ETV Bharat / state

କାଳବୈଶାଖୀ ବର୍ଷା ସତର୍କତା, ଜୁନ ୭ ଯାଏଁ ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଓଡ଼ିଶାରେ ଗରମ ଗୁଳୁଗୁଳି ସହ କାଳବୈଶାଖୀ ପାଇଁ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି । କାଳବୈଶାଖୀ ବର୍ଷା ୫ ଦିନ ଯାଏଁ ଲାଗି ରହିବ ।

Kalbaisakhi Rain in Odisha likely To continue Till 7th June
କାଳବୈଶାଖୀ ବର୍ଷା ସତର୍କତା (ETV Bharat)
author img

By ETV Bharat Odisha Team

Published : June 3, 2026 at 8:49 PM IST

1 Min Read
Choose ETV Bharat

ଭୁବନେଶ୍ବର: ଓଡ଼ିଶାରେ ସକାଳ ବେଳା ପ୍ରଚଣ୍ଡ ଖରା ଗରମ ଓ ଉପକୂଳରେ ଅହ୍ୟ ଗୁଳୁଗୁଳି ସହ ଅପରାହ୍ନରେ ବେଳକୁ ବର୍ଷା ହେଉଛି । ଗରମ ଗୁଳୁଗୁଳି ସହ କାଳବୈଶାଖୀ ପାଇଁ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି । ଆଗାମୀ 5 ଦିନ ଯାଏଁ ଉଷ୍ମ ଓ ଆର୍ଦ୍ର ସ୍ଥିତି ସହ କାଳବୈଶାଖୀ ବର୍ଷା ଲାଗି ରହିବ । ଏହାସହ କୂଆପଥର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।

ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ:

ଆସନ୍ତାକାଲି (ଗୁରୁବାର) ଓ 5 ଜୁନ୍‌ (ଶୁକ୍ରବାର) ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ସହ 40-50 କିମି ବେଗରେ ପବନ ବହିବା ସହ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେହିପରି ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଭଦ୍ରକ, ଜିଲ୍ଲାରେ 30-40 କିମି ବେଗରେ ପବନ ସହ ବଜ୍ରପାତ ହେବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିପାଇଁ ଏହି 22 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗରମ ଓ ଗୁଳୁଗୁଳି:

ସେହପରି ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।

ଜୁନ୍‌ 6 ତାରିଖରେ 7 ଜିଲ୍ଲା ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ାକୁ ବାଦ୍‌ ଦେଇ ଅନ୍ୟ ସବୁ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ । ସେହପିର ଜୁନ 7 ତାରିଖରେ 6 ଜିଲ୍ଲା, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ାକୁ ଛାଡ଼ି ଅନ୍ୟ ଜିଲ୍ଲାରେ ଝଡ଼ି ପବନ ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।


ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ 4ଟି ସହରରେ 40 ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବୌଦ୍ଧ ଓ ଖୋର୍ଦ୍ଧାରେ ସର୍ବାଧିକ 41 ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ରାଜ୍ୟରେ କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଏବେ ବି 7 ଜିଲ୍ଲା କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ମୟୂରଭଞ୍ଜ ଓ ବାଲେଶ୍ୱରରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...

ଦିନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ସଞ୍ଜ ବେଳକୁ ବର୍ଷା, ଆହୁରି 5 ଦିନ ରହିବ କାଳବୈଶାଖୀ ପ୍ରଭାବ

କନ୍ଧମାଳରେ କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଶତାଧିକ ଗଛ, ଅନ୍ଧାରରେ ତୁମୁଡ଼ିବନ୍ଧ ଓ କୋଟଗଡ଼

ଇଟିଭି ଭାରତ, ଭୁବନେଶ୍ବର