ETV Bharat / state

ଲିଙ୍ଗରାଜଙ୍କ ସତ୍ତ୍ୱାଧିକାର ନେଇ ଆଇନ ମନ୍ତ୍ରୀଙ୍କୁ ଅନ୍ତରିଣ ରିପୋର୍ଟ ଦେଲେ ଜଷ୍ଟିସ ଡି. ପି ଚୌଧୁରୀ କମିଟି

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, ସେବାପୂଜା, ବିଧି ଏବଂ ପର୍ବପର୍ବାଣିକୁ ଶୃଙ୍ଖଳିତ ହେବାନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ହୋଇଛି ଦୁଇ ଜଣିଆ କମିଟି ।

ଲିଙ୍ଗରାଜଙ୍କ ସତ୍ତ୍ୱାଧିକାର ନେଇ ଆଇନ ମନ୍ତ୍ରୀଙ୍କୁ ଅନ୍ତରିଣ ରିପୋର୍ଟ ଦେଲେ ଜଷ୍ଟିସ ଡି. ପି ଚୌଧୁରୀ କମିଟି
ଲିଙ୍ଗରାଜଙ୍କ ସତ୍ତ୍ୱାଧିକାର ନେଇ ଆଇନ ମନ୍ତ୍ରୀଙ୍କୁ ଅନ୍ତରିଣ ରିପୋର୍ଟ ଦେଲେ ଜଷ୍ଟିସ ଡି. ପି ଚୌଧୁରୀ କମିଟି (ETV BHARAT ODISHA)
author img

By ETV Bharat Odisha Team

Published : January 9, 2026 at 10:02 PM IST

1 Min Read
Choose ETV Bharat

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, ସେବାପୂଜା, ବିଧି ଏବଂ ପର୍ବପର୍ବାଣିକୁ ଶୃଙ୍ଖଳିତ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନ୍ଦିରର ରେକର୍ଡ ଅଫ୍ ରାଇଟସ୍ ର ଅନୁଧ୍ୟାନ ଓ ବିଶ୍ଳେଷଣ କରିବା ପାଇଁ ଗଠିତ ହୋଇଥିଲା ଦୁଇ ଜଣିଆ କମିଟି । ଅବସରପ୍ରାପ୍ତ ଜଷ୍ଟିସ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଅନ୍ତରିଣ ରିପୋର୍ଟ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନ୍ଦିରର ରେକର୍ଡ ଅଫ୍ ରାଇଟସ୍ ର ଅନୁଧ୍ୟାନ ଓ ବିଶ୍ଳେଷଣ କରିବା ପାଇଁ ଗଠିତ ହୋଇଥିଲା ଦୁଇ ଜଣିଆ କମିଟି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନ୍ଦିରର ରେକର୍ଡ ଅଫ୍ ରାଇଟସ୍ ର ଅନୁଧ୍ୟାନ ଓ ବିଶ୍ଳେଷଣ କରିବା ପାଇଁ ଗଠିତ ହୋଇଥିଲା ଦୁଇ ଜଣିଆ କମିଟି । (ETV BHARAT ODISHA)

ଅବସରପ୍ରାପ୍ତ ଜଷ୍ଟିସ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ଥାଇ ଗଠିତ ଦୁଇ ଜଣିଆ କମିଟି ଗଠନ ହୋଇଛି । ମନ୍ଦିର, ନିଯୋଗ, ସେବାପୂଜା ବାବଦରେ ଥିବା ବିଭିନ୍ନ ପୁରାତନ ନଥିକୁ ଅନୁଧ୍ୟାନ କରୁଛି କମିଟି । ଏହା ସହ ମନ୍ଦିର ସହିତ ସଂଶ୍ଳିଷ୍ଟ ସେବାୟତ, ନିଯୋଗ ଆଦିଙ୍କ ସହ ଆଲୋଚନା କରିଛି କମିଟି । ଆଲୋଚନାରୁ ବାହାରିଥିବା ନିର୍ଯ୍ୟାସରୁ ପ୍ରସ୍ତୁତ ହୋଇଛି ଅନ୍ତରିଣ ରିପୋର୍ଟ । ଆଉ ଏହି ଅନ୍ତରିଣ ରିପୋର୍ଟକୁ ଆଇନ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ଅବସରପ୍ରାପ୍ତ ଜଷ୍ଟିସ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ।


ଅବସରପ୍ରାପ୍ତ ଜଷ୍ଟିସ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗ୍ରହଣ କରିଛନ୍ତି । ମନ୍ତ୍ରୀ କହିଛନ୍ତି, "ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ହେଉଛନ୍ତି ସାରା ଓଡ଼ିଶା ତଥା ଦେଶର କୋଣ ଅନୁକୋଣରେ ଥିବା ଶ୍ରଦ୍ଧାଳୁଙ୍କ ଲାଗି ପ୍ରତ୍ୟକ୍ଷ ଠାକୁର । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରତି ଥିବା ଓଡ଼ିଶାବାସୀଙ୍କ ଭକ୍ତି ଓ ଭାବାବେଗକୁ ସମ୍ମାନ ଜଣାଇ ତାଙ୍କ ନୀତିକାନ୍ତି ଓ ସେବାପୂଜାକୁ ଖୁବ ଶୀଘ୍ର ଶୃଙ୍ଖଳିତ ହେବାକୁ ଯାଉଛି ।

ଅବସରପ୍ରାପ୍ତ ଜଷ୍ଟିସ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଅନ୍ତରିଣ ରିପୋର୍ଟ ପ୍ରଦାନ କରିଛନ୍ତି ।
ଅବସରପ୍ରାପ୍ତ ଜଷ୍ଟିସ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଅନ୍ତରିଣ ରିପୋର୍ଟ ପ୍ରଦାନ କରିଛନ୍ତି । (ETV BHARAT ODISHA)


ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆଗାମୀ ଦିନରେ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ କମିଟି ଦେଇଥିବା ସମସ୍ତ ପ୍ରସ୍ତାବକୁ ଅନୁଶୀଳନ କରାଯିବ । ବିିଭିନ୍ନ ନୀତିକାନ୍ତି, ପର୍ବପର୍ବାଣି, ଯାନିଯାତ୍ରା, ସେବା ଆଦିକୁ ଶୃଙ୍ଖଳିତ ତଥା ସୁନ୍ଦର ଭାବେ ପରିଚାଳନା କରିବା ସମ୍ଭବ ହୋଇପାରିବ । ଏହି ଅବସରରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ- ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି, ଦୁଇଦିନ ଉପାସରେ ରହିଲେ ହବିଷ୍ୟାଳି

ଏହା ମଧ୍ୟ ପଢ଼ନ୍ତୁ- ଲିଙ୍ଗରାଜ ମନ୍ଦିରରେ ଅଘଟଣ: ବଜ୍ରାଘାତରେ ଜଳିଗଲା ପତାକା, ଭାଙ୍ଗିଲା ସିସିଟିଭି, ଯାଞ୍ଚ ପାଇଁ ପହଞ୍ଚିଲା ASI ଟିମ୍‌

ଇଟିଭି ଭାରତ, ଭୁବନେଶ୍ବର