ETV Bharat / state

ଖଣ୍ଡଗିରି ମେଳା: ଜାନୁଆରୀ ୨୫ରୁ ଆରମ୍ଭ, ଏଥର ବି ଅଶ୍ଳୀଳ ନୃତ୍ୟକୁ ନା'

ଜାନୁଆରୀ ୨୫ରୁ ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ମାଘ ମେଳା । ମେଳାରେ ଏଥର ୧୦୦ରୁ ଉର୍ଦ୍ଧ୍ବ ସିସିଟିଭି ଲାଗିବ । ବୁଲା ବିକାଳୀଙ୍କ ପ୍ରବେଶ ରୋକ୍ ।

ଖଣ୍ଡଗିରି ମେଳା: ଜାନୁଆରୀ ୨୫ରୁ ଆରମ୍ଭ, ଏଥର ବି ଅଶ୍ଳୀଳ ନୃତ୍ୟକୁ ନା'
ଖଣ୍ଡଗିରି ମେଳା: ଜାନୁଆରୀ ୨୫ରୁ ଆରମ୍ଭ, ଏଥର ବି ଅଶ୍ଳୀଳ ନୃତ୍ୟକୁ ନା' (ETV Bharat Odisha)
author img

By ETV Bharat Odisha Team

Published : January 2, 2026 at 7:37 PM IST

1 Min Read
Choose ETV Bharat

ଭୁବନେଶ୍ବର: ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି ମାଘ ସପ୍ତମୀ ମେଳା । ଏନେଇ ଶେଷ ହୋଇଛି ବିଏମସିର ପ୍ରସ୍ତୁତି ବୈଠକ । ଏହି ମେଳାକୁ ସୁଚାରୁରୂପେ ପରିଚାଳନା ପାଇଁ ଆଜି (ଶୁକ୍ରବାର) ବିଏମସିର ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ଜାନୁଆରୀ ୨୫ରୁ ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ମାଘ ମେଳା । ତେଣୁ ଶୃଙ୍ଖଳିତ ଓ ସୁରକ୍ଷିତ ମେଳାକୁ ନେଇ ଅନୁଷ୍ଠିତ ବୈଠକରେ ବିଏମସି ମେୟର, କମିଶନରଙ୍କ ସମେତ କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ, ବିଦ୍ୟୁତ ଓ ୱାଟକୋ ବିଭାଗର ଅଧିକାରୀ, ଷ୍ଟାଣ୍ଡିଂ କମିଟି ସଦସ୍ୟ, ସ୍ଥାନୀୟ ସମସ୍ତ କର୍ପୋରେଟର, ଯାତ୍ରା କମିଟି ସଦସ୍ୟ, ଆର ଏଣ୍ଡ ବି ଓ ବୁଦ୍ଧିଜୀବୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ଖଣ୍ଡଗିରି ମେଳା: ଜାନୁଆରୀ ୨୫ରୁ ଆରମ୍ଭ, ଏଥର ବି ଅଶ୍ଳୀଳ ନୃତ୍ୟକୁ ନା' (ETV Bharat Odisha)

ଏଥର ବି ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ମନା । ଏନେଇ ପ୍ରତିକ୍ରିୟା ରଖିଛନ୍ତି, ବିଏମସି ମେୟର ସୁଲୋଚନା ଦାସ । ବୈଠକର ନିଷ୍ପତି ପରେ ମେଳା ନେଇ ପ୍ରତିକ୍ରିୟା ରଖି ମେୟର କହିଛନ୍ତି, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୁରୁଷ ଓ ମହିଳା ସୁରକ୍ଷା କର୍ମୀ ନିୟୋଜିତ ହେବେ ।

ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି ମାଘ ସପ୍ତମୀ ମେଳା । ଏନେଇ ଶେଷ ହୋଇଛି ବିଏମସିର ପ୍ରସ୍ତୁତି ବୈଠକ ।
ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି ମାଘ ସପ୍ତମୀ ମେଳା । ଏନେଇ ଶେଷ ହୋଇଛି ବିଏମସିର ପ୍ରସ୍ତୁତି ବୈଠକ । (ETV Bharat Odisha)

ବୈଠକରେ ଠାକୁରଙ୍କ ରୋଷଣୀଠୁ ଆରମ୍ଭକରି ଷ୍ଟଲ୍ ବଣ୍ଟନ ଉପରେ ଆଲୋଚନା ହୋଇଛି । ମେଳାରେ ଏଥର ୧୦୦ରୁ ଉର୍ଦ୍ଧ୍ବ ସିସିଟିଭି ଲାଗିବ । BMCର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରହିବ, ଯେଉଁଥିରେ ସବୁ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ ।

ବୈଠକରେ ଠାକୁରଙ୍କ ରୋଷଣୀଠୁ ଆରମ୍ଭକରି ଷ୍ଟଲ୍ ବଣ୍ଟନ ଉପରେ ହୋଇଛି ଆଲୋଚନା ।
ବୈଠକରେ ଠାକୁରଙ୍କ ରୋଷଣୀଠୁ ଆରମ୍ଭକରି ଷ୍ଟଲ୍ ବଣ୍ଟନ ଉପରେ ହୋଇଛି ଆଲୋଚନା । (ETV Bharat Odisha)

ନାଗା ସାଧୁ ଓ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ, ପାନୀୟ ଜଳ, ଆଲୋକିକରଣ, ସୁରକ୍ଷା ଯୋଗାଇ ଦିଆଯିବ । ବୁଲା ବିକାଳୀଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଆବଶ୍ୟକ ଅନୁଯାୟୀ ସ୍ୱାସ୍ଥ୍ୟ ସେବା, ଭ୍ରାମ୍ୟମାଣ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା କରାଯିବ । ଏହି ସମୟରେ ପୋଲିସର ପାଟ୍ରୋଲିଂ କଡ଼ାକଡି କରାଯିବ । ସେହିଭଳି ପାଟରାଙ୍କ ପାଇଁ ଅଧିକ ଜାଗା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ମେୟର ସୂଚନା ଦେଇଛନ୍ତି ।

ବିଏମସି ମେୟର, କମିଶନରଙ୍କ ସମେତ କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ, ବିଦ୍ୟୁତ ଓ ପାଣି ବିଭାଗର ଅଧିକାରୀ, ଷ୍ଟାଣ୍ଡିଂ କମିଟି ସଦସ୍ୟ, ସ୍ଥାନୀୟ ୬ କର୍ପୋରେଟର, ଯାତ୍ରା କମିଟି ସଦସ୍ୟ ଓ ବୁଦ୍ଧିଜୀବୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
ବିଏମସି ମେୟର, କମିଶନରଙ୍କ ସମେତ କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ, ବିଦ୍ୟୁତ ଓ ପାଣି ବିଭାଗର ଅଧିକାରୀ, ଷ୍ଟାଣ୍ଡିଂ କମିଟି ସଦସ୍ୟ, ସ୍ଥାନୀୟ ୬ କର୍ପୋରେଟର, ଯାତ୍ରା କମିଟି ସଦସ୍ୟ ଓ ବୁଦ୍ଧିଜୀବୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । (ETV Bharat Odisha)

ଯାତ୍ରାରେ ଅଶ୍ଳୀଳତାକୁ ନା' :
ଖଣ୍ଡଗିରିରେ ଚଳିତ ବର୍ଷ ୭ଟି ଯାତ୍ରା ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ । ଏଥର ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନା କଲେ ମେୟର । କେହିବି ଯାତ୍ରା ପେଣ୍ଡାଲ ଏଥର କୌଣସି ପ୍ରକାର ଅଶ୍ଲିଳତାକୁ ପ୍ରଶ୍ରୟ ଦେବେ ନାହିଁ ବୋଲି ମେୟର କହିଛନ୍ତି । ସେହିପରି ମାଘ ମେଳା କୁ ନେନେଇ ବାରଭୁଜା କମିଟିର ସମ୍ପାଦକ ରଘୁନାଥ ମହାନ୍ତି ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି ।


ଏହା ମଧ୍ୟ ପଢ଼ନ୍ତୁ- ଚେତାଇଲେ ବିଧାୟକ ବାବୁ: ଖଣ୍ଡଗିରି ଯାତ୍ରାରେ ବୁଲିବ ଠେଙ୍ଗା, ଅଶ୍ଲୀଳ ନୃତ୍ୟ କଲେ ବାଜିବ ପାହାର

ଏହା ମଧ୍ୟ ପଢ଼ନ୍ତୁ- ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ଖଣ୍ଡଗିରି, ନାଗା ସାଧୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼

ଇଟିଭି ଭାରତ, ଭୁବନେଶ୍ବର