ETV Bharat / state

ବୀମା ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ଆର୍ଥିକ ସୁରକ୍ଷା ଯୋଗାଇବା ମୁଖ୍ୟ ଲକ୍ଷ୍ୟ: ରତ୍ନାକର ପଟ୍ଟନାୟକ

କୋରାପୁଟ ଜିଲ୍ଲାରେ LICର ଏକ ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି । LICର ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକ ଆଦିବାସୀ ଅଞ୍ଚଳରେ ବୀମା କଭରେଜର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

LIC MD Ratnakar Patnaik Inaugurated new LIC Branch In Koraput
କୋରାପୁଟ ଜିଲ୍ଲାରେ LICର ଏକ ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି । (ETV Bharat Odisha)
author img

By ETV Bharat Odisha Team

Published : February 25, 2026 at 3:43 PM IST

2 Min Read
Choose ETV Bharat

କୋରାପୁଟ: ଭାରତୀୟ ଜୀବନ ବୀମା ନିଗମ ବା LIC ପକ୍ଷରୁ କୋରାପୁଟ ଜିଲ୍ଲାରେ ଏକ ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି । LICର ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ଆଞ୍ଚଳିକ ସମାବେଶକୁ ସମ୍ବୋଧିତ କରି ଦୁର୍ଗମ ଏବଂ ଆଦିବାସୀ ଅଞ୍ଚଳରେ ବୀମା କଭରେଜର ବିସ୍ତାର ନେଇ ଉଦ୍‌ବୋଧନ ଦେଇଥିଲେ । 'ବୀମା କେବଳ ଏକ ଉତ୍ପାଦ ନୁହେଁ; ଏହା ମର୍ଯ୍ୟାଦା ଏବଂ ସୁରକ୍ଷାର ପ୍ରତିଶ୍ରୁତି' ବୋଲି କହିଥିଲେ LICର ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକ ।

LICର ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକ ଆଦିବାସୀ ଅଞ୍ଚଳରେ ବୀମା କଭରେଜର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । (ETV Bharat Odisha)

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ LIC:
'ଦୁର୍ଗମ ଏବଂ ଆଦିବାସୀ ଅଞ୍ଚଳରେ ବୀମା କଭରେଜର ବିସ୍ତାର କରିବାର ଆବଶ୍ୟକତା ରହିଛି ।' ଭାରତୀୟ ଜୀବନ ବୀମା ନିଗମ (LIC)ର ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ । LIC ନୂତନ ଶାଖା ଶୁଭାରମ୍ଭ ଅବସରରେ ଆଞ୍ଚଳିକ ସମାବେଶକୁ ସମ୍ବୋଧନ କରି ବୀମା ଓ ପଲିସି ଆଦିର ଆବଶ୍ୟକତା ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ପିକେଜେ ଡୁଙ୍ଗ ଡୁଙ୍ଗ, ଜୈଦ ଅଲି ଖାନ, ସୁଶାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ପ୍ରତିନିଧିଙ୍କ ସମେତ ବିଭିନ୍ନ ଏଜେଣ୍ଟ, ବିକାଶ ଅଧିକାରୀ ଏବଂ ପଲିସିଧାରକମାନେ ଯୋଗ ଦେଇଥିଲେ ।

Ratnakar Patnaik, Managing Director of LIC, was the chief guest.
LICର ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । (ETV Bharat Odisha)

ପ୍ରତ୍ୟେକ ପରିବାରକୁ ଆର୍ଥିକ ସୁରକ୍ଷା:
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ LICଏମ୍‌ଡି ରତ୍ନାକର ପଟ୍ଟନାୟକ କହିଛନ୍ତି, “ଜୟପୁର ଭଳି ଛୋଟ ଶାଖାରୁ ମୋର ଶିକ୍ଷା ଆରମ୍ଭ ହୋଇଥିଲା । ଏଲଆଇସି ଆପଣଙ୍କୁ ଲୋକଙ୍କ ସହିତ ବଢିବାକୁ ଶିଖାଏ । ତୃଣମୂଳ ସ୍ତରର ସେବା ଠାରୁ ଜାତୀୟ ନେତୃତ୍ୱ ପର୍ଯ୍ୟନ୍ତ, ମୋର ମିଶନ ସମାନ ରହିଛି । ପ୍ରତ୍ୟେକ ପରିବାର ପାଇଁ ଆର୍ଥିକ ସୁରକ୍ଷା ଯୋଗାଇଦେବା ହିଁ ମୁଖ୍ୟ ଲକ୍ଷ୍ୟ ।”

ଆଦିବାସୀଙ୍କ ନିକଟରେ ଜୀବନବିମା ପହଞ୍ଚାଇବା ଲକ୍ଷ୍ୟ:
ଆଗାମୀ ଦିନରେ LICର ଶାଖାକୁ ମାଲକାନଗିରି ଭଳି ଅନୁନ୍ନତ ଜିଲ୍ଲା ଗୁଡିକୁ ନେଇଯିବାର ଲକ୍ଷ୍ୟ ରଖିଛନ୍ତି । ଆଦିବାସୀ ଏବଂ ସୀମାନ୍ତ ସମ୍ପ୍ରଦାୟର ଲୋକମାନଙ୍କ ପାଖରେ ଟର୍ମ ପ୍ଲାନ୍, ଏଣ୍ଡୋମେଣ୍ଟ ପଲିସି, ମିଳିତ ଜୀବନ କଭର ଏବଂ ସାମାଜିକ ସୁରକ୍ଷା ଯୋଜନା ଗୁଡିକ ପହଞ୍ଚାଇବାକୁ କହିଥିଲେ । ଏହା ସହିତ ଦୁନିଆରେ ଡିଜିଟାଲ ଅଗ୍ରଗତି ଉପରେ ଆଲୋକପାତ କରି ପଲିସିଧାରକଙ୍କୁ ପ୍ରିମିୟମ୍ ପେମେଣ୍ଟ ଏବଂ ଅପଡେଟ୍ ପାଇଁ LICର ଗ୍ରାହକ ଡିଜିଟାଲ ଆପ୍ ବ୍ୟବହାର କରିବାକୁ LIC ଏମ୍‌ଡି ଅନୁରୋଧ କରିଥିଲେ।

A new branch of LIC has been inaugurated in Koraput district.
କୋରାପୁଟ ଜିଲ୍ଲାରେ LICର ଏକ ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି ।। (ETV Bharat Odisha)

ରତ୍ନାକର ପଟ୍ଟନାୟକଙ୍କ ବିଷୟରେ:
LICର ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରର ମୂଳ ବାସିନ୍ଦା ଅଟନ୍ତି । 1990 ମସିହାରେ ଜଣେ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ ଅଫିସର (AAO) ଭାବେ LICରେ ଯୋଗଦାନ କରିଥିଲେ । ସେ ଜୟପୁର ସମେତ ଅନେକ ଛୋଟ ବଡ କେନ୍ଦ୍ର ଗୁଡ଼ିକରେ ଶାଖା ପରିଚାଳକ ଭାବରେ କାର୍ଯ୍ୟ କରି ପଦୋନ୍ନତି ହାସଲ କରିଛନ୍ତି । ପରବର୍ତ୍ତୀ ସମୟରେ 2025 ମସିହା ଜୁନ ମାସରେ ଏମ୍‌ଡି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

କୋରାପୁଟରେ ନିର୍ମାଣ ଚାଲିଛି ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ଟନେଲ, 3 ରାଜ୍ୟକୁ ଯୋଡିବ

ବିଶ୍ୱରେ ବାସୁଛି 'କୋରାପୁଟ କଫି'; ଚାହିଦା ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ଉତ୍ପାଦନ

କୃଷକଙ୍କ ସ୍ୱରକୁ ବୃଦ୍ଧି କରିବା ପାଇଁ କୋରାପୁଟରେ 'ରେଡିଓ ଡଙ୍ଗର' ଶୁଭାରମ୍ଭ

ଇଟିଭି ଭାରତ, କୋରାପୁଟ