ଲୋକସେବା ଭବନରେ ରିଲ୍ସ କଲେ ଆକ୍ସନ, ଗାଇଡଲାଇନ ଆଣିବ ଗୃହ ବିଭାଗ: ଆଇନ ମନ୍ତ୍ରୀ
ଲୋକସେବା ଭାବନରୁ ମାଳ ମାଳ ରିଲ୍ସ ଭାଇରାଲ ହେବା ପରେ ଆକ୍ସନ ମୁଡରେ ରାଜ୍ୟ ସରକାର । ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଆଇନ ମନ୍ତ୍ରୀ ।


Published : January 2, 2026 at 5:08 PM IST
ଭୁବନେଶ୍ୱର: ଲୋକସେବା ଭବନରେ ରିଲ୍ସ କରୁଥିଲେ ସାବଧାନ । ସରକାରୀ ଅଧିକାରୀ ହୁଅନ୍ତୁ ଅବା ସାଧାରଣ ଲୋକ, ଆକ୍ସନ ନେବେ ମୋହନ ସରକାର । ଏଥିପାଇଁ ଚେତାଇ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷା କର୍ମୀଙ୍କୁ ତାଗିଦ କରିବ । ଗାଇଡଲାଇନ ଆଣିବା ପାଇଁ ଗୃହ ବିଭାଗ ତର୍ଜମା କରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ବିଗତ କିଛିଦିନ ହେବ ଲୋକସେବା ଭବନରେ ମାଳମାଳ ରିଲ୍ସ ଭାଇରାଲ ହେବାକୁ ଲାଗିଛି । କାର୍ଯ୍ୟାଳୟ ଭିତରେ ଓ କାର୍ଯ୍ୟାଳୟ ବାହାରରେ ରିଲ୍ସ ବନେଇ ଭାଇରାଲ କରାଯାଉଛି । ରିଲ ଭିଡିଓରେ ଲୋକସେବା ଭବନରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ଏବଂ କର୍ମଚାରୀ ଓ ଅଭିଯୋଗ ନେଇ ପାୱାର କରିଡର ଯାଉଥିବା ସାଧାରଣ ନାଗରିକ ମଧ୍ୟ ରହିଛନ୍ତି । ବିଶେଷ କରି ବିଭିନ୍ନ ପାର୍ବଣ ଓ ନୂଆବର୍ଷରେ ଏହି ସବୁ ରିଲ ବନା ଯାଇଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଏହା ବି ପଢନ୍ତୁ- ନିର୍ମାଣ ହେବ ନୂଆ ଲୋକସେବା ଭଵନ
ଇଟିଭି ଭାରତ, ଭୁବନେଶ୍ୱର

