ETV Bharat / state

ଭୁବନେଶ୍ବର ବିମାନବନ୍ଦରରୁ ୫ କୋଟି ଟଙ୍କାର ମାରିଜୁଆନା ଜବତ, ଓଡ଼ିଆ ଯୁବକଙ୍କ ସମେତ ଦୁଇ ଗିରଫ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକାଧିକ ବାର ଏହି ନିଶା ସାମଗ୍ରୀ ଜବତ ହେଉଛି। ରିପୋର୍ଟ ସତ୍ୟଜିତ ରାଉତ

Bhubaneswar airport
ଭୁବନେଶ୍ବର ବିମାନ ବନ୍ଦର (ETV Bharat Odisha)
author img

By ETV Bharat Odisha Team

Published : July 8, 2026 at 11:21 AM IST

1 Min Read
Choose ETV Bharat

ଭୁବନେଶ୍ୱର: ବିମାନ ଯୋଗେ ହେଉଛି ନିଶା ସାମଗ୍ରୀ ଚାଲାଣ। ବିଭିନ୍ନ ଏୟାରପୋର୍ଟରେ ନିୟମିତ ମାରିଜୁଆନା (hydroponic weed) ଜବତ ହେଉଛି। ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି ହେଉଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକାଧିକ ବାର ଏହି ନିଶା ସାମଗ୍ରୀ ଜବତ ହେଉଛି। କିଛିଦିନ ବ୍ୟବଧାନରେ ପୁଣି ମାରିଜୁଆନା ଜବତ ଘଟଣା ସାମ୍ନାକୁ ଆସିଛି।

ଗତକାଲି (ମଙ୍ଗଳବାର) ଭୁବନେଶ୍ୱର ଏୟାରପୋର୍ଟରେ ଦୁଇ ଯାତ୍ରୀଙ୍କ ଠାରୁ ୧୧ କେଜିର ମାରିଜୁଆନା ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଓଡ଼ିଶାର ଦିଲୀପ ଓ ପଶ୍ଚିମବଙ୍ଗର ଇର୍‌ଫାନ୍‌ ଖାନ୍‌। କଷ୍ଟମ୍ସ ଟିମ୍ ସହ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଭୁବନେଶ୍ୱର ୟୁନିଟ୍ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Marijuana in chips packet
ଚିପ୍ସ ପ୍ୟାକେଟରେ ଆଣିଥିଲେ ମାରିଜୁଆନା (ETV Bharat Odisha)


ପଶ୍ଚିମବଙ୍ଗକୁ ହୋଇଥାନ୍ତା ଚାଲାଣ


ତେବେ ବଡ଼ କଥା ହେଉଛି ମାରିଜୁଆନା ଜବତ ଘଟଣାରେ ପ୍ରଥମ ଥର ପାଇଁ ଓଡ଼ିଆ ଯୁବକଙ୍କ ଲିଙ୍କ୍ ସାମ୍ନାକୁ ଆସିଛି। ସେ ପଶ୍ଚିମବଙ୍ଗର ନିଶାମାଫିଆଙ୍କ ଲିଙ୍କ୍‌ରେ ଆସି ନିଶା କାରବାର କରିଥିବା ଜଣାପଡ଼ିଛି। ଏହି ଘଟଣାରେ DRI ଅଧିକ ତଦନ୍ତ ଚଲାଇଛି। ଏହି ମାରିଜୁଆନା ପଶ୍ଚିମବଙ୍ଗ ଚାଲାଣ ହୋଇଥାନ୍ତା ବୋଲି DRI ତଦନ୍ତ ବେଳେ ଜାଣିବାକୁ ପାଇଛି। ଏହି ଘଟଣାରେ DRI ଅଧିକ ତଦନ୍ତ ଚଲାଇଛି।

ଚକୋଲେଟ୍ ବକ୍ସ ଓ ଚିପ୍ସ ପ୍ୟାକେଟରେ ଆଣିଥିଲେ ମାରିଜୁଆନା


DRI ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ବ୍ୟାଙ୍କକ୍‌ରୁ ଉଡ଼ାଣ ଭରିଥିବା ଏକ ବିମାନ ଭୋର୍ ପ୍ରାୟ ସାଢ଼େ ୫ଟାରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ପୂର୍ବରୁ ସୂଚନା ପାଇ ଡିଆର୍‌ଆଇ ଟିମ୍ ୨ଜଣ ଯୁବକଙ୍କୁ କାବୁ କରିଥିଲା। ଏହା ପରେ ଉଭୟଙ୍କ ଲଗେଜ୍ ବ୍ୟାଗ୍ ସ୍କାନ୍ କରିବା ପରେ ସେଥିରେ ନିଶାସାମଗ୍ରୀ ଥିବା ଜଣାପଡ଼ିଥିଲା। ଅଭିଯୁକ୍ତଦ୍ଵୟ ଚକୋଲେଟ୍ ବକ୍ସ ଓ ଚିପ୍ସ ପ୍ୟାକେଟରେ ଗୁଡ଼ାଇ ମାରିଜୁଆନା ଆଣିଥିଲେ।


ବାରମ୍ବାର ଜବତ ହେଉଛି ମାରିଜୁଆନା

ବିମାନ ଦେଇ ନିଶା ସାମଗ୍ରୀ ଚାଲାଣ ବଢୁଛି। କେବଳ ଏହି ଗୋଟିଏ ଘଟଣା ନୁହେଁ। ପୂର୍ବରୁ ଅନେକ ଥର ଏଭଳି ଚାଲାଣ ଧରାପଡିଛି। ଗତ ମେ ୧୨ରେ ବିମାନବନ୍ଦରରୁ ୧୧ କେଜିର ମାରିଜୁଆନା ଜବତ ହୋଇଥିଲା। ତାମିଲନାଡୁର ଦୁଇ ଯାତ୍ରୀଙ୍କୁ DRI ପକ୍ଷରୁ ଗିରଫ କରାଯାଇଥିଲା।

  • ଗତ ମାର୍ଚ୍ଚ ୨୫ରେ ବିମାନବନ୍ଦରରୁ ୫ କେଜି ମରିଜୁଆନା ଜବତ ହୋଇଥିଲା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱରକୁ ଆସୁଥିବା ତାମିଲନାଡୁର ଦୁଇ ଯାତ୍ରୀଙ୍କ ପାଖରୁ ଏହି ମାରିଜୁଆନା ଜବତ କରାଯାଇଥିଲା।
  • ଜାନୁଆରୀ ୪ରେ DRI ଟିମ୍ ୮ କେଜି ମାରିଜୁଆନା ଜବତ କରିଥିଲା। ଏହି ଘଟଣାରେ ମୁମ୍ବାଇର ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା।
  • ଡିସେମ୍ବର ୩୦ରେ DRI ଟିମ୍ ୪ କେଜି ମାରିଜୁଆନା ଜବତ କରିଥିଲା। ଏହି ମାମଲାରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା।


ଏହା ମଧ୍ୟ ପଢନ୍ତୁ ଭୁବନେଶ୍ୱର ବିମାନବନ୍ଦରରୁ ୩.୫ କୋଟିରୁ ଊର୍ଦ୍ଧ୍ଵ ମାରିଜୁଆନା ଜବତ, ଦୁଇ ଅଟକ

ଏହା ମଧ୍ୟ ପଢନ୍ତୁ ବିଦେଶରୁ ଆସୁଛି ନିଶା ସାମଗ୍ରୀ, ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମାରିଜୁଆନା ଜବତ, ୨ ଅଟକ



ଇଟିଭି ଭାରତ, ଭୁବନେଶ୍ବର