ETV Bharat / state

ପ୍ରକାଶ ପାଇଲା +2 ପରୀକ୍ଷା ଫଳ, ବଢ଼ିଲା ପାସ ହାର, ଇମ୍ପ୍ରୁଭମେଣ୍ଟ ସୁବିଧା ଆରମ୍ଭ

CHSE plus 2 result
ଯୁକ୍ତ ଦୁଇ ପରୀକ୍ଷା ଫଳ (ETV Bharat)
author img

By ETV Bharat Odisha Team

Published : May 20, 2026 at 12:20 PM IST

|

Updated : May 20, 2026 at 1:27 PM IST

Choose ETV Bharat

ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଦିନ 12.30ରେ ଓଡ଼ିଶା ଦ୍ୱାଦଶ ଶ୍ରେଣୀ (+2) ପରୀକ୍ଷା ଫଳ 2026 ଘୋଷଣା ହୋଇଛି । ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଫଳାଫଳ ଘୋଷଣା ହେବା ପରେ, ଅପରାହ୍ନ 3ଟାରେ ଛାତ୍ରଛାତ୍ରୀମାନେ CHSE ବୋର୍ଡ +2 ଫଳାଫଳ 2026 ସରକାରୀ ୱେବସାଇଟ୍: chseodisha.nic.in ଏବଂ results.odisha.gov.in ରେ ରେଜଲ୍ଟ ଦେଖିପାରିବେ । ଏକାସହ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଫଳ ପ୍ରକାଶ ପାଇଛି । ୩ ଲକ୍ଷ ୪୧ ହଜାର ୭୮୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ । ପାସ୍‌ ହାର ୮୫.୮୫ ପ୍ରତିଶତ ।

LIVE FEED

1:25 PM, 20 May 2026 (IST)

କେଉଁ ଷ୍ଟ୍ରିମ୍‌ରେ କେଉଁ ଜିଲ୍ଲା ଆଗରେ...

ବିଜ୍ଞାନ:

ସର୍ବାଧିକ ପାସ ହାର ବାଲେଶ୍ବରରେ 96.63 %

ସର୍ବନିମ୍ନ ପାସ ହାର କୋରାପୁଟରେ 77.14 %

କଳା:

ସର୍ବାଧିକ ପାସ ହାର ସମ୍ବଲପୁରରେ 89.48 %

ସର୍ବନିମ୍ନ ପାସ ହାର ନବରଙ୍ଗପୁରରେ 77.14 %

ବାଣିଜ୍ୟ:

ବୌଦ୍ଧରେ ପାସ ହାର ଶତପ୍ରତିଶତ ରହିଛି

ସର୍ବନିମ୍ନ ପାସ୍‌ ହାର ବଲାଙ୍ଗୀରରେ 77. 25 %

ଧନ୍ଦାମୂଳକ ଶିକ୍ଷା:

ନବରଙ୍ଗପୁର ଜିଲ୍ଲାରେ ପାସ ହାର ଶତ ପ୍ରତିଶତ ରହିଛି

ସର୍ବନିମ୍ନ ପାସ ହାର ଢେଙ୍କାନାଳରେ 55.22 ପ୍ରତିଶତ

1:15 PM, 20 May 2026 (IST)

ଅନଲାଇନରେ କିପରି ଦେଖିବେ ରେଜଲ୍ଟ ?

CHSE ଓଡ଼ିଶା ଦ୍ୱାଦଶ ରେଜଲ୍ଟ 2026 ଅନଲାଇନରେ କିପରି ଦେଖିବେ?

  • ଓଡିଶା CHSE ରେଜଲ୍ଟ 2026 ୱେବସାଇଟ୍ orissaresults.nic.in କିମ୍ବା chseodisha.nic.inକୁ ଯାଆନ୍ତୁ ।
  • 'CHSE Odisha 12th Result 2026' ଲେଖାଥିବା ଲିଙ୍କ୍ ଖୋଲନ୍ତୁ ।
  • ଲଗଇନ୍ ୱିଣ୍ଡୋରେ ଆବଶ୍ୟକୀୟ ବିବରଣୀ ଯେପରିକି ରୋଲ୍ ନମ୍ବର, ପଞ୍ଜିକରଣ ନମ୍ବର ଏବଂ କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ ।
  • ସ୍କ୍ରିନରେ CHSE ଓଡ଼ିଶା ଦ୍ୱାଦଶ ଫଳାଫଳ 2026 ଦେଖାଯିବ ।
  • ଦ୍ୱାଦଶ ଶ୍ରେଣୀ ବୋର୍ଡ ଫଳାଫଳ 2026କୁ ସେଭ୍ କରି ଡାଉନଲୋଡ୍ କରନ୍ତୁ ।
How To check Result
ଅନଲାଇନରେ କିପରି ଦେଖିବେ ରେଜଲ୍ଟ ? (ETV Bharat)

1:08 PM, 20 May 2026 (IST)

ଇନଷ୍ଟାଣ୍ଟ୍ ପରୀକ୍ଷା

ଗୋଟିଏ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ପୂର୍ବଭଳି ଇନଷ୍ଟାଣ୍ଟ୍ ପରୀକ୍ଷା ଦେଇପାରିବେ ।

1:03 PM, 20 May 2026 (IST)

ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସୁବିଧା ଆରମ୍ଭ

ଚଳିତ ବର୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଥର ଏକ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେବାର ସୁବିଧା ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନେ ଯେକୌଣସି ଗୋଟିଏ ବିଷୟରେ ନମ୍ବର ବୃଦ୍ଧି ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ।

1:01 PM, 20 May 2026 (IST)

୬୧୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି

କଳାରେ ୬୧୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

ସେହିପରି ୫୩ ହଜାର ୧୪୧ ଜଣ ପ୍ରଥମ ଶ୍ରେଣୀ

୩୯ ହଜାର ୭୯୭ ଜଣ ଦ୍ୱିତୀୟ ଶ୍ରେଣୀ

୧ ଲକ୍ଷ ୧୧ ହଜାର ୩୦୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

୪୯୨ ଜଣ ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟାଲ୍‌ରେ ରହିଛନ୍ତି ।

ଜିଲ୍ଲା ଭିତ୍ତିକ ପାସ୍‌ ହାରରେ ସମ୍ବଲପୁର ୮୯.୪୮ ପ୍ରତିଶତ ସହ ସର୍ବାଧିକ ସଫଳତା ହାସଲ କରିଥିବା ବେଳେ ନବରଙ୍ଗପୁରରେ ସବୁଠାରୁ କମ୍ ୭୭.୧୪ ପ୍ରତିଶତ ପାସ୍‌ ହାର ରହିଛି ।

12:58 PM, 20 May 2026 (IST)

ବଢ଼ିଲା ପାସ ହାର

ଗତ ବର୍ଷ ଅପେକ୍ଷା ଚଳିତବର୍ଷ ପାସ୍‌ ହାର ବଢ଼ିଛି

ଛାତ୍ରୀ ପାସ୍ ହାର ୮୯.୪୫ %

ଛାତ୍ର ପାସ୍ ହାର ୭୭.୯୭ %

ଗତବର୍ଷ ଛାତ୍ରୀ ପାସ୍ ହାର ଥିଲା ୮୭.୪୨ %

ଛାତ୍ର ପାସ୍ ହାର ଥିଲା ୭୭.୮୮ %

12:52 PM, 20 May 2026 (IST)

୩ ଲକ୍ଷ ୪୧ ହଜାର ୭୮୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ମୋଟ ୪ ଲକ୍ଷ ୧ ହଜାର ୬୨୩ ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ ୩ ଲକ୍ଷ ୯୮ ହଜାର ୯୦ ଜଣ ପରୀକ୍ଷା ଦେଇଥିବା ବେଳେ ୩ ଲକ୍ଷ ୪୧ ହଜାର ୭୮୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

12:48 PM, 20 May 2026 (IST)

ପୁଅଙ୍କୁ ପଛରେ ପକାଇଲେ ଝିଅ

କଳାରେ ପୁଅମାନଙ୍କ ପାସ୍‌ ହାର ୭୭.୯୭ ପ୍ରତିଶତ ରହିଥିବା ବେଳେ ଝିଅମାନଙ୍କ ପାସ୍‌ ହାର ୮୯.୫୦ ପ୍ରତିଶତ ରହିଛି ।

ସେହିପରି ବାଣିଜ୍ୟରେ ପୁଅମାନଙ୍କ ପାସ୍‌ ହାର ୮୬.୬୭ ପ୍ରତିଶତ ଓ ଝିଅମାନଙ୍କ ପାସ୍‌ ହାର ୯୦.୪୩ ପ୍ରତିଶତ ରହିଛି।

ବିଜ୍ଞାନରେ ପୁଅମାନଙ୍କ ପାସ୍‌ ହାର ୮୭.୪୧ ପ୍ରତିଶତ ଥିବାବେଳେ ଝିଅମାନଙ୍କ ପାସ୍‌ ହାର ୯୦.୨୪ ପ୍ରତିଶତ ରହିଛି ।

ସେହିପରି ଧନ୍ଦାମୂଳକ ଶିକ୍ଷାରେ ଝିଅମାନଙ୍କ ପାସ୍ ହାର ୮୧.୪୩% ଓ ପୁଅ ମାନଙ୍କ ପାସ୍ ହାର ୭୧.୪୯% ରହିଛି ।

12:41 PM, 20 May 2026 (IST)

ପାସ୍‌ ହାର ୮୫.୮୫ ପ୍ରତିଶତ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ +2 ରେଜଲ୍ଟ ପ୍ରକାଶିତ ।
ଯୁକ୍ତ ଦୁଇ ପରୀକ୍ଷାରେ ଚଳିତ ବର୍ଷ ମୋଟ ପାସ୍‌ ହାର ୮୫.୮୫ ପ୍ରତିଶତ ରହିଛି ।

କଳାରେ ୮୪.୫୦ ପ୍ରତିଶତ

ବିଜ୍ଞାନ ଶାଖାରେ ୮୮.୮୦ ପ୍ରତିଶତ

ବାଣିଜ୍ୟ ଶାଖାରେ ୮୮.୦୭ ପ୍ରତିଶତ ଏବଂ ଭୋକେସନାଲ୍‌ରେ ୭୭.୬୨ ପ୍ରତିଶତ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି ।

12:22 PM, 20 May 2026 (IST)

ଅଫିସିଆଲ୍ ୱେବସାଇଟ୍‌

ଅଫିସିଆଲ୍ ୱେବସାଇଟ ମାଧ୍ୟମରେ ଫଳାଫଳ ଦେଖିପାରିବେ:

  • chseodisha.nic.in
  • results.odisha.gov.in
  • results.digilocker.gov.in
Official Website
ଅଫିସିଆଲ୍ ୱେବସାଇଟ୍‌ (ETV Bharat)
Last Updated : May 20, 2026 at 1:27 PM IST