ETV Bharat / state

ଛୁରୀ ଦେଖାଇ ଟ୍ରକ ଓ ଚାଳକଙ୍କୁ ଅପହରଣ: 5 ଗିରଫ, ନାବାଳକ ମଧ୍ୟ ସାମିଲ୍‌

ଦୁର୍ବୃତ୍ତ ବେଣାପୁର ନିକଟରୁ ଟ୍ରକ୍ ଚାଳକଙ୍କୁ ଛୁରୀ ଦେଖାଇ ଅପହରଣ କରି ନଗଦ ଟଙ୍କା ଓ ଟ୍ରକ ଲୁଟିନେଇଥିଲେ । କଟକ ଟାଙ୍ଗୀ ନିକଟରୁ ଟ୍ରକ୍ ଉଦ୍ଧାର । ରିପୋର୍ଟ: ଜ୍ଞାନ ରଞ୍ଜନ ଓଝା

Jajpur Miscreants kidnapped driver  and Looted Truck cash near Benapur
ଛୁରୀ ମୁନରେ ଟ୍ରକ ଓ ଚାଳକଙ୍କୁ ଅପହରଣ, ନାବାଳକଙ୍କ ସମେତ 5 ଗିରଫ (ETV Bharat Odisha)
author img

By ETV Bharat Odisha Team

Published : May 17, 2026 at 11:25 AM IST

1 Min Read
Choose ETV Bharat

ଯାଜପୁର: ଟ୍ରକ ଓ ଚାଳକଙ୍କୁ ଅପହରଣ ମାମଲାରେ 5 ଗିରଫ, ଏଥିରେ ସାମିଲ ଥିଲେ ନାବାଳକ । ବେଣାପୁର ଛକରୁ ଚୋରି ହୋଇଥିବା 710 ଟ୍ରକ ଟାଙ୍ଗୀ ଅଞ୍ଚଳରୁ ଉଦ୍ଧାର କଲା ପୋଲିସ । ୨୦ନଂ ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ନିକଟରୁ ଜଣେ ଟ୍ରକ୍ ଚାଳକଙ୍କୁ ଛୁରୀ ଦେଖାଇ ଅପହରଣ କରିନେବା ସହ ଚାଳକ ନିକଟରୁ ନଗଦ ଟଙ୍କା ଓ ଟ୍ରକ ଲୁଟିନେଇଥିଲେ ଦୁର୍ବୃତ୍ତ । ଏହି ଘଟଣାରେ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଥିବା ବେଳେ ତାକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଛୁରୀ ମୁନରେ ଟ୍ରକ ଓ ଚାଳକଙ୍କୁ ଅପହରଣ, ନାବାଳକଙ୍କ ସମେତ 5 ଗିରଫ (ETV Bharat Odisha)

ଚାଳକଙ୍କୁ ଅପହରଣ:
ଘଟଣା ଅନୁଯାୟୀ ଗତ ମେ 14 ତାରିଖ ଦିନ ଜଣେ ପଶ୍ଚିମବଙ୍ଗର ଚାଳକ ମଙ୍ଗଲ ସିଂ ମୁରା ନିଜର 710 ଟ୍ରକ ଚଳାଇ ଯାଜପୁରରୁ ପାଣିକୋଇଲି ଅଭିମୁଖେ ଆସୁଥିଲେ । ରାସ୍ତାରେ ବେଣାପୁର ନିକଟରେ 4ଜଣ ଯୁବକ ଏକ ଧଳାରଙ୍ଗ ସ୍କୁଟିରେ ଆସି ଗାଡ଼ି ସମ୍ମୁଖରେ ପଥ ଅବରୋଧ କରିଥିଲେ । ଏହା ପରେ ଟ୍ରକ ଅଟକିବାରୁ ଗାଡ଼ିରୁ ଚାଳକଙ୍କୁ ଭିଡ଼ି ଆଣି 2 ଜଣ ଯୁବକ ଚାଳକଙ୍କୁ ଅପହରଣ କରି ନେଇଥିଲେ ଓ ଅନ୍ୟ 2 ଜଣ ଟ୍ରକ୍‌ଟିକୁ ନେଇ ଯାଇଥିଲେ ।

710 no truck stolen from Benapur Chowk
ବେଣାପୁର ଛକରୁ ଚୋରି ହୋଇଥିବା 710 ଟ୍ରକ (ETV Bharat Odisha)

କଟକ ଟାଙ୍ଗୀ ନିକଟରୁ ଉଦ୍ଧାର:
କୌଣସି ମତେ ସେମାନଙ୍କ କବଳରୁ ଉଦ୍ଧାର କରି କୋରେଇ ଥାନାରେ ପହଞ୍ଚିଥିଲେ । ଏହା ପରେ ଚାଳକଙ୍କ ଅଭିଯୋଗ କ୍ରମେ ଅଭିଯୋଗ ସଂଖ୍ୟା 190/2026ରେ କୋରେଇ ପୋଲିସ ଏକ ମାମଲା ରୁଜୁ କରାଯାଇଥିଲା । ତୁରନ୍ତ ଅନୁସନ୍ଧାନ ଆରମ୍ଭ କରି ଟ୍ରକଟିକୁ କଟକ ଟାଙ୍ଗୀ ନିକଟରୁ ଉଦ୍ଧାର କରାଯାଇଥିଲା ବୋଲି ଅତିରିକ୍ତ ଏସ୍‌ପି ସିତିକାନ୍ତ କାନୁନଗୋ କହିଛନ୍ତି

Five people, including a minor, arrested
ଜଣେ ନାବାଳକ ସମେତ ପାଞ୍ଚ ଜଣ ଗିରଫ (ETV Bharat Odisha)

ଏହା ଘଟଣାରେ ସମୁଦାୟ 5 ଜଣଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଥିବା ବେଳେ ତାକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପାଣିକୋଇଲି ଥାନା ଛୋଟରାୟପୁର ଅଞ୍ଚଳର ରଘୁନାଥ ଦାଶ, କୁଆଖିଆ ଥାନା ନୂଆହାଟ ଅଞ୍ଚଳର ଦିନେଶ ଦାଶ, କୋରେଇ ଥାନା ଖାରଜବଟିରା ଗାଁର ଶୁଭକାନ୍ତ ନନ୍ଦ, ବୈରୀ ଥାନା ଗାଁର କଳ୍ପତରୁ ରାଉତ । ଆଉ ଜଣେ କୋରେଇ ଥାନା ପଣ୍ଡୁଳା ଗାଁର ଜଣେ ବାଳ ଅପରାଧୀ ବୋଲି ଜଣାପଡିଛି । ଅଭିଯୁକ୍ତ ମାନେ ରାଜପଥ ଲୁଟେରା ଏବଂ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି ।

Korei Police
କୋରେଇ ପୋଲିସ (ETV Bharat Odisha)

ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ସିତିକାନ୍ତ କାନୁନଗୋ ଥାନା ଅଧିକାରୀଙ୍କ ତ୍ୱରିତ ସଫଳତାକୁ ପ୍ରଶଂସା କରିବା ସହ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ମୃତ୍ୟୁ ପରେ ବି ଅମର ! ଅଙ୍ଗଦାନ କଲେ ମହିଳା କନେଷ୍ଟବଳ ବାଲି ଜାମୁଦା

ଗଛରେ ରଶି ଲଗେଇ ଝୁଲି ପଡିଲେ ପ୍ରେମୀ ଯୁଗଳ !

ଇଟିଭି ଭାରତ, ଭୁବନେଶ୍ବର