ETV Bharat / state

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି ! ଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ରଙ୍କ ଫଟୋ ନେଇ ଅସନ୍ତୋଷ

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା ଯାଇଛି । ପଟଚ୍ଚିତ୍ରରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ ।

Jagannath Temple Calendar Error
ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି ! (ETV Bharat)
author img

By ETV Bharat Odisha Team

Published : December 31, 2025 at 1:26 PM IST

1 Min Read
Choose ETV Bharat

ପୁରୀ: ୨୦୨୬ କ୍ୟାଲେଣ୍ଡର ରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱର ତ୍ରୁଟି ଦେଖିବାକୁ ମିଳିଛି । କ୍ୟାଲେଣ୍ଡରରେ ମହାପ୍ରଭୁଙ୍କର ଯେଉଁ ଚିତ୍ର ସ୍ଥାନିତ କରାଯାଇଛି ସେଥିରେ ତ୍ରୁଟି ଥିବା ପରିଲକ୍ଷିତ କରାଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଥିବା ଏକ ଫଟୋକୁ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ୨୦୨୬ରେ ସ୍ଥାନ ଦିଆଯାଇଛି ।

ସେହିପରି ରଥଯାତ୍ରାର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡରରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ ଚିତ୍ରର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡରରେ ସ୍ଥାନ ପାଇଛି ।

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୬ କ୍ୟାଲେଣ୍ଡରରେ ଏଭଳି ତ୍ରୁଟିକୁ ଜଗନ୍ନାଥ ପ୍ରେମୀ ଓ ଶ୍ରୀମନ୍ଦିର ସେବାୟତ ସମାଲୋଚନା କରିଛନ୍ତି । କ୍ୟାଲେଣ୍ଡର ଛପା ହେବା ପୂର୍ବରୁ କାହା ପରାମର୍ଶରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ତ୍ରୁଟିପୂର୍ଣ୍ଣ ଫଟୋ କ୍ୟାଲେଣ୍ଡରରେ ସ୍ଥାନ ଦେଇଛି ତାକୁ ନେଇ ସେବାୟତ ମାନେ ପ୍ରଶ୍ନ ଉଠାଇଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ-

ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ର ଏବଂ ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଜଗନ୍ନାଥଙ୍କୁ ନେଇ ଅସନ୍ତୋଷ

ଟେବୁଲ୍ କ୍ୟାଲେଣ୍ଡର, ଓ୍ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା ଯାଇଛି

ପଟଚ୍ଚିତ୍ରରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଲେ ବୁଦ୍ଧିଜୀବୀ

ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟର ଫଟୋରେ ମଧ୍ୟ ତ୍ରୁଟି

ପ୍ରଥମେ ଦେବୀ ସୁଭଦ୍ରା, ପରେ ଶ୍ରୀଜଗନ୍ନାଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥଟଣା ଚିତ୍ର

ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବାବେଳେ ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଉଲ୍ଲଘଂନ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାହାର କରିନେବାକୁ ଦାବି ଜୋର ଧରିଛି । କେଉଁ ଅଧିକାରୀଙ୍କ ଦାୟିତ୍ବହୀନତାରେ ଏଭଳି ତ୍ରୁଟି ହୋଇଛି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜଗନ୍ନାଥ ପ୍ରେମୀ ଓ ସେବାୟତ ଦାବି କରିଛନ୍ତି । ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ପୁରୀ