ETV Bharat / state

କେମିକାଲ୍‌ ନୁହେଁ ହର୍ବାଲ ହୋଲି: ପନିପରିବାରୁ ଫଗୁ ପ୍ରସ୍ତୁତ କରୁଛନ୍ତି କୋରାପୁଟ SHG ମହିଳା

ଡୁମୁରିପୁଟର ତୁଳସୀ ମହିଳାମା ସ୍ଵୟଂ ସହାୟକ ଗୋଷ୍ଠୀର ଅଭିନବ ପ୍ରୟାସ । ପନିପରିବାରୁ ପ୍ରସ୍ତୁତ କରୁଛନ୍ତି ହର୍ବାଲ ହୋଲି । ସୁରକ୍ଷିତ ହୋଲି ପାଳିବାକୁ ମହିଳାଙ୍କ ପ୍ରୟାସ ।

KORAPUT HERBAL HOLI MAKING
ପନିପରିବାରୁ ପ୍ରସ୍ତୁତ ହେଉଛି ହର୍ବାଲ ହୋଲି (ETV Bharat Odisha)
author img

By ETV Bharat Odisha Team

Published : March 1, 2026 at 4:51 PM IST

2 Min Read
Choose ETV Bharat

ସ୍ପେଶାଲ ଷ୍ଟୋରୀ: ସିଏଚ୍ ଶାନ୍ତାକାର

Natural Holi କୋରାପୁଟ: ଆସୁଛି ରଙ୍ଗର ପର୍ବ ହୋଲି । ମାର୍କେଟରେ ବିକ୍ରି ହେଲାଣି ରଙ୍ଗ ବେରଙ୍ଗର ଫଗୁ । ଉଡିବ ଫଗୁ, ଅବିରରେ ରଙ୍ଗୀନ ହେବେ ପିଲାଠୁ ବୃଦ୍ଧ । ତେବେ ବଜାରରେ ରାସାୟନିକ ପଦାର୍ଥ ମିଶ୍ରିତ ରଙ୍ଗ ବିକ୍ରି ହେଉଥିବା ବେଳେ ଏହାକୁ ମୁହାଁ ଫେରାଉଛନ୍ତି ଲୋକେ । ପ୍ରାକୃତିକ ରଙ୍ଗକୁ ବ୍ୟବହାର କରି ଫଗୁ ପ୍ରସ୍ତୁତ କରୁଛନ୍ତି କୋରାପୁଟ ଜିଲ୍ଲାର ଗୋଟିଏ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ । ବିଭିନ୍ନ ପନିପରିବାକୁ ନେଇ ସେଥିରୁ ରଙ୍ଗ ବାହାର କରି ଭଲିକି ଭଲି ରଙ୍ଗର ଫଗୁ ପ୍ରସ୍ତୁତ କରୁଛନ୍ତି ଡୁମୁରିପୁଟର ତୁଳସୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ।

ପନିପରିବାରୁ ପ୍ରସ୍ତୁତ ହେଉଛି ହର୍ବାଲ ହୋଲି (ETV Bharat Odisha)

ଡୁମୁରିପୁଟର ଏକ ଛୋଟ ଘରେ ବାଡିରୁ ବାହାରୁ ଥିବା ଫଳ ଯଥା:- ଗାଜର, ବିଟ୍‌ ରୁଟ, ଶାଗ ଏବଂ ଗେଣ୍ଡୁ ଫୁଲ ଆଦିକୁ ଗ୍ରାଇଣ୍ଡିଂ କରି ସେଥିରୁ ପ୍ରାକୃତିକ ରଙ୍ଗ ବାହାର କରି, ଚାଉଳ ଗୁଣ୍ଡ କିମ୍ବା ମଇଦା ମିଶାଇ ପ୍ରସ୍ତୁତ କରାଯାଉଛି ପ୍ରାକୃତିକ ରଙ୍ଗର ଫଗୁ । ଏହାପରେ ତାହାକୁ ଖରାରେ ଶୁଖେଇ ଛୋଟ ଛୋଟ ପ୍ୟାକେଟ୍ କରି ଓରମାସ ସହାୟତାରେ ବିକ୍ରି କରୁଛନ୍ତି ଉକ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ।

TULASI WOMEN SELF HELP GROUP
ପନିପରିବାରୁ ପ୍ରସ୍ତୁତ ହେଉଛି ହର୍ବାଲ ହୋଲି (ETV Bharat Odisha)

ପନିପରିବାରୁ ପ୍ରସ୍ତୁତ ହେଉଛି ହର୍ବାଲ ହୋଲି:

ତୁଳସୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ସିପ୍ରା ରାଉତ କହିଛନ୍ତି, "ବର୍ତ୍ତମାନ ଆମ ଏସଏଚଜିରେ ଦଶ ଜଣ ସଭ୍ୟା ରହିଛନ୍ତି । ଆଗକୁ ହୋଲି ଆସୁଥିବାରୁ ମାଆଙ୍କ ଚିନ୍ତାଧାରା ଟିକିଏ ବଦଳିଲା । ଆମେ ସମସ୍ତେ ହର୍ବାଲ ହୋଲି ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ । ଏବେ ସମସ୍ତେ କେମିକାଲ ହୋଲି ବ୍ୟବହାର କରୁଛନ୍ତି, ଯାହା ଛୋଟ ଛୋଟ ଛୁଆଙ୍କ ଆଖି, ନାକ ଏବଂ ପାଟିରେ ପଶି ଯାଉଛି । ତେଣୁ ମାଆମାନେ ଚିନ୍ତା କରିଲେ ଯଦି ପ୍ରକୃତିକ ରଙ୍ଗରୁ ହୋଲି ପ୍ରସ୍ତୁତ କରାଯାଏ, ତେବେ ସମସ୍ତେ ସୁରକ୍ଷିତ ହୋଲି ଖେଳି ପାରିବେ ।"

KORAPUT HERBAL HOLI MAKING
ପନିପରିବାରୁ ପ୍ରସ୍ତୁତ ହେଉଛି ହର୍ବାଲ ହୋଲି (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି," ବିଟ୍, ଗାଜର ଏବଂ ପାଳଙ୍ଗ ସାଗ ଭଳି ଅନେକ ପନିପରିବା ରସକୁ ବାହାର କରି ଆମେ ସେଥିରେ ଚାଉଳ ଗୁଣ୍ଡ, ମଇଦା, ହଳଦିଗୁଣ୍ଡ, ବେସନ ଏବଂ ଲେମନ୍ ଗ୍ରାସ୍ ତେଲକୁ ବ୍ୟବହାର କରି ଏକ ମିଶ୍ରଣ ପ୍ରସ୍ତୁତ କରୁଛୁ । ଲେମନ୍ ଗ୍ରାସ୍ ତେଲ ବ୍ୟବହାର କରିବା ଦ୍ବାରା ଏହାର ବାସ୍ନା ଭଲ ଆସୁଛି । ଏହି ହର୍ବାଲ ରଙ୍ଗ ଆମେ ଗତ ତିନି ବର୍ଷ ହେଲା ପ୍ରସ୍ତୁତ କରୁଛୁ । ଏଥିପାଇଁ ଆମ ଏସଏଚଜିର ଦୁଇ ଜଣ ସଦସ୍ୟ ସ୍ବତନ୍ତ୍ର ତାଲିମ ମଧ୍ୟ ପାଇଛନ୍ତି ।"

KORAPUT HERBAL HOLI MAKING
ପନିପରିବାରୁ ପ୍ରସ୍ତୁତ ହେଉଛି ହର୍ବାଲ ହୋଲି (ETV Bharat Odisha)

ଓଡ଼ିଶା ଜୀବିକା ମିଶନ:

ଓଡ଼ିଶା ଜୀବିକା ମିଶନର ସହାୟତାରେ ଗତ ଦୁଇ ବର୍ଷ ପୂର୍ବେ ତୁଳସୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଦୁଇ ଜଣ ସଦସ୍ୟା ଭୁବନେଶ୍ବର ଯାଇ ସେଠାରେ ତାଲିମ ନେବା ପରେ ଆରମ୍ଭ କରିଥିଲେ ଏହି ବ୍ୟବସାୟ । ଏହି ରଙ୍ଗ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ବେଳେ ଭୁବନେଶ୍ୱରକୁ ମଧ୍ୟ ପଠାଇବାର ଯୋଜନା ଥିବା କହିଛନ୍ତି ଜଣେ ମହିଳା । ଲାଭ କ୍ଷତିର ବିଚାର ନ କରି ଲୋକଙ୍କୁ ଏକ ସୁରକ୍ଷିତ ଫଗୁରେ ହୋଲି ଖେଳିବାର ସୁଯୋଗ ଦେଉଥିବାରୁ ବେଶ୍ ଖୁସି ଅଛନ୍ତି ଉକ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ।

KORAPUT HERBAL HOLI MAKING
ପନିପରିବାରୁ ପ୍ରସ୍ତୁତ ହେଉଛି ହର୍ବାଲ ହୋଲି (ETV Bharat Odisha)

କିପରି ପ୍ରସ୍ତୁତ କରାଯାଏ ?

  • ପ୍ରଥମେ ସମସ୍ତ ପନିପରିବାକୁ ଛୋଟ ଛୋଟ ଖଣ୍ଡରେ କାଟି ଗ୍ରାଇଣ୍ଡିଂ କରାଯାଏ
  • ଏହାପରେ ସେଥିରୁ ରସକୁ ବାହାର କରି ଚାଉଳ ଚୂନା, ବେସନ କିମ୍ବା ମଇଦାକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଏ
  • ପୁରା ଭଲ ଭାବରେ ଖରାରେ ଶୁଖିଗଲା ପରେ ସେଥିରେ ବାସ୍ନା ପାଇଁ ଚନ୍ଦନ ଗୁଣ୍ଡ କିମ୍ବା ଲେମନ୍ ଗ୍ରାସ୍ ତେଲ ମିଶାଇ ପୁଣି ଘଷା ଯାଏ
  • ଏହାପରେ ଛୋଟ ଛୋଟ ପ୍ୟାକେଟ୍ କରି ଓରମାସ ଜରିଆରେ ମାର୍କେଟରେ ବିକ୍ରି କରାଯାଏ
KORAPUT HERBAL HOLI MAKING
ପନିପରିବାରୁ ପ୍ରସ୍ତୁତ ହେଉଛି ହର୍ବାଲ ହୋଲି (ETV Bharat Odisha)

ସେହିପରି ତୁଳସୀ ଏସଏଚଜିର ତାଲିମ୍ ପ୍ରାପ୍ତ ଜଣେ ସଦସ୍ୟା ଜସ୍ମିନ ବେନ୍ୟା କହିଛନ୍ତି," ଏହି ହର୍ବାଲ୍ ହୋଲିକୁ ଦେହରେ ଲଗାଇଲେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ହେବ ନାହିଁ । କେମିକାଲ୍ ହୋଲି ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ଅଟେ । ଆମେ ମଧ୍ୟ ଏହି ଫଗୁକୁ ଘରେ ବ୍ୟବହାର କରୁ । ଏହି ରଙ୍ଗକୁ ପ୍ରସ୍ତୁତ କରିବା ପାଇଁ ଅଧିକ ଖର୍ଚ୍ଚ ଲାଗିଥାଏ । "

KORAPUT HERBAL HOLI MAKING
ପନିପରିବାରୁ ପ୍ରସ୍ତୁତ ହେଉଛି ହର୍ବାଲ ହୋଲି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...Holi 2026: ରଙ୍ଗର ପର୍ବକୁ କିପରି ସୁରକ୍ଷିତ ଭାବେ ପାଳିବେ, ଜାଣନ୍ତୁ ବିଶେଷଜ୍ଞଙ୍କ ଟିପ୍ସ

ଏହା ମଧ୍ୟ ପଢନ୍ତୁ... ଆଗକୁ ହୋଲି ସମେତ ଗୁରୁତ୍ୱପୂର୍ଣ୍ଣ ପର୍ବପର୍ବାଣୀ; ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ

ଇଟିଭି ଭାରତ, କୋରାପୁଟ