ଆକ୍ସନ ମୁଡ୍ ରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ: ଧାନ କିଣା ଅବ୍ୟବସ୍ଥା ମଧ୍ୟରେ ସିଲ୍ ହେଲା ରାଇସ୍ ମିଲ୍
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅମାଠ ଠାରେ ଥିବା ବେହେରା ରାଇସ୍ ମିଲ୍ କୁ ସିଲ୍ କରିଛନ୍ତି, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ । ରିପୋର୍ଟ: ଅଜିତ୍ କୁମାର ସିଂ

Published : June 30, 2026 at 9:45 PM IST
KALAHANDI RICE MILL SEALED, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଧାନ କିଣା ଅବ୍ୟବସ୍ଥା ଲାଗି ରହିଛି । ଯାହାକୁ ନେଇ ଜିଲ୍ଲା ବ୍ୟାପୀ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ମଣ୍ଡିରେ ଲକ୍ଷ ଲକ୍ଷ କ୍ବିଣ୍ଟାଲ ଧାନ ପଡ଼ି ରହିଛି । ଏନେଇ ଜିଲ୍ଲାପାଳ ଆକ୍ସନ ମୋଡରେ ଆସିଛନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅମାଠ ଠାରେ ଥିବା ବେହେରା ରାଇସ୍ ମିଲ୍ କୁ ସିଲ୍ କରିଛନ୍ତି, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ।
ବେଆଇନ ଧାନ ରଖିବା, ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ମଣ୍ଡିରୁ ଧାନ ନ ଉଠାଇବା, ମଣ୍ଡିରୁ ଧାନ ନ ଉଠାଇଲେ ବି ଗୋଦାମରେ ଧାନ ଭର୍ତ୍ତି କରିଥିବା ଅଭିଯୋଗ ପରେ ଜିଲ୍ଲାପାଳ ସଚିନ ପାୱାର କେସିଙ୍ଗା ତହସିଲଦାରଙ୍କୁ ତଦନ୍ତ କରି ରାଇସ୍ ମିଲ୍ ସିଲ୍ କରିବା ନିର୍ଦ୍ଦେଶ ଦେଇଥିଲେ । ତହସିଲଦାର ପ୍ରଶାନ୍ତି ପ୍ରଧାନ, ଯୋଗାଣ ବିଭାଗ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ରାଇସ୍ ମିଲ୍ ଓ ବାହାରେ ଥିବା ଏକ ଗୋଦାମକୁ ସିଲ୍ କରିଛନ୍ତି । ତଦନ୍ତ ବେଳେ ବେଆଇନ ଗଛିତ ଧାନ ଥିବା ଜଣାପଡ଼ିଛି ବୋଲି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ପ୍ରକାଶ କରିଛନ୍ତି । ଏନେଇ ଅନ୍ୟ ମିଲ୍ ମାଲିକଙ୍କ ମଧ୍ୟରେ ବି ଛନକା ପସିଛି ।


ସେଥିପାଇଁ ଆଜି ଏମ.ଆଇ. କେସିଙ୍ଗାଙ୍କ ସହ ଫିଜିକାଲ ଭେରିଫିକେସନ କଲା ପରେ ଜଣାପଡ଼ିଲା ଯେ, ସେ ବି ଅନୈତିକ ଭାବେ ଧାନ ବାହାରୁ କିଣାକିଣି କରୁଥିଲା ଏବଂ ପେଡି ପ୍ରୋକ୍ୟୁରମେଣ୍ଟ ପ୍ରକ୍ରିୟାରେ ସେ ଭଲ ଭାବେ ଅଂଶଗ୍ରହଣ ନ କରିବାରୁ ଚାଷୀମାନେ ବହୁତ ହଇରାଣ ହେଉଥିଲେ । ସେଥିପାଇଁ ଆଜି ଆମେ ଆସି ପୋଲିସଙ୍କ ପ୍ରେଜେନ୍ସରେ ଏମ.ଆଇ. କେସିଙ୍ଗାଙ୍କ ସହ ଆମେ ରାଇସ ମିଲ୍ କୁ ସିଲ୍ କଲୁ । ଏ ବିଷୟରେ ଆଗରୁ କିଛି ଜଣାପଡ଼ି ନଥିଲା କିନ୍ତୁ ଏବେ ଆମେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସିକି ଚେକ୍ କଲା ପରେ ଏ ଜିନିଷଟା ସତ୍ୟ ବୋଲି ଜଣାପଡ଼ିଲା । ସେଥିପାଇଁ ଆମେ ଆଜି ରାଇସ ମିଲ୍ଟାକୁ ସିଲ୍ କଲୁ," ବୋଲି ସେ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ହାତୀ ନଦୀରେ କୁମ୍ଭୀର ଆତଙ୍କ : ମାଛ ଧରାଳୀଙ୍କ ହାତରେ ଧରା ପଡ଼ି, ଜାଲ ଛିଣ୍ଡାଇ ଛୁ ! ଭୟରେ ନଦୀକୂଳିଆ ବାସିନ୍ଦା
ଏହା ମଧ୍ୟ ପଢ଼ନ୍ତୁ: ମଣ୍ତିରେ ଭିଜୁଛି ଚାଷୀଙ୍କ ଭାଗ୍ୟ;ତେଜୁଛି ରାଜନୀତି, କେବେ ଭାଙ୍ଗିବ ପ୍ରଶାସନର ନିଦ
ଇଟିଭି ଭାରତ, ଭବାନୀପାଟଣା

