚନା ମିଳିଛି।
ଠକମାନଙ୍କ ନାମରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୫ଟି ସାଇବର ଅପରାଧ ମାମଲା ରହିଥିବା ବେଳେ ପ୍ରାୟ ୫୮ ଲକ୍ଷ ଟଙ୍କାର କାରବାର ହୋଇଥିବା ସୂଚନା ମିଳିଛି। (ETV BHARAT ODISHA)
ଏହା ମଧ୍ୟ ପଢ଼ନ୍ତୁ- ପୁରୀରେ ପୁଣି ସାଇବର ଠକେଇ: ନକଲି ଓ୍ବେବସାଇଟରେ ଭକ୍ତନିବାସ ବୁକିଂ କରି ଭକ୍ତ ହଟହଟା

ଏହା ମଧ୍ୟ ପଢ଼ନ୍ତୁ- ଟ୍ରେଡିଂ ନାଁରେ ୫ କୋଟି ଲୁଟିନେଲେ ସାଇବର ଠକ; ଗୁଜରାଟରୁ ୨ ଗିରଫ, ରିମାଣ୍ଡରେ ଆସିଲେ ଓଡିଶା

ଇଟିଭି ଭାରତ, ବାଲେଶ୍ୱର

Last Updated : February 18, 2026 at 8:38 PM IST