ETV Bharat / state

ଆରମ୍ଭ ହେଲାଣି ବେଆଇନ ଜିଲୋଟିନ୍ ବ୍ୟବସାୟ, ବିପୁଳ ବିସ୍ଫୋରକ ସାମଗ୍ରୀ ସହ ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

ସଦର ଥାନା ଅନ୍ତର୍ଗତ ତାପଙ୍ଗ ପାହାଡ଼ ନିକଟ ଗ୍ରୀନ୍ ଲେକ୍ ଅଞ୍ଚଳରେ ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ରିପୋର୍ଟ ଗୋବିନ୍ଦ ଚନ୍ଦ୍ର ପଣ୍ଡା

Khordha police busted illegal explosive racket
ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ଘଟଣାରେ 3 ଗିରଫ (ETV Bharat Odisha)
author img

By ETV Bharat Odisha Team

Published : July 7, 2026 at 9:58 AM IST

|

Updated : July 7, 2026 at 11:12 AM IST

1 Min Read
Choose ETV Bharat

ଖୋରଧା: ଖୋରଧା ସଦର ଥାନା ପୋଲିସକୁ ବଡ଼ ସଫଳତା । କିଛି ବର୍ଷ ବ୍ୟବଧାନ ପରେ ପୁଣି ଖୋରଧା ଅଞ୍ଚଳରେ ଆରମ୍ଭ ହୋଇଛି ବେଆଇନ ଜିଲୋଟିନ୍, ଡେଟୋନେଟର କାରବାର । ବେଆଇନ ବିସ୍ଫୋରକ ସାମଗ୍ରୀ କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ, ନଗଦ ଟଙ୍କା ଓ ଯାନବାହନ ଜବତ କରିଛି ପୋଲିସ। ସଦର ଥାନା ଅନ୍ତର୍ଗତ ତାପଙ୍ଗ ପାହାଡ଼ ନିକଟ ଗ୍ରୀନ୍ ଲେକ୍ ଅଞ୍ଚଳରେ ବେଆଇନ ବିସ୍ଫୋରକ ସାମଗ୍ରୀ କାରବାର ସମ୍ପର୍କରେ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୩ ଜଣ ସନ୍ଦିଗ୍ଧଙ୍କୁ କାବୁ କରାଯାଇଥିଲା ।

ବିପୁଳ ବିସ୍ଫୋରକ ସାମଗ୍ରୀ ସହ ୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ (ETV Bharat Odisha)

ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

ସେମାନଙ୍କ ନିକଟରୁ ୧୦୦ଟି ଡେଟୋନେଟର, ୨୦୦ଟି ଜେଲାଟିନ୍ ଷ୍ଟିକ୍, ୬ ଲକ୍ଷ ୮୦ ହଜାର ଟଙ୍କା ନଗଦ ଟଙ୍କା , ୩ଟି ସ୍ମାର୍ଟ ମୋବାଇଲ୍ ଫୋନ୍, ଗୋଟିଏ ହିରୋ ସ୍ପ୍ଲେଣ୍ଡର ବାଇକ୍, ଗୋଟିଏ ହୋଣ୍ଡା SP-125 ମୋଟରସାଇକେଲ୍ ଏବଂ ଗୋଟିଏ ଅଶୋକ ଲେଲାଣ୍ଡ ଗାଡ଼ି ଜବତ କରାଯାଇଛି । ପ୍ରାରମ୍ଭିକ ପଚରାଉଚରା ବେଳେ ଅଭିଯୁକ୍ତମାନେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ କାରବାର କରି ଅର୍ଥ ଉପାର୍ଜନ କରିବାକୁ ଯୋଜନା କରିଥିବା ଖୋରଧା ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏସପି କହିଛନ୍ତି ଯେ ‘‘ ଏହି ଅଞ୍ଚଳରେ ଚାଲିଥିବା ବେଆଇନ ଖଣିରେ ବିସ୍ପୋରଣ ପାଇଁ ଡିଟୋନେଟର ଏବଂ ଜିଲୋଟିନ କାରବାର ହେଉଥିବା ଆମକୁ ଖବର ଆସିଥିଲା । ଏହା ସଦର ଥାନା ଅଞ୍ଚଳରେ ହେଉଥିବା ବେଳେ ଗୁଇନ୍ଦା ତଥ୍ୟ ଆଧାରରେ ଚଢ଼ାଉ କରି ତିନିଜଣଙ୍କୁ ଧରିଥିଲୁ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ପୋରକ ସହ ନଗଦ ଟଙ୍କା ଜବତ କରିଥିଲୁ । ଏହି ଟଙ୍କାରେ ସେମାନେ ଆହୁରି ଅଧିକ ଜିଲୋଟିନ କିଣିବାକୁ ଯୋଜନା କରିଥିଲେ । କମ ସମୟରେ ତାଙ୍କୁ ଧରିଥିବାରୁ ଏମାନଙ୍କ ନେଟୱାର୍କ ଉପରେ ଅଧିକ ତଦନ୍ତ ଜାରି ରହିଛି । ଅନ୍ୟ ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ’’ ।

ଏହା ମଧ୍ୟ ପଢନ୍ତୁ ଆଣ୍ଠୁଏ ପାଣିରେ ବୁଡ଼ିଲା ଗଁପୁର ଗାଁ, ପ୍ରଭାବିତ ୩ ହଜାର ଗ୍ରାମବାସୀ

ଏହା ମଧ୍ୟ ପଢନ୍ତୁ ଖୋର୍ଦ୍ଧାର ଦୁଇ ଯୋଦ୍ଧା କାର୍ତ୍ତିକ ଏବଂ ତପୁ: ନିଜେ ନିଶା ନର୍କରୁ ବଞ୍ଚିବା ପରେ ଅନ୍ୟମାନକୁ ବଞ୍ଚାଇବାକୁ ଯୋଗାଉଛନ୍ତି ସେବା


ଇଟିଭି ଭାରତ, ଖୋରଧା

Last Updated : July 7, 2026 at 11:12 AM IST