ETV Bharat / state

ଜମି ପଟ୍ଟା ସଂଶୋଧନ ପାଇଁ ରାଜସ୍ୱ ନିରୀକ୍ଷକ ମାଗୁଥିଲେ 5 ହଜାର, ମାଡ଼ି ବସିଲା ଭିଜିଲାନ୍ସ

କେନ୍ଦ୍ରାପଡା କେରଡ଼ାଗଡ଼ ରାଜସ୍ୱ ନିରୀକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ । 5 ହଜାର ଲାଞ୍ଚ ମାଗୁଥିଲେ । ରଙ୍ଗବୋଳା ଟଙ୍କା ସହ ଧରିଲା ଭିଜିଲାନ୍ସ ।

Odisha Vigilance Raid
ତହସିଲ କାର୍ଯ୍ୟାଳୟ (ETV Bharat Odisha)
author img

By ETV Bharat Odisha Team

Published : February 27, 2026 at 6:23 PM IST

1 Min Read
Choose ETV Bharat

Odisha Vigilance Raid କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ କେରେଡାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା । ଏକ ଜମି ପଟ୍ଟା ସଂଶୋଧନ କରିବା ପାଇଁ ନେଉଥିଲେ 5 ହଜାର ଲାଞ୍ଚ । ଲାଞ୍ଚ ନେବା ବେଳେ ଧରି ପକାଇଲା ଭିଜିଲାନ୍ସ । ଦୀର୍ଘ ସମୟ ଧରି ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକକୁ ଭିଜିଲାନ୍ସ ଟିମ ଅନୁସରଣ କରିଥିଲା । ଅଭିଯୋଗକାରୀ ଟଙ୍କା ଦେବା ପରେ ନିରୀକ୍ଷକ ଟଙ୍କା ନେଇ ତହସିଲ ଅଫିସକୁ ଯାଉଥିଲେ । ଏତିକି ବେଳେ ତହସିଲ ଆଗରୁ ଭିଜିଲାନ୍ସ ଟିମ ଧରି ଅଧିକ ପଚରା ଉଚରା ପାଇଁ କଟକ ଭିଜିଲାନ୍ସ ଅଫିସକୁ ନେଇଛି । ଏଥିସହ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଜମି ପଟ୍ଟା ସଂଶୋଧନ ପାଇଁ ମାଗୁଥିଲେ ଲାଞ୍ଚ:

ଏନେଇ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ‘ଜଣେ ବ୍ୟକ୍ତିଙ୍କୁ ଜମି ମ୍ୟୁଟେସନ୍‌ ପାଇଁ ରାଜନଗର ତହସିଲ ଅଧିନ କେରଡ଼ାଗଡ଼ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁମ୍ନ କେଶରୀ ବେହେରା ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ଜମି ମାଲିକ ଜଣଙ୍କ କଟକ ଭିଜିଲାନ୍ସ ବିଭାଗ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଆଜି(ଶୁକ୍ରବାର) ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ ଜଗି ରହିଥିବା ବେଳେ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁମ୍ନ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଏହି ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରି ପକାଇ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା ।’

ଏହା ମଧ୍ୟ ପଢନ୍ତୁ:

ଭିଜିଲାନ୍ସ ଜାଲରେ ପଡିଥିଲେ 10 କୁବେର ଅଧିକାରୀ, ହୋସ୍‌ ଉଡାଇଥିଲା ସମ୍ପତ୍ତି ତାଲିକା

ଜେଲ ଗଲେ କୋଟିପତି ଖଣି ଅଧିକାରୀ ଦେବବ୍ରତ, ଖଣି ବାବୁଙ୍କ ଟଙ୍କା ଗଣି ଭିଜିଲାନ୍ସ ନୟାନ୍ତ

ଲାଞ୍ଚ ନେଇ ଗିରଫ ହେଲେ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ, ଚଢ଼ାଉ ବେଳେ 4 କୋଟି ଟଙ୍କା ଜବତ

ଗତବର୍ଷ 683 ଦୁର୍ନୀତି ମାମଲା, 5 ବର୍ଷରେ ଗିରଫ ହୋଇଛନ୍ତି 310 ଲାଞ୍ଚୁଆ ବାବୁ: ମୁଖ୍ୟମନ୍ତ୍ରୀ

୩ ହଜାରରୁ ୪ କୋଟିର ମାଲିକ; ଜେଲ ଗଲେ କୋଟିପତି ଫରେଷ୍ଟର, ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର ଭାଗବତ, କଳାହାଣ୍ଡିରୁ ପୁଳା ପୁଳା ସମ୍ପତ୍ତି ଠାବ

ରଙ୍ଗବୋଳା ଟଙ୍କା ଜବତ:

ଭିଜିଲାନ୍ସ ଆହୁରି କହିଛି, ‘ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଦ୍ୟୁମ୍ନଙ୍କ ହାତ ଧୋଇବା ବେଳେ ତାଙ୍କ ହାତରୁ ଟଙ୍କାରେ ବୋଳା ଯାଇଥିବା କେମିକାଲ ରଙ୍ଗ ବାହାରିଥିଲା ଯେଉଁଥିରୁ ପ୍ରଦ୍ୟୁମ୍ନ ଲାଞ୍ଚ ଟଙ୍କା ଗ୍ରହଣ କରିଥିବା ସ୍ପଷ୍ଟ ହୋଇଥିଲା । ଏ ସମ୍ପର୍କରେ କଟକ ଭିଜିଲାନ୍ସ ପକ୍ଷରୁ ୯/୨୦୨୬ରେ ଏକ ମାମଲା ରୁଜ୍ଜୁ ହେବା ସହ ଅଭିଯୁକ୍ତ ପ୍ରଦ୍ୟୁମ୍ନଙ୍କ ବିରୋଧରେ ୨୦୧୮, ୭ପି.ସି ଆକ୍ଟରେ ତାଙ୍କୁ ଗିରଫ କରାଯାଇଛି ।’

ଇଟିଭି ଭାରତ, କେନ୍ଦ୍ରାପଡା