ETV Bharat / state

Odisha Budget 2026: ବଜେଟରେ ପର୍ଯ୍ୟଟନ-ଶିକ୍ଷା-କୃଷି-ମହିଳା ସଶକ୍ତିକରଣକୁ ଫୋକସ୍‌, ହଟିବ ପ୍ରଫେସନାଲ ଟ୍ୟାକ୍ସ

Odisha Budget
ଓଡ଼ିଶା ବିଧାନସଭା ବଜେଟ (ETV Bharat Odisha)
author img

By ETV Bharat Odisha Team

Published : February 20, 2026 at 3:56 PM IST

|

Updated : February 20, 2026 at 6:28 PM IST

Choose ETV Bharat

Odisha Budget ଭୁବନେଶ୍ବର: ବିଧାନସଭାରେ ଆଗତ ହୋଇଛି ଆଗାମୀ 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍‌ । ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆର୍ଥିକ ବର୍ଷ 2026-27ର ଆୟ ବ୍ୟୟର ହିସାବ ଓ ସମାଧାନର ବାଟ ବଜେଟରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବଜେଟର ମୋଟ ଆକଳନ ୩,୧୦,୦୦୦ କୋଟି ଟଙ୍କା । ଏଥର ବଜେଟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ କ୍ଷେତ୍ରକୁ ଫୋକସ କରିଛନ୍ତି ମୁଖ୍ୟମନ୍ତ୍ରୀ । ପର୍ଯ୍ୟଟନ କ୍ଷେତ୍ରକୁ 25 ପ୍ରତିଶତ ଅଧିକ ବ୍ୟୟ ବରାଦ । ସେହିପରି ଆସନ୍ତା ଏପ୍ରିଲ 1ରୁ ହଟିବ ପ୍ରଫେସନାଲ ଟ୍ୟାକ୍ସ । ଏଥିପାଇଁ ରାଜ୍ୟ ସରକାର ୩୨୦ କୋଟି କ୍ଷତି ସହିବେ ।

LIVE FEED

6:12 PM, 20 Feb 2026 (IST)

ଶିକ୍ଷା ପାଇଁ ୧୧୩୧ କୋଟି

ସମଗ୍ର ଶିକ୍ଷା ପାଇଁ ରାଜ୍ୟ ସହାୟତା ଅଧୀନରେ ୧୧୩୧ କୋଟି ଟଙ୍କା ଆବଣ୍ଟନ

• ଶିଶୁବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ପାଇଁ ୩୨ କୋଟି ଟଙ୍କା ବ୍ୟବସ୍ଥା

• ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ ପାଇଁ ନୂତନ ଯୋଜନା

• ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ୟୁନିଫର୍ମ

• ନବମ ଓ ଦଶମ ଶ୍ରେଣୀ ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ର ପରିଧାନ ଯୋଜନା ଅଧୀନରେ ୟୁନିଫର୍ମ ବଣ୍ଟନ

• ଆର୍ଥିକ ସଙ୍କଟ ହେତୁ କୌଣସି ପିଲା ବିଦ୍ୟାଳୟରୁ ବଞ୍ଚିତ ନ ହେବାର ଲକ୍ଷ୍ୟ

• ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏକ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ବିକାଶ

• ୨୦୨୬-୨୭ ପାଇଁ ୧୧୦ କୋଟି ଟଙ୍କା ବ୍ୟୟବରାଦ

• ଐତିହ୍ୟ ବିଦ୍ୟାଳୟ ଯୋଜନା ଅଧୀନରେ ୫୧ଟି ଓଡ଼ିଆ ମାଧ୍ୟମ ସରକାରୀ ଉଚ୍ଚ ବିଦ୍ୟାଳୟର ନବୀକରଣ

• ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଓବିସି ଓ ଇବିସି ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ବ୍ୟବସ୍ଥା

• ୨୦୨୬-୨୭ ବଜେଟରେ ୨୨ ଲକ୍ଷ ହିତାଧିକାରୀ ପାଇଁ ୨୯୫ କୋଟି ଟଙ୍କା ବ୍ୟୟବରାଦ

• ପ୍ରି-ମ୍ୟାଟ୍ରିକ୍ ଛାତ୍ରବୃତ୍ତି ହାର ବୃଦ୍ଧି

• ଶହୀଦ ମାଧବ ସିଂହ ହାତଖର୍ଚ୍ଚ ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏକକାଳୀନ ସହାୟତା

• ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଲାଭ

• ୧୫୪ କୋଟି ଟଙ୍କା ବ୍ୟବସ୍ଥା

• ୨୦୨୬-୨୭ ରେ ୧୦୦ଟି ଆବାସିକ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢୀକରଣ

• କୋଠାବାଡ଼ି ନିର୍ମାଣ ପାଇଁ ୧୦୭୦ କୋଟି ଟଙ୍କାରୁ ବ୍ୟୟ

6:06 PM, 20 Feb 2026 (IST)

ଶିକ୍ଷା କ୍ଷେତ୍ରକୁ ଫୋକସ୍‌

ରାଜ୍ୟ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଭିତ୍ତିଭୂମି ପାଇଁ ୪୭୦ କୋଟି ଟଙ୍କା

• ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା

• ପରୀକ୍ଷାଗାର ବିକାଶ ପାଇଁ ୨୫ କୋଟି ଟଙ୍କା

• ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଜାରି

• ଇ-ମେଧାବୃତ୍ତି ଅଧୀନରେ ସ୍ନାତକ ପାଇଁ ବାର୍ଷିକ ୧୦ ହଜାର ଓ ସ୍ନାତକୋତ୍ତର ପାଇଁ ୧୫ ହଜାର ଟଙ୍କା

• ବ୍ୟାସକବୀ ଫକୀର ମୋହନ ଛାତ୍ରବୃତ୍ତି ଯୋଜନାରେ +୩ ଓ ସ୍ନାତକୋତ୍ତର ଓଡ଼ିଆ ପାଇଁ ବୃତ୍ତି

• ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା

• ବିଦେଶ ଅଧ୍ୟୟନ ପାଇଁ ୫୦ ଜଣ ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ସହାୟତା

• ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ଅଧୀନରେ ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ ପାଇଁ ପ୍ରୋତ୍ସାହନ

• ମହିଳା ଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ସଂସ୍ଥାନରେ ହଷ୍ଟେଲ ନିର୍ମାଣ ପ୍ରସ୍ତାବ

• କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡାରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ

• ଶକ୍ତିଶ୍ରୀ ଯୋଜନା ଅଧୀନରେ ୧୬ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ୭୪୧ଟି କଲେଜ ସାମିଲ

• ମହିଳା ସୁରକ୍ଷା ସେଲ୍, ଆତ୍ମରକ୍ଷା ପ୍ରଶିକ୍ଷଣ, ସିସିଟିଭି, ସୁରକ୍ଷା ଅଡିଟ୍ ଓ ସଶକ୍ତିକରଣ କାର୍ଯ୍ୟକ୍ରମ

6:02 PM, 20 Feb 2026 (IST)

୨୦୨୬-୨୭ ବଜେଟ୍ ପ୍ରସ୍ତାବ

୨୦୨୬-୨୭ ବଜେଟ୍ ପ୍ରସ୍ତାବ

• ମୋଟ ବଜେଟ୍ ଆକଳନ: ୩,୧୦,୦୦୦ କୋଟି ଟଙ୍କା

• କାର୍ଯ୍ୟକ୍ରମ ବଜେଟ୍: ୧,୮୦,୦୦୦ କୋଟି ଟଙ୍କା (ମୋଟର ୫୮%)

• ପୁଞ୍ଜି ବ୍ୟୟ: ୭୨,୧୦୦ କୋଟି ଟଙ୍କା (GSDPର ୬.୫%, ବଜେଟର ୨୩.୩%)

• ପ୍ରଶାସନିକ ବ୍ୟୟ: ୧,୧୪,୦୦୦ କୋଟି ଟଙ୍କା

• ରାଜ୍ୟରୁ ହସ୍ତାନ୍ତର ପାଇଁ: ୧୦,୬୨୫ କୋଟି ଟଙ୍କା

• ୧୬ତମ କେନ୍ଦ୍ର ଅର୍ଥ ଆୟୋଗ ସୁପାରିଶ: ୩,୫୬୦ କୋଟି ଟଙ୍କା

• ୬ତମ ରାଜ୍ୟ ଅର୍ଥ ଆୟୋଗ ସୁପାରିଶ: ୭,୪୫୦ କୋଟି ଟଙ୍କା

5:59 PM, 20 Feb 2026 (IST)

ବିପର୍ଯ୍ୟୟ ପରିଚାଳନା ପାଇଁ ୫,୩୭୫ କୋଟି

ଭୁବନେଶ୍ୱରର 7th ବାଟାଲିଅନ OSAP ପରିସରରେ ପୋଲିସ ସ୍ମାରକୀ ସ୍ଥାପନ ହେବ

• ଏହା ପାଇଁ ୧୦ କୋଟି ଟଙ୍କା ବ୍ୟୟ ବରାଦ

ବିପର୍ଯ୍ୟୟ ବିପତ୍ତି ପରିଚାଳନା ପାଣ୍ଠି ପାଇଁ ୫,୩୭୫ କୋଟି ଟଙ୍କା ଆବଣ୍ଟନ

• ରାଜ୍ୟ ବିପର୍ଯ୍ୟୟ ବିପତ୍ତି ପରିଚାଳନା ପାଣ୍ଠି: ୨,୧୪୭ କୋଟି ଟଙ୍କା

• ଜାତୀୟ ବିପର୍ଯ୍ୟୟ ବିପତ୍ତି ପରିଚାଳନା ପାଣ୍ଠି: ୩,୨୨୮ କୋଟି ଟଙ୍କା

ନୂଆଦିଲ୍ଲୀରେ ଓଡିଶା ଭବନ, ସଦନ ଓ ନିବାସ ନିର୍ମାଣ ପାଇଁ ୪୫ କୋଟି ଟଙ୍କା ପ୍ରସ୍ତାବ

• ଦେଶର ବିଭିନ୍ନ ସହରରେ ଓଡିଶା ଭବନ ନିର୍ମାଣ ପାଇଁ ୬୮ କୋଟି ଟଙ୍କା ପ୍ରସ୍ତାବ

• ବେଙ୍ଗାଲୁରୁରେ ଓଡିଶା ଭବନ ନିର୍ମାଣ ପାଇଁ ୧୩ କୋଟି ଟଙ୍କା ପ୍ରସ୍ତାବ

• ନ୍ୟାୟପାଳିକା, ପୋଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଆବାସିକ ଓ ଅନାବାସିକ ଭବନ ପାଇଁ ୧,୩୬୯ କୋଟି ଟଙ୍କା ବ୍ୟବସ୍ଥା

ରାଜ୍ୟ ସରକାର ଚଳିତ ଏପ୍ରିଲ ୧ ଠାରୁ ପ୍ରୋଫେସନାଲ ଟାକ୍ସ (Professional Tax) ପ୍ରତ୍ୟାହାର ପ୍ରସ୍ତାବ ଦେଇଛନ୍ତି

• ଏହା ଫଳରେ ପ୍ରାୟ ୩୨୦ କୋଟି ଟଙ୍କା ବାର୍ଷିକ ରାଜସ୍ୱ ହାନି ହେବ

5:57 PM, 20 Feb 2026 (IST)

ସାଇବର ମୁକାବିଲା ପାଇଁ ବଜେଟରେ ବ୍ୟୟ ବରାଦ

ଅପରାଧିକ ନ୍ୟାୟ ବ୍ୟବସ୍ଥା ସୁଦୃଢୀକରଣ ପାଇଁ ପ୍ରସ୍ତାବ:

ଉଚ୍ଚ ଗୁଣସ୍ତରୀୟ ଫୋରେନ୍ସିକ ପରୀକ୍ଷା ପାଇଁ ଫୋରେନ୍ସିକ ବିଜ୍ଞାନ ଲାବ୍ରୋଟାରୀ ଗୁଡିକୁ ସୁଦୃଢ କରିବାରେ ୩୦ କୋଟି ଟଙ୍କା ପ୍ରସ୍ତାବ

• ପୋଲିସ ଥାନା ଓ ଅପରାଧିକ ରେକର୍ଡର ଡିଜିଟାଲ ସମନ୍ୱୟ ପାଇଁ କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ଏବଂ ସିଷ୍ଟମ ପାଇଁ ୩୩ କୋଟି ଟଙ୍କା ପ୍ରସ୍ତାବ

• ଡିଜିଟାଲ ଓ ସାଇବର ଅପରାଧକୁ ମୁକାବିଲା ପାଇଁ ସାଇବର ସୁରକ୍ଷା ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ ୮୯ କୋଟି ଟଙ୍କା ପ୍ରସ୍ତାବ

5:52 PM, 20 Feb 2026 (IST)

ନନ୍ଦନକାନନ ପାଇଁ ମାଷ୍ଟରପ୍ଲାନ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ମାଷ୍ଟରପ୍ଲାନ କାର୍ଯ୍ୟକାରୀ କରାଯିବ

ଡିଏମଏଫ୍ ପାଣ୍ଠି ଓ ରାଜ୍ୟ ବଜେଟରୁ ୯୧ କୋଟି ଟଙ୍କା ବ୍ୟୟରେ କେନ୍ଦୁଝର ଜିଲ୍ଲାର ସାନଘାଗରାରେ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରର ଉପକେନ୍ଦ୍ର ସ୍ଥାପନ ହେବ ।

କେନ୍ଦୁପତ୍ର ତୋଳୁଥିବା ଲୋକଙ୍କ ସୁବିଧା ପାଇଁ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାରେ ୧୭ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି

5:49 PM, 20 Feb 2026 (IST)

ବିକଶିତ ହେବ ମନ୍ଦିର

ଅଭଡା, ସମଲେଇ, ଏକାମ୍ର ଓ ଅନ୍ୟାନ୍ୟ ମନ୍ଦିର ଓ ଐତିହ୍ୟ ପ୍ରକଳ୍ପର ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ

ତାରିଣୀ ପୀଠରେ ଭିତ୍ତିଭୂମି ଉନ୍ନତି ଓ ଯୋରନ୍ଦାରେ ମହିମାଗାଦି ନିର୍ମାଣ ହେବ

କେନ୍ଦ୍ରାପଡାର ତୁଳସୀକ୍ଷେତ୍ର ଓ ଯାଜପୁରର ବିରଜାକ୍ଷେତ୍ରରେ ସମାନ ଢାଞ୍ଚାରେ ଉନ୍ନତି

5:44 PM, 20 Feb 2026 (IST)

ପର୍ଯ୍ୟଟନ କ୍ଷେତ୍ରକୁ 25 ପ୍ରତିଶତ ଅଧିକ ଆବଣ୍ଟନ

ପର୍ଯ୍ୟଟନ କ୍ଷେତ୍ର ପାଇଁ ମୋଟ ୧,୨୩ କୋଟି ପ୍ରସ୍ତାବ

• ଗତ ବର୍ଷ ତୁଳନାରେ ପ୍ରାୟ ୨୫ ପ୍ରତିଶତ ଅଧିକ ଆବଣ୍ଟନ

ଓଡିଶା ପର୍ଯ୍ୟଟନ ସଂଶୋଧନ ନୀତି ୨୦୨୬ କାର୍ଯ୍ୟକାରୀ କରିବା ପ୍ରସ୍ତାବ

ବିକଶିତ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଅଧୀନରେ ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରର ମୁଖ୍ୟ ପଦକ୍ଷେପ

• ଆତିଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଭୂମି ଆବଶ୍ୟକତା ପୂରଣ ପାଇଁ ନୂତନ ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଆରମ୍ଭ ହେବ

• ୨୦୪୭ ସୁଦ୍ଧା ୫ କୋଟିରୁ ଅଧିକ ଦେଶୀୟ ଓ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆକର୍ଷଣ ଲକ୍ଷ୍ୟ

• ୨୫ ହଜାର ହୋଟେଲ ପ୍ରକୋଷ୍ଠ ସୃଷ୍ଟି ଲକ୍ଷ୍ୟ

• ୧୫ଟି ଗନ୍ତବ୍ୟସ୍ଥଳରେ ଜମି ଚିହ୍ନଟ କରି ଇଡକୋ ଦ୍ୱାରା ଯାଞ୍ଚ ଓ ପ୍ରକ୍ରିୟାକରଣ ଚାଲିଛି

• ଜମି ଅଧିଗ୍ରହଣ ଓ ପ୍ରାଥମିକ ଭିତ୍ତିଭୂମି ବିକାଶ ପାଇଁ ୨୦୨୬-୨୭ରେ ୧୫୦ କୋଟି ଟଙ୍କା ବ୍ୟୟବରାଦ

• ସମ୍ବଲପୁର ଓ କଟକରେ ମହାନଦୀ, ଭୁବନେଶ୍ୱରରେ ଦୟା ନଦୀ, ବାରିପଦାରେ ବୁଢାବଳଙ୍ଗ ଓ ବୈତରଣୀ ନଦୀ ତଟ ସହ ୫ଟି ସ୍ଥାନରେ ସାମଗ୍ରିକ ନଦୀତଟ ବିକାଶ କରାଯିବ

• ଏହି ପ୍ରକଳ୍ପ ପାଇଁ ୫୦୦ କୋଟି ଟଙ୍କାର ପରିକଳ୍ପନା

• ଗୃହ ଓ ନଗର ଉନ୍ନୟନ ବିଭାଗରେ ୧୦୦ କୋଟି ଏବଂ ଜଳସମ୍ପଦ ବିଭାଗରେ ୮୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ

ଓଡିଶା ହୋମଷ୍ଟେ ଏସଷ୍ଟାବ୍ଲିସମେଣ୍ଟ ସ୍କିମ ନାମକ ନୂତନ ପଦକ୍ଷେପ

ପୁରୀରେ ସାମୁଦ୍ରିକ ଆକ୍ୱାରିୟମ୍ ସ୍ଥାପନ ହେବ

ଖଲିଆପାଳିରେ ସନ୍ଥ ଭୀମ ଭୋଇଙ୍କ ସମାଧି ପୀଠ ବିକାଶ ପାଇଁ ୩୫ କୋଟି ଟଙ୍କାର ପ୍ରସ୍ତାବ

5:39 PM, 20 Feb 2026 (IST)

ହସ୍ତତନ୍ତ ଓ ହସ୍ତଶିଳ୍ପ ପାଇଁ ଆସିବ ନୂଆ ଯୋଜନା

ହସ୍ତତନ୍ତ ଓ ହସ୍ତଶିଳ୍ପର ସଶକ୍ତିକରଣ ୩୮୨ କୋଟି ପ୍ରସ୍ତାବ

ନୂତନ ଯୋଜନା (୨୦୨୬-୨୭ ରୁ କାର୍ଯ୍ୟକାରୀ)

• ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିକାଶ ଯୋଜନା (ହସ୍ତତନ୍ତ କ୍ଷେତ୍ର ପାଇଁ)।

• ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନା

• ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା

• ଏହିପାଇଁ ୧୦୨ କୋଟି ବ୍ୟୟ ପ୍ରସ୍ତାବ

5:35 PM, 20 Feb 2026 (IST)

ଭୁବନେଶ୍ୱରରେ ଅତ୍ୟାଧୁନିକ ସଂଗ୍ରହାଳୟ

ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ଅଧୀନରେ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ପ୍ରକଳ୍ପ ବିକାଶ ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ

ଗୃହ ଛାତ ସୌର ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୪୯୫ କୋଟି ଟଙ୍କା ବ୍ୟୟବରାଦ

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବଜେଟ୍ ୬୧୫ କୋଟି

ଭୁବନେଶ୍ୱରରେ ଅତ୍ୟାଧୁନିକ ସଂଗ୍ରହାଳୟ:

• ୮୦୦ କୋଟି ବ୍ୟୟରେ ଏକ ଆଧୁନିକ ସଂଗ୍ରହାଳୟ ସ୍ଥାପନ

• ଓଡିଶାର ଐତିହାସିକ, ପ୍ରତ୍ନତାତ୍ତ୍ୱିକ ଓ ମାନବତାତ୍ତ୍ୱିକ ଐତିହ୍ୟ ପ୍ରଦର୍ଶନ

• ପର୍ଯ୍ୟଟନ ଓ ସାଂସ୍କୃତିକ ଗବେଷଣାକୁ ନୂଆ ଦିଗ

• ଯୁବପିଢ଼ି, ଗବେଷକ ଓ ସଂସ୍କୃତିପ୍ରେମୀଙ୍କ ପାଇଁ ଆକର୍ଷଣ କେନ୍ଦ୍ର

ବୀରପୁତ୍ର ଐତିହ୍ୟ ଗ୍ରାମ ଯୋଜନା (ଦ୍ୱିତୀୟ ପର୍ଯ୍ୟାୟ)

• ଆଉ ୨୫ଟି ଗ୍ରାମର ସାମଗ୍ରିକ ବିକାଶ।

• ୪୦ କୋଟି ବଜେଟ୍ ବ୍ୟବସ୍ଥା।

5:33 PM, 20 Feb 2026 (IST)

ଗୃହ ନିର୍ମାଣ ପାଇଁ ୫,୧୬୦ କୋଟି ବ୍ୟୟବରାଦ

୨୦୨୬-୨୭ ଆର୍ଥିକ ବର୍ଷରେ ଗୃହ ନିର୍ମାଣ ପାଇଁ ୫,୧୬୦ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ

• PMAY-G ପାଇଁ – ୨,୪୪୫ କୋଟି ଟଙ୍କା

• PMAY (U) 2.0 ପାଇଁ – ୫୬୫ କୋଟି ଟଙ୍କା

• ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ – ୨୦୦ କୋଟି ଟଙ୍କା

• PMAY-ସହରୀ ବନ୍ଧୁ ପାଇଁ – ୧୨୦ କୋଟି ଟଙ୍କା

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଶକ୍ତି କ୍ଷେତ୍ରର ବିଭିନ୍ନ ପ୍ରକଳ୍ପ ପାଇଁ ୪,୫୫୫ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ

5:29 PM, 20 Feb 2026 (IST)

ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ୍

ସହରାଞ୍ଚଳ ବିକାଶ ପାଇଁ ୧୦,୭୩୮ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବ

• ପୂର୍ବବର୍ଷ ତୁଳନାରେ ୭.୨୫% ଅଧିକ ଆବଣ୍ଟନ

ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ୍

• ୧୦୦ କୋଟି ସହ ନୂଆ ଯୋଜନା

ସମୃଦ୍ଧ ସହର ଯୋଜନା

• ୩୨୦ କୋଟି ପ୍ରସ୍ତାବ

• ଗୁରୁତ୍ୱ:

• ଅଞ୍ଚଳ ବିକାଶ

• ରାସ୍ତା ଭିତ୍ତିଭୂମି

• ସ୍ବେରେଜ୍

• ବିଦ୍ୟୁତକରଣ

• ବିଶେଷ ଗୁରୁତ୍ୱ:

• ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର (BCPPER)

• ସମ୍ବଲପୁର ଓ ବ୍ରହ୍ମପୁର ସହର କ୍ଲଷ୍ଟର

ସୁରକ୍ଷିତ ପାନୀୟ ଜଳ

• ସମସ୍ତଙ୍କୁ ସୁରକ୍ଷିତ ପାନୀୟ ଜଳ ପ୍ରଦାନ ପ୍ରାଥମିକତା

•୧,୭୬୭ କୋଟି ପ୍ରସ୍ତାବ:

• ସୁଜଳା

• AMRUT 2.0 ଯୋଜନା

5:22 PM, 20 Feb 2026 (IST)

ଏୟାର ଷ୍ଟ୍ରିପ ନିର୍ମାଣ

ରାଜ୍ୟରେ ବିମାନ ଯାତ୍ରାର ବିକାଶ ପାଇଁ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ୫୧୧ କୋଟି ବ୍ୟୟବରାଦ ପ୍ରସ୍ତାବ

ନୂତନ ଏୟାର ଷ୍ଟ୍ରିପ ପ୍ରସ୍ତାବ:

• ସତୀଭଟା

• ଜମାଦାରପାଳି

• ଦାଣ୍ଡବୋଷ

• ରାଇସୁଆଁ

• ତୁଷୁରା

• ଅମର୍ଦ୍ଦା ରୋଡ

• ନବରଙ୍ଗପୁର, ଫୁଲବାଣୀ ଓ ତାରାତାରିଣୀରେ ନୂତନ ହେଲିପୋର୍ଟ ବିକାଶ

ସହରାଞ୍ଚଳ ବିକାଶ ପାଇଁ ୧୦,୭୩୮ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବ

• ପୂର୍ବବର୍ଷ ତୁଳନାରେ ୭.୨୫% ଅଧିକ ଆବଣ୍ଟନ

5:17 PM, 20 Feb 2026 (IST)

ସଡକ ଭିତ୍ତିଭୂମି ବିକାଶ ଉପରେ ଫୋକସ୍‌

ରାଜ୍ୟ ରାଜପଥ ଓ ପ୍ରମୁଖ ଜିଲ୍ଲା ସଡକ ଉନ୍ନତି, ପ୍ରମୁଖ ସେତୁ ନିର୍ମାଣ ଏବଂ ସହରାଞ୍ଚଳରେ ସୁଗମ ଯାତାୟାତ ପାଇଁ ସଡକ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୭,୫୦୦ କୋଟି ବ୍ୟୟବରାଦ

• ଯୋଜନା ଅଧୀନରେ ପ୍ରମୁଖ ପ୍ରକଳ୍ପଗୁଡିକ:

• ଜୟଦେବ ବିହାର–ନନ୍ଦନକାନନ ରାସ୍ତାର ଉନ୍ନତିକରଣ

• କାଠଯୋଡି ନଦୀ ଉପରେ ଦ୍ୱିତୀୟ ଉଚ୍ଚସ୍ତରୀୟ ସେତୁ (ସୁବାସ ବୋଷ ସେତୁ) ନିର୍ମାଣ

• କେନ୍ଦୁଝର ବାଇପାସ୍ ରୋଡ ନିର୍ମାଣ

• ଜାତୀୟ ରାଜପଥ–୫୩ (MCL ଛକରୁ ବୈଜାମୁଣ୍ଡା ଗ୍ରାମ ଛକ ପର୍ଯ୍ୟନ୍ତ) ବୁର୍ଲା ରିଙ୍ଗ୍ ରୋଡ ନିର୍ମାଣ

• ଭବାନୀପାଟଣା–ଖରିଆର ରାସ୍ତା (SH-16) ପ୍ରଶସ୍ତିକରଣ ଓ ସୁଦୃଢୀକରଣ

• ଫୁଲନଖରା–ନିଆଳି–ମାଧବ ରାସ୍ତା ଉନ୍ନତିକରଣ

• ନରସିଂହପୁର ଓ ବାଲୀପୁଟ ମଧ୍ୟରେ ମହାନଦୀ ଉପରେ ଏକ HL ସେତୁ ନିର୍ମାଣ

5:13 PM, 20 Feb 2026 (IST)

କେନ୍ଦ୍ରାପଡାରେ ଜାତୀୟ ବୃହତ ଜାହାଜ ନିର୍ମାଣ କ୍ଲଷ୍ଟର

ଓଡିଶା ସାମୁଦ୍ରିକ ବୋର୍ଡ ଏବଂ ପାରାଦୀପ ବନ୍ଦର ପ୍ରାଧିକରଣର ସହଭାଗିତାରେ ୨୨,୭୦୦ କୋଟି ବିନିଯୋଗରେ କେନ୍ଦ୍ରାପଡାରେ ଜାତୀୟ ବୃହତ୍ ଜାହାଜ ନିର୍ମାଣ କ୍ଲଷ୍ଟର ପ୍ରତିଷ୍ଠା କରାଯିବ

• ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍‌ର ୨୧,୫୦୦ କୋଟି ସହାୟତାରେ ଗଞ୍ଜାମର ବାହୁଡା ମୁହାଣରେ ସାଟେଲାଇଟ୍ ବନ୍ଦର ନିର୍ମାଣ ହେବ

• ଆଭ୍ୟନ୍ତରୀଣ କାର୍ଗୋ ପରିବହନରେ ଉନ୍ନତି ପାଇଁ ୧୨,୨୦୦ କୋଟି ବିନିଯୋଗରେ ଜାତୀୟ ଜଳପଥ–୫ କାର୍ଯ୍ୟକ୍ରମ

• ପର୍ଯ୍ୟଟନ ବୃଦ୍ଧି ପାଇଁ ପୁରୀରେ ୫୦୦ କୋଟି ବ୍ୟୟରେ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ ହେବ

5:11 PM, 20 Feb 2026 (IST)

ବଜେଟରେ ଦିବ୍ୟାଙ୍ଗ, କିନ୍ନର ଓ ଭିକ୍ଷୁକଙ୍କ ପାଇଁ ବ୍ୟବସ୍ଥା

ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, କିନ୍ନର ଓ ଭିକ୍ଷୁକଙ୍କ ପାଇଁ ଯତ୍ନ, ସୁରକ୍ଷା ଏବଂ ପୁନର୍ବାସ ସେବା ପ୍ରସାର ପାଇଁ ୧୦୯ କୋଟି ଟଙ୍କାର ପ୍ରସ୍ତାବ

• ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ପ୍ରତିଷ୍ଠା

• ବୃଦ୍ଧାଶ୍ରମ ସ୍ଥାପନ

• ବୃଦ୍ଧାବସ୍ଥା ଭିନ୍ନକ୍ଷମ କେନ୍ଦ୍ରଗୁଡିକର ନବୀକରଣ

ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ୨୨୫ କୋଟି ଟଙ୍କାର ପ୍ରସ୍ତାବ

• ନିଶାମୁକ୍ତି କାର୍ଯ୍ୟକ୍ରମ ପାଇଁ ୧୬ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ

5:06 PM, 20 Feb 2026 (IST)

ଜାତୀୟ ସ୍ୱାସ୍ଥ୍ୟ ମିଶନ ୧,୯୫୮ କୋଟି ବ୍ୟୟ ବରାଦ

ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) – ୧,୯୫୮ କୋଟି

• ନିରାମୟ ଯୋଜନା – ୭୮୬ କୋଟି

• ‘ନିଦାନ’ (NIDAN) – ୩୭୧ କୋଟି

• ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା (EMAS) – ୧୯୮ କୋଟି

• ସ୍ୱାସ୍ଥ୍ୟ ସହାୟ (ଆଶାକର୍ମୀ କଲ୍ୟାଣ) – ୧୮୩ କୋଟି

• ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ – ୫,୦୮୦ କୋଟି

• SCB ମେଡିକାଲ୍ କଲେଜ, କଟକ ବିକାଶ – ୧,୦୦୦ କୋଟି

• MKCG (ବ୍ରହ୍ମପୁର) ଏବଂ VIMSAR (ବୁର୍ଲା)– ୬୦୦ କୋଟି

• ନୂତନ ଆୟୁର୍ବେଦିକ ଓ ହୋମିଓପାଥି ମେଡିକାଲ୍ କଲେଜ – ୧୪୦ କୋଟି

• ୧,୮୦୭ଟି ଅତିରିକ୍ତ ଉପ-କେନ୍ଦ୍ର ପ୍ରତିଷ୍ଠା – ୧୭୬ କୋଟି

• ବର୍ଣ୍ଣ ୟୁନିଟ୍ (Burn Units) ପ୍ରତିଷ୍ଠା – ୨୦୦ କୋଟି

• ଅଗ୍ନିନିରାପତ୍ତା ଏବଂ ସୌର ଶକ୍ତି ସ୍ଥାପନ – ୪୭୩ କୋଟି

• ଅଟଳ ରକ୍ତଦାନ ଅଭିଯାନ– (ରକ୍ତ ଭଣ୍ଡାର ଓ ମୋବାଇଲ୍ ୟୁନିଟ୍ ସହ)

• ମୁଖ୍ୟମନ୍ତ୍ରୀ କ୍ୟାନ୍ସର ଚିକିତ୍ସା ଅଭିଯାନ – ୩୧୧ କୋଟି

• ଆୟୁଷ ବ୍ୟବସ୍ଥା ସୁଦୃଢୀକରଣ – ୧୨୪ କୋଟି

5:03 PM, 20 Feb 2026 (IST)

ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ପାଇଁ 2 ହଜାର 19 କୋଟି ଟଙ୍କା

ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ପାଇଁ 2 ହଜାର 19 କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ 2 ଶହ 1 କୋଟି ଟଙ୍କା ଆବଣ୍ଟନ

ଗୋମାତା ଯୋଜନା ଅଧିନରେ 57 କୋଟି ଟଙ୍କା

ମୟୂରଭଞ୍ଜରେ ନୂତନ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବ

ଏଥିପାଇଁ 20 କୋଟି ଟଙ୍କାର ପ୍ରସ୍ତାବ

5:01 PM, 20 Feb 2026 (IST)

କୃଷି ଉତ୍ପାଦକ କ୍ଲଷ୍ଟର ସୁଦୃଢ ପାଇଁ 38 କୋଟି

ନାରୀ ଶକ୍ତି ସମାଜର ଶକ୍ତି-

  • ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଫୁଲ ଚାଷ ଏବଂ ଛତୁ ଚାଷ ପାଇଁ 57 କୋଟି

କୃଷି ଉତ୍ପାଦକ କ୍ଲଷ୍ଟର ସୁଦୃଢ ପାଇଁ 38 କୋଟି

ସେମିକଣ୍ଡକ୍ଟର ଏବଂ ପୁଞ୍ଜି ନିବେଶ

• ଭାରତ ସରକାରଙ୍କ ପୁଞ୍ଜି ନିବେଶ ସବସିଡିର ଅତିରିକ୍ତ ୫୦% ରାଜ୍ୟ ପ୍ରଦାନ କରୁଛି

• SiCsem Pvt. Ltd. ଦ୍ୱାରା ସିଲିକନ୍ କାର୍ବାଇଡ୍ (SiC) ସୁବିଧା ଏବଂ 3D ଗ୍ଲାସ୍ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଅନୁମୋଦନ

• ମୋଟ ନିବେଶ ପରିମାଣ: ୪,୧୦୦ କୋଟି ଟଙ୍କା

ଓ-ଚିପ୍ କାର୍ଯ୍ୟକ୍ରମ

• ରାଜ୍ୟକୁ ଭାରତର ସେମିକଣ୍ଡକ୍ଟର ଡିଜାଇନ ଇକୋସିଷ୍ଟମରେ ପ୍ରମୁଖ ଭୂମିକାରେ ସ୍ଥାନ

• ଚଳିତ ବର୍ଷ ପାଇଁ ୨୬ କୋଟି ଟଙ୍କା ବ୍ୟୟବରାଦ

• ପାଞ୍ଚ ବର୍ଷରେ ୧୦୮ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ

• ୫୦ରୁ ଅଧିକ କମ୍ପାନୀ ଗଠନର ଲକ୍ଷ୍ୟ

• ୬,୦୦୦ ଡିଜାଇନ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ

4:59 PM, 20 Feb 2026 (IST)

ପ୍ରତିଷ୍ଠା ହେବ ସାଇନ୍ସ ସିଟି

ଖୋର୍ଦ୍ଧା ଜିଲ୍ଲାରେ ୭୭ ଏକର ଜମିରେ ଆଇକନିକ୍ ସାଇନ୍ସ ସିଟି ପ୍ରସ୍ତାବ

ପାଞ୍ଚ ବର୍ଷରେ ପ୍ରାୟ ୩୦୦ କୋଟି ଟଙ୍କା ବିନିଯୋଗ

୨୦୨୬-୨୭ ବଜେଟ୍ ଅଟକଳରେ ୧୨ କୋଟି ଟଙ୍କା ପ୍ରସ୍ତାବ

ଡିଜିଟାଲ୍ ଭିତ୍ତିଭୂମି

• ଓଡିଶା ରାଜ୍ୟ ଡାଟା ସେଣ୍ଟର 2.0 (SDC 2.0) କାର୍ଯ୍ୟାନ୍ୱୟନ — ବର୍ତ୍ତମାନର କ୍ଷମତାର ତିନିଗୁଣ।

• କେନ୍ଦୁଝରରେ ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟର ପ୍ରସ୍ତାବ

• ରାଜ୍ୟ ଡାଟା ସେଣ୍ଟର ପାଇଁ ୪୧ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ

4:56 PM, 20 Feb 2026 (IST)

ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଅଧିନରେ 2 ହଜାର 30 କୋଟି ଟଙ୍କାର ପ୍ରସ୍ତାବ

ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଅଧିନରେ 2 ହଜାର 30 କୋଟି ଟଙ୍କାର ପ୍ରସ୍ତାବ

ଶ୍ରୀଅନ୍ନ ଅଭିଯାନ' ପାଇଁ 4 ଶହ କୋଟି ଟଙ୍କା

ଅଣଧାନ ଚାଷ ପାଇଁ 4 ଶହ 69 କୋଟି ଟଙ୍କା

6ଟି ଜିଲ୍ଲାରେ କଫି ଚାଷ ପାଇଁ 1 ଶହ 50 କୋଟି ଟଙ୍କା

ଆଖୁ ଚାଷ ପାଇଁ 27 କୋଟି ଟଙ୍କା ଜୈବିକ ଚାଷ ପାଇଁ 28 କୋଟି ଟଙ୍କା ବ୍ୟବସ୍ଥା

ଅବହେଳିତ ଶସ୍ୟର ପୁନରୁଦ୍ଧାର ପାଇଁ 55 କୋଟି ଟଙ୍କା

'କୃଷି ଉପକରଣର ଲୋକପ୍ରିୟତା' ଯୋଜନାକୁ 4 ଶହ କୋଟି ଟଙ୍କା

4:53 PM, 20 Feb 2026 (IST)

ବିଶ୍ୱ ଦକ୍ଷତା କେନ୍ଦ୍ର ବିସ୍ତାର ଯୋଜନା

ବିଶ୍ୱ ଦକ୍ଷତା କେନ୍ଦ୍ର (World Skill Centre) ବିସ୍ତାର ଯୋଜନା

• ୨୦୪୭ ସୁଦ୍ଧା ୭ଟି କ୍ୟାମ୍ପସ ପ୍ରତିଷ୍ଠାର ଲକ୍ଷ୍ୟ

• ୨୦୩୬ ପୂର୍ବରୁ କମରେ କମ ୫ଟି କ୍ୟାମ୍ପସ ସ୍ଥାପନ

• ସମ୍ବଲପୁର ଓ ବ୍ରହ୍ମପୁରରେ ୨ଟି ନୂତନ କ୍ୟାମ୍ପସ

• ମୋଟ ବିନିଯୋଗ – ୨୭୮ କୋଟି ଟଙ୍କା

• ପ୍ରତ୍ୟେକ କ୍ୟାମ୍ପସରେ ITI, ପଲିଟେକ୍ନିକ୍ ଓ ଅନ୍ୟ ଯୁବମାନଙ୍କ ପାଇଁ ସୁଯୋଗ

• ପ୍ରତିବର୍ଷ ପ୍ରାୟ ୨,୦୦୦ ଛାତ୍ରଛାତ୍ରୀଙ୍କ ଭର୍ତ୍ତି କ୍ଷମତା

• ଶିଳ୍ପ ଭିତ୍ତିକ ଉନ୍ନତ ତାଲିମ

• ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଦକ୍ଷତା ଗଢ଼ିବାର ଲକ୍ଷ୍ୟ

• ଓଡିଶା ଦକ୍ଷତା ବିକାଶ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ) ପାଇଁ ୧୦ କୋଟି ଟଙ୍କା ଆବଣ୍ଟନ

‘ଉଦ୍ୟମୀ’ ଯୋଜନା – ନାନୋ ଉଦ୍ୟୋଗ ପ୍ରୋତ୍ସାହନ

• ଆସନ୍ତା ୨ ବର୍ଷରେ ୪୦ କୋଟି ଟଙ୍କା ବ୍ୟୟବ୍ୟବସ୍ଥା

• ୬,୦୦୦ ନାନୋ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ

• ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ

• ଆନୁଷ୍ଠାନିକ ଋଣ ପାଇବାର ଉପଯୁକ୍ତ ପରିବେଶ ସୃଷ୍ଟି

• ସ୍ଥାୟୀ ଉଦ୍ୟୋଗ ସୃଷ୍ଟି ପାଇଁ ମାର୍ଗଦର୍ଶନ ଓ ପ୍ରତ୍ୟକ୍ଷ ସହାୟତା

ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସରେ ଓଡ଼ିଶାର ସ୍ଥିତି ଏବଂ ମାନ୍ୟତାକୁ ପ୍ରୋତ୍ସାହିତ କରିବା ପାଇଁ “ଓଡ଼ିଶା ରାଜ୍ୟ ଇନୋଭେସନ୍ ମିଶନ୍” ଆରମ୍ଭ କରିବା ପ୍ରସ୍ତାବ ରହିଛି ।

4:51 PM, 20 Feb 2026 (IST)

ବଜେଟରେ କୃଷକଙ୍କୁ ଫୋକସ୍‌

ସମୃଦ୍ଧ କୃଷକ' ଯୋଜନାରେ 6 ହଜାର 88 କୋଟି ଟଙ୍କା ବ୍ୟୟ ବରାଦ

ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରାଯିବ

'ଆବର୍ତ୍ତନ ପାଣ୍ଠି' ଗଠନ କରାଯିବ

5 ହଜାର କୋଟି ଟଙ୍କା ଆବଣ୍ଟନ

4:48 PM, 20 Feb 2026 (IST)

ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ସଶକ୍ତିକରଣ

ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ସଶକ୍ତିକରଣ

• ଶିଳ୍ପ ହବ୍ ସ୍ଥାପନ ଓ ବ୍ରାଣ୍ଡିଂ ସହାୟତା ମାଧ୍ୟମରେ ମହିଳାଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟ

• NRLM ମାଧ୍ୟମରେ ୧ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାରୀ ଚୁକ୍ତିନାମା ଓ ସେବା ସୁବିଧା

• ଏହି ଯୋଜନା ପାଇଁ ୧,୩୩୩ କୋଟି ଟଙ୍କା ବ୍ୟୟ ବରାଦ

• ମିଶନ ଶକ୍ତି ବିଭାଗ ଅଧୀନରେ ମହିଳା ସଶକ୍ତିକରଣ ପାଇଁ ଆବଣ୍ଟନ ବୃଦ୍ଧି କରି ୨,୮୦୪ କୋଟି ଟଙ୍କା

ସମୃଦ୍ଧ ଅଙ୍ଗନୱାଡି ଯୋଜନା

• ସମସ୍ତ ଅସମ୍ପୂର୍ଣ୍ଣ ଅଙ୍ଗନୱାଡି କେନ୍ଦ୍ର ସମୟବଦ୍ଧ ଭାବେ ସମ୍ପୂର୍ଣ୍ଣ କରିବା ପାଇଁ ନୂତନ ଯୋଜନା

• ପ୍ରତି କେନ୍ଦ୍ର ପାଇଁ:

• ୧୫ ଲକ୍ଷ ଟଙ୍କା (କ୍ରେଚ୍ ସୁବିଧା ବିନା)

• ୨୦ ଲକ୍ଷ ଟଙ୍କା (କ୍ରେଚ୍ ସୁବିଧା ସହିତ)

• ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ୬୩୫ କୋଟି ଟଙ୍କା ପ୍ରସ୍ତାବ

ସମନ୍ୱିତ ବାତ୍ସଲ୍ୟ ସଦନ

• ୨୩ଟି ଜିଲ୍ଲା ମୁଖ୍ୟାଳୟରେ ୨୩ଟି ସମନ୍ୱିତ ବାତ୍ସଲ୍ୟ ସଦନ ସ୍ଥାପନ ହେବ

• ଶିଶୁ ଗୃହ

• ଶିଶୁ କଲ୍ୟାଣ କମିଟି

• କିଶୋର ନ୍ୟାୟ ବୋର୍ଡ

• ଏହି ପାଇଁ ୬୨ କୋଟି ଟଙ୍କା ବ୍ୟୟ ବରାଦ

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା

• ମା’, ଝିଅ ଓ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ

• ୫୫୨ କୋଟି ଟଙ୍କା ବିନିଯୋଗ

• ପୋଷଣ ଅଭିଯାନ ସହିତ ସମନ୍ୱୟ

ପିଏମ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା

• ପିଏମ ପୋଷଣ ଅଧୀନରେ ରନ୍ଧା ଖାଦ୍ୟ ପାଇଁ ୭୦୯ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ

• ନବମ ଓ ଦଶମ ଶ୍ରେଣୀ ପାଇଁ:

• ୟୁନିଟ୍ ଖାଦ୍ୟ ମୂଲ୍ୟ ୧୦.୯୪ ରୁ ୧୪.୭୪କୁ ବୃଦ୍ଧି

• ଡ୍ରପ୍ ଆଉଟ୍ ହାର କମାଇବା ଓ ପୁଷ୍ଟି ସ୍ଥିତି ଉନ୍ନତି ଲକ୍ଷ୍ୟ

4:45 PM, 20 Feb 2026 (IST)

ପର୍ଯ୍ୟଟନ ବିକାଶ ପାଇଁ ପୁରୀରେ 'ଶାମୁକା' ପ୍ରକଳ୍ପ

ପର୍ଯ୍ୟଟନ ବିକାଶ ପାଇଁ ପୁରୀରେ 'ଶାମୁକା' ପ୍ରକଳ୍ପ

15 ଶହ ଏକର ଅଞ୍ଚଳରେ 'ଶାମୁକା ପ୍ରକଳ୍ପ' ପରିକଳ୍ପନା

ହୀରାକୁଦ ପ୍ରମୁଖ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ 99 କୋଟି ଖର୍ଚ୍ଚ କରିବେ ସରକାର

'ଚିଲିକା ପୁନରୁଦ୍ଧାର' ନାମରେ ନୂତନ ଯୋଜନା

ବାରିପଦାରେ 'ମୟୂରଭଞ୍ଜ ଛଉ ଏକାଡେମୀ' ପାଇଁ 10 କୋଟି ବ୍ୟୟବରାଦ

4:41 PM, 20 Feb 2026 (IST)

ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତିକରଣ

ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା

ଡାଲଖାଇ ଯୋଜନା ପାଇଁ ୨୨୦ କୋଟି ଟଙ୍କା

ମାଳତୀ ଦେବୀ ପରିଧାନ ଯୋଜନା ପାଇଁ ୧୧୧ କୋଟି ଟଙ୍କା

ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା

ସୁଜଳା ଯୋଜନା ପାଇଁ ୮୨୦ କୋଟି ଟଙ୍କା

ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି

ମିଶନ ଶକ୍ତି ପାଇଁ ୨,୮୦୪ କୋଟି ବ୍ୟୟ ବରାଦ

4:39 PM, 20 Feb 2026 (IST)

ପୁରୀରେ ହଜାରେ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଘୋଷଣା

ପୁରୀରେ ହଜାରେ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଘୋଷଣା

ଆଧୁନିକ ମ୍ୟୁଜିୟମ ଓ ଲାଇବ୍ରେରି ସ୍ଥାପନ ପ୍ରସ୍ତାବ

‘ସମର୍ପଣ’ ନାମରେ ଅନଲାଇନ ଡୋନେସନ ବ୍ୟବସ୍ଥା ଆରମ୍ଭ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ପାଇଁ ୫ କୋଟି ଟଙ୍କା ବ୍ୟୟ ବରାଦ

ଗୁଣ୍ଡିଚା ମନ୍ଦିର, ଏମାର ମଠ, ପ୍ରମୋଦ ଉଦ୍ୟାନ ଏବଂ ଐତିହାସିକ ରଘୁନନ୍ଦନ ପାଠାଗଗାର ପୁନରୁଦ୍ଧାର କରାଯିବ

4:35 PM, 20 Feb 2026 (IST)

୧୦୦ଟି ମଡେଲ୍ ମଣ୍ଡି ପାଇଁ ୧୦୦ କୋଟି

୧୦୦ଟି ମଡେଲ୍ ମଣ୍ଡି ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ

ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନା ପାଇଁ ୧୦୦ କୋଟି ଟଙ୍କା ଆବଣ୍ଟନ

ବିଶ୍ୱର ସର୍ବବୃହତ୍ ଶସ୍ୟ ଗଚ୍ଛିତ ଯୋଜନା ପାଇଁ ୨୪୦ କୋଟି ଟଙ୍କା ବ୍ୟୟ ବରାଦ

ରେୟାର ଆର୍ଥ କରିଡର ଖଣିଜ ଉନ୍ନୟନ ପାଇଁ ୧୦ କୋଟି ଟଙ୍କା ବ୍ୟବସ୍ଥା

ଫିଟ୍‌ ଓଡ଼ିଶା ମିଶନ ପାଇଁ ୧୦ କୋଟି ଟଙ୍କା ଆବଣ୍ଟନ

ଆର୍ଥିକ ନୀତି ଓ ବିକାଶ ରଣନୀତି ପାଇଁ ମୁଖ୍ୟମନ୍ତ୍ରୀ ଇକୋନୋମିକ୍ ଆଡଭାଇଜାରି କାଉନସିଲ୍ ଗଠନ

4:31 PM, 20 Feb 2026 (IST)

ଭିବି ଜି-ରାମ-ଜି ଯୋଜନା ପାଇଁ 5 ହଜାର 5 ଶହ 75 କୋଟି

ସାମାଜିକ କ୍ଷେତ୍ର

1,25,583 କୋଟି ଟଙ୍କା

ମୋଟ ବ୍ୟୟର ଅନୁପାତ 40.5 ପ୍ରତିଶତ

ଆର୍ଥିକ କ୍ଷେତ୍ର

1,02,455 କୋଟି ଟଙ୍କା

ମୋଟ ବ୍ୟୟର ଅନୁପାତ 33.1 ପ୍ରତିଶତ

ଅବସ୍ଥାପନା କ୍ଷେତ୍ର

2,28,038 କୋଟି ଟଙ୍କା

ମୋଟ ବ୍ୟୟର ଅନୁପାତ 73.6 ପ୍ରତିଶତ

ରାଜସ୍ୱ ବ୍ୟୟ

33,000 କୋଟି ଟଙ୍କା

ରାଜ୍ୟ ସମସ୍ତ ବ୍ୟୟର ଅନୁପାତ 3.0 ପ୍ରତିଶତ

କେନ୍ଦ୍ରୀୟ ନିଧି (SASCI ଗଣ ପ୍ରକଳ୍ପ)

38,800 କୋଟି ଟଙ୍କା

ରାଜ୍ୟ ସମସ୍ତ ବ୍ୟୟର ଅନୁପାତ 3.5 ପ୍ରତିଶତ

କେନ୍ଦ୍ରୀୟ ନିଧି (SASCI ଗଣ ଯୋଜନା)

29,800 କୋଟି ଟଙ୍କା

ରାଜ୍ୟ ସମସ୍ତ ବ୍ୟୟର ଅନୁପାତ 2.7 ପ୍ରତିଶତ

ଋଣ ଭାର

1,55,710 କୋଟି ଟଙ୍କା

ରାଜ୍ୟ ସମସ୍ତ ବ୍ୟୟର ଅନୁପାତ 14.1 ପ୍ରତିଶତ

4:30 PM, 20 Feb 2026 (IST)

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩ ହଜାର 4 ଶହ 91 କୋଟି

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩ ହଜାର 4 ଶହ 91 କୋଟି ବ୍ୟୟ ବରାଦ

ସେତୁ ବନ୍ଧନ ଯୋଜନା ପାଇଁ 2 ହଜାର 50 କୋଟି ବ୍ୟୟ ବରାଦ

ବିଜୁ ଗ୍ରାମ ଜ୍ୟୋତି ଯୋଜନା ପାଇଁ 3 ଶହ 57 କୋଟ୍ ବ୍ୟୟ ବରାଦ

ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ 2 ହଜାର କୋଟି ବ୍ୟୟ ବରାଦ

4:19 PM, 20 Feb 2026 (IST)

ଗୃହରେ ଆଗତ ହେଲା ବଜେଟ

ଗୃହରେ ଆଗତ ହେଲା ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ ଆଗତ କଲେ ।

4:08 PM, 20 Feb 2026 (IST)

ବଜେଟକୁ ବିରୋଧୀଙ୍କ ବୟକଟ୍‌

ଆଉ କିଛି ସମୟ ପରେ ବିଧାନସଭାରେ ଆଗତ ହେବ ଓଡ଼ିଶା ବଜେଟ । ଏହାକୁ ବିରୋଧୀ ବୟକଟ୍‌ କରିଛନ୍ତି । ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଦଳର ମୁଖ୍ୟ ସଚେତକ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ବୁଝାଇ ଗୃହକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବଜେଟ୍ ପ୍ରସ୍ତୁତି ସମୟରେ ବିଜେଡି ଓ କଂଗ୍ରେସର କୌଣସି ସଦସ୍ୟ ଗୃହରେ ଉପସ୍ଥିତ ହୋଇନଥିବା ଯୋଗୁଁ ବାଚସ୍ପତି ଗୃହକୁ 4.15 ମିନିଟ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ।

4:03 PM, 20 Feb 2026 (IST)

ହାତରେ ବଜେଟ୍‌ ବାକ୍ସ, ବିଧାନସଭାରେ ମୁଖ୍ୟମନ୍ତ୍ରୀ

ବିଧାନସଭା ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହାତରେ ଲାଲ୍‌ ରଙ୍ଗର ବଜେଟ ବାକ୍ସ ଧରି ବିଧାନସଭାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ କିଛି ସମୟ ମଧ୍ୟରେ ବିଧାନସଭାରେ ଆଗତ ହେବ ବଜେଟ ।

Last Updated : February 20, 2026 at 6:28 PM IST