ETV Bharat / state

କଲରାପତରିଆ ବାଘ ଚମଡ଼ା ଜବତ: ବିକ୍ରି ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ

ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ବନ ବିଭାଗ । କିଙ୍ଗପିନକୁ ଧରିବାକୁ ତଦନ୍ତ ଜାରି ।

କଲରାପତରିଆ ବାଘ ଚମଡ଼ା ଜବତ: ବିକ୍ରି ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ
କଲରାପତରିଆ ବାଘ ଚମଡ଼ା ଜବତ: ବିକ୍ରି ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ (ETV BHARAT ODISHA)
author img

By ETV Bharat Odisha Team

Published : March 3, 2026 at 11:20 PM IST

1 Min Read
Choose ETV Bharat

ରିପୋର୍ଟ- ସଞ୍ଜୟ କୁମାର ପରିଡ଼ା

ରାଇରଙ୍ଗପୁର(ମୟୂରଭଞ୍ଜ): ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନ ବିଭାଗକୁ ବଡ଼ ସଫଳତା ମିଳିଛି । ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଗ୍ରାମରୁ କଲରାପତରିଆ ବାଘ ଚମଡ଼ା ଜବତ କରାଯାଇଛି । ବିକ୍ରି ନିମନ୍ତେ ଡିଲ୍ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ବନ ବିଭାଗର ଟିମ୍ । ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ବନ ବିଭାଗ । ଏନେଇ ଆହୁତ ସାମ୍ବାଦିକ ସମ୍ମିଳନୀରେ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।

କଲରାପତରିଆ ବାଘ ଚମଡ଼ା ଜବତ: ବିକ୍ରି ଡିଲ୍ ବେଳେ ମାଡ଼ିବସିଲା ବନ ବିଭାଗ (ETV BHARAT ODISHA)

ବାଘ ଶିକାର କରି ଛାଲକୁ ବିକ୍ରି କରିବା ନେଇ ଯୋଜନା ବାବଦରେ ବନ ବିଭାଗର ଗୁଇନ୍ଦା ଟିମକୁ ସୂଚନା ମିଳିଥିଲା । ଯାହାକୁ ବାରିପଦା ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ତନାଘନା ଆରମ୍ଭ କରିଥିଲେ । ଚଢ଼ାଉ ନେଇ ସ୍ୱତନ୍ତ୍ର ଟିମ୍ ରୂପରେଖ ସ୍ଥିର କରି ମଙ୍ଗଳବାର ବାଙ୍ଗିରିପୋଷି ବନ ରେଞ୍ଜ ଅନ୍ତର୍ଗତ ସାରସପୋଷୀ ଗ୍ରାମ ନିକଟରେ କଲରାପତରିଆ ବାଘ ଚମଡ଼ା ଡିଲ୍ ବେଳେ ଅତର୍କିତ ଭାବେ ଚଢ଼ାଉ କରିଥିଲେ।

ଜବତ ହୋଇଥିବା ବାଘ ଛାଲଟି ଏକ ତିନି ବର୍ଷର କଲରାପତରିଆ ବାଘ ଛାଲ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
ଜବତ ହୋଇଥିବା ବାଘ ଛାଲଟି ଏକ ତିନି ବର୍ଷର କଲରାପତରିଆ ବାଘ ଛାଲ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । (ETV BHARAT ODISHA)

ବନବିଭାଗର ସତନ୍ତ୍ର ଟିମ୍‌ ଦ୍ବାରା ବାଘ ଛାଲ ସହ ଜଣେ ବ୍ୟକ୍ତି ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣ ଗାଁ ଗ୍ରାମ ପଞ୍ଚାୟତ ଚରାବନ୍ଧ ଗ୍ରାମର ରାଜୁ ଆଲଦା (୩୦)। ଜବତ ହୋଇଥିବା ବାଘ ଛାଲଟି ଏକ ତିନି ବର୍ଷର କଲରାପତରିଆ ବାଘ ଛାଲ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ଲମ୍ବ ୧୨୦, ଓସାର ୪୦, ଉଚ୍ଚତା ୫୫ ସେଣ୍ଟିମିଟର ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।

ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ବନ ବିଭାଗ । କିଙ୍ଗପିନକୁ ଧରିବାକୁ ତଦନ୍ତ ଜାରି ।
ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ବନ ବିଭାଗ । କିଙ୍ଗପିନକୁ ଧରିବାକୁ ତଦନ୍ତ ଜାରି । (ETV BHARAT ODISHA)

ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ବାଘ ଶିକାର କରିଥିଲେ । ବାଘ ଶିକାର କରି ବାଘ ଚମଡାକୁ ଘରେ ଲୁଚାଇ ରଖିଥିବା ବେଳେ ଆଜି ବିକ୍ରି ନିମନ୍ତେ ଡିଲ୍ କରୁଥିଲେ । ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ପଚରା ଉଚରା କରି କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ବାଘକୁ କେଉଁଠି ଶିକାର କରାଯାଇଛି ଏବଂ ଏଥିରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ତାହା ମଧ୍ୟ ବନବିଭାଗର ତଦନ୍ତ ଅଧିନରେ ରହିଛି । ଘଟଣାର କିଙ୍ଗପିନ ଓ ଅନ୍ୟ ସମ୍ପୃକ୍ତକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଶିକାର ହୋଇଥିବା ବାଘ ଚମଡାର ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଶିକାର ହୋଇଥିବା କଲରାପତରିଆ ବାଘର ଅନ୍ୟାନ୍ୟ ତଥ୍ୟ ମିଳିପାରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନ ବିଭାଗକୁ ବଡ଼ ସଫଳତା ମିଳିଛି ।
ମୟୂରଭଞ୍ଜ ଜିଲ୍ଲାର ବାରିପଦା ବନ ବିଭାଗକୁ ବଡ଼ ସଫଳତା ମିଳିଛି । (ETV BHARAT ODISHA)
ଏହା ମଧ୍ୟ ପଢ଼ନ୍ତୁ- ଚଢାଉ ବେଳେ ବନ ବିଭାଗ ଟିମ୍‌କୁ ଗୁଳିମାଡ, କଲରାପତରିଆ ବାଘ ଛାଲ ସହ ହାତୀଦାନ୍ତ ଜବତ

ଏହା ମଧ୍ୟ ପଢ଼ନ୍ତୁ- ବାଙ୍ଗିରିପୋଷିରୁ କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ

ଇଟିଭି ଭାରତ, ରାଇରଙ୍ଗପୁର