ETV Bharat / state

ମନ୍ଦିରରୁ ଚୋରି; ଚୋର ଗ୍ୟାଙ୍ଗର ପର୍ଦାଫାଶ, 8 ଗିରଫ

କେନ୍ଦ୍ରାପଡ଼ା ନିକିରାଇ ଥାନା ଅଞ୍ଚଳରେ 2ଟି ମନ୍ଦିରରୁ ଚୋରି ଘଟଣା । ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ ସହ କୋର୍ଟ ଚାଲାଣ । ସେପଟେ ପୋଲିସକୁ ପୁଣି ଚ୍ୟାଲେଞ୍ଜ ।

Kendrapara Nikirai Police Busted Burglary Gang 8 arrested
ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ ସ (ETV Bharat)
author img

By ETV Bharat Odisha Team

Published : December 28, 2025 at 1:35 PM IST

2 Min Read
Choose ETV Bharat

Nikirai Police Busted Burglary Gang କେନ୍ଦ୍ରାପଡ଼ା: ଗୋଟିଏ ପଟେ ପୋଲିସ ସଜାଗ ରହିଥିବା ପ୍ରମାଣ ଦେଉଥିବା ବେଳେ ମାତ୍ର କେଇଘଣ୍ଟା ଭିତରେ ଏକ ପର୍ଯ୍ୟଟନ ସ୍ଥଳୀରୁ ଚୋରି ସହ ଶତାବ୍ଦୀ ଶତାବ୍ଦୀ ଧରି ପୂଜା ପାଉଥିବା ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି । ଡିସେମ୍ବର ୨୧ ତାରିଖ ରାତିରେ ନିକିରାଇ ଥାନା ଅନ୍ତର୍ଗତ ବିଭିନ୍ନ ଦେବାଦେବୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗରେ ୮ ଜଣଙ୍କୁକୋର୍ଟ ଚାଲାଣ କରାଯାଇଛି । ଏପଟେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଛୁଆଳିଆ ଶକ୍ତିପୀଠରେ ମା'ଙ୍କ ମାଟି ମୂର୍ତ୍ତିରେ ଲାଗିଥିବା ସ୍ୱର୍ଣ୍ଣ ଓ ରୌପ୍ୟ ଚିତାକୁ ଚୋରି କରିବା ସହ ସହ ମା'ଙ୍କ ମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।

ଧୋଲା ଗାଁ ଚୋରି ଘଟଣା:

କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର 22 ତାରିଖରେ ନିକିରାଇ ଥାନା ଧୋଲା ଗାଁର ହରି ବାରିକ ଅଭିଯୋଗ କରିଥିଲେ ଯେ, କିଛି ଅଜଣା ବ୍ୟକ୍ତି ତାଙ୍କ ଝିଅଙ୍କ ଘରୁ ସୁନା, ରୂପା ଅଳଙ୍କାର ଏବଂ 30,000 ଟଙ୍କା ନଗଦ ଚୋରି କରିନେଇଛନ୍ତି ଏବଂ ନିକଟସ୍ଥ ହନୁମାନ ମନ୍ଦିର ଏବଂ ଗ୍ରାମଦେବତୀ ମନ୍ଦିରର ଚାବି ଭାଙ୍ଗି ଚୋରି କରିଛନ୍ତି (ମୋଟ ସମ୍ପତ୍ତି 3,50,000 ଟଙ୍କା)। ତେଣୁ, ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ରିପୋର୍ଟ କରିଥିଲେ ।

Kendrapara Nikirai Police Busted Burglary Gang 8 arrested
ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ (ETV Bharat)

ଡିହମୁଗବାଡ଼ି ଗାଁ ଚୋରି:

ସେହିପରି ନିକିରାଇ ଥାନା କୁତରଙ୍ଗା ଡିହମୁଗବାଡ଼ି ଗାଁ ଅଶୋକ କୁମାର ଜେନା ଅଭିଯୋଗ କରିଥିଲେ ଯେ, କିଛି ଅଜଣା ବ୍ୟକ୍ତି ଡିହମୁଗବାଡ଼ିର ବାଟା ମହାବୀର ମନ୍ଦିର, ନଳପାରି ଗ୍ରାମର ତାରିଣୀ ମନ୍ଦିର ଏବଂ ଗ୍ରାମାଦେବତୀ ମନ୍ଦିରରୁ ସୁନା ଏବଂ ରୂପା ଅଳଙ୍କାର ଚୋରି କରିଛନ୍ତି (ମୋଟ 1,00,000 ଟଙ୍କା)। ତେଣୁ, ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଥାନାରେ ନିକିରାଇ ଥାନାରେ କେସ ନମ୍ବର 446/ 22.12.2025 ଓ 447/ 22.12.2025ରେ U/S. 341 (4)/305 BNS ଅନୁଯାୟୀ 2ଟି ମାମଲା ରୁଜୁ ହୋଇଥିଲା ।

Kendrapara Nikirai Police Busted Burglary Gang 8 arrested
ଆନ୍ତଃରାଜ୍ୟ ଡକାୟତ ଦଳ ଗିରଫ (@spkendrapara)

8 ଅଭିଯୁକ୍ତ କୋର୍ଟ ଚାଲାଣ:

ଡିସେମ୍ବର୍ ୨୧ ତାରିଖ ରାତିରେ କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ବିଭିନ୍ନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଚୋରଦଳଙ୍କୁ କାବୁ କରିଛି କେନ୍ଦ୍ରାପଡା ପୋଲିସ । ସେମାନଙ୍କ ଠାରୁ ସୁନା, ରୂପା ଗହଣା ସମେତ ନଗଦ ଟଙ୍କା, ମୋବାଇଲ ଫୋନ, ବାଇକ୍ ଓ ଚୋରିରେ ବ୍ୟବହୃତ ହତିଆର ଜବତ କରିଛି ପୋଲିସ । ଏହି ମାମଲାରେ ପୋଲିସ ସେକ୍ ମୁସ୍ତାକିଲ, ସେକ୍ ସାହିଲ, ସେକ୍ ତନବିର, ସେକ୍ ନସମ, ସେକ୍ ଅବଦୁଲ, ସୌରଭ ମିଶ୍ରଙ୍କୁ ଗିରଫ କରିଥିବା ବେଳେ ଚୋରି ସାମଗ୍ରୀ କିଣିଥିବା ଯାଜପୁରର ଦୁଇ ବ୍ୟବସାୟୀ ସେକ୍ ଅନୱର ଓ ଅକ୍ଷୟ ପୋଥାଳଙ୍କୁ ମଧ୍ଯ ଗିରଫ କରାଯାଇଛି । ଏହି ସମସ୍ତ ଅଭିଯୁକ୍ତ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣାପଡିଛି । ଏହି ଗ୍ୟାଙ୍ଗ କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ପ୍ରଭୃତି ଜିଲ୍ଲାରେ ବିଭିନ୍ନ ଧର୍ମାନୁଷ୍ଠାନରୁ ଚୋରି କରୁଥିବା ପୋଲିସ ପ୍ରମାଣ ପାଇଛି । ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ପୋଲିସ ଯାଞ୍ଚ ଚଳାଇଛି ।

ଜବତ ସାମଗ୍ରୀ:

  • ଗୋଟିଏ 4 ଗ୍ରାମର ମେଲ୍ଟିଂ ଗୋଲ୍ଡ
  • 17 ଗ୍ରାମର 2ଟି ରୂପା ମୁକୁଟ
  • 555 ଗ୍ରାମର 5 ଖଣ୍ଡ ମେଲ୍ଟିଂ ସିଲଭର୍‌
  • 14,670 ନଗଦ ଟଙ୍କା
  • 4ଟି ସ୍ମାର୍ଟ ଫୋନ
  • ଗୋଟିଏ ବାଇକ ଓ ସ୍କୁଟି

ନିକିରାଇ ଆଇଆଇସି ପଦ୍ମଳୟା ପ୍ରଧାନ କହିଛନ୍ତି," ଡିସେମ୍ବର ୨୧ ତାରିଖରେ ଢୋଲ ଗାଁର ଜଣେ ବ୍ୟକ୍ତି ଆସି ତାଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏହାର କିଛି ସମୟ ପରେ ଡିହମୁଗବାଡ଼ି ଅଞ୍ଚଳର ଜଣେ ଅଭିଯୋଗ କରିଥିଲେ । ଏଭଳି ଆଖପାଖ ଗାଁରେ ଥିବା ଦେବାଦେବୀଙ୍କ ମନ୍ଦିରରୁ ଠାକୁରଙ୍କ ପାଖରେ ଲାଗିଥିବା ସୁନା, ରୁପା, ଦାନବାକ୍ସ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ ଲୁଟ ହୋଇଥିବା ନେଇ ଅଭିଯୋଗ ପାଇବା ପରେ କେନ୍ଦ୍ରାପଡା ଏସପିଙ୍କ ନିର୍ଦ୍ଦେଶରେ ସ୍ପେଶାଲ ସ୍କ୍ବାର୍ଡ ଗଠନ କରାଯାଇଥିଲା । ଟାଉନ ଥାନା ପୋଲିସ, ବରୀ ପୋଲିସ ମିଳିତ ଚଢ଼ାଉ କରି ୬ ଜଣ ଚୋର ଓ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ଗତକାଲି ରାତିରେ କୋର୍ଟ ଚାଲାଣ କରାଯାଇଛି ।"

THEFT FROM Temple
ଛୁଆଳିଆ ଶକ୍ତିପୀଠ (ETV Bharat)

ଏହା ମଧ୍ୟ ପଢ଼ନ୍ତୁ..

ଯାଜପୁରରେ 14 ଦୁର୍ଦାନ୍ତ ଡକାୟତ ଗିରଫ; ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ସମେତ ମାରଣାସ୍ତ୍ର ଜବତ

ବାଲେଶ୍ବରରେ ବଢୁଛି ଚୋରି, ରାହାଜାନି: ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ସହ ଦୁଇ ସହଯୋଗୀ ଗିରଫ


ମୂର୍ତ୍ତି ଭାଙ୍ଗି ଗହଣା ନେଇ ଦୁର୍ବୃତ୍ତ ଫେରାର :

ଏଣେ ପୋଲିସ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗତକାଲି (ଶନିବାର) ରାତିରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନରେ ଥିବା ପର୍ଯ୍ୟଟନ ସ୍ଥଳୀ ମା' ଛୁଆଳିଆଙ୍କ ଶକ୍ତିପୀଠରେ ଦେବୀଙ୍କ ମାଟି ମୂର୍ତ୍ତି ଭାଙ୍ଗି ଦାନବାକ୍ସ ସମେତ ବହୁ ମୂଲ୍ୟବାନ ଅଳଙ୍କାର ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ସହ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ,କେନ୍ଦ୍ରାପଡା