ETV Bharat / state

ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ; କହିଲେ, ନିଆରା ଅନୁଭୂତି ପାଇଲୁ

ବିଦେଶ ମାଟିରେ ବିଦେଶୀ ମଣିଷଙ୍କ ସହ ବିଦେଶୀ ପର୍ବ ହୋଲିକୁ ବେଶ୍ ଉପଭୋଗ କରୁଥିଲେ ଏଇ ଜାପାନୀମାନେ । ସମସ୍ତଙ୍କ ମୁହଁରେ ଉଛୁଳି ଉଠୁଥିଲା ଖୁସିର ରଙ୍ଗ ।

Japanese tourists  celebrate Holi in Puri
ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ (Etv Bharat)
author img

By ETV Bharat Odisha Team

Published : March 4, 2026 at 12:44 PM IST

2 Min Read
Choose ETV Bharat

ପୁରୀ: ରଙ୍ଗର ପର୍ବ ହୋଲି । ଏ ରଙ୍ଗ ଖାଲି ଶରୀରକୁ ରଙ୍ଗେଇ ଦିଏନି, ଖୁସିର ରଙ୍ଗରେ ମନକୁ ବି ରଙ୍ଗୀନ କରିଦିଏ । ଏ ପର୍ବ ଭୁଲେଇ ଦିଏ କିଏ ନିଜର କିଏ ପର । କିଏ ଶତ୍ରୁ..କିଏ ମିତ୍ର । ଭାଇଚାରାର ଏ ପର୍ବ ହୋଲି ପାଇଁ କୌଣସି ସୀମା ସରହଦ ନ ଥାଏ । ସେଥିପାଇଁ ତ, ସୁଦୂର ଜାପାନରୁ ଆସିଥିବା ଏ ପର୍ଯ୍ୟଟକମାନେ ଏଠି ଖୁସିରେ ପାଳୁଛନ୍ତି ହୋଲି ।

ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ (Etv Bharat)

ଜାପାନୀ ପର୍ଯ୍ୟଟକ ପରସ୍ପରକୁ ଲଗାଇଲେ ରଙ୍ଗ

Japanese tourists  celebrate Holi in Puri
ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ (Etv Bharat)

ଶ୍ରଦ୍ଧା ଆଉ ଭକ୍ତିର ସହର ପୁରୀ ଜଗନ୍ନାଥ ଧାମ । ଏଠି 12 ମାସରେ ତେର ପର୍ବ ଭାଇଚାରାର ବାର୍ତ୍ତା ବାଣ୍ଟୁଥାଏ । ଏ ମାଟିରେ ଖୁସିର ପର୍ବ ହୋଲିକୁ ବିଦେଶୀ ପର୍ଯ୍ୟଟକ ବି ବେଶ ଧୁମଧାମରେ ପାଳିଛନ୍ତି । ବିଶେଷ କରି ସୁଦୂର ଜାପାନରୁ ଆସିଥିବା ପର୍ଯ୍ୟଟକମାନେ ଆଜି ଏହି ହୋଲି ପର୍ବକୁ ପାଳନ କଲାବେଳେ ବିଭୋର ହୋଇ ପଡିଥି୍ଲେ । ବିଦେଶ ମାଟିରେ ବିଦେଶୀ ମଣିଷଙ୍କ ସହ ବିଦେଶୀ ପର୍ବ ହୋଲିକୁ ବେଶ୍ ଉପଭୋଗ କରୁଥିଲେ ଏଇ ଜାପାନୀମାନେ । କାହାର ମୁହଁରେ ନାଲି ରଙ୍ଗ ତ କାହା ପୋଷାକରେ ନୀଳ ରଙ୍ଗ । କିନ୍ତୁ ସମସ୍ତଙ୍କ ମୁହଁରେ ଉଛୁଳି ଉଠୁଥିଲା ଖୁସିର ରଙ୍ଗ ।

Japanese tourists  celebrate Holi in Puri
ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ (Etv Bharat)

ପୁରୀର ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ଆଜି ଏହି ହୋଲି ଉତ୍ସବ ପାଳନ କରା ଯାଇଥିଲା । ଉଭୟ ଓଡିଆ ଏବଂ ଜାପାନ ପର୍ଯ୍ୟଟକ ମିଳିମିଶି ପରସ୍ପରକୁ ରଙ୍ଗ ଲଗେଇଥିଲେ । ଜାପାନରେ ହୋଲି ପାଳନ ହେଉନଥିଲେ ମଧ୍ୟ ଭାରତୀୟ ସଂସ୍କୃତି, ପରମ୍ପରାର ହୋଲି ଉତ୍ସବ ସେମାନଙ୍କୁ ବେଶ୍ ଆନନ୍ଦ ଦେଇଛି।

Japanese tourists  celebrate Holi in Puri
ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ (Etv Bharat)

ଜାପାନୀ ପର୍ଯ୍ୟଟକମାନେ କହିଛନ୍ତି, 'ଆମ ଦେଶରେ ଏ ପର୍ବ ନାହିଁ । ଏହା ଏକ ଖୁସି ଆଉ ବନ୍ଧୁତ୍ବର ପର୍ବ । ବିଦେଶରେ ଥିଲେ ବି ଏହି ପର୍ବକୁ ଖୁବ ଆନନ୍ଦରେ ପାଳନ କରିଲୁ । ସମସ୍ତେ ଏକାଠି ହୋଇ ଏମିତି ରଙ୍ଗ ବୋଳି ପର୍ବ ପାଳନ କରିବା ଏକ ନିଆରା ଅନୁଭୂତି ଦେଇଛି । ଏ ପର୍ବ ଶତ୍ରୁତାକୁ ଭୁଲାଇ ଦିଏ । ନା ଚିନ୍ତା...ନା ସମସ୍ୟା.., ଏ ପର୍ବ ଗୋଟିଏ ବାର୍ତ୍ତା ଦିଏ ଏଠି ସମସ୍ତ କେବଳ ବନ୍ଧୁ..ଆଉ ବନ୍ଧୁ । ହୋଲି ପର୍ବ ପାଳନ କରି ବହୁତ ଭଲ ଲାଗିଲା ।'

Japanese tourists  celebrate Holi in Puri
ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ (Etv Bharat)

ସମୁଦ୍ର କୂଳରେ ସୁରକ୍ଷା କଡାକଡି

Japanese tourists  celebrate Holi in Puri
ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ (Etv Bharat)

ଖାଲି ଜାପାନୀ ପର୍ଯ୍ୟଟକ ନୁହେଁ, ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ପୁରୀରେ ରଙ୍ଗର ପର୍ବ ହୋଲିର ମଜା ନେଇଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସମୁଦ୍ର ବେଳାଭୁମିରେ ହୋଲି ଖେଳି ବେଶ୍ ଆନନ୍ଦ ଉଠାଇଛନ୍ତି ପର୍ଯ୍ୟଟକମାନେ। ଏହି ଅବସରରେ ସାରା ଦେଶରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଛି ପୁରୀ ବେଳାଭୁମିରେ । ସମୁଦ୍ରରେ ସ୍ନାନ କରିବା ପରେ ପରସ୍ପର ମଧ୍ୟରେ ରଙ୍ଗ ବୋଳି ନିଜ ପରିବାର, ବନ୍ଧୁ ପରିଜନଙ୍କ ସହ ହୋଲି ଉତ୍ସବ ପାଳନ କରିଛନ୍ତି ହଜାର ହଜାର ପର୍ଯ୍ୟଟକ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ବେଳାଭୁମିରେ ଅଗ୍ନିଶମ ବାହିନୀର କର୍ମଚାରୀ, ଲାଇଫ ଗାର୍ଡ, ପୋଲିସ୍ ମୁତୟନ କରାଯାଇଛି। ଗଭୀର ଜଳରାଶି ନ ନଯିବାକୁ ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡମାନେ ସଚେତନ କରିଛନ୍ତି ।

Japanese tourists  celebrate Holi in Puri
ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ (Etv Bharat)
Japanese tourists  celebrate Holi in Puri
ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ (Etv Bharat)

ଇଟିଭି ଭାରତ, ପୁରୀ

ଏହା ମଧ୍ୟ ପଢନ୍ତୁ ହୋଲି 2026: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ଓଡ଼ିଆଙ୍କ ସୁଖ-ଶାନ୍ତି କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ

ଏହା ମଧ୍ୟ ପଢନ୍ତୁ ଦୋଳରେ ଗୋପାଳଙ୍କ ସ୍ୱତନ୍ତ୍ର ଉତ୍ସବ; ଓଗାଳ-ଲଉଡି-ବାଡ଼ିଖେଳର କଣ ରହିଛି ସ୍ୱତନ୍ତ୍ରତା