ETV Bharat / state

Heavy Rain Alert: ରାଜ୍ୟରେ ସକ୍ରିୟ ଲଘୁଚାପ, ୨ ଦିନ ଯାଏଁ ପ୍ରବଳ ଛେଚିବ, ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଜୁଲାଇ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ- ଦେବସ୍ମିତା ରାଉତ

low pressure extremely heavy rainfall in odisha red warning issued for 9 districts
ରାଜ୍ୟରେ ସକ୍ରିୟ ଲଘୁଚାପ, ୨ ଦିନ ଯାଏଁ ପ୍ରବଳ ଛେଚିବ, ୯ ଜିଲ୍ଲାକୁ ରେଡ୍ ଆଲର୍ଟ (ETV Bharat Odisha)
author img

By ETV Bharat Odisha Team

Published : July 5, 2026 at 6:10 PM IST

2 Min Read
Choose ETV Bharat

ଭୁବନେଶ୍ବର: ରାଜ୍ୟରେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ବର୍ତ୍ତମାନ ଅବପାତର ରୂପ ନେଇଛି । ଯାହା ଆଜି ୫ ଜୁଲାଇ ୨୦୨୬ ସକାଳ ୮:୩୦ ସୁଦ୍ଧା ବାଲେଶ୍ୱରଠାରୁ ପ୍ରାୟ ୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇ ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Heavy Rain Alert: ରାଜ୍ୟରେ ସକ୍ରିୟ ଲଘୁଚାପ, ୨ ଦିନ ଯାଏଁ ପ୍ରବଳ ଛେଚିବ, ୮ ଜିଲ୍ଲାକୁ ରେଡ୍ ଆଲର୍ଟ (ETV Bharat Odisha)

୮ ଜିଲ୍ଲାକୁ ରେଡ୍ ଆଲର୍ଟ:
ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଚାନ୍ଦବାଲି ଏବଂ ଦୀଘା ମଧ୍ୟରେ, ବାଲେଶ୍ୱର ନିକଟରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆହୁରି ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଅନୁଗୋଳ, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ ଆଦି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରକରାଯାଇଛି।

ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ:
ସେହିପରି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଅନ୍ୟ ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା କାଲି ପାଇଁ କୌଣସି ଜିଲ୍ଲା ପ୍ରତି ରେଡ୍ ୱାର୍ଣ୍ଣିଂ ଯଦିଓ ଦିଆଯାଇ ନାହିଁ ତଥାପି ଏକାଧିକ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । ନୂଆପଡା, ବଲାଙ୍ଗୀର, ସୋନପୁର,ବରଗଡ଼ ,ସମ୍ବଲପୁର ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

Red alert for 8 districts
୮ ଜିଲ୍ଲାକୁ ରେଡ୍ ଆଲର୍ଟ (X@IMD)

ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର, କଳାହାଣ୍ଡି , କନ୍ଧମାଳ, ନୟାଗଡ କଟକ ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ ଓ ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ପ୍ରବଳ ଓ ଲଗାଣ ବର୍ଷା ଯୋଗୁଁ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା, କୃତ୍ରିମ ବନ୍ୟା ରାସ୍ତାଘାଟ ବୁଡ଼ିଯିବା ଏବଂ ଚାଷ ଜମି ନଷ୍ଟ ହେବାର ଆଶଙ୍କା ଥିବାରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସମୁଦ୍ର ଅଶାନ୍ତ, ବନ୍ଦରରେ ୩ ନମ୍ବର ସତର୍କତା ସଙ୍କେତ:
ଏଥି ସହିତ ଜୁଲାଇ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ସ୍ଥାନୀୟ ସତର୍କତା ସଙ୍କେତ ଜାରି କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ଏହା ପରେ ଧୀରେ ଧୀରେ ବର୍ଷାର ପରିମାଣ ହ୍ରାସ ପାଇବ । ୭ ତାରିଖ ପରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Low pressure area active in the state, heavy rains will continue for 2 days
ରାଜ୍ୟରେ ସକ୍ରିୟ ଲଘୁଚାପ, ୨ ଦିନ ଯାଏଁ ପ୍ରବଳ ଛେଚିବ (X@IMD)

ବର୍ଷାର ପରିମାଣ:
ସେପଟେ ଜୁନ ୧ ରୁ ଏଯାବତ ୨୬୫.୫ ମିମି ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ରହିଛି ୨୫୫.୮ । ରାଜ୍ୟରେ ସ୍ୱାଭାବିକ ବର୍ଷାଠାରୁ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ଆଉ ୧୧ ଜିଲ୍ଲାରେ ସ୍ୱାଭାବିକ ରହିଛି ବର୍ଷା ସ୍ଥିତି ରହିଥିବା ବେଳେ ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୨ଟି ଜିଲ୍ଲା ବୌଦ୍ଧ ଓ କନ୍ଧମାଳରେ ସ୍ୱାଭାବିକ ଠାରୁ ଅଧିକା ବର୍ଷା ରେକର୍ଡ କରାଯାଇଛି । ଆଗାମୀ ବର୍ଷା ନିଅଁଟିଆକୁ ଭରଣା କରିବ ବୋଲି କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି

Low pressure area active in the state, heavy rains will continue for 2 days
ରାଜ୍ୟରେ ସକ୍ରିୟ ଲଘୁଚାପ, ୨ ଦିନ ଯାଏଁ ପ୍ରବଳ ଛେଚିବ (X@IMD)

ଏହା ମଧ୍ୟ ପଢନ୍ତୁ:

Rain Alert: 6 ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ଲଘୁଚାପ, ଓଡ଼ିଶାରେ ବର୍ଷା ବିତ୍ପାତ, ଆଜି ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଲଗାଣ ବର୍ଷାରେ ବେହାଲ କଟକ; ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି, କଲବଲ ସହରବାସୀ

ଜାରି ରହିଛି ପ୍ରବଳ ବର୍ଷା; ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ସଜାଗ ସରକାର, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା



ଇଟିଭି ଭାରତ, ଭୁବନେଶ୍ବର