ETV Bharat / state

ସମ୍ବଲପୁରରେ ସମାଧାନ ବାଟ ଖୋଜୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍‌: ଚାଲିଛି ଆଲୋଚନା ଓ ଅନୁଧ୍ୟାନ

ଫିଟିବ ମହାନଦୀ ଜଳବିବାଦର ସମାଧାନ ବାଟ । ଆଜି ସମ୍ବଲପୁରରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲ ଟିମ୍‌ ।

Mahanadi Tribunal Team
ସମ୍ବଲପୁରରେ ମହାନଦୀ ଜଳ ବିବାଦର ଟ୍ରିବୁନାଲ୍‌ ଟିମ୍‌ (ETV Bharat Odisha)
author img

By ETV Bharat Odisha Team

Published : February 27, 2026 at 5:21 PM IST

2 Min Read
Choose ETV Bharat

ରିପୋର୍ଟ: ବାଦଶାହ ଜୁସ୍ମନ ରାଣା

Mahanadi Tribunal Team ସମ୍ବଲପୁର: ସମ୍ବଲପୁରରେ ମହାନଦୀ ଜଳ ବିବାଦର ଟ୍ରିବୁନାଲ୍‌ ଟିମ୍‌ l ଆଜି(ଶୁକ୍ରବାର) ଜଷ୍ଟିସ ବେଲା.ଏମ.ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ଟିମ୍‌ ପ୍ରଥମେ ହୀରାକୁଦ ଡ୍ୟାମର ଯନ୍ତ୍ରୀ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ହୀରାକୁଦ ଡ୍ୟାମ, ମହାନଦୀ ଅବବାହିକା ଓ ଚିପିଲିମା ପାୱାର ହାଉସ ଅଞ୍ଚଳ ପରିଦର୍ଶନ କରିଛନ୍ତି l

ସମ୍ବଲପୁରରେ ମହାନଦୀ ଜଳ ବିବାଦର ଟ୍ରିବୁନାଲ୍‌ ଟିମ୍‌ (ETV Bharat Odisha)

ଗତକାଲି ପହଞ୍ଚିଲେ, ଆଜି ଆଲୋଚନା କଲେ:

ଗତକାଲି(ଗୁରୁବାର) ସନ୍ଧ୍ୟାରେ ଏହି ଟିମ ଝାରସୁଗୁଡା ଏୟାରପୋର୍ଟରେ ଓହ୍ଲାଇ ସମ୍ବଲପୁର ଆସି ବୁର୍ଲା ଅଶୋକ ନିବାସରେ ରାତ୍ରୀଯାପନ କରିଥିଲେ l ଆଜି(ଶୁକ୍ରବାର) ସକାଳ 10ଟାରେ ଏହି ଟିମ୍‌ ଅଶୋକ ନିବାସରେ ମହାନଦୀ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି l ଏହି ଆଲୋଚନା ପରେ ହୀରାକୁଦ ଡ୍ୟାମର ଯନ୍ତ୍ରୀ ମାନେ ଟ୍ରିବ୍ୟୁନାଲ ସଦସ୍ୟଙ୍କୁ ମହାନଦୀ ଉପରେ ଏକ ପାୱାର ପ୍ରେଜେଣ୍ଟେସନ ଦେଖାଇଥିଲେ l ଏଥିରେ ଓଡ଼ିଶାର କୃଷି, ଜଳସେଚନ, ଶକ୍ତି, ଲୋକଙ୍କ ଜୀବନ ଜୀବିକା, ଅର୍ଥନୀତି କିପରି ଭାବେ ମହାନଦୀ ଦ୍ୱାରା ପ୍ରଭାବିତ ସେନେଇ ପ୍ରଦର୍ଶିତ କରାଯାଇଥିଲା ।

Mahanadi Tribunal Team
ସମ୍ବଲପୁରରେ ଟ୍ରିବ୍ୟୁନାଲ ଟିମ (ETV Bharat Odisha)

ଟିମ୍‌ରେ କିଏ କିଏ ଅଛନ୍ତି ?

ଏହି ଟିମରେ ଜଷ୍ଟିସ ଇଦ୍ରମିତ କୌର କୋଚର, ଓଡ଼ିଶାର ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ଛତିଶଗଡର ଆଡଭୋକେଟ ଜେନେରାଲ ବିବେକ ଶର୍ମା, ଓଡ଼ିଶା ସରକାରଙ୍କ ପ୍ରିନ୍ସପାଲ ସେକ୍ରେଟାରୀ, DoWR ଶୁଭା ଶର୍ମା, ଛତିଶଗଡ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ସଚିବ ରାଜେଶ ସୁକୁମାର ଟପନୋ ପ୍ରମୁଖ ରହିଛନ୍ତି l

Mahanadi Tribunal Team
ହୀରାକୁଦ ଡ୍ୟାମ (ETV Bharat Odisha)

ଆପୋଷ ଆଲୋଚନାରେ ସମସ୍ୟା ସମାଧାନ:

ତେବେ ଟ୍ରିବ୍ୟୁନାଲର ଏହି ଗସ୍ତ ନେଇ ଓଡ଼ିଶାର ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ‘ଓଡ଼ିଶାର ସ୍ୱାର୍ଥ ପାଇଁ ଏହି ପନ୍ଥା ଅବଲମ୍ବନ କରାଯାଇଛି । ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ କରାଯିବ l ତେବେ ଓଡ଼ିଶାର ସାର୍ଥକୁ ସୁରକ୍ଷିତ ରଖି ଏହାର ସମାଧାନର ବାଟ ଖୋଜାଯିବ l ଆମେ ଆଶାବାଦୀ ଅଛୁ ଯେ ଏହି ସମସ୍ୟାର ସମାଧାନ ହେବ ଓ ସୁଫଳ ମିଳିବ । ଆସନ୍ତା ଏପ୍ରିଲ 13ରେ ଟ୍ରିବ୍ୟୁନାଲର ଅବଧି ସରିଥାନ୍ତା, ତେଣୁ ଟ୍ରିବ୍ୟୁନାଲ ଏହି ପନ୍ଥା ଅବଲମ୍ବନ କରି ନଥିଲେ ମହାନଦୀ ଜଳ ବିବାଦ ଏକ ଅମୀମାଂଶିତ ବିବାଦ ହୋଇ ରହିଯାଇଥାନ୍ତା l’

ଅବଧି ବୃଦ୍ଧି ପାଇଁ ଚିଠି:

ଅନ୍ୟପଟେ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି କରିବାକୁ ଉଭୟ ଓଡ଼ିଶା ଓ ଛତିଶଗଡ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି କରିଛନ୍ତି l ତେବେ ଏହା ଉପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ l ମୁଖ୍ୟତଃ 9 ମାସ ଧରି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ଖାଲି ପଡିଥିବାରୁ ଏହାର ଅବଧି ବୃଦ୍ଧି କରିବାକୁ ଚିଠି କରାଯାଇଛି l ତେବେ ଆଗାମୀ ଦିନରେ ଓଡିଶା ନିଶ୍ଚିତ ଭାବେ ନିଜର ହକ୍‌ ପାଇବ ବୋଲି ଓଡିଶାର ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଝାରସୁଗୁଡ଼ାରେ ପହଁଚିଲେ ମହାନଦୀ ଟ୍ରିବୁନାଲର ଦଳ

ମହାନଦୀର ହକ୍ ପାଇଁ ଟ୍ରିବୁନାଲ ଟିମ ଆଗରେ ପ୍ରତିବାଦ କରିବ 'ମହାନଦୀ ବଞ୍ଚାଓ ଆନ୍ଦୋଳନ'

ମହାନଦୀ ଜଳ ବିବାଦ; ଏବେବି ଅସମାହିତ ସମସ୍ୟା, କେଉଁଠି ରହିଛି ତ୍ରୁଟି ?

ବିବାଦ ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ପ୍ରକଳ୍ପକୁ ଅନୁମତି ନାହିଁ:

ତେବେ ଯେତେଦିନ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଏହି ବିବାଦର ସମାଧାନ ନକରିଛନ୍ତି ମହାନଦୀର ତଳ ମୁଣ୍ଡରେ କୌଣସି ପ୍ରକଳ୍ପ ତିଆରି ପାଇଁ CWC ଅନୁମତି ଦେବେ ନାହିଁ l ଏହା ସହ ଇତିହାସରେ କୌଣସି ଜଳ ବିବାଦର ସମାଧାନ ନ୍ୟାୟିକ ପ୍ରକ୍ରିୟାରେ ହୋଇନାହିଁ l ତେଣୁ ବର୍ତ୍ତମାନର ସରକାର ମହାନଦୀ ଓ ବଂଶୀଧାରା ବିବାଦର ସମାଧାନ ପାଇଁ ଗୁରୁତ୍ବ ଦେଉଛନ୍ତି ବୋଲି ଓଡ଼ିଶା ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର