ETV Bharat / state

ବିଜେପି ସରକାରକୁ ଖୋର୍ଦ୍ଧା ବିଜେଡିର ଟାର୍ଗେଟ; ରାଜ୍ୟରେ ବୃଦ୍ଧି ପାଉଥିବା ହିଂସା ପ୍ରତିବାଦରେ ୫ରେ ପ୍ରତିବାଦ ସଭା

ବିଜେପି ସରକାର ଅମଳରେ ରାଜ୍ୟରେ ଦରଦାମ୍ ବୃଦ୍ଧି ସହ ଅରାଜକତା, ହିଂସା ବୃଦ୍ଧି ପାଇଛି। ସବୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛି। ରିପୋର୍ଟ-ଗୋବିନ୍ଦ ଚନ୍ଦ୍ର ପଣ୍ଡା

khordha bjd protest rally on 5th june
ବିଜେପି ସରକାରକୁ ଖୋର୍ଦ୍ଧା ବିଜେଡିର ଟାର୍ଗେଟ (Etv Bharat)
author img

By ETV Bharat Odisha Team

Published : June 3, 2026 at 5:10 PM IST

2 Min Read
Choose ETV Bharat

ଖୋର୍ଦ୍ଧା: ରାଜ୍ୟରେ ପ୍ରତିଦିନ ବୃଦ୍ଧି ପାଉଛି ହିଂସା । ମହିଳା ଏବଂ ନାରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବ ଦର୍ଶାଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ଆରମ୍ଭ କରି ବସ୍ ଭଡ଼ା ବୃଦ୍ଧି ହୋଇଛି। ରାଜ୍ୟରେ ଦୁଇ ବର୍ଷ ହେଲା କ୍ଷମତାକୁ ଆସିଥିବା ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି ବୋଲି ପ୍ରମୁଖ ବିରୋଧୀ ଦଳ ବିଜେଡି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ରାଜ୍ୟ ବିଜେଡି ସଭାପତି ତଥା ବିରୋଧ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ ସଭା ଅନୁଷ୍ଠିତ ହେଉଛି। ଏହି ପରିପେକ୍ଷୀରେରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର କୁମାର୍ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଆସନ୍ତା ଜୁନ୍ ମାସ ୫ତାରିଖରେ ଆୟୋଜନ ହେବ।

ବିଜେପି ସରକାରକୁ ଖୋର୍ଦ୍ଧା ବିଜେଡିର ଟାର୍ଗେଟ (Etv Bharat)

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ବରିଷ୍ଠ ଉପ ସଭାପତି ଦେବୀ ରଞ୍ଜନ ମିଶ୍ର, ପ୍ରତାପ କୁମାର ଜେନା, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ମନ୍ମଥ କୁମାର ରାଉତରାୟ, ବିଜେଡି ଛାତ୍ର ସଭାପତି ଇପ୍ସିତା ସାହୁ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଉପ ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ବିଜେଡି ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ଶୁଭକାନ୍ତ ମହାପାତ୍ରଙ୍କ ସମେତ ଅନ୍ୟ ବିଜେଡି ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

'ବିଜେପି ସରକାରରେ ଦରଦାମ୍ ବୃଦ୍ଧି ସହ ଅରାଜକତା, ହିଂସା ବୃଦ୍ଧି ପାଇଛି'

ଶ୍ରୀ ସାହୁ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, 'ବିଜେପି ସରକାର ଅମଳରେ ରାଜ୍ୟରେ ଦରଦାମ୍ ବୃଦ୍ଧି ସହ ଅରାଜକତା, ହିଂସା ବୃଦ୍ଧି ପାଇଛି। ସବୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଗତ ଦୁଇ ବର୍ଷ ମଧ୍ୟରେ କୌଣସି ପ୍ରକାର ବିକାଶ ମୁଳକ କାର୍ଯ୍ୟ କରାଯାଇ ନାହିଁ। ପୂର୍ବ ବିଜେଡି ସରକାର ଅମଳରେ ମଞ୍ଜୁର ହୋଇଥିବା ବିଭିନ୍ନ ପ୍ରକଳ୍ପର କାମ ଚାଲିଥିବା ବେଳେ ବିଲ୍ ପାସ୍ ପାଇଁ ପିସି କାରବାର ଚାଲୁଛି। ଖୋର୍ଦ୍ଧା ପୌର କାର୍ଯ୍ୟାଳୟରେ ବେଆଇନ କାର୍ଯ୍ୟ ଚାଲୁଛି। ସହରକୁ ସରସ ସୁନ୍ଦର୍ କରିବା ପାଇଁ କ୍ୟାବିନ ଉଚ୍ଛେଦ କରାଯାଇଛି । ଖୋର୍ଦ୍ଧାର ବିଭିନ୍ନ ଚିକିତ୍ସାଳୟରେ ଆୟୁଷ୍ମାନ କାର୍ଡ ଠିକ୍ ଭାବେ କାର୍ଯ୍ୟକାରୀ ନ ହେବାରୁ ଅନେକ ଗରିବ ରୋଗୀ ଚିକିତ୍ସା ସୁବିଧା ପାଇ ପାରୁ ନାହାନ୍ତି। ଏହିଭଳି ଅନେକ ସମସ୍ୟାକୁ ନେଇ ଏକ ପ୍ରତିବାଦ ଶୋଭାଯାତ୍ରା ଆସନ୍ତା ୫ତାରିଖରେ ଆୟୋଜିତ ହେଉଛି । ଏହି ଶୋଭାଯାତ୍ରା ସକାଳ ୮ଟାରେ ସ୍ଥାନୀୟ ଗୀତା ଭବନରୁ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବ । ସେଠାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ ।'

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସହିତ ବେଗୁନିଆ ବୋଲଗଡ, ଜଟଣୀ , ଚିଲିକା ନିର୍ବାଚନ ମଣ୍ଡଳୀର ବିଜେଡି ନେତୃବୃନ୍ଦ ଓ କର୍ମୀ ଯୋଗ ଦେବେ ବୋଲି ଶ୍ରୀ ସାହୁ କହିଛନ୍ତି।

ଇଟିଭି ଭାରତ ଖୋର୍ଦ୍ଧା

ଏହା ମଧ୍ୟ ପଢନ୍ତୁ ଓଡ଼ିଶାରେ ବଢୁଛି ହାଜତ ମୃତ୍ୟୁ; ୧୭ ମାସରେ ୧୦ଟି ମୃତ୍ୟୁ, ପୋଲିସ ହାଜତ ସାଜିଛି ଯମପୁର: ବିଜେଡି

ଏହା ମଧ୍ୟ ପଢନ୍ତୁ ୨ ମାସ ହେଲା ମିଳିନି ବାର୍ଦ୍ଧକ୍ୟ ଭତ୍ତା, ବୟସ୍କଙ୍କୁ ଭତ୍ତା ଦେବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି