ETV Bharat / state

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ରୋଷେଇ ଘର ପାଣିରୁ ବ୍ୟାପିଛି ଜଣ୍ଡିସ: ସ୍ୱାସ୍ଥ୍ୟମନ୍ତ୍ରୀ

ସମ୍ପୂର୍ଣ୍ଣ କ୍ୟାମ୍ପସକୁ ପରିଷ୍କାର ପରିଚ୍ଛନ୍ନ କିଭଳି ରଖାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି । ଏବେ ସ୍କୁଲରେ ସ୍ଥିତି ନିୟନ୍ତ୍ରଣଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Health Minister Mukesh Mahaling
ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ (Etv Bharat)
author img

By ETV Bharat Odisha Team

Published : January 10, 2026 at 5:27 PM IST

1 Min Read
Choose ETV Bharat

ଭୁବନେଶ୍ବର: ସାମ୍ନାକୁ ଆସିଲା ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବାର କାରଣ। ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା। ସେହି ପାଣିରୁ ଜଣ୍ଡିସ ବ୍ୟାପିଥିବା ସ୍ପଷ୍ଟ। ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପାଣି ରିପୋର୍ଟ ଆସିବା ପରେ ଏହା ଜଣାପଡ଼ିଛି। ତେଣୁ ପାନୀୟ ଜଳ ଯୋଗାଣ ହେଉ କିମ୍ବା ୱାଟକୋ ସମସ୍ତେ କିଭଳି ସ୍ୱଚ୍ଛ ପାନୀୟ ପାଣି ଯୋଗାଇ ଦେବେ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଣ୍ଡିସ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, " ଜଣ୍ଡିସ ସ୍ଥିତି ପୁରା ନିୟନ୍ତ୍ରଣଧିନ ଅଛି । ଯାହାବି ସମସ୍ୟା ଥିଲା ସମାଧାନ କରାଯାଇଛି । ରୋଷେଇ ଘର ପାଣଇରୁ ଜଣ୍ଡିସ ବ୍ୟାପିଛି । "


ଦ୍ୟାଳୟରେ ଥିବା ସମସ୍ତ ପାଣି ଟାଙ୍କି ସଫା କରାଯାଉଛି:

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ (ETV BHARAT ODISHA)


ଖୋର୍ଦ୍ଧା ଜବାହାର ନବୋଦୟ ସ୍କୁଲର ପିଲାମାନେ ଶୀତକାଳୀନ ଛୁଟି ସାରି କିଛିଦିନ ତଳେ ସ୍କୁଲକୁ ଫେରିଥିଲେ । ଆସିବା ପରେ ଅଳ୍ପ କେତେଜଣ ପିଲା ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ପରେ 50ରୁ ଅଧିକ ପିଲା ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତମାନଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 200ରୁ ଅଧିକ ପିଲାଙ୍କୁ ଅଭିଭାବକ ମାନେ ଘରକୁ ନେଇଯାଇଛନ୍ତି। ଏହା ପରେ ବିଦ୍ୟାଳୟରେ ଥିବା ସମସ୍ତ ପାଣି ଟାଙ୍କି ସଫା କରାଯାଉଛି । ସମ୍ପୂର୍ଣ୍ଣ କ୍ୟାମ୍ପସକୁ ପରିଷ୍କାର ପରିଚ୍ଛନ୍ନ କିଭଳି ରଖାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ।

ଯେହେତୁ ଏହି ରୋଗ ଜଳ ଦ୍ୱାରା ବ୍ୟାପିଥାଏ, ତେଣୁ ପିଇବା ପାଣି ବିଶୁଦ୍ଧତା ଉପରେ ଅଧିକ ଧ୍ୟାନ ଦିଆଯିବା ସହ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ୱାଟକୋ ଟିମ୍‌ ଏବଂ ମେଡିକାଲ ଟିମ୍‌ ସ୍କୁଲରେ ଯାଞ୍ଚ କରୁଛନ୍ତି । ସେହି ଅଞ୍ଚଳରେ ପାଖାପାଖି ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇଛି। ସମସ୍ତ ନମୁନାକୁ ପରୀକ୍ଷା ପାଇଁ ଲାବ୍ରୋଟୋରୀକୁ ପଠାଯାଇଛି।

କ୍ୟାନ୍ସର ଜଣ୍ଡିସ ଲକ୍ଷଣ କଣ ?

ପ୍ରଥମେ ରୋଗୀର ଆଖି ହଳଦିଆ ହେବା ସହିତ ପରିସ୍ରା ହଳଦିଆ ହେବ

ଦେହ ହାତ କୁଣ୍ଡେଇ ହେବା

ଜ୍ଵର ହେବା ସହ ପେଟ ବଥା ହେବ

ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ 50ରୁ ଅଧିକ ପିଲାଙ୍କୁ ଜଣ୍ଡିସ୍; ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ ଟିମ

ଇଟିଭି ଭାରତ, ଭୁବନେଶ୍ବର