ETV Bharat / state

ପୁରୀରେ ଟ୍ରିବ୍ୟୁନାଲ ଟିମ୍: 'ଖୁବଶୀଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ'

ଆଜି ମହାନଦୀ ଟ୍ରିବ୍ୟୁନାଲ ଟିମ୍ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।‌ ସେପଟେ ଆସନ୍ତାକାଲି ଚିଲିକା ଯାଇ ଜଳ ପ୍ରବାହ ସ୍ଥିତି ଅନୁଧ୍ୟାନ କରିବେ ।

MAHANADI TRIBUNAL PURI VISIT
ମହାପ୍ରଭୁଙ୍କ ଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ (ETV Bharat Odisha)
author img

By ETV Bharat Odisha Team

Published : March 1, 2026 at 6:58 PM IST

2 Min Read
Choose ETV Bharat

ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର

ପୁରୀ: ପାଞ୍ଚ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।‌ ଆଜି (ରବିବାର) ସକାଳେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଆସିଥିବା ଟ୍ରିବ୍ୟୁନାଲ ଟିମ୍ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହିତ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ । ଦର୍ଶନ ସାରି ଫେରିବା ପରେ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ମହାପ୍ରଭୁଙ୍କ ଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ (ETV Bharat Odisha)

'ଖୁବଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ':
ଏହି ଅବସରରେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି," ଖୁବଶୀଘ୍ର ଓଡ଼ିଶା- ଛତିଶାଗଡ ମହାନଦୀ ଜଳ ବିବାଦର ହେବ ସମାଧାନ। ଆସନ୍ତା ମାର୍ଚ୍ଚ ୭ ତାରିଖରେ ଛତିଶଗଡ଼ ଗସ୍ତରେ ଯିବ ଟ୍ରିବ୍ୟୁନାଲ ଟିମ୍। ୭ରୁ ୧୧ ତାରିଖ ଯାଏଁ ଛତିଶଗଡ଼ର ବିଭିନ୍ନ ସ୍ଥାନକୁ ଯାଇ ଏହି ଟିମ୍ ଅନୁଧ୍ୟାନ କରିବ। ତେବେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ବିବାଦର ସମାଧାନ ନେଇ ଆଲୋଚନା କରିଛନ୍ତି । ଏଣୁ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ଆଶା ରହିଛି । ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା ଗସ୍ତରେ ଆସି ପଶ୍ଚିମ ଓଡ଼ିଶା, ମହାନଦୀ ଅବବାହିକାକୁ ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ସମସ୍ତ ସ୍ଥିତିର ଅନୁଧ୍ୟାନ କରିଥିଲେ। ମହାନଦୀ ଜଳର ଅଭାବ ଯୋଗୁଁ ପ୍ରଭାବିତ ହୋଇଥିବା ଅଞ୍ଚଳ ଓ ଶାଖା ନଦୀର ସ୍ଥିତିକୁ ସମୀକ୍ଷା କରିଥିଲେ। ଆଜି ମହନଦୀ ଟ୍ରିବ୍ୟୁନାଲ ଟିମ୍ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ କଣାସ, ଗୋପ, ଡେଲାଙ୍ଗ, ବ୍ରହ୍ମଗିରି ଓ ନିମାପଡ଼ା ଗସ୍ତ କରି ନଦୀ ଗୁଡିକର ଅନୁଧ୍ୟାନ କରିଥିଲେ । ଆସନ୍ତାକାଲି ଏହି ଟିମ୍ ଚିଲିକା ଗସ୍ତ କରିବାର କାର୍ଯକ୍ରମ ରହିଛି ।"

MAHANADI TRIBUNAL PURI VISIT
ମହାପ୍ରଭୁଙ୍କ ଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ (ETV Bharat Odisha)

ବିରୋଧୀଙ୍କୁ ସମାଲୋଚନା:

ସେପଟେ ବିରୋଧୀ ଦଳର ବିରୋଧକୁ ସମାଲୋଚନା କରିଛନ୍ତି ପିତାମ୍ବର ଆଚାର୍ଯ୍ୟ । ସେ କହିଛନ୍ତି," ଟ୍ରିବ୍ୟୁନାଲ ଟିମ୍ ଆସି ମହାନଦୀ ଜଳ ବିବାଦର ସମାଧାନ କରିବା ଉପରେ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ପୂର୍ବ ସରକାର ହିଁ ବିବାଦ ଆରମ୍ଭ କରିଥିଲେ ।ଯେତେବେଳେ ଛତିଶଗଡ ମହାନଦୀ ଉପରେ ବନ୍ଧ ନିର୍ମାଣ କଲେ ତତ୍କାଳୀନ ସରକାର ଚୁପ୍ ରହିଥିଲେ । ଯେତେବେଳେ ବନ୍ଧ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଲା ସେତେବେଳେ କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିରୋଧ କରିଥିଲେ । ଫଳରେ ଏହାର ସମାଧାନ ବାଟ ବାହାରିନଥିଲା । ଏବେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଆମେ ଆଶା ରଖିଛୁ ଓଡ଼ିଶା ନିଜର ହକ୍ ଓ ସ୍ୱାର୍ଥ ରକ୍ଷାରେ ସଫଳ ହେବ। ତେବେ ଏହି ଉଦ୍ୟମକୁ ବିରୋଧୀ ସହ୍ୟ ନ କରି ପାରି ଯେଉଁ ସମାଲୋଚନା କରୁଛନ୍ତି ତାହା ନିନ୍ଦନୀୟ । ତତ୍କାଳୀନ ସରକାରଙ୍କ ତ୍ରୁଟିକୁ ଆମେ ସଂଶୋଧନ ପାଇଁ ଉଦ୍ୟମ ଆରମ୍ଭ କରିଛୁ । ଆଶା କରୁଛୁ ଓଡ଼ିଶାର ସ୍ବାର୍ଥ ରକ୍ଷାରେ ବିରୋଧୀ ଦଳ ସରକାରଙ୍କୁ ସହଯୋଗ କରିବେ ।"

ଏହା ମଧ୍ୟ ପଢନ୍ତୁ... ସମ୍ବଲପୁରରେ ସମାଧାନ ବାଟ ଖୋଜୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍‌: ଚାଲିଛି ଆଲୋଚନା ଓ ଅନୁଧ୍ୟାନ

ଏହା ମଧ୍ୟ ପଢନ୍ତୁ... ମହାନଦୀ ଟ୍ରିବ୍ୟୁନାଲ 50ତମ ଶୁଣାଣିରେ ସାମିଲ ହେଲେନାହିଁ ଏଜି; ପ୍ରଶ୍ନ ଉଠାଇଲେ ନବୀନ, ଜବାବ ରଖିଲେ ପିତାମ୍ବର

ଏହା ମଧ୍ୟ ପଢନ୍ତୁ... ମହାନଦୀ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା


ଇଟିଭି ଭାରତ, ପୁରୀ