ETV Bharat / state

ପ୍ରେମ ପାଇଁ ଡବଲ ମର୍ଡର, ପ୍ରେମିକ ସହ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିଲା ନାବାଳିକା

ବୋରିଗୁମ୍ମାରେ ଡବଲ ମର୍ଡର ଉପରୁ ହଟିଲା ପରଦା । ପୋଲିସ ହେପାଜତରେ 5 ଜଣ । ନାବାଳିକା ଝିଅକୁ ବାଳ ସୁଧାର ଗୃହକୁ ପଠାଇଲା କୋରାପୁଟ ପୋଲିସ ।

Koraput Double Murder
ପ୍ରେମ ପାଇଁ ଡବଲ ମର୍ଡର, ହତ୍ୟା ଅଭିଯୁକ୍ତ (ETV Bharat Odisha)
author img

By ETV Bharat Odisha Team

Published : February 25, 2026 at 7:35 PM IST

2 Min Read
Choose ETV Bharat

Koraput Double Murder କୋରାପୁଟ: ପ୍ରେମ ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ । ପ୍ରେମ ରାସ୍ତାରେ ମା’ ଓ ଭାଇ କଣ୍ଟା ସାଜୁଥିବା ସନ୍ଦେହ କରି ସବୁଦିନ ରାସ୍ତାରୁ ହଟାଇବାକୁ ପ୍ରେମିକ ସହ ଚକ୍ରାନ୍ତ କରିଥିଲା ନାବାଳିକା ଝିଅ । ଯୋଜନା ଅନୁସାରେ ନାଟକୀୟ ମୋଡରେ ମା’ ଓ ଭାଇକୁ ହତ୍ୟା ପରେ ଦେଇଥିଲେ ନିଖୋଜର ରୂପ । ବୋରିଗୁମା ଡବଲ ମର୍ଡର ଘଟଣା ରହସ୍ୟ ଉପରୁ ପରଦା ଉଠାଇବା ସହ ଚାଞ୍ଚଲ୍ୟକର ଖୁଲାସା କରିଛି କୋରାପୁଟ । 5 ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି ପୋଲିସ । 5 ଜଣଙ୍କ ମଧ୍ୟରେ ନାବାଳିକା ଝିଅ ବି ରହିଛନ୍ତି ।

ବୋରିଗୁମ୍ମାରେ ଡବଲ ମର୍ଡର ଉପରୁ ହଟିଲା ପରଦା (ETV Bharat Odisha)

ପ୍ରେମରେ ପଡିଥିଲା ଝିଅ, ମା-ଭାଇଙ୍କୁ ରାସ୍ତାରୁ ହଟାଇ ଦେଲା ପ୍ରେମିକ:

କୋରାପୁଟ ଜିଲ୍ଲା ବୋରିଗୁମା ଅଞ୍ଚଳର ଅନୁଷ୍କା ପରିଡା (45)ଙ୍କ 16 ବର୍ଷୀୟା ନାବାଳିକା ଝିଅ ପ୍ରେମରେ ପଡିଥିଲେ । ନାବାଳିକା ଓ ଅଭିଯୁକ୍ତ ପି. ଆଦି ନାରାୟଣ ରାଓଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟଙ୍କ ପ୍ରେମ ରାସ୍ତାରେ ମା’ ଓ ଭାଇ କଣ୍ଟା ସାଜୁଥିବା ଉଭୟେ ଅନୁଭବ କରୁଥିଲେ । ପ୍ରେମ କଣ୍ଟାକୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ଯୋଜନା କରିଥିଲା ନାବାଳିକା ଝିଅ । ଯୋଜନା ଅନୁସାରେ ପ୍ରେମିକ ଓ ତାର 3 ସହଯୋଗୀ ଘରୁ ଆସି ହତ୍ୟା କରି ମୃତଦେହକୁ କେନାଲକୁ ପିଙ୍ଗି ଦେଇଥିବା କୋରାପୁଟ ଏସପି ରୋହିତ ବର୍ମା କହିଛନ୍ତି ।

Koraput Double Murder
ପ୍ରେମ ପାଇଁ ଡବଲ ମର୍ଡର, ହତ୍ୟା ଅଭିଯୁକ୍ତ (ETV Bharat Odisha)

18ରେ ହତ୍ୟା:

କୋରାପୁଟ ଏସପି ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଗତ 18 ତାରିଖ ରାତିରେ ପ୍ରେମିକ ପି. ଆଦି ନାରାୟଣ ତାର 3 ସହଯୋଗୀ ସହ ମିଶି ନାବାଳିକାଙ୍କ ଘରକୁ ଆସିଥିଲେ । ସେଠାରେ ଧାରୁଆ ଅସ୍ତ୍ରରେ ମା’ ଅନୁଷ୍କା ପରିଡା (45) ଓ ପୁଅ ଏହେମ୍ (14)ଙ୍କୁ ହତ୍ୟା କରିଥିଲେ । ଏହାପରେ ସ୍କୁଟିରେ ମୃତଦେହକୁ ନେଇ କେନାଲରେ ପିଙ୍ଗି ଦେଇଥିଲେ । ହତ୍ୟାରେ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ନିଜ ପାଖରେ ରଖିଥିଲା ଅଭିଯୁକ୍ତ ।’

Koraput Double Murder
ପ୍ରେମ ପାଇଁ ଡବଲ ମର୍ଡର, ହତ୍ୟା ଅଭିଯୁକ୍ତ (ETV Bharat Odisha)

ହତ୍ୟାରେ କିଏ କିଏ ସମ୍ପୃକ୍ତ ?

ହତ୍ୟାକାଣ୍ଡରେ ନାବାଳିକା ଝିଅକୁ ମିଶାଇ 5 ଜଣ ସମ୍ପୃକ୍ତ ଅଛନ୍ତି । ସେମାନେ ହେଲେ ପ୍ରୀତ ନୟନ, ପି.ଆଦି ନାରାୟଣ ରାଓ, ଆଦି ନାରାୟଣ ପାଣିଗ୍ରାହି ଏବଂ ଜଗନ୍ନାଥ ଜାନି ଓ ନାବାଳିକା ଝିଅ । ତେବେ 4 ଜଣଙ୍କୁ ଗିରଫ କରି କୋରାପୁଟ ପୋଲିସ କୋର୍ଟ ଚାଲାଣ କରିଛି । ନାବାଳିକା ଝିଅକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:

କିନ୍ନର ଅଞ୍ଜଳୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ, ଜଙ୍ଗଲରେ ଲୁଚିଥିଲା ବାନ୍ଧିଲା ପୋଲିସ

ପ୍ରେମ ସପ୍ତାହରେ କଳଙ୍କିତ ହେଲା ପ୍ରେମ: ଗର୍ଭବତୀ ପତ୍ନୀକୁ ହତ୍ୟା କରି ପୋତିଥିଲା ସ୍ବାମୀ, ଏମିତି ଖୋଲିଲା ରହସ୍ୟ

ରାଜଧାନୀ ଦିଲ୍ଲୀରେ ଛାତିଥରା ଘଟଣା; ପତ୍ନୀ ଓ ତିନି ପିଲାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା, ଅଭିଯୁକ୍ତ ଫେରାର


କେମିତି ରହସ୍ୟ ଭେଦିଲା ପୋଲିସ ?
ବୋରିଗୁମ୍ମା ଥାନାରେ ଏତଲା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ମୋବାଇଲ ଫୋନ ରେକର୍ଡ ଯାଞ୍ଚ ହୋଇଥିଲା । ନାବାଳିକା ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରିଥିଲା । ତଦନ୍ତ କରି ଶେଷରେ ବୋରିଗୁମ୍ମା ଡବଲ ମର୍ଡର ଘଟଣା ଉପରୁ ରହସ୍ୟ ଉଠାଇଛି ପୋଲିସ ।

ଇଟିଭି ଭାରତ, କୋରାପୁଟ