ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସକ୍ରିୟ: ଆଜିଠୁ ବଢ଼ିବ ବର୍ଷା
ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଵର୍ଷା ହୋଇଥିବା ବେଳେ ସର୍ବାଧିକ ବର୍ଷା ଖୋର୍ଦ୍ଧାର ଭୁବନେଶ୍ୱରରେ, ସର୍ବାଧିକ ୫୨ ମିମି ରେକର୍ଡ ହୋଇଛି । ରିପୋର୍ଟ: ଦେବସ୍ମିତା ରାଉତ

Published : August 26, 2026 at 6:44 PM IST
ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପୂର୍ବ ମଧ୍ୟ ପ୍ରଦେଶ ଓ ତାର ପାର୍ଶ୍ୱବର୍ତୀ ଅଂଚଳରେ ସକ୍ରିୟ ରହିଛି । ଏହା ସହିତ ଗାଙ୍ଗେଟିକ୍ ଘୂର୍ଣ୍ଣିବଳୟ ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ୪.୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏହାସହ ଏକ ଟ୍ରପ୍ ଲାଇନ୍ ମଧ୍ୟ ସକ୍ରିୟ ରହିଛି । ଯାହାକୁ ନେଇ ଆଜିଠୁ ବଢ଼ିବ ବର୍ଷା ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଡ. ସଞ୍ଜୀବ ଦ୍ବିବେଦୀ ।
ସେପଟେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପଶ୍ଚିମକେନ୍ଦ୍ର - ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ - ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚରେ ରହିଛି । ପ୍ରଭାବରେ ୩୦ ତାରିଖ ବେଳକୁ ଏହି ସିଷ୍ଟମ ଘନୀଭୂତ ହୋଇ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ଫଳରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।
ତେଣୁ ୨୯ ତାରିଖରୁ ପୁଣି ରାଜ୍ୟରେ ବଢ଼ିବ ବର୍ଷା । ସେପଟେ ଟ୍ରପ୍ ଲାଇନ୍ ପ୍ରଭାବରେ ଆଜିଠୁ ବଢ଼ିବ ବର୍ଷା । ଆସନ୍ତା ୨୪ ଘଂଟା ମଧ୍ୟରେ ଅନେକ ସ୍ଥାନରେ ବିଜୁକି ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବା ବେଳେ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରକୁ ବାଦ ଦେଇ ଅବଶିଷ୍ଟ ୨୧ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ଝଟକା ପବନର ସମ୍ଭାବନା ରହିଛି । ଯାହାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
Warning for Odisha.
— Meteorological Centre, Bhubaneswar (@mcbbsr) August 26, 2026
Day-1 to Day-7 : Heavy Rainfall.
Day-4 to Day-7 : Heavy to Very Heavy Rainfall.
Day-1 to Day-5 : Thunderstorm with Lightning and Gusty Wind.#odisha #rainfall #weather #warning pic.twitter.com/55gma4yS9B
ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ଵର୍ଷା ସହ ଗଂଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ରେ ବିଜୁଳି ଘଡ଼ଘଡ଼ି ବର୍ଷା ଏବଂ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନା ରହିବାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୯ରୁ ବର୍ଷା ବଢ଼ିବା ସହ ସାରା ଓଡ଼ିଶାରେ ବର୍ଷା ପାଇଁ ଚେତାବନୀ ରହିଛି ।
ଏପଟେ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଵର୍ଷା ହୋଇଥିବା ବେଳେ ସର୍ବାଧିକ ବର୍ଷା ଖୋର୍ଦ୍ଧାର ଭୁବନେଶ୍ୱରରେ, ସର୍ବାଧିକ ୫୨ ମିମି ରେକର୍ଡ ହୋଇଛି । ସେପଟେ ଜୁନ୍ ୧ରୁ ଏଯାବତ ୧୧୦୨ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷାଠାରୁ ୨୮ ପ୍ରତିଶତ ଅଧିକ ବର୍ଷା ବୋଲି କୁହାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ- ପଛକୁ ପଛ ଲଘୁଚାପ: ୩୦ ତାରିଖ ବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା
ଏହା ମଧ୍ୟ ପଢ଼ନ୍ତୁ- ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ଵର୍ଷା ସମ୍ଭାବନା, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ଏହା ମଧ୍ୟ ପଢ଼ନ୍ତୁ- ସୃଷ୍ଟି ହେଲା ଲଘୁଚାପ; ଆଜି ଅତି ଭୀଷଣ ବର୍ଷା, 5 ଜିଲ୍ଲାକୁ ରେଡ୍ ଆଲର୍ଟ
ଇଟିଭି ଭାରତ, ଭୁବନେଶ୍ବର

